Nityananda Sahu

Inspirational Others

3  

Nityananda Sahu

Inspirational Others

ପବିତ୍ର ରାକ୍ଷୀ

ପବିତ୍ର ରାକ୍ଷୀ

6 mins
222


ଆଜି ଭଳି ପବିତ୍ର ଦିନ ରେ ସକାଳୁ ଖୁସି ରେ ଉଠି , ମୋବାଇଲ ରେ ଦେଖିଲି , ଦିଦି ଙ୍କର କୌଣସି ମେଶଜ ନାହିଁ ।

ମନ କୁ ପାପ ଛୁଇଁଲା । ସବୁ ବର୍ଷ ପରି , ଦିଦି ମତେ ଶୁଭେଚ୍ଛା ର ମେଶଜ ପଠେଇବା ସହ, ରଶ୍ମି ଦିଦି ଙ୍କ ହାତରେ ମୋ ପାଇଁ ରାକ୍ଷୀ ପଠାନ୍ତି ।

--- ହେଲେ ଏ ବର୍ଷ କଣ ହେଲା । ମେଶଜ କି ରାକ୍ଷୀ କିଛି ଆସି ନାହିଁ !


ପିଲା ଦିନର ରାକ୍ଷୀ ବନ୍ଧା ଫଟୋ ଦେଖି , ଆଖିରୁ ଲୁହ ଦିଦି ଙ୍କୁ ମନେ ପକେଇ ଝରି ପଡୁଥିଲା ।


--- ଭାଇନା ଙ୍କୁ କଲ କଲି । ଦିଦି ଙ୍କ ସହ କଥା ଅଛି କହିଲି । ଦିଦି ମେଡିକାଲ ରେ ଆଡ଼ମିଶନ ହୋଇଛନ୍ତି କହିବାରୁ , ମୋ ମୁଣ୍ଡ ବୁଲେଇ ଦେଲା ।


--- କଣ ହୋଇଛି ଦିଦି ଙ୍କର ! କୁହ ଭାଇନା ମତେ ।

----- କରୋନା ମେଡିକାଲ ରେ ଚାକିରୀ କରିବା ସମୟ ରେ, ଜଣେ ପଜେଟିଭ ପେସେଣ୍ଟ କୁ ଚିକିତ୍ସିତ କରାଇବା ସମୟରେ ତାଙ୍କୁ କରୋନା ହୋଇଯାଇଛି ।ସେ ଏବେ ଭେଣ୍ଟି ଲେଟର ରେ ଅଛନ୍ତି ।

  ଭାଇନା ମନ ଦୁଃଖ ରେ ଜଣାଇଲା ପରେ , ଯେତେ ବେଳେ ମୁଁ ପଚାରିଲି ସେ ଭଲ ହୋଇଯିବ ତ ??? ଭାଇନା ଆଉ କିଛି କହି ପାରିଲେ ନାହିଁ । କେବଳ ଏତିକି କହିଲେ, ସେଠି ଆମ କାହାରିକୁ ଯିବା ପାଇଁ ପରମିଶନ ନାହିଁ ।

ଫୋନ କାଟି ଦେଲି , ନିଶ୍ୱାସ ର ଗତି ବଢି ଚାଲୁଥାଏ ।


ମନେ ପଡୁଥାଏ , ସେଇ ପିଲାଦିନ ର ରାକ୍ଷୀ ବନ୍ଧା ସମୟ ର କଥା । ଦିଦି ସ୍ନେହ ରେ ମୋ ହାତରେ ରାକ୍ଷୀ ବାନ୍ଧି ଦେଇ ,ମତେ ପାଉଣା ମାଗେ ।

   ଆଉ ମୁଁ ମୋ କୁନି ପକେଟ ରୁ ଗୋଟେ ଚକଲେଟ ବଢ଼େଇ ଦିଏ । ସେ ବୁଝେ ନାହିଁ । ଅଭିମାନ କରି ରୁଷି ଯାଏ ।

   ଆଉ ମୁଁ ବୁଝେଇ ବା କୁ ଯାଇ କୁହେ , ଦେଖିବୁ ଲୋ ଦିଦି ତୋ ରାକ୍ଷୀ ର ମୂଲ୍ୟ ଦିନେ ମୁଁ ଏମିତି ସୁଝିବି ଯେ ,ତୁ ସାରା ଜୀବନ ପାଇଁ ମନେ ରଖିଥିବୁ ।

