Sunanda Mohanty

Tragedy Classics Others

3  

Sunanda Mohanty

Tragedy Classics Others

ମାତା ସତୀ ସୀତା

ମାତା ସତୀ ସୀତା

4 mins
7



   ମାତା ସୀତା ପରୀକ୍ଷା ପରେ ପରୀକ୍ଷା ଦେଇ ଦେଇ ପାତାଳ ଗାମିନୀ ହେବାକୁ ଚାହିଁଲେ. ଜୀବନ ସାରା କଷଣ ଓ ପରୀକ୍ଷା କେତେ ଦେଇଥାନ୍ତେ ଆଉ!ରାବଣ ରାଇଜ ଲଙ୍କା ନଗରୀରୁ ଆସିଲା ପରେ, ଧୋବା ଧୋବଣୀଙ୍କ କଳି ଶୁଣି ପୁଣି ଲଷ୍ମଣଙ୍କ ସହିତ ବଣ ଗମନ, ବାଲ୍ମୀକିଙ୍କ ଆଶ୍ରମରେ ଲବ କୁଶଙ୍କ ଜନ୍ମ ପରେ ମଧ୍ୟ ତାଙ୍କ ଉପରୁ ସନ୍ଦେହ କଟିନଥିଲା. ଅଯୋଧ୍ୟା ଫେରିବା ପରେ ଭାବିଥିଲେ ଏଥର ତ ଅନ୍ତତଃ ଶାନ୍ତିରେ ସାଂସାରିକ ସୁଖ ଭୋଗ କରିବେ ବାକି ଜୀବନ. ହେଲେ ପୁଣି ସେଇ ଅଗ୍ନି ପରୀକ୍ଷା!ଏଇ ପରୀକ୍ଷା ରୂପୀ ରାକ୍ଷାସ ପାଖରୁ କଣ ନିସ୍ତାର ନାହିଁ ତାଙ୍କର! ତେଣୁ ମୁଁ ତୁମକୁ ଡାକ ପକେଇଲି ମାଆ ବସୁଧା. ତୁମେ ଫାଟିଯାଅ, ମତେ କୋଳେଇ ନିଅ.

  ମାତା ବସୁଧା ହସିଲେ କହିଲେ ମାଆ ଭାବିଲୁ ଥରେ ସ୍ଵର୍ଗପୁର ଦେବୀମାନଙ୍କ କଥା.ଲଷ୍ମୀ, ପାର୍ବତୀ ଓ ସରସ୍ବତୀଙ୍କୁ ସତୀତ୍ବର ପରୀକ୍ଷା ଦେବାପାଇଁ ନାରଦଙ୍କ ସହିତ ଚୁକ୍ତି କରି କି ଅସୁବିଧାରେ ପଡ଼ିଥିଲେ? ଅତ୍ରି ମୁନିଙ୍କ ସ୍ତ୍ରୀ ଅନସୂୟା ସବୁଠାରୁ ବଡ଼ ସତୀ ବୋଲି ଶୁଣି ତିନି ଦେବୀଙ୍କ ଭିତରେ ଅହଂ ଆସିଥିଲା କହୁଥିଲେ ମାତା ସୀତା. ହେଲେ ଝିଅ ଭାବିଲୁ ଥରେ ସେମାନେ କଣ କମ ସତୀ?ଜଗନ୍ନାଥଙ୍କ ଘରଣୀ ଲଷ୍ମୀ, ଜଗନ୍ନାଥଙ୍କ ଧ୍ୟାନ, ଚିନ୍ତା, ଚେତନା ଛଡା ଆଉ କାହା କଥା ଭାବନ୍ତି ନାହିଁ. ସେହିଭଳି ସତୀ ପାର୍ବତୀ ଶିବଙ୍କୁ ପାଇବା ପାଇଁ ଜନ୍ମେ ଜନ୍ମେ ତପସ୍ୟା କରି ମଧ୍ୟ ହାରି ଯାଇନାହାଁନ୍ତି. ଆଉ ସରସ୍ବତୀ ସେ ତ ବିଦ୍ୟାଦାତ୍ରୀ. ବ୍ରହ୍ମା ମଧ୍ୟ ସନ୍ଥ, ପାନ୍ଥ, ସ୍ବାଧୀ, ତପସ୍ୱୀ. ସରସ୍ବତୀଙ୍କ ପାଖରେ ଖୁଣ ନାହିଁ. ଏସବୁ ସତ୍ୱେ କେତେ ଅପମାନିତ ହେଲେ ସେମାନେ!

