Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ବାନ୍ଧବୀ ବଧୂ

ବାନ୍ଧବୀ ବଧୂ

5 mins
12


ମାଆ ବିଚଳିତ ହୋଇପଡୁଥିଲେ. ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ବଢିଚାଲିଥିବା ସଂସାରରେ ତାଙ୍କର କାହା ନଜର ଲାଗିଯାଇଥିଲା ଯେମିତି. ବୃକକ ଖରାପ ହେବା ଫଳରେ ସ୍ୱାମୀ ତ ଗଲେ ତାଙ୍କ ସଙ୍ଗେ ସମସ୍ତ ସଞ୍ଚିତ ଅର୍ଥ ମଧ୍ୟ ଗଲା. ଚତୁର୍ଦ୍ଦିଗ ଅନ୍ଧକାର ଦିଶିଲା ବେଳେ ବଡ଼ପୁଅ ସୁମନ ବାପାଙ୍କ ବ୍ୟବସାୟରେ ନିଜକୁ ସାମିଲ କରି ଯଥାକଥା ସମ୍ଭାଳି ନେଉଥିଲା ପରିବାର କିନ୍ତୁ ସେଥିପାଇଁ ତାକୁ ପଢା ଛାଡିବାକୁ ପଡିଥିଲା. ବଡ଼ଝିଅ ମିତା ମଧ୍ୟ ମାଆର ସ୍ୱାସ୍ଥ୍ୟର ଯତ୍ନ ଓ ପରିବାରର ସହାୟକ ହେବାକୁ ଯାଇ ବଡଭାଇ ପରି ଗ୍ରାଜୁଏଟ ପରେ ପଢା ଛାଡିଦେଇଥିଲା. ସାନଝିଅ ରୀତା ଏସବୁ ବୁଝୁନଥିଲା. ସେ ପାଠ ପଢିବାକୁ ଚାହେଁ. ବଡ଼ଝିଅ ପାଇଁ ଆସୁଥିବା ପ୍ରସ୍ତାବ ସବୁ ଭାଙ୍ଗିଯାଉଥିଲା କେବେ ଯୌତୁକ ପାଇଁ ତ କେବେ ପାରିବାରିକ ସ୍ୱଚ୍ଛଳତା ନଥିବା ଦର୍ଶାଇ ତ କେବେ ଅତ୍ୟାଧୁନିକ ପୁଅଙ୍କର ଡିମାଣ୍ଡ ପୁରଣ କରି ନପାରି. ମାଆ ଫୁଲମତିଙ୍କ ମୁଣ୍ଡରେ ବିବାହ ପୂର୍ବରୁ ଚିହ୍ନାଜଣା ହେବାପାଇଁ ଡେ଼ଟିଙ୍ଗରେ ଯିବା , ପୁଣି ଓଏରେ ରାତ୍ରୀଜାପନ କରିବା କଥା ଗୁଡାକ ଅପସଂସ୍କୃତି ପରି ଲାଗୁଥିଲା ତ କେହି କେହି ପୁଅ କେବଳ ମାତ୍ର ଗ୍ରାଜୁଏଟ ଝିଅ ନେଇ ସଂସାର କରିହୁଏନି କହି ଫେରିଯାଉଥିଲେ ପୁଣି କେହି ମିତା ବଦଳରେ ରୀତା ସ୍ମାର୍ଟ ଅଛି କହିଲେ ମାଆ ଓ ଭାଇଙ୍କୁ ଖରାପ ଲାଗୁଥିଲା କଥାଟା. ବଡ଼ଝିଅ ଥାଉ ଥାଉ ସାନଝିଅର ବାହାଘର କଲେ ଲୋକ କଣ କହିବେ ତା ଛଡା ରୀତାକୁ କହିଲେ ସାତଘର କମ୍ପେଇ ପାଟି କରୁଥିଲା ଯେ ମୋ ଉଚ୍ଚ ଶିକ୍ଷା ପାଇଁ ମାଆ ଭାଇ ପ୍ରତିବନ୍ଧକ ସାଜିବାକୁ ତତ୍ପର କାହିଁକି? ମୁଁ ଚାକିରି କରିବି. ଶିକ୍ଷୟିତ୍ରୀ ହେବି. ସବୁ ଛାତ୍ର ଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ଭାବେ ମଜଭୂତ କରିବା ମୋର ଲକ୍ଷ୍ୟକୁ ଧୂଳିସାତ କରିଦେବା ତୁମର ମସୁଧା କହି କାନ୍ଦୁଥିଲା ତ ମାଆ ବୁଝେଇ ଦିଅନ୍ତି ପାଟିକରନା ଝିଅ ଅପାକୁ ଦେଖିବାକୁ ଆସିଥିବା ପୁଅ ତୋ ବଡଭଉଣୀ ପରିବର୍ତ୍ତେ ତତେ ସ୍ମାର୍ଟ କହି ପସନ୍ଦ କରୁଛି ଶୁଣି ମିତାଅପା ମନ ଦୁଃଖ ହେବନାହିଁ?ମିତା କିନ୍ତୁ ଶୁଣି ସାରିଥାଏ. ରୀତାକୁ କହେ ସେଥିରେ କଣ ଅଛି. ଜଣେ ତ ବିବାହ କରିଗଲେ ଘର ପରିସ୍ଥିତି ଟିକେ ହାଲୁକା ହୋଇଯିବ ନା ରୀତା. କାନ୍ଦିପକେଇ ମିତାକୁ କୁଣ୍ଢେଇ ଧରେ ରୀତା. ତୁ ଆଗ ଜନ୍ମ ଅପା. ତୋ ବାହାଘରରେ କେତେ ଖୁସି ମନେଇବାକୁ ମୋର ସ୍ବପ୍ନ. ତୋ ହାତଗଣ୍ଠି ଫିଟେଇବି. କେତେ ନୂଆ ନୂଆ ଡ୍ରେସ ପିନ୍ଧି ରଙ୍ଗୀନ ପ୍ରଜାପତି ପରି ଉଡି ବୁଲିବା ସଙ୍ଗେ ତୋ ଶାଶୁଘରକୁ ଭାର ନେଇ ଯିବି. ମିତା ଚୁପ ରହେ. ମାଆ କାନ୍ଦିପକାନ୍ତି. ସତେ କଣ ଏ ଭାଗ୍ୟ ତାଙ୍କ ଭାଗ୍ୟରେ ଲେଖା ଅଛି ଭାବି ସନ୍ତୁଳିତ ହୋଇ ମାଆ ଦୁର୍ଗାଙ୍କୁ ଡାକୁଥାଆନ୍ତି ।

     ଭାଗ୍ୟରେ କିନ୍ତୁ ଭଲ ଥିଲା ବୋଧେ . ବର ରୁପେଶର ମିତା ପସନ୍ଦ ହୋଇଛି. ଖାଲି ସେତିକି ନୁହେଁ. ରୁପେଶ ଭଉଣୀ ରୁପଲିତା ମଧ୍ୟ ଫୁଲମତିଙ୍କ ବଡ଼ପୁଅକୁ ପସନ୍ଦ କରି ଏ ଘରକୁ ବୋହୁ ହେବାକୁ ସାନ ନଣନ୍ଦକୁ ଅର୍ଥାତ ରୀତାକୁ ହାତ କରି ସଫଳ ହୋଇଛି. ବଦଳ କନିଆଁ. ଯୌତୁକ ସମସ୍ୟା ନାହିଁ. ବାହାଘର ପକ୍କା. ରୁପେଶ ଘରକୁ ବିଦା ହୋଇଯିବା ପୂର୍ବରୁ ମିତାଅପା ରୀତା ହାତ ଧରି କେତେ କାନ୍ଦିଥିଲା. ମାଆ ତତେ ଲାଗିଲା ରୀତା ଓ ଭାଉଜ ସହ ତୋର ଯେତେ ଦୋସ୍ତି ଥିଲେ ବି ବଡଭାଉଜଙ୍କୁ ସମ୍ମାନ ଦେବୁ. ତାଙ୍କ ଆଗରେ ମାଆକୁ କଡା କଥା କହିବୁ ନାହିଁ. ଏମିତି କେତେ କଣ ଉପଦେଶ ଦେଉ ଦେଉ ମିତା ଶାଶୁଘର ଚାଲିଯିବା ପରେ ହାତଗଣ୍ଠି ଫିଟା ଟଙ୍କା ସାଙ୍ଗକୁ ନଣନ୍ଦପୁଟୁଳି ପାଇ କୁରୁଳି ଉଠୁଥିବା ରୀତା ଭାବୁଥିଲା ତା ରାସ୍ତା ପରିସ୍କାର. ସେ ଏବର୍ଷ ଟ୍ରେନିଂ ନେବ ଓ ଶିକ୍ଷୟିତ୍ରୀଟିଏ ନିଶ୍ଚୟ ହେବ.

   ସମସ୍ତଙ୍କ ସବୁ ଆଶା ପୁରଣ ହୁଏନି. ମିତା ମାଆ ହେବା ପରେ ପରେ ସଂସାରରୁ ବିଦାୟ ନେଇଗଲା. ଛୁଆ ପାଳିବାକୁ ଶାଶୁ ବଞ୍ଚିନଥିଲେ କି ଛୁଆର ସଠିକ ଦାଇତ୍ୱ ନେବାକୁ ପିଇସୀ ରୁପଲିତା ବାହା ହୋଇସାରିଥିଲା. ସେଦିନ ରୁପେଶ ପହଞ୍ଚିଥିଲେ ଶଶୁର ଘର ଅର୍ଥାତ ରୀତା ଘରେ. ଏ ଭିତରେ ରୁପଲିତା ଶାଶୁଙ୍କର ସମସ୍ତ ସେବା ଯତ୍ନ ସୁଚାରୁ ରୂପେ କରିବା ସହ ରୀତାର ଉପଯୁକ୍ତ ବାନ୍ଧବୀ ସାଜିଥିଲା. ତା ପାଠପଢ଼ାରେ ଯେମିତି କୌଣସି ବ୍ୟାଘାତ ନହୁଏ ସେଥିପ୍ରତି ଯତ୍ନବାନ ଥିଲା. ସେଥିରେ ପୁଣି ସେ ଥିଲା ଆସନ୍ନ ପ୍ରସବା ତଥାପି ଭାଇର ଛୁଆକୁ ସମ୍ଭାଳିବାକୁ ରାଜି ହେଉଥିବା ଦେଖି ମାଆ ଭାଇ ମୂକ ପାଲଟି ଯାଇଥିଲେ. ମାଆଙ୍କ ସ୍ୱାସ୍ଥ୍ୟ ସମସ୍ୟା ବଢିଯାଇଥିଲା. ବଡ଼ ଝିଅ ମିତାର ମୃତ୍ୟୁରେ ଭାଙ୍ଗିପଡି ସେ ଅଚଳ ହୋଇ ଯାଇଥିଲେ. ସବୁ ଲକ୍ଷ କରୁଥିଲା ସାନଭଉଣୀ ରୀତା. ହଠାତ ଆସି ଅପା ପୁଅକୁ କୋଳକୁ ନେଇ ରୁପେଶ ସହ ତାଙ୍କ ଘରକୁ ଯିବାକୁ ବାହାରିଥିଲା ତ ସମସ୍ତେ ଆଶ୍ଚର୍ଯ୍ୟ. ସମସ୍ତଙ୍କୁ ଆହୁରି ଆଶ୍ଚର୍ଯ୍ୟ ଚକିତ କରି ରୀତା ରୁପେଶଙ୍କୁ ଠାକୁର ଘରେ ବରଣମାଳା ଦେଇ ତାଙ୍କ ହାତରେ ସିନ୍ଦୁର ପିନ୍ଧି ପୁଅକୁ ଧରି ଆଗେଇ ଗଲା ବେଳେ ମାଆ ଭାଇ କହୁଥିଲେକି ତୋ ସ୍ବପ୍ନ!ଭାଉଜ କିନ୍ତୁ ରୀତାକୁ ଜାବୁଡି ଧରି କହୁଥିଲେକି ତୁମେ ସବୁଦିନ ପାଇଁ ମୋର ଖାଲି ନଣନ୍ଦ ନୁହେଁ କି ଭାଉଜ ନୁହେଁ ବରଂ ପ୍ରକୃତ ବାନ୍ଧବୀ ହୋଇ ରହିଗଲ ରୀତା ।

