Ambuja Mohanty

Inspirational Others

3  

Ambuja Mohanty

Inspirational Others

ପାଣି ଫୋଟକା

ପାଣି ଫୋଟକା

3 mins
222


ସେହି ଶିଶୁଟି ସାବୁନ ପାଣିରେ ମିଳୁଥିବା ସେହି ଡବାକୁ ଧରି ଖୁବ୍ ଜୋର୍ ରେ ଚେଷ୍ଟା କରୁଥିଲା ଫଟୋକା ତିଆରି କରିବାକୁ ସେହି ଆଲିସନ୍ ମଲ୍ ରେ।।ହେଲେ ପ୍ରତିଥର ସେ ଫୁଙ୍କିଲା ବେଳେ କେଜାଣି ଆଦୌ ହେଉ ନ ଥିଲା ତାର । ମାଆ ବାପା ଟିକିଏ ବ୍ୟସ୍ତ ଥିଲେ କିଣା କିଣି ପାଇଁ ତେଣୁ ପିଲାଙ୍କୁ ଧରେଇ ଦେଇଥିଲେ ସେହି ଫୋଟକା ଡବା। ହା ହା ତାକୁ ଦେଖିବାକୁ ଖୁବ୍ ମଜା ଲାଗୁଥିଲା ପଞ୍ଚଷଠି ବର୍ଷୀୟା ସୁମିତ୍ରା କୁ। କେଜାଣି କାହିଁ ତାର ପିଲାଦିନ ମନେ ପଡିଗଲା ସେହି ଘଟଣା ଦେଖି।

ବାପା, ମାଆ, ଜେଜେ, ଜେଜେମା, ବଡବାପା ,ବଡମା, ଦାଦା,ଖୁଡି ଆଉ ତାଙ୍କ ସବୁ ଛୁଆ ପିଲା ମାନେ ତାର ଭାଇ ଭଉଣୀ ମାନଙ୍କୁ ନେଇ ତାଙ୍କ ସଂସାର ଥିଲା। ସାଙ୍ଗସାଥୀ କେବେ ଦରକାର ପଡେନି ଖେଳିବାକୁ। ସାତ ଭାଇ ଭଉଣୀ ଥିଲେ ସେମାନେ। ନିଜ ଭିତରେ ଖେଳ କୁଦ ଆଦି କରୁଥିଲେ ସେମାନେ। ଏହି ଫୋଟକା ଡବା ମିଳୁନଥିଲା ସେତେବେଳେ ବଜାର ରେ କିମ୍ବା କୌଣସି ବଡ଼ ଦୋକାନରେ।ଜେଜେମାଙ୍କ ଚୁଟି ଦେଇ ଗୋଟିଏ ବୋତଲ କିଣା ହେଉଥିଲା ଆଉ ସେ ଫୁଙ୍କିଲା ବ୍ରସ କୁ ,ତମ୍ବା ତାର ମୋଡ଼ି ତିଆରି ହେଉଥିଲା ସେ ଫୁଙ୍କା ହେଲେ ସହଜରେ ଜମା ହେଉନଥିଲା ଫୋଟକା,ହେଲେ ବଡ଼ ଭାଇ ଭଉଣୀ ସବୁ କରିଦେଲେ ବି ସେ ଜମା କରି ପାରୁନଥିଲା,ଠିକ୍ ଏହି କୁନି ଛୁଆ ଭଳି।

ଭାରି ଦୁଃଖ ଲାଗେ ତାକୁ। ହେଲେ ଉପାୟ ଶୂନ୍ୟ ସେ।ଭାଇ ଭଉଣୀ ମାନେ ଶିଖେଇଲେ ମଧ୍ୟ ତାଙ୍କୁ ଆଦୌ ହୁଏନି ସେହି ଫୋଟକା।ହେଲେ ଦୌଡ଼ି ଯାଇ ଧରିବାକୁ ଖୁବ୍ ଭଲ ଲାଗେ ତାକୁ।ସତରେ ସେ ଦିନ ମିଳେଇ ଗଲା ଠିକ୍ ସେହି ପାଣି ଫୋଟକା ଭଳି ,ଆଜି ସମସ୍ତେ ଖୁବ୍ ବଡ଼ ନିଜ ନିଜ ପରିବାର ସହ ନିଜ ନିଜ ଘରେ,ବିଭିନ୍ନ ଦେଶରେ। ଭାବନା ରାଜ୍ୟରୁ ଫେରି ଆସିଲା ସେ ପିଲାଟିର ସେହି ଡବାକୁ ଫୋପାଡି ଦେବା ଶବ୍ଦରେ। ଆଉ ସମ୍ଭାଳି ପାରିଲା ନାହିଁ ପାଖକୁ ଆସି କହିଲା କଣ ହେଲା ବାବୁ???

