Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଓ୍ଵିକଏଣ୍ଡ ବ୍ଲୁ

ଓ୍ଵିକଏଣ୍ଡ ବ୍ଲୁ

3 mins
5



   ବୋଉର କଣ ହେଲା କେଜାଣି ଆଉ ବାବୁଘର କାମ ପାଇଟିକୁ ଯାଇ ପାରୁନଥିଲା. ଫୁଲକୁ ଆକଟ କରି କହୁନଥିଲା ଝିଅ ପିଲା ବେଶୀ ପାଠ ପଢିବା କଣ ଦରକାର. ଗୀତା ଭାଗବତ ଟିକେ ପଢିଲେ ଗଲା. ପୁଣି ଚଟା, କିଟିକିତି ଖେଳିବାକୁ ଆକଟ କରି କହୁଥିଲା ଜାଳ ଚୁଳିମୁଣ୍ଡେ ସାଇତି ନରଖିଲେ କାଲିକି ଚୁଲି ଜଳିବନି ତେଣୁ ବାର ବର୍ଷର ଝିଅ ଫୁଲ ବାରିପଟୁ ଜାଳ ଆଣି ଚୁଳିମୁଣ୍ଡେ ରଖିଲା ବେଳେ ବୋଉ ଖଳାବାରି ଲିପୁନଥିଲା. ବାପା କୁଆଡେ କଏଦୀ ହୋଇ ଜେଲରେ ସାରା ଜୀବନ ରହିବ. ଆଉ କାହିଁକି ଫେରିବନି ତାର ଦୋଷ କଣ ବୋଉକୁ ପଚାରିଲେ ବୋଉ କାନ୍ଦୁଥିଲା ଆଉ ତାକୁ କୋଳେଇ ନେଇ କହୁଥିଲା ତୁ ହିଁ ମୋ ଜୀବନ, ତୁ ହିଁ ମୋ ଧନ, ରତନ, ମାଣିକ. ଶାନ୍ତିରେ ଆଖି ମୁଜି ହୋଇଯାଉଥିଲା ଫୁଲର. ବୋଉ ଯେତେବି କଟକଣା କରୁ କିନ୍ତୁ ତା ହୃଦୟରେ ମୁଁ ଭାବି ନିଶ୍ଚିନ୍ତରେ ଶୋଇଯାଉଥିଲା ବେଳେ ଏବେ ବୋଉ କଥା କହୁନି, ପାଟିକୁ ପାଣି ଯାଉନି. କଣ କରିବ ଫୁଲ. ଥରେ ଅଧେ ବୋଉ ସାଙ୍ଗରେ ବାବୁଘର ଯାଇଥିଲା. ଯିବ ନଯିବ ଭାବୁ ଭାବୁ ବାବୁ ଆସିଥିଲେ ଓ ବୋଉକୁ ହସ୍ପିଟାଲ ନେଇଥିଲେ. ବୋଉ କିନ୍ତୁ ଆଉ ଆଖି ଖୋଲିଲା ନାହିଁ କି କଥା କହିଲା ନାହିଁ. ଗାଡି ଆସି ସ୍ବର୍ଗଦ୍ୱାର ନେଇଗଲା ବେଳେ ସେ ଖୁବ ଅଧୀର ହୋଇ କାନ୍ଦୁଥିଲା. ବୋଉ ଲୋ ତୋ ସବୁକଥା ମାନିବି, ଲଲି ପପ କିଣି ଖାଇବାକୁ, ସୁନୁପାମ୍ପୁଡ଼ି କିଣିବାକୁ କି ଆଇସକ୍ରିମ ମାଗିବିନି. ସେସବୁ ମୋର ଦରକାର ନାହିଁ ବୋଉ. ତୋ ପରସ ତୋ ଉଷୁମ ସ୍ୱାସ ପ୍ରଶ୍ୱାସ ତ ମୋ ଜୀବନ ବୋଲି ଭାବି କାନ୍ଦିଲେ ବି ବୋଉ ଫେରିଲାନି ଆଉ ସେ ସବୁଦିନ ବାବୁ ଘରେ ରହିଲା. ଭଲ ଖାଇବା, ପିଇବା, ଖେଳିବା ସହ ପାଠ ପଢ଼ିବାର ସୁବିଧା ଭିତରେ ସେ ଯେଉଁ କାମ କରୁଥିଲା ଯେମିତି ସେ ଗୋଟେ ବୋଉ.