  ସୀତା କହୁଥିଲେ ଏସବୁ ନାରଦଙ୍କ ପାଇଁ ମାଆ ବସୁଧା. ପୁଣି ଅଂହଙ୍କାର ହିଁ ଏହାର ପ୍ରମୁଖ କାରଣ. ଲଷ୍ମୀ, ସରସ୍ବତୀ ଓ ପାର୍ବତୀ ଯଦି ସ୍ୱାମୀ ମାନଙ୍କୁ କହି ଅନସୂୟାଙ୍କ ପାଖକୁ ପଠେଇ ନଥାନ୍ତେ, କଥା ସାରିଥାନ୍ତା. ସ୍ତ୍ରୀମାନଙ୍କ ପାଖରୁ ସବୁ ଶୁଣି ଅନସୂୟାଙ୍କ ପାଖକୁ ଗଲେ ତ ଗଲେ ପୁଣି ବ୍ରାହ୍ମଣ ବେଶ ହୋଇ ସର୍ତ୍ତ ରଖିଲେ ଲଙ୍ଗଳା ହୋଇ ଅନ୍ନ ପରଶିଲେ ଆମେ ଖାଇବୁ.ତପସ୍ୱୀଙ୍କ ପତ୍ନୀ ଅନସୂୟା ଯୋଗ ବଳରେ ସବୁ ଜାଣିପାରିଲେ. ତେଣୁ ମନ୍ତ୍ର ବୋଲି ସମସ୍ତଙ୍କୁ ଶିଶୁ ପୁତ୍ର ବନେଇ ଦେଇ ସର୍ତ୍ତ ଅନୁଯାଇ ମାଆ ବେଶରେ ନଗ୍ନ ହୋଇ ଅନ୍ନ ପରଶିଲେ ଶିଶୁପୁତ୍ର ରୂପୀ ଦେବତାମାନଙ୍କୁ. ଏଥିରେ ନାରଦ ତ ଅସଲ କଳିଆ. ଛାଡ଼ିବେ କୁଆଡୁ? ଡାକିଆଣିଲେ ତିନି ଦେବୀଙ୍କୁ, କହିଲେ ନିଜ ନିଜ ସ୍ୱାମୀଙ୍କୁ ଚିହ୍ନି ନେଇଯାଅ. କହିଲୁ ମାଆ ସୀତା ଏହାଠୁ ବଳି ପରୀକ୍ଷା, ଦେବୀମାନଙ୍କ ପାଇଁ କେତେ ଅପମାନଜନକ?

   କହିଚାଲିଥିଲେ ବସୁଧା ମାତା. ଚିହ୍ନିନପାରି ଶିଶୁମାନଙ୍କୁ ଜଣ ଜଣ କରି କୋଳକୁ ନେଲା ପରେ ଲଷ୍ମୀଙ୍କ ପାଖେ ଶିବ ତ ସରସ୍ବତୀଙ୍କ ପାଖେ ବିଷ୍ଣୁ ଆଉ ବ୍ରହ୍ମାଙ୍କ ପାଖେ ପାର୍ବତୀ. କି ଘୋର ଲଜ୍ଜ୍ୟା ପାଇଲେ ଦେବୀ ହୋଇ!ସୀତା କହୁଥିଲେ, ସେମାନଙ୍କର ଅଲଗା ଅଲଗା ନାମ ହେଲେ ମଧ୍ୟ ସେମାନେ ଏକ ହିଁ ଦେବୀ ଆଉ ସେମିତି ବ୍ରହ୍ମା ବିଷ୍ଣୁ ମହେଶ୍ୱର ମଧ୍ୟ ଏକ ହିଁ ଦେବତା . ମୁଁ ମଣିଷ ରୂପୀ ନାରୀ ମାଆ, କେତେ ସହିଥାଆନ୍ତି ଆଉ!

