Samar Ballav Bhoi

Romance Inspirational

2  

Samar Ballav Bhoi

Romance Inspirational

ନୂଆ ଅତିଥି

ନୂଆ ଅତିଥି

3 mins
122



ଅତିଥି ଦେବ ଭବ, ଅତିଥି ଭଗବାନ ଙ୍କ ସୂରୁପ। ଅତିଥିଙ୍କ ପାଦ ପଡିଲେ ଘରର ବାତାବରଣ ବଦଳିଯାଏ। ଭଗବାନ ଙ୍କ ପାଇଁ ଭକ୍ତ, ପିତାମାତାଙ୍କ ପାଇଁ ସନ୍ତାନ, କବି ପାଇଁ କବିତା, ଅନ୍ଧାର ପାଇଁ ଆଲୋକ, ବର୍ଷ ପାଇଁ ଦିନ,ମାସ, ଜ୍ୟୋସ୍ନା ପାଇଁ ଚନ୍ଦ୍ର, ଦୁନିଆ ର ଆଲୋକ ପାଇଁ ସୂର୍ଯ୍ୟ ଯେମିତି, ଯେକୋୖଣସି ପରିବାର ପାଇଁ ଅତିଥି ଠିକ୍ ସେହିପରି।

ଅନେକ ଦିନ ତଳର କଥା, ସୂର୍ଯ୍ୟ ଓ ଚନ୍ଦ୍ରା ଦୁଇ ଜଣ ପରସ୍ପର ଙ୍କୁ ବହୁତ ପାଉଥିଲେ। ସୂର୍ଯ୍ୟ ଜଣେ ମଧ୍ୟବିତ୍ତ ପରିବାରର, ବାପାଙ୍କର ଧନସମ୍ପତି କିଛି କମ ନଥିଲା। ଏତେ ଧନୀ ନୁହଁ କି ଏତେ ଗରିବ ଶ୍ରେଣୀର ବି ନୁହଁ। ଚନ୍ଦ୍ରା ର ବାପା ଜଣେ ବହୁତ ବଡ଼ ନାମିଦାମୀ ବ୍ୟବସାୟୀ ଥିଲେ। ଅମାପ ଧନ ସମ୍ପତ୍ତି। ବ୍ୟାଙ୍କ ବାଲାନ୍ସ , ଗାଡ଼ି , ଜମିବାଡ଼ି ରେ ପରିପୂର୍ଣ ଥିଲା। ଆଦିତ୍ୟ ବାବୁ ଚନ୍ଦନା (ଚନ୍ଦ୍ରା)ର ବାପା, ସହରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ଆଦିତ୍ୟ ବାବୁ ଝିଅ ଚନ୍ଦନାର ବାହାଘର ପ୍ରସ୍ତାବ ପାଇଁ ସ୍ତ୍ରୀ ସହ କଥାବାର୍ତ୍ତା କରୁଥିଲେ। ଏହି ସମୟରେ ଚନ୍ଦନା ବାପା ମାଆ ଙ୍କ କଥା ଶୁଣି ପାଖକୁ ଆସିଲା। ଚନ୍ଦନା କ'ଣ ହେଲାରେ ମା, ନା ବାପା, ମୁଁ ବାହାଘର କଥା ଶୁଣିଲି ତ, ସେଥିପାଇଁ ଚାଲି ଆସିଲି। ଆମେ ପ୍ରସ୍ତାବ ପାଇଁ କଥା ହେଉ ଥିଲୁ। ତୋର ଏଥିରେ କିଛି କହିବାର ଅଛି କି? ହଁ ବାପା! 

ପ୍ରକୃତରେ ମୁଁ ଜଣକୁ ଭଲପାଏ। କିଛି ଭୁଲ୍ ହେବା ପୂର୍ବରୁ ମୁଁ ଆପଣଙ୍କୁ ଜଣାଇଦବା କୁ ଚାହିଁଲି। ବାପା ଆପଣ କିଛି ଖରାପ ଭାବିବ ନାହିଁ। ମୁଁ ମୋ ହୃଦୟ ର କଥା କହିଲି। ଏହା ପରେ ଆପଣଙ୍କ ର ନିଷ୍ପତ୍ତି। ହଉରେ ଚନ୍ଦନା, ମୁଁ ତ ଏ ବିଷୟରେ କିଛି ଜାଣି ନଥିଲି, ଏବେ ଜାଣିବାକୁ ପାଇଲି, ତେଣୁ ମୁଁ କ'ଣ କରିବି ଭାବୁଛି, ମା ସହିତ କଥାବାର୍ତ୍ତା ହେବି। ଏହି ସମୟରେ ମା ସତ୍ୟଭାମା କୁଆଡେ଼ ମଝି ଘରକୁ ଯାଇଥାନ୍ତି, ଆସିଲେ। କ'ଣ ହେଲା? ମା ତୋତେ ଆଗରୁ କହିଛି, ମୋ ବିଷୟରେ। ହଁ ହଁ, ମୁଁ ବାପାଙ୍କୁ ଏ କଥା କହି ନଥିଲି। ତମେ ଶୁଣ!  