   ରୀତାଙ୍କ ସ୍ବପ୍ନ ପୁରଣ ପାଇଁ ସ୍ବାମୀ ରୁପେଶ ଯତ୍ନବାନ ଥିଲେ କିନ୍ତୁ ପୁଅ ବଡ଼ ନହେବା ପର୍ଯ୍ୟନ୍ତ ରୀତା ସିଟି ବା ବିଇଡି ଟ୍ରେନିଂ କରିବାକୁ ପୁଅକୁ ଛାଡ଼ି ଯାଇପାରିବେ ନାହିଁ କହି ମନା କରିଥିଲେ ଏବଂ କହିଥିଲେ ଅପା ପୁଅକୁ ମଣିଷ କରିବା ପାଇଁ ସୁକୁମାରୀ ପରି ତ୍ୟାଗ କରିବେ ରୀତା.ସିଏ ଯେପରି ତା ପ୍ରେମକୁ ବଳି ଦେଇଥିଲା ସେମିତି ମୁଁ ମୋ ସ୍ବପ୍ନକୁ ବଳି ଦେଇ ପୁଅକୁ ମଣିଷ ପରି ମଣିଷ କରିବି. ସାବତ ମାଆ ନୁହେଁ ବରଂ ନିଜ ପୁଅ ସେ ମୋର. କଥାରେ ଅଛି ପରା ମାଆ ନଥିଲେ ମାଉସୀ ଅଛି. ହେଲେ ଏ ସୁକୁମାରୀ କିଏ?ତାକୁ ତୁମ ଆଦର୍ଶ ରୂପେ ମାନିନେବାର କାରଣ କଣ? ରୀତା କହିଥିଲେ ସୁକୁମାରୀ ଗୋଟେ ଆଦିବାସୀ ଝିଅ. ଶବର ରାଜା ବିଶ୍ୱାବସୁଙ୍କ ରାଣୀ ପଦ୍ମାବତୀ ଆସନ୍ନ ପ୍ରସବା ଥିଲାବେଳେ ସୁକୁମାରୀ ତାଙ୍କର ଦେଖାଶୁଣା କରିବାକୁ ଉପଚାରିକା ହିସାବରେ ଥାଏ. ରାଣୀ ପଦ୍ମାବତୀ ତାକୁ ନିଜ ବାନ୍ଧବୀ ଭଳି ଦେଖୁଥାନ୍ତି. ରାଣୀ ଏକଥା ମଧ୍ୟ ଜାଣିଥାଆନ୍ତି ଯେ ସୁକୁମାରୀ ଥିଲା ଚିନ୍ତାମଣିର ପ୍ରେମିକା ତଥା ବାଗଦତ୍ତା. ଖାଲି ସେତିକି ନୁହେଁ ଚିନ୍ତାମଣି ତା ପ୍ରେମକୁ ପାଇବାକୁ ସୁକୁମାରୀକୁ ଶୀଘ୍ର ବିବାହ କରିବାକୁ ଚାହୁଁଥିଲା. ରାଣୀ ଆଶଙ୍କାଗ୍ରସ୍ତ ଥିଲେ କି ପ୍ରସବ ସମୟରେ ଯଦି ତାଙ୍କର ମୃତ୍ୟୁ ହୁଏ ତେବେ ତାଙ୍କ ସନ୍ତାନର ଲାଳନ ପାଳନ କିଏ କରିବ?ବାନ୍ଧବୀ ଦୃଷ୍ଟିରେ ରାଣୀଙ୍କୁ ଦେଖୁଥିବା ସୁକୁମାରୀ ରାଣୀଙ୍କୁ ଅଭୟ ଦେଇଥିଲେ କି ମୁଁ କଥାଦେଉଛି ଯେମିତି ହେଲେ ବି ଯୋଉ ପରିସ୍ଥିତିରେ ଥିଲେ ମଧ୍ୟ ସେ ତାଙ୍କ ସନ୍ତାନର ଦାଇତ୍ୱ ନେବେ.