   ମର୍ତ୍ତ୍ୟରେ ପୁଷ୍ପ ହୋଇ ଫୁଟିଥିଲେ ମଧ୍ୟ କେଉଁ ପୁଷ୍ପକୁ ସତୀ ପୁଷ୍ପ କୁହାଯାଏ ଜାଣିଛ ମାଆ?ଦୁନିଆରେ ଯେତେ ପୁଷ୍ପ ଅଛି ସେସବୁ ମଧ୍ୟରୁ ଦୁଇଟି ପୁଷ୍ପକୁ ସତୀ ପୁଷ୍ପ କୁହାଯାଏ , ସେ ଫୁଲ ଦୁଇଟି ହେଲା କେତେକୀ ଫୁଲ ଆଉ ଅନ୍ୟଟି ହେଲା ଚମ୍ପା ଫୁଲ. ଏହାର କାରଣ ହେଲା , ପ୍ରତ୍ୟେକ ଫୁଲରେ ଭ୍ରମର ବସି ତାର ସତୀତ୍ୱକୁ ହରଣ କରିଥାଏ କିନ୍ତୁ ଏହି ଦୁଇଟି ଫୁଲରେ କେବେହେଲେ ଭ୍ରମର ବସେନାହିଁ ଏହାକୁ ନେଇ ଶାସ୍ତ୍ରକାରମାନେ ସୁନ୍ଦର କାରଣ ବ୍ୟାଖ୍ୟା କରିଛନ୍ତି.ଏହାକୁ ବୈଜ୍ଞାନିକମାନେ ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି.ସେହି କାରଣ ହେଲା ""ଗନ୍ଧେୟିରାଘ୍ରା ଜଗତି ବିଦିତା, କେତେକି, ସ୍ଵର୍ଣବର୍ଣ୍ଣା , ପଦ୍ମେୟି ଭ୍ରନ୍ତ୍ୟ ଖୁଦିତ ମଧୂପହଃ । ପୁଷ୍ପମଧ୍ୟେ ପପାଶଃ , ଅନ୍ଧି ଭୁତଃ କୁସୁମ ରଜସାହଃ. କଣ୍ଟକୈ କ୍ଷୁର୍ଣ୍ଣ ପକ୍ଷହଃ ସ୍ଥାତୁମ୍ , ଗନ୍ତୁମ୍ , ପଦମପି ସକେ ନୈବ ଶକ୍ତଃ ଦୁରେବ "" ଅର୍ଥାତ୍ ଯେତେବେଳେ କେତକୀ ଫୁଲ ଉପରେ ଭ୍ରମର ଯାଇ ବସିବ ସେତେବେଳେ କେତେକୀ ଫୁଲ ପତ୍ରର କଣ୍ଟା ବାଜି ଭ୍ରମରର ଦୁଇଟି ଯାକ ପକ୍ଷୀ ତ ଛିଡି ଯିବ ସେ ପକ୍ଷ୍ୟ ହୀନ ହୋଇଯିବ , ଠିକ ସେହି ସମୟରେ କେତେକୀ ଫୁଲର ପରାଗ ରେଣୁ ଭ୍ରମରର ଚକ୍ଷୁରେ ପଡିବ ଆଉ ସେ ଅନ୍ଧ ହୋଇଯିବ. ତେଣୁ ସେ ଏତେ କଷ୍ଟ ଭୋଗିବା ପରିବର୍ତ୍ତେ ତା ଉପରେ ବସିବାକୁ ଯାଏନାହିଁ.କିନ୍ତୁ ଚମ୍ପା ଫୁଲରେ ତ କଣ୍ଟା ନ ଥାଏ ତାର ପରାଗ ରେଣୁ ପଡି ଅନ୍ଧ ହେବାର ନାହିଁ , ସେ କାହିଁକି ତା ପାଖକୁ ଯାଏନାହିଁ ଜାଣ ମାଆ?ତାର କାରଣ ହେଲା,ଯେତେବେଳେ ଚମ୍ପା ଫୁଲ ଉପରେ ଯାଇ ଭ୍ରମର ବସିବ ସେତେବେଳେ ତାର ସୁଗନ୍ଧରେ ସେ ମୂର୍ଚ୍ଛା ହୋଇଯିବ ସେଥିପାଇଁ ଭ୍ରମର ଏହି ଫୁଲ ଉପରେ ବସେନାହିଁ.ତେଣୁ ଏହି ଦୁଇଟି ଫୁଲ ଉପରେ ଭ୍ରମର ନ ବସିବା କାରଣରୁ ଫୁଲ ଦୁଇଟିକୁ ସତୀ ଫୁଲ ବୋଲି କୁହାଯାଏ.ଆମ ଭାରତୀୟ ଦାର୍ଶନିକ ସନ୍ଥମାନେ ଏପରି ମହାନ ବୈଜ୍ଞାନିକ ଥିଲେ ଯେ ସେ ମଧ୍ୟ ଏହି ସବୁକୁ ପ୍ରମାଣିତ କରିଛନ୍ତି. ମୁଁ କଣ ସେହି ଦୁଇ ଫୁଲଙ୍କ ପରି ନୁହେଁ କି ମାଆ. ଲକ୍ଷ ଏକା ରାସ୍ତା ଭିର୍ନ୍ନ କେବଳ ନା ନାହିଁ କୁହ ମାଆ? କେତେ ଆଉ ସହିଥାଆନ୍ତି!

