The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Anita Jena

Romance

4.1  

Anita Jena

Romance

ପିଲାଦିନର ଚିଠି

ପିଲାଦିନର ଚିଠି

4 mins
125



ସେଦିନ ସାଗରର ଉଠିବା ଟିକେ ଡେରି ହୋଇ ଯାଇଥିଲା। କଲେଜ ରେ ଆଜି ପ୍ରଥମ କ୍ଲାସ୍ ଟା ପ୍ରିନ୍ସିପଲ୍ ସାରଙ୍କର ଥିଲା। ଡେରି ହେଲେ ପୁରା କ୍ଲାସ୍ ଆଗରେ ଗାଳି ଶୁଣିବାକୁ ପଡ଼ିବ ଏସବୁ ଭାବି ସାଗର ନିଜର ନିତ୍ୟକର୍ମ ଜଲଦି ଜଲଦି ସାରୁ ଥାଏ । ଠିକ୍ ଏତିକିବେଳେ ତାର ଫୋନ ରିଙ୍ଗ ହୁଏ ଦେଖେ ତ ତାର ପିଲା ଦିନର ସବୁ ଠୁ ଭଲ ସାଙ୍ଗ ସମୀରର ଫୋନ। ସାଗର ବହୁତ୍ ଖୁସିରେ ଫୋନ୍ ଉଠେଇଲା। 

   ସମୀର ଆଜି ୫ ବର୍ଷ ପରେ ଦେଖା କରିବାକୁ ଆସୁଛି ସାଗରକୁ। ସେ ୫ ବର୍ଷ ତଳେ ତା ମାମୁଁ ଘରକୁ ପଳେଇ ଥିଲା ଆଉ ନିଜର ପାଠ ପଢ଼ା ସେଇଠି କରିଥିଲା । ସମୀରର ଆସିବାର କଥା ଶୁଣି ସାଗର କି ଆଉ କଲେଜ ଯାଏ ! ଘରେ ବୋଉକୁ ସାଗର ଆସୁଛି ତା ମନ ପସନ୍ଦର ଖାଇବା ବନେଇବାକୁ କହି ସେଇ ସିଧା ଚାଲିଲା ବସ୍ ଷ୍ଟାଣ୍ଡକୁ। ଅଧ ଘଣ୍ଟା ପରେ ସମୀର ଆସି ପହଁଚିଲା ଦୀର୍ଘ ଦିନ ପରେ ଦୁହେଁ ଦୁହିଁକୁ ଦେଖି ବହୁତ୍ ଖୁସି ହେଲେ। 

    ଦୁହେଁ ଘରକୁ ଯିବା ପୂର୍ବରୁ ନିଜର ସେଇ ପୁରୁଣା ସ୍ମୃତିକୁ ସାଉଁଟି ବାକୁ ଚାଲିଲେ ସେ ନଈ କୁଳକୁ। ୫ ବର୍ଷ ଭିତରେ ବହୁତ୍ କିଛି ବଦଳି ଯାଇ ଥିଲା ସମୀରକୁ କିଛି ନୂଆ ନୂଆ ବି ଲାଗୁଥିଲା। ଦୁହେଁ ନିଜ ନିଜର ପାଠ ପଢା, ସାଙ୍ଗ ସାଥି, କଲେଜ ମସ୍ତି ଏ ସବୁ କଥା ହବାରେ ଲାଗିଥିଲେ। ଠିକ୍ ଏତିକିବେଳେ ସାଗରର ଫୋନ ପୁଣି ରିଙ୍ଗ ହୁଏ ଆଉ ସମୀର ଦେଖେ ତ ଶ୍ରୀ ନାମରେ କେହି ଜଣେ ସାଗରକୁ ଫୋନ କରିଛି। 

    ସାଗର ଫୋନ୍ ରେ କୁହେ ଯେ ନା ମୁଁ ଆଜି କଲେଜ ଯିବିନି ତମେ ଯାଓ ଭାରି। ଫୋନ ରଖିବା ପରେ ସମୀର ସାଗରକୁ ପଚାରେ ୟେ ସେଇ ଶ୍ରୀ କି? ଯାହା ପାଇଁ ସ୍କୁଲ୍ ବେଳେ ଦିନେ ତୁ ବହୁତ୍ ମାଡ଼ ଖାଇଥିଲୁ? ତୁ କଣ ତା ସହ ଆଜି ଯାଏ କଥା ହଉଛୁ?

ସାଗର କହେ ହଁ ଆମେ ଗୋଟିଏ କଲେଜରେ ପଢ଼ୁଛୁ। 

ସମୀର ଆଉ ସାଗର କିଛି ମନେ ପକେଇ ବହୁତ୍ ଜୋରରେ ହସିବା ଆରମ୍ଭ କରି ଦିଅନ୍ତି। ସେଦିନର ଘଟଣାକୁ ପୁଣି ଥରେ ମନେ ପକାନ୍ତି.......