ବିଧିର ନିର୍ଦ୍ଧେଶ କେ କରିବ ଆନ. ସତକୁ ସତ ରାଣୀ ପଦ୍ମାବତୀ କନ୍ୟା ସନ୍ତାନଟିଏ ଜନ୍ମ ଦେଇ ସଂସାର ଛାଡ଼ି ଚାଲିଗଲା ପରେ ସୁକୁମାରୀ ନିଜ ପ୍ରେମିକ ଚିନ୍ତାମଣିଙ୍କୁ ସତ୍ୟ କରାଇ ପାହାଡ଼ ଉପରେ ଫୁଟିଥିବା ସବୁଠୁ ସୁନ୍ଦର ଫୁଲଟିକୁ ଆଣିବାକୁ ଦେଶାନ୍ତର ପଠାଇ ପଦ୍ମାବତୀଙ୍କ ଝିଅ ଲଳିତାର ମାଆ ବନିଗଲେ.

  କଥାଟି କହିସାରି ରୀତା କହିଥିଲେ ସୁକୁମାରୀ ମୋ ଜୀବନରେ ଯେପରି ଦୃଷ୍ଟାନ୍ତ ମୋ ଅପା ମଧ୍ୟ ସେମିତି ମୋ ଜୀବନର ଶ୍ରେଷ୍ଠ ବାନ୍ଧବୀ. ବାପା ଚାଲିଗଲା ପରେ ମାଆକୁ ସାହାଯ୍ୟ କରି ଘରକାମ କରୁଥିବା ବେଳେ କେବେ ମୋ ପ୍ରତି ବାଦ, ଅହଂକାର, ଇର୍ଷା କରିନି ବୋଲି ମୁଁ ପାଠ ପଢ଼ୁଥିଲି ବିନଦାସ ଆଉ ମସ୍ତି କରୁଥିଲି ଏଯାବତ. କିନ୍ତୁ ଭାଇର ବାହାଘର ପରେ, ଅପା ଏଘରକୁ ବୋହୁ ହେବା ଓ ଏଘର ଝିଅ ଆମ ଘରକୁ ବୋହୁ ବା ମୋ ଭାଉଜ ରୂପଲିତାକୁ ମଧ୍ୟ ମୁଁ କଥା ଦେଇଛି ବାନ୍ଧବୀ ହିସାବରେ ଯେ ଝିଅ ଜନ୍ମ ଦୁଇକୂଳକୁ ହିତାର ମହତ୍ତ୍ୱ ରଖିବି.ଲଳିତା ଆଜି ନୀଳମାଧବଙ୍କୁ ଜଗନ୍ନାଥ ରୂପେ ରୂପ ଦେବାକୁ ବିଦ୍ୟାପତିଙ୍କୁ ସାହାଯ୍ୟ କରି, ପ୍ରେମିକାରୁ ପତ୍ନୀ ବନି ଇତିହାସ ବା କିମ୍ବଦନ୍ତୀ ପାଲଟିଛନ୍ତି. ମୋ ପୁଅକୁ ବୈଜ୍ଞାନିକ କରି ମୁଁ ମଧ୍ୟ ପ୍ରମାଣିତ କରିଦେଇ ପାରେ ଇଶ୍ୱର ବିଶ୍ବର ବୈଜ୍ଞାନିକ ସତ ହେଲେ ମଣିଷ ଭିତରେ ବୈଜ୍ଞାନିକ ମନୋଭାବ ଦେଇ ନିଜ ବିଜ୍ଞାନକୁ ଫଳବତୀ କରନ୍ତି ମାତ୍ର. ଏ ଭିତରେ ଟ୍ରେନିଂ ନେଇସାରି ଗ୍ରାମ ସ୍କୁଲରେ ଶିକ୍ଷୟିତ୍ରୀ ହୋଇ ପୁଅର ପାଠ ଶାଠ ଓ ଶରୀର ତଥା ମସ୍ତିଷ୍କକୁ ସୁସ୍ଥ ରଖି ତାକୁ କାହାଣୀ କହନ୍ତି ରୀତା.