   ତୁ ମଧ୍ୟ ସେହି ଦେବୀମାନଙ୍କ ଅଂଶ ବିଶେଷ ଝିଅ. ଆଉ ରାମ ମଧ୍ୟ ଦେବତାମାନଙ୍କ ଅଂଶ ବିଶେଷ.ଖାଲି ମଣିଷ ଭିତରେ ମାନବିକତା, ଦୟା, ଧର୍ମ, ତ୍ୟାଗ, ଦାନ, ଧର୍ମ ଶିକ୍ଷା ଦେବାକୁ ତୁମ ଦୁହିଁଙ୍କ ଜନ୍ମ. ସେସବୁ ମତେ ଆଉ କିଛି କୁହନାହିଁ ମାଆ. ମୋର ଖାଲି ତୁମ କୋଳ ଦରକାର. ବସୁଧାଙ୍କ କୋଳରେ ମୁଣ୍ଡ ଗୁଞ୍ଜି ଦେଇ ସୀତା ଶୋଇପଡ଼ୁ ପଡୁ ବସୁଧା କହୁଥିଲେ ନାରୀର ଧର୍ଯ୍ୟ ଓ ସହନଶୀଳତା ଓ ସର୍ବୋପରି ସର୍ବସଂହା ହେବା ଏକାନ୍ତ ଆବଶ୍ୟକ ମାଆ. ଆଖି ମୁଜି ଦେଇଥିବା ସୀତାଙ୍କ କେଶ ସଞ୍ଚଳନ କରୁଥିଲେ ମା ବସୁଧା.ସୀତା କହୁଥିଲେ ସତୀ ହେବାକୁ ଏତେ ପରୀକ୍ଷା ଦେବାକୁ ହୁଏ, ମୁଁ ଭାବିପାରୁନି ମତେ କ୍ଷମା କର ମାଆ ବସୁଧା.ଶାନ୍ତିରେ ଦୁଇଘଡି ଶୋଇବାକୁ ଦିଅ ତୁମ କୋଳରେ ।


Rate this content
Log in

Similar oriya story from Tragedy