  ଆଉ ସେ ମୋ କାନ କୁ ମୋଡି ଦେଇ କୁହେ , ଯାହା ହେଲେ ବି ତୁ ମୋ ସୁନା ଭାଇ । ତୁ ଥିଲେ ପାଖେ ମୋର ଆଉ କିଛି ଲୋଡ଼ା ନାହିଁ ।

    

      ପିଲାଦିନ ଆମର ଏମିତି ହସ ଖୁସି ରେ ବିତି ଯାଇଥିଲା ଯେ , ଆଜି ବି ମୁଁ ଭୂଲି ପାରୁନି ।


                      

-----ରହିଯା ରାଜୁ, କାହିଁକି ତୁ ବୁଝିବା କୁ ଚେଷ୍ଟା କରୁନୁ !! ଆଜି ଯଦି ତୋର କିଛି ହୋଇଯାଏ । ଆମେ କେମିତି ବଞ୍ଚିବୁ, କେବେ ଭାବିଛୁ ।

 ସାମାଜିକ ପ୍ରତିବନ୍ଧକ ସତ୍ତ୍ୱେ ତୁ ଏମିତି ଅମାନିଆ ହଅ ନାହିଁ, ବାଇଆ ଟା ମୋର । ଦେଖୁଛୁ ଏ ମାହାମରୀ ରୋଗ କବଳରେ କେତେ ପଡି ଛଟ ପଟ ହେଉଛନ୍ତି । ବାପା ମାଆ ହୋଇ ଆମେ କେମିତି ଜାଣିକି ତତେ ବିପଦ ମୁହଁ କୁ ଠେଲି ଦେବୁ ।

  

----ନା ବୋଉ, ବାସ ବହୁତ ହୋଇଗଲା । ଆମର ବି କିଛି ଦାୟିତ୍ୱ ଅଛି। ସମାଜକୁ ଡରି , ମାନି ଦିଦି ଙ୍କୁ ଘର କୁ ଆସିବାର ଅନୁମତି ନ ଦେଲ ନାହିଁ।

----କୁହ ମାଆ , ଦିଦି ର କଣ ଦୋଷ ଥିଲା ! ନିଜେ ଆତ୍ମୋନିର୍ଭରଶୀଳ ଥିଲା । ମେଡିକାଲ ରେ ଷ୍ଟାପ ନର୍ସ ଚାକିରୀ କରି ଆଜି ଯାଏଁ ଅନେକ ଙ୍କୁ ସେବା ଦେଇ ଆସୁଛି ।

   କଣ ଏମିତି ଭୂଲ କରି ଦେଲା ସେ । ଭଲପାଇବା ଟା କଣ ପାପ ! ନିଜ ପସନ୍ଦ ର ଜୀବନ ସାଥି ବାଛିବା କଣ ଅପରାଧ ! କିନ୍ତୁ ଏ ସାମାଜ ଆଉ ଆମେ ଯେଉଁ ଶିକ୍ଷା ପାଉଛେ, ଏମିତି କେଉଁ ବହି ରେ ଲେଖା ଅଛି କୁହ । ପ୍ରେମ ବିବାହ କରିବା ଟା ପାପ ! ଆମ ଦେହ ର ରକ୍ତ ରେ କେବେ କଣ ଜାତି ଧର୍ମ ଲେଖା ହୋଇଛି ।ତେବେ ଏ କି ପ୍ରକାର ବିକୃତ ଚିନ୍ତା ଧାରା କୁହ ମାଆ" ? ଜବାବ ଦିଅ !ଆଜି ମୋ ଦିଦି ର ଏମିତି ବେଳ ରେ ମୁଁ ଭାଇ ହେବାର ଦାୟିତ୍ୱ ନିର୍ବାହ କରିବି । ତୁମେ ମାନେ ନିଜର ଇଜ୍ଜତ କୁ ଜଗି ବସି ଥାଅ ।

    ଦିନେ ମୁଁ କଥା ଦେଇଥିଲି । ଭାଇ ହୋଇ ତାର ରକ୍ଷା କରିବି ।ଆଜି ଯଦି ମୋ କଥା ରଖି ନ ପାରେ । ଅନେକ ଭଉଣୀ ମାନଙ୍କର ଭରଷା ଆଉ ଭଲ ପାଇବାର ସମ୍ପର୍କର ପବିତ୍ର ଡୋର ଛିଣ୍ଡି ଯିବ । ଭାଇ ପ୍ରତି ଭଉଣୀ ର ଭରଷା ବି ତ୍ରୁଟି ଯିବ ।

----- ମତେ ଯିବାକୁ ଦିଅ ମାଆ । ପ୍ଲିଜ .....