    ଚଉଦ ବର୍ଷର ବାଳିକା ଚବିଶ ବର୍ଷ ପକ୍ଷଘାତ ଝିଅର ବୋଉ ହୋଇଯାଇଥିଲା. ନିଜେ ଗାଧେଇ ଶିଖିନଥିବା, ଫ୍ରକ ଠିକସେ ପିନ୍ଧି ପାରୁନଥିବା ଫୁଲ କିନ୍ତୁ ନିର୍ବିଘ୍ନରେ ବାବୁଙ୍କ ଝିଅର ମଇଳା ସଫା କରିବାକୁ ମଧ୍ୟ ପଛଇନଥିଲା. ହଠାତ ଜୀବନର ସବୁ ଓଲଟ ପାଲଟ ହୋଇଗଲା ଯେବେ ପକ୍ଷଘାତ ଝିଅର ମୃତ୍ୟୁ ସହିନପାରି ବାବୁ ମଧ୍ୟ ଚାଲିଯିବା ପୂର୍ବରୁ ତା ନାମରେ ଘରଟି କରିଦେଇ ଯାଇଥିଲେ. ସେତେବେଳକୁ ସେ ମାତ୍ର କୋଡିଏ ବର୍ଷର ଯୁବତୀ. ରାତିରେ ବୋଉ ମୁହଁ ଦିଶେ. ବୋଉ ବୋଉ କହି କାନ୍ଦିଲେ ସତେ ଯେମିତି ବୋଉ ତାକୁ ସାନ୍ତ୍ୱନା ଦିଏ. କହେ ମୁଁ ସିନା ନାହିଁ ହେଲେ ତୋ ପାଖରେ ଆଜି କଣ ନାହିଁ ମାଆ? ନିଜ ବୁଦ୍ଧି ଖଟେଇ ସଂସାରରେ ନିଜକୁ ପ୍ରତିଷ୍ଠିତ କର. ସତକୁ ସତ ନିଜ ବାବୁ ଛାଡିଯାଇଥିବା ପ୍ରେସର ମାଲିକାଣୀ ହୋଇ ଡାକ ମାଧ୍ୟମରେ ଗ୍ରାଜୁଏଟ ହୋଇ ଆଜି ସେ ବ୍ଲୁ ଭୀଲ୍ଲାର ମାଲିକାଣୀ. ବିବାହ କରି, ସ୍ୱାମୀ ପୁତ୍ର କନ୍ୟା ଭିତରେ ଭରା ସଂସାର ସତ ହେଲେ ବୋଉ ଭଳି ତାକୁ ଛାତିରେ ଜାକି ଧରି କେହି କେବେ କହିନି ମୋ ଧନ, ମୋ ମାଣିକ, ମୋ ରାଣୀ.କର୍ମକୁ ଏକମାତ୍ର ଜୀବନର ଧର୍ମ ମାନି ସକାଳୁ ରାତି ଦଶ ଏଗାର ପର୍ଯ୍ୟନ୍ତ ସେ ପ୍ରେସରେ କାମ କରି ଘରକୁ ଫେରେ ତ ତାକୁ ନିଦ ଦରକାର. ବୋଉ କୋଳର ଉଷୁମ ପରଷ ହରାଇବା ପରଠୁ ଆଜି ଯାଏଁ ସେ ଶୋଇଛି କୋଉଠି? କେବେ ପୁଅ ଝିଅଙ୍କର ପାଠ ପଢା ଚିନ୍ତା ତ କେବେ ସେ ଦୁହିଁଙ୍କର ଚାକିରି ବା କର୍ମ ସଂସ୍ଥାନ. କର୍ମ ପାଇବା ପରେ ମଧ୍ୟ ଦୁହିଁଙ୍କ ମୁଣ୍ଡରୁ ମନ ଡେ ବ୍ଲୁ ଛଡେଇବାକୁ ଯାଇ ନିଜ ଉଦାହରଣ ଦେଇଛି. ତା ପ୍ରେସ ଚଳାଇବାକୁ ହେଲେ ତାର ଛୁଟି ନାହିଁ. ଶନି ରବିବାର ମଧ୍ୟ ତାକୁ କାମ କରିବାକୁ ପଡେ ରାତି ଦଶ ଏଗାର ବାଜିବା ଯାଏଁ. ଆଉ ତୁମେ ଦୁହେଁ ସରକାରୀ ଚାକିରୀରେ ଶନି ରବିବାର ପରେ ସୋମବାର ଆସିବାକୁ ନେଇ ବ୍ୟସ୍ତ ବିବ୍ରତ କାହିଁକି? ରବିବାର ସ୍ୱାଦ ପାଇ ନିଜ କର୍ମସଂସ୍ଥାନକୁ ଯିବାକୁ ସୋମବାର ପ୍ରତି ବୈମାତୃକ ମନୋଭାବ କାହିଁକି?ସୁଖ ପରେ ଦୁଃଖ ତ ସଂସାର ନିୟମ. ଜୀବନ ଏକ ଭଡାଘର. ସେ ଭଡଘରର ମାଲିକ ସ୍ୱୟଂ ଭଗବାନ. ସେ ଜୀବନ ସହିତ କର୍ମ ଦେଇଛନ୍ତି ପୁଣି ସପ୍ତାହର ଶେଷ ବା ଓ୍ଵିକଏଣ୍ଡ ବି ରଖିଛନ୍ତି ମଜା ମସ୍ତି ସହ ପୁଣି ମନ ଡେ ପ୍ରସ୍ତୁତି ପାଇଁ. ବୁଝିଯାଆନ୍ତି ପିଲାମାନେ. ବୋଉକୁ ମନେପକାନ୍ତି ଫୁଲ? ତୁ ସତ କହୁଥିଲୁ ବୋଉ ତୁ ସିନା ଜନ୍ମ ଦେଇଥିଲୁ ହେଲେ କର୍ମ ଓ ଭାଗ୍ୟ ଦେଇଥାନ୍ତି ଭଗବାନ.