ସେ କହିଲା ଆଣ୍ଟି ଏଇଟା କାମ କରୁନି...ତେଣୁ ଫିଙ୍ଗିଦେଲି।

ହସି ହସି ସେ କହିଲା ଦେ ମୁଁ କରିଦେଉଛି। ଖୁବ୍ ଖୁସି ହୋଇ ଗୋଟାଇ ଆଣିଲା ସେ ଡବାକୁ ଓ ତାଙ୍କ ହାତରେ ଧରେଇ ଦେଲା। ସୁମିତ୍ରା ଏବେ ତାହାକୁ ଖୋଲି ଖୁବ୍ ଜୋରରେ ଫୁଙ୍କିଲେ ଓ ଆରାମରେ ବଡ଼ ବଡ଼ ଫୋଟକା ସବୁ ଉପରକୁ ଉଠି ଚାଲିଗଲେ। ଉଭୟ ସୁମିତ୍ରା ଆଉ ସେହି ଶିଶୁ ତାଳି ମାରି ଉଠିଲେ। ଆଜି ସେ ପିଲାଦିନର କ୍ଷୋଭ ଏହି ଫୋଟକା ନ ଫୁଲେଇ ପାରିବାର କେଜାଣି କାହିଁକି ମେଣ୍ଟିଗଲା। ଗୋଟିଏ ବଡ ବିଜୟର ଚେନାଏ ଖୁସି ତାର ମୁହଁରେ ସ୍ପଷ୍ଟ ଦିଶୁଥିଲା।

ଏବେ ପୁଣି ଥରେ ସେ ତିଆରି କରି ଚାଲିଲେ ଫୋଟକା ଆଉ ପିଲାଟି ଦୌଡ଼ି ଯାଇ ତାହାକୁ ଧରିବାକୁ ଚେଷ୍ଟା କରୁଥିଲା। ହା ହା ଖୁବ୍ ଆନନ୍ଦ ଦାୟୀ ଥିଲା ସେହି କିଛି ମୁହୂର୍ତ୍ତ ଆଉ ସେ ଭୁଲି ଯାଇଥିଲେ ନିଜର ବୟସ। ମନ ସବୁବେଳେ ଛୋଟ ପିଲା ହେଲେ ତାକୁ ଜୋରଜବରଦସ୍ତି କରିଦିଆଯାଏ ବଡ଼ ପିଲା,ଆଉ ବାନ୍ଧିଦିଆଯାଏ ଦାୟିତ୍ୱରେ। କାହିଁକି ସେ ସେହି ଚପଳାମି କରି ପାରେନି ଚାହିଁଲେ ମଧ୍ୟ। କାହିଁକି ସେ ଧରି ପାରେନି ପ୍ରଜାପତି ଚାହିଁଲେ ମଧ୍ଯ । ସେଥି ପାଇଁ ବୋଧେ ଈଶ୍ୱର ଏହି ସୁନ୍ଦର ସୃଷ୍ଟିର ନିର୍ମାଣ କରିଛନ୍ତି ଯେ ସେ ନିଜ ଶିଶୁ ଭିତରେ କିଛି ଦିନ ବଞ୍ଚିବ ଶିଶୁ ହୋଇ ଆଉ ପୁଣି ଥରେ ନିଜର ନାତି ନାତୁଣୀ ସହିତ ବଞ୍ଚିବ ଆଉ ଥରେ ଶିଶୁ ହୋଇ। ଏତିକିବେଳେ ସେହି ଶିଶୁର ପିତା ମାତା ଆସି ସାରିଥିଲେ ଆଉ ଧନ୍ୟବାଦ୍ ଜଣେଇ କହିଲେ ମାଉସୀ ଆପଣ ରଖିଦେଲେ ତାକୁ,ଖୁବ୍ ଦୁଷ୍ଟ କିଛି କରେଇ ଦେବନି। ସୁମିତ୍ରା ହସି କହିଲେ ନା ନା ଖୁବ୍ ଭଲ ପିଲାଟି। ଏବେ ସେମାନେ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ ଆଉ ସେ ଶିଶୁ ସୁମିତ୍ରା କୁ କହୁଥିଲା ନାନୀ ପୁଣି କେବେ ଦେଖା ହେବ??ଆମେ ଫୋଟକା ଫୁଲେଇବା ।ସେ ହସି କହୁଥିଲେ ହଁ ହଁ ନିଶ୍ଚିତ ଯିବି।

ଏବେ ସେ ହାତ ହଲେଇ ଚାଲିଯାଇଥିଲା ତାର ରାସ୍ତାରେ ଆଉ ସୁମିତ୍ରା କିଛି ଜିନିଷ କିଣିବା ଉଦ୍ଦେଶ୍ୟରେ।



Rate this content
Log in

Similar oriya story from Inspirational