----- ତୁ ଜାଣିଛୁ ସେଠିକି ତତେ ଛାଡିବେ ନାହିଁ । ଧରିକି ନେଇ କ୍ବାରେଣ୍ଟାଇନ ରେ ରଖି ଦେବେ । ତା" ପରେ ତୋ ମନ ବୁଝି ଯିବ ।

  ବାପା ମାଆ କୁ ଟିକେ ଖୁସି ରେ ରହିବା କୁ , ତୁମେ ଛୁଆ ଦୁଇ ଜଣ କେବେ ଦେବ ନାହିଁ । ଜଣେ ଆମ ଇଜ୍ଜତ କୁ ମାଟିରେ ମିଶେଇ କେଉଁ ଲଫଙ୍ଗା ସହ ଚାଲିଗଲା । ମୁହଁ ରେ କଳା ବୋଳି ଦେଇ ଗଲା ଯେ ସମାଜ ସମ୍ନାରେ ଆଜି ଯାଏ ମୁଣ୍ଡ ଟେକି ବାଟ ଚାଲି ପାରୁ ନାହୁଁ।

 ଆଉ ଆଜି ତୋ ଦାୟିତ୍ବ ର ଦ୍ୱାହି ରେ, କାଲି ଯଦି ତୋର କିଛି ହୋଇଯିବ । ଆମର କଣ ହେବ ,ଭାବିଛୁ କେବେ ? ବାପା କହୁଥିଲେ , ଯେଉଁଠି ଏତେ ବଡ଼ କରୋନା ରୋଗ ପାଇଁ ପ୍ରତିଶୋଧକ ବାହାରି ନାହିଁ । ତୁ କି ମୁଁ ସେଠି ଯାଇ କଣ କରିପାରିବା ! ବରଂ ନିଜ ଦେହ ରେ ରୋଗ ଆଣି ଘରକୁ ଆସିବା । ତାକୁ ତା' ଭାଗ୍ୟ ଉପରର ଛାଡି ଦେ!!

     ଚୁପ ଚାପ ଯାଇ ଘରେ ରହ । କେଉଁଠି କି ତୋର ଯିବା ଦରକାର ନାହିଁ।

            

----- ମୁଁ ଜାଣେ ମେଡ଼ିସିନ ବାହାରି ନାହିଁ । ତା ବୋଲି କଣ କେହି ଭଲ ହେଉ ନାହାନ୍ତି । ତୁମ ମାନଙ୍କ ଠାରୁ କିଛି ଭଲ ଆଶା କରିବା ଟା ସମ୍ପୂର୍ଣ୍ଣ ଭୂଲ ହୋଇଯାଇଛି ମୋର ।

      ନିୟୁଜ ରୁ ଶୁଣିଥିଲି, ପ୍ଲାଜମା ଡୋନେଟ କଲେ କରୋନା ରୋଗୀ ଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ହୋଇ ଯାଉଛି ।


    ତୁମେ ମାନେ ରୋଗ କୁ ଡରି ଘରେ ଥାଅ କିନ୍ତୁ ମୋ ଦିଦି ଙ୍କୁ ଭଲ କରାଇବାର ଦାୟିତ୍ୱ ମୋର ।

   ଏକା ଜିଦି ଧରି , ବାପା ବୋଉ ଙ୍କର ହଜାରେ ବାରଣ ସତ୍ତ୍ୱେ ଘର ଛାଡ଼ି ମେଡିକାଲ ରେ ଆସି ପହଞ୍ଚିଲି । ପ୍ରଥମେ ମେଡ଼ିକାଲ ୱାର୍ଡ କୁ ଯିବା ପାଇଁ କର୍ତ୍ତୃପକ୍ଷ ସୁଯୋଗ ଦେଇ ନ ଥିଲେ କିନ୍ତୁ ଦିଦିର ପରିଚୟ ଦେଇ ପ୍ଲାଜମା ଡୋନେଟ କରିବା ପାଇଁ କାହିବାରୁ , ମେଡିକାଲ କର୍ତ୍ତୃପକ୍ଷ ଖୁସିରେ ରାଜି ହୋଇ ହୋଇଗଲେ।

   ଦିଦି ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଜଟିଳ ଥିଲା । ଚିକିତ୍ସା ରେ ନିୟୋଜିତ ଡାକ୍ତର ମାନେ ପ୍ଲାଜମା ଥେରାପି ରେ ଚିକିତ୍ସା ଆରମ୍ଭ କରି ଦେଲେ ।

    

