kamal kumar dash

Romance

3  

kamal kumar dash

Romance

ନିଶା

ନିଶା

1 min
136



        ନିଶା ଖୁବ ସୁନ୍ଦର ଗୀତ ବୋଲେ ଓ ଭଲ ପଢେ | ସ୍କୁଲ ପରେ ପାଖ କଲେଜକୁ ସାଇନ୍ସ ପଢିବାକୁ ଗଲା | କଲେଜର ଫଙ୍କସନରେ ସେ ଗୀତ ବୋଲି ପ୍ରାଇଜ ପାଇଲା | ତାଙ୍କ କ୍ଳାସର ନୀଲେସ ଗୀତ ଲେଖୁଥିଲା | କେତେ ଜଣ ନୀଲେଶକୁ କହିଲେ ତୁ ତୋ ଗୀତ ନିଶାକୁ ବୋଲିବାକୁ ଦେ , ବହୁତ ଭଲ ହେବ | ଗୋଟେ କ୍ଳାସରେ ସାର ଆସିଲେନି ,ନୀଲେଶ ର ସାଙ୍ଗ ମାନେ ନିଶାକୁ ତାର ଦିଟା ଲେଖା ଗୀତ ନେଇ ଦେଲେ ଓ ଗାଇବାକୁ ଅନୁରୋଧ କଲେ | ନିଶା ତାକୁ ପଢିଲା ଓ କହିଲା ଗୀତ ବହୁତ ସୁନ୍ଦର ଅଛି ହେଲେ ଏହାକୁ ସ୍ୱର କରିବାକୁ କିଛି ସମୟ ଲାଗିବ ଓ ବିନା ମିୟୁଜିକରେ ଗାଇବା କଷ୍ଟ | ନୀଲେଶର ସାଙ୍ଗ ମାନେ କିନ୍ତୁ ଛାଡିବlର ଲୋକ ନଥିଲେ | ପ୍ରାୟ ଅଧ ଘଣ୍ଟାପରେ ନିଶl ସେ ଭଜନଟି ବୋଲିଲା ଓ ପୁରl କ୍ଲାସ ମନ୍ତ୍ର ମୁଗ୍ଧ ହୋଇ ଶୁଣିଲା | ତା ପରେ ନୀଲେଶର ଗୀତ ଗୁଡିକ ନିଶା ଗାଇଲା ଓ ଦି ଜଣଙ୍କ ଭିତରେ ବନ୍ଧୁତା ବଢିଗଲା | ନୀଲେଶର ଜନ୍ମଦିନରେ ସମସ୍ତେ ତା ଘର କୁ ଆସିଥିଲେ | କେକ କଟା ପରେ ସାଙ୍ଗ ମlନେ , ନିଶାକୁ ଗୋଟିଏ ଗୀତ ବୋଲିବାକୁ କହିଲେ | ସେ ଖୁବ ସୁନ୍ଦର ଗୀତ ଟିଏ ବୋଲିଲା | ନିଲେସର  ବୁଢୀମା ଗୀତ ଶୁଣି ବହୁତ ଖୁସି ହେଲେ ଓ ତାକୁ କୋଳେଇନେଲେ | 

        ପରୀକ୍ଷା ଫଳ ବାହାରିଲା ପରେ ନୀଲେଶ ପାଠ ପଢିବାକୁ ବାହାରକୁ ଚାଲିଗଲା | ନିଶାର ଜନ୍ମଦିନରେ ସେ ସମସ୍ତଙ୍କୁ ତା ଘରକୁ ଡାକିଲା ହେଲେ ନୀଲେଶ ଦୂର ସହରରୁ ଆସି ପlରିଲାନି | ନିଶା ପାଇଁ ସନ୍ଧ୍ୟାରେ ଏକ ପ୍ୟାକେଟ ଆସିଲା ,ସେଥିରେ ଥିଲା ଗୋଟେ ସୁନ୍ଦର କେକ ,ଏକ ଟେଡି |ଟେଡିର ମୁଣ୍ଡରେ ଗୋଟେ ସୁଇଜ ଥିଲା ତାକୁ ପ୍ରେସ କଲାରୁ ଟେଡି ନିଶାର ସ୍ୱର ରେ ଭଜନ ବୋଲିଲା ଓ ଶେଷରେ ନୀଲେଶ  ସ୍ଵରେ ସରି ନିଶା କହିଲା | ନିଶା ଓ ସମସ୍ତେ ଖୁସି ହୋଇଗଲେ |


Rate this content
Log in

Similar oriya story from Romance