    ସାଗର ,ସମୀର ଆଉ ଶ୍ରୀ ଗୋଟିଏ ସ୍କୁଲ୍ ରେ ପଢୁଥିଲେ । ସାଗରକୁ ଶ୍ରୀ ଭାରି ଭଲ ଲାଗୁଥିଲା। ସମୀର ହିଁ କେବଳ ଜାଣି ଥିଲା ଯେ ସାଗର ଶ୍ରୀ କୁ ଭଲ ପାଉଛି। ସମୀର ଦିନେ ସାଗରକୁ ଗୋଟେ ଚିଠି ଲେଖି ଶ୍ରୀକୁ ନିଜର ମନ କଥା କହିବାକୁ କୁହେ ସାଗର ବି ସମୀର କଥା ମାନି ଚିଠି ଟିଏ ଦବାକୁ ଠିକ୍ କରେ।

    ସେଇ ଦିନ ରାତିରେ ସାଗର ଚିଠି ଲେଖି ବାକୁ ବସି ପଡ଼ିଲା ହେଲେ ଲେଖିବ କଣ? କୋଉଠୁ ଆରମ୍ଭ କରିବ? ଏମିତି ଭାବୁ ଭାବୁ ତାକୁ ନିଦ ଆସିଯାଏ ହେଲେ ସେ ଚିଠି ନ ଲେଖିବା ଯାଏ ଶୋଇବାକୁ ରାଜି ହୁଏନା।

  କିନ୍ତୁ କଣ ବା ଲେଖିବ ସେ ଏଇ ଛୋଟ ବୟସରୁ ପ୍ରେମ ପତ୍ର ଉପରେ କେତେ ବା ଜ୍ଞାନ ତାର! ହେଲେ ବହୁତ୍ ସମୟ ପରେ ଗୋଟେ ପାନପତ୍ର କରି ସେଥିରେ ସାଗର ଶ୍ରୀ ଲେଖି ରଖିଦିଏ ଏହା ଭାବିକି କି କାଲି ସମୀର ଠୁ ବୁଝି ନେବି ଆଉ କଣ ଲେଖିବି? 

  ହେଲେ ନିଜ ଅଜାଣତରେ ନିଦ ଜୋରରେ ଲାଗୁ ଥିବାରୁ ଚିଠି ଟାକୁ ନିଜ ଖାତା ଭିତରେ ରଖିବା ବଦଳରେ ସାରଙ୍କ ଠୁ ଆଣି ଥିବା ଗୋଟେ ରଚନା ବହି ଭିତରେ ରଖି ଦେଇଥାଏ।

   ତା ପରଦିନ ସମୀର ଆଉ ସାଗର ମିଶି ସ୍କୁଲ୍ ଯାନ୍ତି ଆଉ ସାଗର ଯାଇ ସାର୍ ଙ୍କୁ ତାଙ୍କ ବହି ଫେରେଇ ଦିଏ ଆଉ ଶ୍ରେଣୀ ଗୃହ ଭିତରକୁ ଚାଲିଯାଏ। ହେଲେ କିଛି ସମୟ ପରେ ସେ ସାର୍ ଆସି ସାଗର ଉପରେ ଗାଳିର ବର୍ଷା କରିବା ଆରମ୍ଭ କରି ଦିଅନ୍ତୁ। ବେତ ପାହର ଗୋଟେ ବି ତଳେ ପଡୁ ନ ଥାଏ। କେହି କିଛି ବୁଝି ପାରୁ ନ ଥାନ୍ତି କଣ କରିଛି ସାଗର। ସାଗର ଜୋରରେ କାନ୍ଦୁ ଥିଲା। ଦେହ ସାରା ବେତ ର ଚିହ୍ନ। ସାର୍ ସେ ଚିଠି ଟି କୁ ସାଗର ଉପରକୁ ଫୋପାଡି ଦେଇ ସେଠୁ ଚାଲିଗଲେ। ଘରକୁ ଫେରିଲା ବେଳେ ସମୀରକୁ ସବୁ କଥା କୁହେ ସାଗର ଆଉ ସେଇ ଦିନ ଠୁ ସାଗର ଶ୍ରୀ ସହ କଥା ହେବାକୁ ବି ଡରେ। 

      ନଈ କୂଳରେ ବସି କଥା ହେଉଥିବାବେଳେ ସମୀର ସାଗରକୁ କୁହେ "ସେଦିନ ର ସେ ଅଲେଖା ଅଧା ଲେଖା ଚିଠି ଟିକୁ ତୁ ଏବେ ପୁରା କରୁନୁ କଣ ପାଇଁ! ଶ୍ରୀ ତ ଏବେ ତୋ ସହ ସମାନ କଲେଜରେ ବି ପଢୁଛି ,ଆଗ ଅପେକ୍ଷା ତୁ ଶ୍ରୀ କୁ ବେଶୀ ଜାଣି ଯିବୁନି। 

