STORYMIRROR

Anup kumar

Drama Classics Others

4.5  

Anup kumar

Drama Classics Others

ନୂଆ ବିବାହିତା କାବେରୀ

ନୂଆ ବିବାହିତା କାବେରୀ

2 mins
37

କାବେରୀ ଜଣେ ସାଧାସରଳିଆ ଝିଅ। ଜଣେ ଶିକ୍ଷିତ, ସଂସ୍କାରି ଓ ମାନସିକ ଭାବରେ ଦୃଢ ଝିଅ । ଘରେ ସମସ୍ତଙ୍କର ପ୍ରିୟ, ମାଆର ଗେଲ୍ଲୀ , ବାପାଙ୍କର ଗର୍ବ। ଶେଷରେ ବଢ଼ିବା ସହ ବିବାହ ହେଲା ରୋହିତ ନାମକ ଜଣେ ନୈତିକ ଓ ଶିକ୍ଷିତ ଯୁବକ ସହ। ବିବାହ ଦିନ ମାଆ କହିଥିଲେ ଝିଅ ସମସ୍ତଙ୍କ ମନ ନେଇ ଚଳିବୁ, ଭଲ ବୋହୁ ଟିଏ ଯେମିତି ହେବୁ 😊 ଘର ଭଲ, ପରିବାର ଭଲ, କିନ୍ତୁ କାବେରୀ ପାଇଁ ଏହି ନୂଆ ଜୀବନ ଏକ ନୂଆ ଅନୁଭୂତି ନିଶ୍ଚୟ ଥିଲା। ପ୍ରଥମ ଦିନଠୁ ଶାଶୁ ଘରେ ତାଙ୍କର ମନ ଏକ ଅଜଣା ଭୟ, ଆଶା, ଦ୍ୱାରା ଭରିଗଲା।ଶାଶୁଙ୍କ ନିର୍ଦେଶ ଅନୁଯାଇ ଜଳଖିଆ କରିବା, ଝାଡୁ ଠୁ ଆରମ୍ଭ କରି ସନ୍ଧ୍ୟା ସମୟରେ ଶଶୁରଙ୍କୁ ଭାଗବତ ଶୁଣାଇବା ଘରର ସବୁ କାମ କରୁଥିଲେ କାବେରୀ, ସେମାନଙ୍କ ଇଚ୍ଛା ଅନୁଯାୟୀ ଚଳିବା, ପତିଙ୍କୁ ଖୁସି ରଖିବା—ସବୁ କିଛି ସେ ମନ ଲଗାଇ ଚେଷ୍ଟା କରୁଥିଲେ। କିନ୍ତୁ ଦିନ ପରେ ଦିନ କଟିଗଲା, କାବେରୀର ମନ ଭିତରେ ଶୂନ୍ୟତା ବଢ଼ିବାକୁ ଲାଗିଲା। ସେ ଅନୁଭବ କରୁଥିଲା ଯେ, ଘର ର ଦୈନିକ କାମ କରିବା ସହ ମାନସିକ ଶାନ୍ତି, ସନ୍ତୋଷ, ଭଲପାଇବା ଦରକାର। ଶାଶୁମା ବହୁତ କଠୋର ଥିଲେ, ତାଙ୍କର ପତି ରୋହିତ ଭଲ ଲୋକ ଥିଲେ, କିନ୍ତୁ ସେ ବ୍ୟସ୍ତ ରହୁଥିଲେ କାମରେ। କାବେରୀ ତାଙ୍କ ସହ କେତେ କଥା ହେବାକୁ ଚାହୁଁଥିଲେ, କିନ୍ତୁ ସମୟ ମିଳେନା। ରୋହିତ ଦେଖୁଥିଲେ ଘରର ଲୋକ ହସୁଛନ୍ତି, ଭୋଜନ କରୁଛନ୍ତି । ବାସ ସେ କାବେରୀଙ୍କ କାମ ଦେଖି ବହୁତ ଖୁସିଥିଲେ, ତଥାପି ଏକ ଶୂନ୍ୟତା ଥିଲା।କାବେରୀର ମନ ଘରେ ଲାଗୁନଥିଲା। ସେ ମନେ ମନେ ଭାବୁଥିଲେ — "ମୁଁ କାହିଁକି ଏଠି ଅଜଣା ଅନୁଭବ କରୁଛି? କିଛି ଭୁଲ କରିଛି କି? କିନ୍ତୁ ମନ ଭିତରେ ଅନେକ ପ୍ରଶ୍ନ।