Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ଫୁଲମତୀ ନାରୀ

ଫୁଲମତୀ ନାରୀ

3 mins
22


ବନ୍ଦୀ ପକ୍ଷୀ ଶୁଆଟିକୁ ଚାହିଁ ଚାହିଁ ଶାଶୁଘରେ ବଞ୍ଚିଥିଲା ଫୁଲ. ବାହା ହୋଇ ଆସିବା ପରେ ତାର ସ୍ବାଧୀନତା ନଥିଲା. ମନ ଖୋଜୁଥିଲା ତେଇଶି ବର୍ଷ କଟେଇ ଆସିଥିବା ବାପା ମାଆ ଭାଇ ଭଉଣୀଙ୍କ ସ୍ନେହ ଆଦର. ବାପାଙ୍କ ଘରେ ରୋଷେଇ ସରୁ ସରୁ ବୋଉ ଡାକ ଛାଡେ , ଆସିଲୁ ମାଆ ଫୁଲ ଦେଖିଲୁ ତରକାରୀଟା ଠିକ ଠାକ ରାଗ ଲୁଣ ପଡି ଭଲ ଲାଗୁଛି କି ନାହିଁ? ପ୍ରକୃତରେ ତରକାରୀ ଖୁବ ସୁଆଦିଆ ଥାଏ କିନ୍ତୁ ଝିଅ କେମିତି ଆଗ ଖାଇଦେଉ ବୋଲି ବୋଉର ଇଛା. ଶାଶୁଘରେ ସମସ୍ତେ ଖାଇସାରିବା ପରେ ତା ପାଇଁ କିଛି ନଥାଏ ଯଦିଓ ମନ ଧ୍ୟାନ ଲଗାଇ ସେ ହିଁ ସବୁ ରୋଷେଇ କରିଥାଏ. ଶାଶୁଙ୍କୁ ସେଦିନ ପଚାରିଥିଲା ଫୁଲ ମାଆ ମୋ ପାଇଁ ତରକାରୀ ନାହିଁ. ଆଳୁ ଭାଜିଦେବି କି? ଆଳୁ କାହିଁକି ଭାଜି ଏବେ ଏତେ ପରିଶ୍ରମ କରିବୁ. ଖଟା ପିଆଜ ଲଙ୍କା ଚକଟି ଶୀଘ୍ର ଖାଇଦେ ମା, ଶୁଆଟା ଖାଇନି ଏଯାଏଁ ତାକୁ ଖାଇବାକୁ ଦେବୁ ପରା. ଫୁଲ ଲୁହ ପୋଛି ଦେଇ ନିଜେ ନଖାଇ, ଶୁଆ ପାଇଁ ତା ବତୁରା ବୁଟ ନେଇ ବନ୍ଦୀ ପକ୍ଷୀଟି ପାଖକୁ ଯାଇ ଖୁବ କାନ୍ଦେ. ତା ଆଗରେ କହେ ମୁଁ ଠିକ ତୋରି ପରି ବନ୍ଦୀ ଏ ଘରେ. ଲକ୍ଷ କରେ ପକ୍ଷୀଟି ତା କଥା ଶୁଣୁଛି, ବୁଝିପାରୁଛି ତା ଦୁଃଖ. କଥା ପ୍ରିୟ ମଣିଷ ପରି ପକ୍ଷୀଟି ମଧ୍ୟ କଥା ବୁଝିପାରେ. ନଖାଇ ଚାହିଁରହେ,ଦୂର ପାହାଡ଼ ବିଲ ବଣ ନଈ ଓ ନୀଳ ଆକାଶକୁ ତ ସେଦିନ କଣ ମନ ହେଲା ଖୋଲିଦେଲା ଫୁଲ ପଞ୍ଜୁରୀ, ଉଡାଇଦେଲା ଶୁଆଟିକୁ.।

