Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ନିର୍ଦୋଷର ମୁକ୍ତି ପଥ

ନିର୍ଦୋଷର ମୁକ୍ତି ପଥ

3 mins
221


    ରବି ସିନା ନିଜକୁ ନିର୍ଦୋଷ ନିର୍ଦୋଷ ବୋଲି ଚିତ୍କାର କରୁଥିଲା ହେଲେ ନବଘନବାବୁଙ୍କ ପ୍ରାଣପକ୍ଷୀ ତାଙ୍କ ଶରୀର ଛାଡ଼ି ଚାଲିଯାଇଥିଲା ଆରପାରିକୁ. ସ୍ତ୍ରୀ ସୁଜାତା ପୋଲିସଙ୍କ ଆଡକୁ ଆଗେଇ ଆସି କହୁଥିଲେ ମୋ ପୁଅ ଦୋଷୀ, ସେ ହୁଏତ ତା ସାଙ୍ଗକୁ ହତ୍ୟା କରିନପାରେ କିନ୍ତୁ ଆପଣଙ୍କ ଆଖି ସାମ୍ନାରେ ଦେଖୁଛନ୍ତି ତାରି ପାଇଁ ତା ବାପା ଆଜି ମୋ ଦୁଇଝିଅ ଓ ମତେ ଛାଡ଼ି ଚାଲିଯାଇଛନ୍ତି ଆରପାରିକୁ. ସେ ବାପାଙ୍କର ହତ୍ୟାକାରୀ. ତାକୁ ମୋ ଆଖି ଆଗରୁ ନେଇଯାଆନ୍ତୁ ପୋଲିସ ବାବୁ. ସେ ହତ୍ୟାକାରୀ. ଦୁଇଝିଅ ରୀତା ମିତା ମାଆ ସୁଜାତାଙ୍କୁ ଚୁପ କରାଉ ଥିଲେ. ଆସିଥିବା ପୋଲିସ ଜଣାଉଥିଲେ ଆପଣଙ୍କ ପୁଅ ନିର୍ଦୋଷ ସୁଜାତା ଦେବୀ. ସେମାନେ ସବୁ ସାଙ୍ଗମାନେ ମିଶି, ଜଣଙ୍କ ଛାତ ଉପରେ ଭୋଜି କରିଥିଲେ ସତ କିନ୍ତୁ ଯୋଉ ପିଲା ଛାତ ଉପରୁ ଖସି ମରିଛି, ତାକୁ କେହି ମାରିନାହାଁନ୍ତି. ସେ ମାନସିକ ବିକୃତ ଥିବା ଓ ଅତ୍ୟଧିକ ମଦ ପିଇବା କାରଣରୁ ଛାତ ଉପରୁ ଖସି ମରିଛି. ଏହି କଥା ଜଣେଇବାକୁ ଆମେ ଆସିଥିଲୁ କହି ପୋଲିସମାନେ ଚାଲିଯିବା ପରେ ମଧ୍ୟ ସୁଜାତା ରବି ଆଡକୁ ଚାହିଁ ସେହିଭଳି ଚିତ୍କାର କରୁଥିଲେ, ତୁ ହିଁ ହତ୍ୟାକାରୀ. ମୋ ଆଖି ଆଗରେ ଯେତେବେଳେ ବାପାଙ୍କୁ ମାରି ପାରିଲୁ ନିଜ ସାଙ୍ଗକୁ ଛାତ ଉପରକୁ ଠେଲି ନଦେଇଥିବୁ କିଏ କହିବ?ରୀତା ମିତା ମାଆଙ୍କୁ ପ୍ରକୃସ୍ଥିତ କରି କହୁଥିଲେ ତୁ ଏମିତି କଣ କହୁଛୁ ମାଆ. ଭାଇ କାହିଁକି ବାପାଙ୍କୁ ମାରିବ? ବାପା ତ ଡାଇବେଟିସ, ହାଇ ବ୍ଲଡ଼ ପ୍ରେସର ସହିତ ୟୁରିକ ଏସିଡ ଓ ଥାଇରଏଡ଼ ଇତ୍ୟାଇ ରୋଗରେ ପୀଡିତ ଥିଲେ. ଆଖିରୁ ଅଶ୍ରୁ ଝରାଇ ଚାଲିଥିଲେ ସୁଜାତା. ବୁଝୁନଥିଲେ ସେ. ରବି ହିଁ ସ୍ୱାମୀଙ୍କ ମୃତ୍ୟୁର କାରଣ ବୋଲି କହୁଥିଲେ ।