କେଜାଣି କାହିଁକି କାବେରୀ ନିଜକୁ ଖୁସି ରଖିପାରୁନଥିଲା,ଦିନେ କୁ ଦିନ କାବେରୀ ଚୁପ୍ ହେଇରହୁଥିଲେ। ତାଙ୍କ ମନର ଦୁଃଖ କିଏ ବୁଝିବ? ଦିନେ ସେ ନିଜ ମାଆକୁ ଚିଠି ଲେଖିଲେ — "ମା, ଏଠି ଘର ଅଛି, ଲୋକ ଅଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରେ ମୋ ପାଇଁ ମାନ ଓ ସ୍ନେହ ନାହିଁ? ମୁଁ ପ୍ରତିଦିନ ଚେଷ୍ଟା କରୁଛି, ତଥାପି ମନରେ ଅନ୍ତଃଶୂନ୍ୟତା ଭରିଯାଉଛି। ତୁମ ସ୍ନେହ ଓ ଭଲପାଇବାକୁ ମୁଁ ଏଠି ଅନେକ ମିସ୍ କରୁଛି।" ସେ ଚିଠି ରୋହିତ ପଢ଼ିଲେ। ସେ ଚୁପଚାପ ଆସିଲେ କାବେରୀ ପାଖକୁ। ପ୍ରଥମ ଥର ପାଇଁ ତାଙ୍କ ଆଖିକୁ ଦେଖି ସେ କହିଲେ — "ମୁଁ ତୁମ ପ୍ରେମ ଓ ମନ ଯନ୍ତ୍ରଣା ବୁଝିପାରିନଥିଲି, କାବେରୀ। ମୁଁ ଭାବିଥିଲି ଘରେ ତୁମେ ଖୁସି ଥିବ , କିନ୍ତୁ ମୁଁ ଭୁଲ ଥିଲି। ଏତକ ଶୁଣି କାବେରୀ ଆଖିରୁ ଲୁହ ର ଧାର ବହିଯାଉଥିଲା, ପତି ରୋହିତ କାବେରୀକୁ ଆଲିଙ୍ଗନ କରି କହିଲେ ମୁଁ ଏବେ ଠାରୁ ମୁଁ ସବୁଦିନ ତୁମ ଆଖିକୁ ଦେଖିବି, ତୁମ ମନକୁ ଶୁଣିବି, ତୁମ ସାଥିରେ ଜୀବନ ଆରମ୍ଭ କରିବି | କାବେରୀ ଆଶ୍ଚର୍ଯ୍ୟ ହେଲେ, ତାଙ୍କ ଆଖି ରେ ଅଶ୍ରୁ ଥମିପାରିଲାନି। ସେ କାନ୍ଦି କାନ୍ଦି କହିଲେ — "ମୁଁ ଘର ବନେଇବାକୁ ଆସିଛି, କିନ୍ତୁ ଏହି ଘର ମୋତେ ଗ୍ରହଣ କରିବା ପାଇଁ ଆପଣଙ୍କ ସହଯୋଗ ଦରକାର। ଆଜି ତୁମ ଏହି କଥା ମୋତେ ଶକ୍ତି ଦେଲା।" ଶାଶୁମାଙ୍କ ଡାକ ଶୁଣି କାବେରୀ ଧାଇଲେ ରୋସେଇ ଘରକୁ, ସମସ୍ତଙ୍କ ପାଇଁ ଚା କରିବାକୁ
😊 --- ଶିକ୍ଷା: ଝିଅ ବିବାହ ପରେ ନୂଆ ଘରକୁ ଏକ ନୂଆ ଆଶା ନେଇ ଯାଆନ୍ତି। ସେମାନେ ଘର କୁ ସ୍ୱର୍ଗ ବି ବନେଇପାରନ୍ତି,ସର୍ତ୍ତ ଏହିଯେ,ଶାଶୁଘର ତାଙ୍କୁ ବୁଝିବା, ଗ୍ରହଣ କରିବା ଓ ଭଲପାଇବା ଦରକାର। —ପ୍ରେମ ଓ ବୁଝିବା ଶକ୍ତି ଦ୍ୱାରା। 💛


Rate this content
Log in

Similar oriya story from Drama