   ମାଆ ସମ୍ବୋଧନ କରି ଆମ୍ବୁଲ ଚକଟି ଖାଇଦେ ଭାତ କହୁଥିବା ଶାଶୁ ସେଦିନ ଗର୍ଜ୍ଜନ କଲେ. ଅଲକ୍ଷଣୀଠାରୁ ଆରମ୍ଭ କରି ଯେତେ ଇଛା ସେତେ ଗାଳିଦେଲା ପରେ ବି ମନ ଶାନ୍ତି ହେଉନଥାଏ ତାଙ୍କର. ପୁଅକୁ ଆଦେଶ ଦେଲେ ଶୀଘ୍ର ଏ ଅଲକ୍ଷଣୀକୁ ସାଙ୍ଗରେ ନେଇ ଚାଲିଯା ମୋ ଆଖି ସାମ୍ନାରୁ. ମୋ ଲଷ୍ମୀମନ୍ତ ଶୁଆକୁ ଉଡେଇ ଦେଇଛି ସେ. ସ୍ୱାମୀ ଅତୁଲ ସଙ୍ଗେ ଆସିବାକୁ ଶଶୁର ମଧ୍ୟ ରୋକି ନଥିଲେ. ଭିତରେ ଭିତରେ ଫୁଲ ଖୁସିରେ ଫୁଲି ଉଠୁଥିଲା ଏଇଥିପାଇଁ କି ତା ଭଲ କାମର ଭଲ ପରିଣାମ ମିଳେ ବୋଲି କହୁଥିବା ବାପାଙ୍କ କଥା ସତ ହୋଇଛି. ଶୁଆଟିକୁ ସ୍ବାଧୀନତା ଦେଇ ସେ ନିଜେ ସ୍ବାଧୀନ ହୋଇଯାଇଛି. ଏଣିକି କିଛି ନହେଲେ ନିଜ ହାତରନ୍ଧା ନିଜେ ଖାଇ ପିଇ ପାରିବ ତ. ସବୁ ଭାବନା କିନ୍ତୁ ସତ ହୁଏନା. ଅତୁଲଙ୍କର ବେପାରୁଆ ଢଙ୍ଗଢାଙ୍ଗରେ ଘରଦ୍ୱାର ଝଡ଼ା ପୋଛା ଯେତେ କଲେ ମଧ୍ୟ ଯୋଉ କଥାକୁ ସେହି କଥା. କୋଉଠି ସିଗାରେଟ ଡବା ପଡ଼ିଥିବ ତ କୋଉଠି ସିଗାରେଟ ଧୂଆଁଝଡିଥିବ . କୋଉଠି ଓଦା ଟାୱଏଲ ପଡ଼ିଥିବ ତ କୋଉଠି ମଇଳା ମୋଜା. ତଥାପି ସ୍ବାଧୀନତା ଟିକକ ବଳରେ ଫୁଲକୁ ମିଳିଯାଇଥିଲା ନୂଆ ମଣିଷଟେ. କାମବାଲୀ ସୁକାନ୍ତି.।

  ଯେତେ ଯାହା କଲେ ମଧ୍ୟ ଅତୁଲ ଓ ଫୁଲ ଭିତରେ ଝଗଡା ଲାଗି ରହୁଥିଲା. କୋଉଦିନ ତାକୁ ନପଚାରି ଚାରିଜଣ ବନ୍ଧୁଙ୍କୁ ନେଇ ହଠାତ କ୍ୱାଟରକୁ ଫେରିବେ ଅତୁଲ ତ କୋଉଦିନ ରାତିରେ ଖାଇକି ଆସିଛି କହି ଘରେ ଖାଇବେ ନାହିଁ. ସ୍ବାଧୀନତା ନାମରେ ଜୀବନ ଶୈଳୀରେ ବିଶୃଙ୍ଖଳା ଜମା ଭଲ ଲାଗେନି ଫୁଲକୁ. ବୋଉ ବିଦାୟୀ ବେଳେ କହିଥିଲା ଝିଅ ସଂସାର କଲେ ପଥର ପଡିଲେ ସହି. ସହି ଯିବାର ଗୋଟେ ସୀମା ଥାଏ ବୋଲି ସେ ବୋଉକୁ ବୁଝେଇ ପାରୁନଥିଲା. ସେ ନିଜେ ଚାକିରୀ କରିବାକୁ ବାରଣ କରିଥିଲେ ଅତୁଲ. ଏମିତିକି ତାକୁ ମୋବାଇଲ ମଧ୍ୟ ବାରଣ ଥିଲା.ସବୁ ସହିଯାଉଥିବା ବେଳେ ସେଦିନ ଠାକୁରଙ୍କ ପାଇଁ ଭଲ ଘିଅ ଆଣିବାକୁ କହି ଚାରିଦିନ ପରେ ଶସ୍ତା ଦୀପ ତେଲ ଆଣିଦେଇଥିଲେ ଅତୁଲ ତ ତାର ଯୁକ୍ତି ଥିଲା ଠାକୁରଙ୍କ ଦୟାରେ ସବୁକିଛି ପାଇଥିବା ମଣିଷର ଠାକୁରଙ୍କୁ ଦେବା ପାଇଁ ଏତେ କାର୍ପଣ୍ୟ କଣ ପାଇଁ? ସବୁ ଦାନ ତାଙ୍କର ଥିବା ବେଳେ ତାଙ୍କ ପୂଜା ପାଇଁ ଭଲ ଘିଅ ଟିକେ ଆଣିବା କଣ ଉଚିତ ନଥିଲା?ଏହି କଥାରୁ କଳି ବଢିଲା. ପରିଣାମ ଏୟା ହେଲାକି ଅତୁଲଙ୍କର ମୁହଁ ଏପଟେ ତ ଫୁଲଙ୍କ ମୁହଁ ସେପଟେ.।