    ମେଡିକାଲ ରେ ନା" ଦିଦି ର ଶାଶୁ ଘର ଲୋକ ନା' ମୋ ବାପା ବୋଉ କେହି ବି ଦେଖା କରିବା କୁ ଆସି ନ ଥିଲେ । ଯେମିତି ଦିଦି ସମସ୍ତଙ୍କ ପାଇଁ ଅଛୁଆଁ ହୋଇଯାଇଛି ।

        ଦୁଇ ରୁ ଚାରି ଦିନ ଭିତରେ ଦିଦି ର ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ଆସିବାକୁ ଲାଗିଲା । ଡାକ୍ତର ମାନେ ପୁନଶ୍ଚ କରୋନା ଟେଷ୍ଟ କରି ଜାଣିଲେ , ଦିଦି କରୋନା ରୋଗ ମୁକ୍ତ ।

     ସେ ଦିନ ମେଡିକାଲ ରୁ ଡିସଚାର୍ଜ ହୋଇ ଦିଦି ବାହାରକୁ ଆସିଲା ବେଳ କୁ , ଉପସ୍ଥିତ ଡାକ୍ତର ଆଉ ଅନ୍ୟାନ୍ୟ କର୍ମଚାରୀ ମାନେ ଫୁଲ ପକେଇବା ସହ ତାଳି ମାରି ସ୍ୱାଗତ କରୁ ଥିଲେ ।

  ମୁଁ ଦେଇଥିବା ପ୍ଲାଜମା ଆଉ ଡାକ୍ତର ଙ୍କର ଚିକିତ୍ସା ରେ ଦିଦି ସୁସ୍ଥ ହୋଇ ଯାଇଥିଲା । ମତେ ଦେଖି ଦୌଡ଼ି ଆସି କୁଣ୍ଡେଇ ପକେଇ କାନ୍ଦି ପକାଇଲା । ଆଉ କାନ୍ଦି କହୁ ଥାଏ , କିଏ ରେ ତତେ ବାଇଆ କହିଲା , ଏ ମହାମାରୀ ସମୟରେ ନିଜ ଜୀବନକୁ ପାଣି ଛଡେଇ ଆସିବାକୁ ମେଡ଼ିକାଲ କୁ । ଆଜି ଯଦି ତୋର କିଛି ହୋଇ ଯାଇଥାନ୍ତା ,ତେବେ କି ଉତ୍ତର ମୁଁ ଦେଇଥାନ୍ତି କହ ବାପା ବୋଉ ଙ୍କୁ ?

    

---- ତୁ କଣ ଭାବିଥିଲୁ ଦିଦି, ତୋ ଭାଇ ତତେ ଏକା କରୋନା ସହ ଲଢ଼ିବା ପାଇଁ ଛାଡି ଦେଇ ଥାନ୍ତା । କଦାପି ନୁହେଁ । ଏଇ ଦେଖ ତୋ ରାକ୍ଷୀ ଆଜି ବି ମୁଁ ସାଇତି ରଖିଛି ।

   ମୋ ଠାରୁ ରାକ୍ଷୀ ନେଇ ମେଡିକାଲ ବାରଣ୍ଡା ରେ ହାତରେ ବାନ୍ଧି ଦେଇ କାନ୍ଦି କାନ୍ଦି କହୁଥିଲା, ସତରେ ତୁ ଆଜି ମୋ ଭଲପାଇବା ଆଉ ସ୍ନେହ ର ଋଣ ସୁଝି ଦେଲୁ । ଦିଦି ର ଶାଶୁଘର ଲୋକ ଆଉ ବାପା ବୋଉ ମାନ ଆଭିମାନ ଛାଡି ଦିଦି ଙ୍କର ସୁସ୍ଥ ହେବା ଖବର ପାଇଲା ପରେ ସେଠାରେ ଆସି ପହଞ୍ଚି ଦୁହିଁଙ୍କୁ କ୍ଷମା କରିବା ସହ ସାମାଜିକ ସମ୍ପର୍କ ର ସ୍ୱୀକୃତି ଦେଲା ପରେ , ଦିଦି ର ମୁହଁର ହସ ଦେଖି ମତେ ଆତ୍ମସନ୍ତୋଷ ମିଳି ଥିଲା । ଭାଇ ଭଉଣୀ ର ଭଲ ପାଇବା ର ଅତୁଟ ବନ୍ଧନ ର ମୁକ ସାକ୍ଷୀ ଏଇ ରାକ୍ଷୀ ହିଁ ହୋଇ ଥାଏ ।


                 


Rate this content
Log in

Similar oriya story from Inspirational