  ସ୍ୱାମୀ ପରେଶ ବୁଝନ୍ତି ସ୍ତ୍ରୀଙ୍କୁ ତାଙ୍କର ବିଶ୍ରାମ ଦରକାର. ତେଣୁ ସେ ମଧ୍ୟ ସ୍ଲୀପିଙ୍ଗ ଡିଭୋର୍ସର ସୁଯୋଗ ଦିଅନ୍ତି ସ୍ତ୍ରୀଙ୍କୁ. ଜଣଙ୍କର ଶାରୀରିକ ପରିଶ୍ରମ ଠାରୁ ମାନସିକ ପରିଶ୍ରମ କୌଣସି ଗୁଣରେ କମ ନୁହେଁ.ଶରୀର ଓ ମନ ପରସ୍ପର ପରିପୂରକ ତେଣୁ ଜଣଙ୍କର ଅତି କମରେ ଆଠ ଘଣ୍ଟା ନିଦ୍ରା ଦରକାର. ନିଦ୍ରା ଶୈଳୀ ପ୍ରତ୍ୟେକ ପ୍ରତ୍ୟେକଙ୍କ ଠାରୁ ଭିର୍ନ୍ନ. ତ ଶୋଇବାର ସ୍ବାଧୀନତା ଦେବାକୁ ଯାଇ ବୁଝାମଣା ଭିତରେ ଫୁଲ ଅଲଗା ଶୋଇଲା ବେଳେ ତାଙ୍କୁ ଆଜି ବି ଶୁଭୁଥାଏ ବୋଉର ଧୋରେ ବାୟା ଧୋ ଗୀତ ଲହର. ଏଥିପାଇଁ ସେ ସ୍ୱାମୀଙ୍କୁ ଧନ୍ୟବାଦ ଦେଇ ସତରେ ଶୋଇଯାଆନ୍ତି ଶାନ୍ତିରେ ସତେ ଯେମିତି ଶୋଇଛନ୍ତି ବୋଉ ପଣତ ତଳେ.ଉଠିଲା ବେଳେ ନଥାଏ ମନ ଡେ ବ୍ଲୁ ବା ଓ୍ଵିକଏଣ୍ଡ ପାଇଁ ଦୁର୍ଭାବନା ।


Rate this content
Log in

Similar oriya story from Abstract