ଜେଜେ କି ଜେଜେମା ନଥିବା ପୁଅର ନିଜେ ମାଆ,ଜେଜେମା ଓ ଜେଜେ ପାଲଟି ଭାରତୀୟ ସଂସ୍କୃତି ଓ ଭାରତର ଵିଜ୍ଞାନୀ ଆର୍ଯ୍ୟଭଟ୍ଟ, ପଠାଣି ସାମନ୍ତ ଚନ୍ଦ୍ରଶେଖରଙ୍କ ସହ ଅବଦୁଲ କାଲାମଙ୍କ କଥା କହିବା ସହ ନିଜ ମାଆ, ଭାଇ ଓ ଭାଉଜ ଯିଏକି ଅଦଳ ବଦଳ କନିଆଁ ହିସାବରେ ଏଇ ଘରୁ ତାଙ୍କ ଘରକୁ ବୋହୁ ହୋଇ ଯାଇଛନ୍ତି, ସେମାନଙ୍କ ସହ ମଧୁର ସମ୍ପର୍କ ରଖିବା ସହ ଭାଉଜଙ୍କ ଝିଅକୁ ଆଣି ପାଖରେ ରଖି ପାଠ ପଢ଼ାଉଥାଆନ୍ତି ରୀତା.ଆଜି ପୁଅ ବୈଜ୍ଞାନିକ. ତା ପସନ୍ଦର ଝିଅ ସହିତ ବାହା ଦେଇ ଅବସର ପରେ ତୀର୍ଥ କରିବାକୁ ବାହାରିଛନ୍ତି ରୀତା.ସାଙ୍ଗରେ ଯିବାକୁ ସ୍ୱାମୀ ପ୍ରସ୍ତୁତ ଥିଲା ବେଳେ ଭାଇ ସୁମନ ଓ ଭାଉଜ ରୁପଲିତା ମଧ୍ୟ ପିତା ମାତାଙ୍କ ଅସ୍ଥି ବିସର୍ଜ୍ଜନ ସହ ତୀର୍ଥ କରିବାକୁ ରୀତାଙ୍କ ସଙ୍ଗେ ସାଙ୍ଗ ହୋଇଛନ୍ତି.ତୀର୍ଥ ଭ୍ରମଣ ସମୟରେ କଣ ଖାଇବା ଉଚିତ ଓ ଅନୁଚିତ ତାର ଏକ ତାଳିକା ପ୍ରସ୍ତୁତି କରି ବୈଜ୍ଞାନିକ ପୁଅ ମାଆ ରୀତାଙ୍କ ହାତକୁ ବଢ଼େଇଲା ବେଳେ ସଂସ୍କୃତି ସମ୍ପନ୍ନା ଝିଅଟି ବୋହୁ ହୋଇ ସମସ୍ତଙ୍କୁ ହାତେ ଓଢଣା ଦେଇ ପ୍ରଣାମ କରୁଥିଲା ତ ରୀତା କହୁଥିଲେକି ପ୍ରକୃତରେ ଓଢଣା ତଳେ ନାରୀର ସୌନ୍ଦର୍ଯ୍ୟ ଅବର୍ଣ୍ଣନନୀୟ ।



Rate this content
Log in

Similar oriya story from Action