ଚନ୍ଦନା ଯାହା କହିଲା ଠିକ୍। ମୁଁ ବି ତା କଥା ରେ ଏକମତ। ତେଣୁ ତମେ ଏଥିରେ କ୍ରୋଧ କରିବନି। ମୁଁ ଜାଣିଛି ସେ ପିଲାଟା ବହୁତ ଭଲ, ସ୍ବାଭାବିକ ମଣିଷ ଟିଏ। ଚନ୍ଦନା ପାଇଁ ପସନ୍ଦ ଯୋଗ୍ୟ। ତେଣୁ ତା ବାହାଘର ସେହି ପୁଅ ସହିତ କଲେ କିଛି ଅସୁବିଧା ନାହିଁ। ଆଦିତ୍ୟ ବାବୁ ଏଥିରେ ରାଜି ହୋଇଗଲେ। ସମସ୍ତଙ୍କର ମତାମତ ଅନୁସାରେ ବାହାଘର ପାଇଁ ପ୍ରସ୍ତାବ ସ୍ଥିର ହୋଇଗଲା। ଶୁଭ ବେଳ କାଳ ଦେଖି ବାହାଘର ଠିକ୍ ଠାକ୍ ହେଲା, ବାହାଘର ସୁରୁଖୁରୁରେ ଅନୁଷ୍ଠିତ ହେଲା। ସୂର୍ଯ୍ୟଙ୍କ ଘର ଲୋକ ମାନେ ବହୁତ ଖୁସିରେ ବାହାଘର କରିଦେଲେ। ସବୁ କିଛି ଭଲରେ ହେଲା, ଦୁଇ ଘର ତରଫରୁ କିଛି ଆପତ୍ତି ଅଭିଯୋଗ ନଥିଲା।  

ଚନ୍ଦନା ଓ ସୂର୍ଯ୍ୟ ର ନୂତନ ଜୀବନ ର ଶୁଭାରମ୍ଭ ହେଲା। ବିଶ୍ଵାସ ଓ ଭରସା କୁ ପାଥେୟ କରି ଦୁଇ ଟି ଜୀବନ ର ଯାତ୍ରା ଆରମ୍ଭ ହେଲା। ପରସ୍ପର ମଧ୍ୟରେ ବିଶ୍ବାସ ର ଡୋରି। ସୂର୍ଯ୍ୟଙ୍କ ର ଅତି ପ୍ରିୟ ଚନ୍ଦନା। ସୂର୍ଯ୍ୟଙ୍କ ପରିବାର ଚନ୍ଦନା କୁ ବହୁତ ଭଲପାଆନ୍ତି। ଚନ୍ଦନା ର ବିଶ୍ବାସ ପରିଧି ଭିତରେ ଶଶୁର ଘରର ସମସ୍ତ ସଦସ୍ୟ। ପ୍ରତିଟି ସଦସ୍ୟ ଚନ୍ଦନା କୁ ବହୁତ ଆଦର କରୁଥିଲେ। ଇତିମଧ୍ୟରେ ବିବାହ ର ତିନି ବର୍ଷ ଅତିକ୍ରମ କରି ସାରିଥାଏ। ପରିବାର ତରଫରୁ ଆଶା ଥାଏ ସୂର୍ଯ୍ୟ ଓ ଚନ୍ଦନା ଙ୍କ ଜୀବନ ର ପ୍ରଥମ ଖୁସି। ଜଣେ ପରିବାର ପାଇଁ ନୂଆ ସଦସ୍ୟ। ସେ ସଦସ୍ୟ ପାଇଁ ପରିବାରବର୍ଗ ରେ ଅନେକ ଉତ୍ସାହ ବଢିଯାଇଥିଲା, ସମୟ ସ୍ରୋତରେ ବିବାହ ର ୪ର୍ଥ ବର୍ଷ , ଚନ୍ଦନା କୋଳରେ କନ୍ୟା ସନ୍ତାନଟିଏ ଜନ୍ମଗ୍ରହଣ କଲା। ନୁଆ ଅତିଥି ପଦାର୍ପଣ ରେ ଘର ତଥା ଚନ୍ଦନା ବାପଘରେ ଖୁସିର ଲହରୀ ଖେଳିଗଲା। ପ୍ରଥମେ କନ୍ୟା ଅତିଥି ପରିବାର କୁ ଆସିଥିବାରୁ ସମସ୍ତେ ଖୁସିରେ ପାଗଳ ହୋଇ ଯାଇଥିଲେ। କିଛି ପରିବାର କନ୍ୟା ସନ୍ତାନଟିଏ ଜନ୍ମଗ୍ରହଣ କଲେ ଅନେକ ଘୃଣା ପ୍ରକାଶ କରିଥାନ୍ତି। କିନ୍ତୁ ସେ ପରିବାର ରେ ସେମିତି କିଛି ତଫାତ ନଥିଲା। ସନ୍ତାନ କନ୍ୟା ହେଉ କି ପୁତ୍ର , ସେ ପରିବାର ପାଇଁ ଜଣେ ଭବ୍ୟ ନୂଆ ଅତିଥି। 



Rate this content
Log in

Similar oriya story from Romance