STORYMIRROR

Akshayakumar Dash

Romance

2  

Akshayakumar Dash

Romance

ପହିଲି ପ୍ରୀତିରେ ପାଦ

ପହିଲି ପ୍ରୀତିରେ ପାଦ

2 mins
297

ନୂଆକରି କଲେଜ ମାଟି ମାଡିଛି ସୁଷମା । କଲେଜ ଇୟୁଫୋର୍ମ ପିନ୍ଧିଛି।କେଶକୁ ବେଣୀ ପକେଇ ଲମ୍ବିଯାଇଥିବା ନିତମ୍ବ ପଯ୍ୟନ୍ତ ନାଗ ଫଣା ପରି ।ଓନି ସାଇଜକରି ଉର୍ଣ୍ଣତବକ୍ଷୋଜ ଆବୃତ କରିଛି । ଆଧୁନିକ ସୁବାସିତ ପ୍ରସାଧନ ସାମଗ୍ରୀ ତାର ମୁଖମଣ୍ଡଳର ଶୋଭକୁ ଦୁଗୁଣିତ କରିଛି ।ଅଧରରେ ରଞ୍ଜିତ କରିଛି ଫିକା ଅରୁଣରଙ୍ଗ ।ଭ୍ରୁଲତା ଚକ୍ଷୁ ଦୁଇଟିକୁ ସ୍ୱପ୍ନିଳ ସଜେଇଛ । ବାମ ଓଠର ଠିକ ଉପରକୁ କଳାଜାଇଟି ପ୍ରେମର ରଙ୍ଗ ତୋଳିଛି । ମୋଟଉପରେ ମନକିଣୁଥିବା ଗେଟଅପ ଦେଖି ଆଖିଲାଖିଯାଏ ।

ଝିଅମାନେ ଯୌବନର ପହିଲି ସୋପାନରେ ତ ସୁନ୍ଦର ଦିଶନ୍ତି ହେଲେ ଆଜିକାଲିର ପ୍ରସାଧନ ତାଙ୍କ ସୁନ୍ଦରତାକୁ ବଢ଼ାଇ ଦିଏ ।ଜଣେ ବୟସ୍କା ନାରୀକୁ ବି ଯୁବତୀ କରିଦିଏ ।ସୁନ୍ଦର ସଜେଇ ହେବା ନାରୀର ଭୋକ । ପୁରୁଷ ତାଙ୍କ ରୂପରେ ପୋକହେବା ପ୍ରେତେକ ନାରୀ ଚାହାନ୍ତି ।ସୁଷମା ତ ଯୁବତୀ। ସେଥିରୁ ବାଦଯିବ କେମିତି?।କଲେଜରେ ଅନ୍ୟାନ୍ୟ ସାଙ୍ଗମେଳରେ ଶ୍ରେଣୀରେ ବସିଛି । ନୂଆକରି ଅଧ୍ୟାପକରୂପେ ଯୋଗ ଦେଇଥିବା ନିର୍ମଳ ସାର ଓଡ଼ିଆ ପଢାଇବାକୁ ଆସିଲେ ।ପିଲାମାନେ ଠିଆହେଲେ ।ଉପେନ୍ଦ୍ରଭଞ୍ଜ ଙ୍କ କବିତା କୋଟିବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରୁ ଉର୍ଦ୍ଧୁତ ପଧ୍ୟାସଁ ।ନାରୀର ରୂପ ବର୍ଣ୍ଣନା ।କବିତାଟି ପଢି ବୁଝାଇବାକୁ ଗଲେ ।କେଶ,ମୁଖ,ଆଖି,ଓଠ ଆଦି ସମ୍ପୂର୍ଣ୍ଣ ମୁଖମଣ୍ଡଳର ରୂପ ବର୍ଣ୍ଣନା କଲେ କୋଟିବ୍ରହ୍ମାଣ୍ଡ ସୁନ୍ଦରୀଙ୍କର । ତା ସହିତ ଶରୀରର ରୂପ ବର୍ଣ୍ଣନା ଉପମା ଉତପ୍ରେକ୍ଷା ଅଳଙ୍କାର । ଶ୍ରେଣୀର ପିଲାମାନେ ବେଶ ଉପଭୋଗ କଲେ ଅଧ୍ୟାପକଙ୍କ ଆଲୋଚନା ଶୈଳୀକୁ ।ସୁଷମା ଶୁଣୁଥିଲେ, ମଝିରେ ମଝିରେ ଆଖି ଘୁରାଇ ଆଣୁଥିଲା ତାର ପାଖରେ ବସିଥିବା ପ୍ରଣୟ ଉପରେ ।

ପ୍ରଣୟ ତାର ସାଙ୍ଗରେ ପଢୁଛି ବୋଲି ସୁଷମା ଆଗରୁ ଜାଣିନଥିଲା ।ଦିନେ ସୁଷମା ଫେରୁଥିଲା ତାର ସାଙ୍ଗ ଘରୁ । ହଟାତ ତାର ସାଇକେଲର ରିମରେ ପଛପଟ ଓନି ପଶି ଗୁଡେଇ ହୋଇ ତାକୁ ତଳେ ପକାଇଦେଲା । ଅନ୍ୟ ଲୋକମାନେ ଦେଖି ଚୁପ ରହିଥିଲେ । ସାହାଯ୍ୟ ନକରି ପରିସ୍ଥିତିକୁ ଅନୁଧ୍ୟାନ କରୁଥିଲେ । ପ୍ରଣୟ ସେଇବାଟ ଦେଇ ଯାଉଥିଲା । ସାହାଯ୍ୟ କଲା । ସୁଷମାକୁ ତଳୁ ଉଠାଇ ଠିଆ କଲା ।ସାଇକେଲ ରିମରୁ ଆସ୍ତେ ଆସ୍ତେ ଘୁରାଇ ରିମରେ ଗୁଡ଼ାଇ ରହିଥିବା ଓନିକୁ ବାହାର କଲା । ପାଖ ଔଷଧ ଦୋକାନରୁ ବାଣ୍ଡେଡ଼ କିଣି ଖଣ୍ଡିଆ ହୋଇଥିବା ପାଦରେ ଲଗାଇଥିଲା ।ଏ ଥିଲା ପଣୟର ବଦାନ୍ୟତା ବା ସହାନୁଭୂତି ।

ସୁଷମା କଣେଇ କଣେଇ ଚାହୁଁଥିଲା ପ୍ରାଣୟକୁ । ପ୍ରଣୟ ବୁଝିପାରୁନଥିଲା ।ଦୁହିଁଙ୍କ ଆଖିମିଳିଲା,ପ୍ରଣୟ ହାରିଗଲା ପରି ଆଖି ଫେରେଇ ଆଣିଲା ।ଘରକୁ ଫେରି ସୁଷମା ମନରେ ପ୍ରଣୟର ନିଶା ତ ପ୍ରଣୟ ଆଖିରେ ସୁଷମାର ଛବି । କ୍ରମଶଃ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance