Rajiblochan Panigrahy

Classics Others

2  

Rajiblochan Panigrahy

Classics Others

ଓଡ଼ିଶାରେ ଦେବୀପୂଜା ଓ ମା ଖମ୍ବେଶ୍ୱରୀ

ଓଡ଼ିଶାରେ ଦେବୀପୂଜା ଓ ମା ଖମ୍ବେଶ୍ୱରୀ

1 min
92


ନଗମାତା ଆସିକା ସ୍ତମ୍ଭ ଆକୃତୀ ରେ ଆସିକା ନଗରୀରେ ଇଷ୍ଟ ଦେବୀ ଆକାରରେ ପୂଜା ପାଉଥିବାରୁ ତାଙ୍କ ନାମ ଖମ୍ବେଶ୍ୱରୀ ହୋଇଥିବା ଜଣାଯାଏ । ସେ ସତ୍ୟ ଯୁଗରେ ଅଡିମତା, ତ୍ରେତୟାରେ ଜଗତାଜନନୀ, କଳୀରେ ଖମ୍ବେଶ୍ୱରୀ ହୋଇଥିବା ଜଣାଯାଏ । ଦ୍ଵାପର ଯୁଗରେ ବିଜୁଳିକନ୍ୟା ହୋଇ ପାତାଳରେ ଲୁଚି ରହିଥିଲେ । ସେ ବର ପାଇଥିଲେ ଭଗବାନ କୃଷ୍ଣଙ୍କୁ ଵିବାହ କରିବେ । ଏହା ନାରଦ ମୁନିଙ୍କଠାରୁ ଶୁଣି ପାତଳେଶ୍ୱରଙ୍କୁ ଶନ୍ତୁଷ୍ଟ କରି ନୀଳକନ୍ଦରକୁ ଆସିପାରିଲେ । ଜଗନ୍ନାଥ କୋଇଲିବୈକୁଣ୍ଠକୁ ଗଲାବେଳେ ଶରଣ ପଶିଲେ ଓ ପ୍ରଭୁ ଛଦ୍ମରେ ସର୍ପ ହେଇ ଚାଲିଯିବାରୁ ପଛରୁ ଗୋଡେଇବାରୁ ବିଷ୍ଣୁ ହୋଇଯିବାରୁ ଆସିକା ଭଗବତୀ ହେଲେ । ପୁଣି ସେଠାରୁ ଖସି ଶିବ ହେବାରୁ ଆସିକା ନାରାୟଣୀ ହେଲେ । ପୁଣି ସେଠାରୁ ଖସି ଶିବ ହେବାରୁ ଦେବୀ ରୂପ ଧାରଣ କରିବାରୁ ପ୍ରଭୂ କାଳଚଣ୍ଡ ଧାରଣ ହେବାରୁ ଆସିକା ଡରିଯାଇ ସ୍ଥମ୍ଭ ହୋଇଯିବାରୁ ପବିତ୍ର ଋଷିକୂଲ୍ୟା କୂଳରେ ଖମ୍ବେଶ୍ୱରୀ ଆକାରରେ ପୂଜା ପାଇବା ଆଶୀର୍ବାଦ ଦେଇଦେଲେ ଓ ଭଗବାନ ବ୍ରହ୍ମା, ବିଷ୍ଣୁ, ଶିବ ଆକାରରେ ଅନତି ଦୂରରେ ତ୍ରିବିଦେଶ୍ୱର ରୂପରେ ପୂଜା ପାଉଛନ୍ତି । ବାଲୁଗାଁ ନିକଟସ୍ଥ ଭଗବତୀ, ଖଲ୍ଲିକୋଟ ନିକଟସ୍ଥ ନାରାୟଣୀ, ଆସିକାର ଖମ୍ବେଶ୍ୱରୀ ଏକ ଆଟନ୍ତି ।


Rate this content
Log in

Similar oriya story from Classics