    ସାଗର ନିଜ ପର୍ସ ଭିତରୁ ସେ ଚିଠି ଟି ବାହାର କରି କହିଲା ଦେଖ ଆଜି ବି ଚିଠିକୁ ମୋ ପାଖରେ ରଖିଛି ହେଲେ କେବେ ସାହସ ହେଇନି ଏଥିରେ କିଛି ଲେଖି ଶ୍ରୀକୁ ଦବା ପାଇଁ। ସମୀର କହିଲା ତୁ ଆଜି ଚିଠିକୁ ଅଧାରୁ ସମ୍ପୂର୍ଣ୍ଣ କରିବୁ ଆଉ କାଲି ଶ୍ରୀ କୁ ତା ବହି ଭିତରେ ପୁରେଇ ଦେଇ ଦବୁ। ସାଗର ନା ନା ମୁଁ ଜାଣିନି ଶ୍ରୀ କଣ ଭାବିବ! ୟା ଭିତରେ ଆମ ଭଲ ସାଙ୍ଗ ହେଇ ସାରିଛୁ ଯଦି ଶ୍ରୀ ରାଗି ଯାଏ ଆଉ ଆମ ବନ୍ଧୁତାକୁ ବି ଭାଙ୍ଗି ଦିଏ ! ନାଁ ନା ସେମିତି କରିବି ନାହିଁ ମୁଁ। ଶ୍ରୀ ର ଭଲ ପାଇବା ଠୁ ତା ବନ୍ଧୁତା ମୋ ପାଇଁ ବେଶୀ ଦରକାର। 

     ୟା ଭିତରେ ବହୁତ୍ ସମୟ ବିତି ଯାଏ ଆଉ ସାଗର ସମୀର ଦୁହେଁ ଘରକୁ ଯାଇ ଖାଇ ପି ଶୋଇ ପଡନ୍ତି। ତା ପରଦିନ ହଠାତ୍ ଶ୍ରୀ ସାଗର କୁ ଫୋନ କରି ପାର୍କକୁ ଡାକେ ଆଉ ସାଗର ହାତରେ ଧରେଇ ଦିଏ ଗୋଟେ କାଗଜ । ସାଗର କାଗଜକୁ ଖୋଲି ଦେଖେ ତ ଏଇ ତ ସେଇ ପିଲା ଦିନର ଚିଠି ହେଲେ ଏଇଟା ଶ୍ରୀ ପାଖକୁ କେମିତି ଆସିଲା? ସାଗର ନିଜକୁ ଦୋଷୀ ଦୋଷୀ ଭାବି ତଳକୁ ମୁହାଁ କରି ଠିଆ ହେଇଥିଲା। ୟା ଭିତରେ ତାର ଆଖି ପଡ଼ିଲା ଚିଠିର ଶେଷ ମୁଣ୍ଡରେ ଲେଖା ଥିଲା - ଏଇ ଅଲେଖା ଚିଠିକୁ ପୁରା କରିବାକୁ ତମେ ଏତେ ସମୟ ନେଇ ଗଲ । ମୁଁ ବି ତୁମକୁ ଭଲପାଏ ସାଗର। ମୁଁ ଭାବୁଛି ଆଜି ଆମର ଏଇ ଅଲେଖ ଅଧା ଚିଠି କୁ ସାରା ଜୀବନ ପାଇଁ ଆମେ ଶବ୍ଦରେ ଭରି ଦବା। 

    ଆର ପଟରୁ ସମୀର ହସି ହସି ଆସେ ଆଉ ସାଗରକୁ କୁଣ୍ଢେଇ ଧରି କହେ କଣ ସାଙ୍ଗ ଦେଖିଲୁ ତ ତୋର ସେଇ ପିଲା ଦିନର ଅଲେଖା ଅଧା ଚିଠିକୁ ମୁଁ ଆଜି ରଙ୍ଗ ଭରା ଶବ୍ଦରେ ଭରି ଦେଲି। 


   ସେଇ ପିଲା ଦିନର ଅଧା ଲେଖା ଚିଠି ସାରା ଜୀବନ ପାଇଁ ରଙ୍ଗ ଭରା ଶବ୍ଦରେ ପରିପୂର୍ଣ୍ଣ ହେଇ ରହିବା ପାଇଁ ସାଗର ଆଉ ଶ୍ରୀ ଶପଥ ନେଲେ।...




Rate this content
Log in

More oriya story from Anita Jena

Similar oriya story from Romance