  ଏସବୁ ଦେଖି ସହି ପାରୁନଥିଲା ସୁକାନ୍ତି.ଫୁଲ ଭଳି ନରମ ଶାନ୍ତ ସରଳ ମାଲିକାଣୀଙ୍କ ପକ୍ଷୀ ପରି ବନ୍ଦୀ ଜୀବନ ତାକୁ କଷ୍ଟ ଦେଉଥିଲା. ଅତୁଲ ମଧ୍ୟ ଖରାପ ଲୋକ ନଥିଲେ କିନ୍ତୁ ନାରୀ ଯେ ସମ୍ମାନର ପାତ୍ରୀ ଏକଥା ସେ ବୁଝିନଥିଲେ. ସେଦିନ ଗୋଲାପ ଫୁଲଟିକୁ ବାବୁଙ୍କୁ ବଢ଼େଇ ଦେଲାବେଳେ ସୁକାନ୍ତିକୁ ଆଶ୍ଚର୍ଯ୍ୟରେ ଚାହିଁଥିବା ଅତୁଲଙ୍କୁ କହିଥିଲା ମୁଁ ନୁହେଁ ବାବୁ ମାଆ ଦେଇଛନ୍ତି. ଭିତରେ ଭିତରେ ଦିଲଟା ଗାର୍ଡେନ ଗାର୍ଡେନ ହୋଇଗଲା ଅତୁଲଙ୍କର. ଠିକ ସେହି ସୁଯୋଗରେ ସୁକାନ୍ତି କହୁଥିଲା ମାଆ ଛାତ ଉପରକୁ ଡକାଇଛନ୍ତି. ସେପଟେ ଫୁଲମାଆଙ୍କୁ ମଧ୍ୟ ଅନୁରୂପ ଗୋଲାପଟିଏ ଦେଇ କହିଥିଲା ମୁଁ ନୁହେଁ ବାବୁ ଦେଇଛନ୍ତି ଆଉ ଛାତ ଉପରେ ତୁମକୁ ଅପେକ୍ଷା କରିଛନ୍ତି. ଦଉଡି ଗଲେ ଛାତକୁ ଖୁସିରେ ଫୁଲ . ହେଲେ ଅତୁଲ କହୁଥିଲେ କାହିଁକି ଡାକିଲ ମତେ? ଗୋଲାପ ଫୁଲ ଦେଇ ଡାକିବାର ମାନେ କଣ? ସେତେବେଳକୁ ଫୁଲ ବୁଝିସାରିଥିଲେ କି ଏସବୁ ସୁକାନ୍ତି ମାଉସୀଙ୍କ କାରାନାମା ପୁଣି ବୁଝିସାରିଥିଲେ କି ଅତୁଲ ଖୁସି ଥିଲେ ବି ପୁରୁଷପଣିଆ ଜାହିର କରିବାକୁ ଯାଇ ହାରିବାକୁ ଚାହାଁନ୍ତି ନାହିଁ. ଫୁଲଙ୍କର ମନେ ପଡିଲା ବାପା ଓ ମାଆଙ୍କ କଥା. ଓଢଣା ଟାଣି ଗୋଲାପଟିକୁ ସ୍ୱାମୀଙ୍କ ପାଦ ତଳେ ଅର୍ପଣ କରି ମୁଣ୍ଡିଆ ମାରିଥିଲେ ଫୁଲ. ଦୁହିଁଙ୍କ ଝଗଡାର ଶେଷ ପରିଣତି ଏଡ଼େ ସୁନ୍ଦର ହେବ ବୋଲି ଭାବିନଥିବା ସୁକାନ୍ତିଙ୍କୁ ଆଶ୍ଚର୍ଯ୍ୟ କରି ଫୁଲ ତାଙ୍କୁ ମଧ୍ୟ ପ୍ରଣାମ କରିଥିଲେ ତ ସୁକାନ୍ତି କାନ୍ଦି ପକେଇଥିଲେ. ଫୁଲ କହିଥିଲେ ତୁମେ ମୋ ମାଆ. ସ୍ଥାନ କାଳ ପାତ୍ର ଅନୁଯାୟୀ ତୁମଠୁ ମୋର ଅଧିକ ନିଜର କିଏ? ସୁକାନ୍ତି କହୁଥିଲେ ନାରୀ ସର୍ବସଂହା ବୋଲି ଶୁଣିଥିଲି ଆଜି ଦେଖିଲି ନିଜ ଆଖିରେ. ସେହି ଦିନଠୁ ନିଜକୁ ସମର୍ପଣ କରିସାରିଥିଲେ ଫୁଲ. ନାରୀ ସିଏ ଯାହାର ଧର୍ଯ୍ୟ, ସାହାସ, ଶକ୍ତି, ଅନୁକମ୍ପା, ଅନୁରାଗ ସହିତ ଶହନଶୀଳତା ଥାଏ ବୋଲି ବୁଝିବାକୁ ବାକି ନଥିଲା ତାଙ୍କୁ.।


Rate this content
Log in

Similar oriya story from Action