  ରବି ଭାବୁଥିଲା ବାପାଙ୍କ କଥା. ମାଟ୍ରିକରୁ ଏମ. ଏ,ଯାଏଁ ପ୍ରଥମ ଶ୍ରେଣୀରେ ପାସ କରି ମଧ୍ୟ ଶିକ୍ଷିତ ବେକାର ରବି.ବାପା ବିରକ୍ତ ହେବା ବଦଳରେ ମାଆକୁ ବୁଝାନ୍ତି ତାରି ସାଙ୍ଗର ପିଲାମାନେ କେଡେ କେଡେ ଚାକିରୀ କରି ନିଜକୁ ପ୍ରତିଷ୍ଠିତ କରିସାରିଲେଣି. ଧନୀ ଘର ପିଲାମାନେ ମଧ୍ୟ ନିଜକୁ ବଡ଼ ବଡ଼ ବିଜିନେସ ଭିତରେ ବୁଡ଼ାଇ ରଖିଲା ବେଳେ ମୁଁ ବାପା ହୋଇ ତାକୁ କିଛି ସାହାଯ୍ୟ କରିପାରୁନି ଯେତେବେଳେ ସେ ସାଙ୍ଗ ମାନଙ୍କ ସଙ୍ଗେ ମିଶି ଭୋଜିଭାତ କରି ନିଜକୁ ବ୍ୟସ୍ତ ରଖୁଛି ତ ଖରାପ କଣ? ମାଆ ସୁଜାତା ଚିହିଁକି ଉଠନ୍ତି, ତମର ଏମିତି ଗେଲବସରିଆ କଥା ଯୋଗୁଁ ସେ ବିଗିଡି ଗଲାଣି. ରାତି ରାତି ଭୋଜି ଭାତ କରି ବାହାରେ କାଟୁଛି ନିଜ ସମୟ. ତଥାପି ବାପା କୁହନ୍ତି ଆରେ ପିଲାଲୋକ, ଦେଖିବ ରୁହ ମୋ ପୁଅ ଦିନେନା ଦିନେ ମୋ ନାମ ରଖିବ. ସେହିଦିନ ବିଳମ୍ବିତ ରାତିରେ ରବି ମଦ ପିଇ ଘରକୁ ଫେରିଥିଲା. ମାଆ ଭୀଷଣ ପାଟିତୁଣ୍ଡ କଲେ ମଧ୍ୟ ବାପା କିଛି ବି କହିନଥିଲେ. କିନ୍ତୁ ପୋଲିସ ଆସି ରବିକୁ ଦୋଷୀ ସାବ୍ୟସ୍ତ କରି ନେଇଯିବା ପରେ ପରେ ଅସୁସ୍ଥ ହୋଇପଡିଲେ ନବଘନବାବୁ. ଦୁଇ ଝିଅ ଓ ମାଆ ତାଙ୍କୁ ହସ୍ପିଟାଲକୁ ଆଣିଥିଲେ କିନ୍ତୁ ଜଣାଅପଡ଼ିଲା ତାଙ୍କର ବ୍ରେନ ଷ୍ଟ୍ରୋକ. ଅପରେସନ ଦରକାର. ପାଖରେ ଏତେ ପଇସା କାହିଁ ଯେ ତାଙ୍କୁ ମାଆ ଝିଅମାନେ ଅପରେସନ କରାଇଥାଆନ୍ତେ. ଦୁଇ ଝିଅ ଦୌଡିଲେ ଥାନାକୁ. ପୋଲିସବାବୁଙ୍କ କଷ୍ଟୋଡ଼ିରେ ରବି ଆସିଲା ବାପାଙ୍କୁ ଦେଖିବାକୁ. ସୁଜାତା ମଧ୍ୟ ଘରଖଣ୍ଡକ ବ୍ୟାଙ୍କରେ ବନ୍ଧା ପକାଇ, ଟଙ୍କା ଆଣିବା ବେଳକୁ ନବଘନ ବାବୁଙ୍କ ପ୍ରାଣପକ୍ଷୀ ଉଡିଯାଇଥିଲା ସବୁଦିନ ପାଇଁ. ରବି ଉଠିଲା. ଅଣ୍ଟା ଭିଡ଼ିଲା.ବାପାଙ୍କ ସବୁ କାମ ସାରିଲା. ତଥାପି ମାଆ ବୁଝୁନଥିଲା. ସେଦିନ ବାପାଙ୍କ ମୁଣ୍ଡ ପାଖ ବକ୍ସଟିକୁ ରବି ଆଗରେ ଫୋପାଡି ଦେଇ କହିଲେ ନେ ଏଇଥିରେ ଟଙ୍କା ଅଛି. ଘର କରିଥିଲେ ଯିଏ ସିଏ ରହିଲେନି, ତାଙ୍କ ଘର ବନ୍ଧା ପକାଇ ଆସିଥିବା ଟଙ୍କା ନେଇ ତୁ ଶାନ୍ତିରେ ରହ ।

    ଦୀର୍ଘାନିଶ୍ୱାସ ପକେଇ ରବି ଟଙ୍କା ବାକ୍ସ ଖୋଲିଲା. ଟଙ୍କା ତକ ଧରି ବ୍ୟାଙ୍କ ଯାଇ ଫେରେଇ ଆଗ ଘରଟିକୁ ଋଣ ମୁକ୍ତ କଲାପରେ ଟ୍ୟୁସନ କଲା ଘରେ ଘରେ ଯାଇ. ସେହି ଟଙ୍କା କୋଉଆଡକୁ ପାଇଲା ନାହିଁ ତ କୁକୁଡ଼ା ଚାଷ,ମାଛ ଚାଷ ଓ ଛତୁ ଛାଷ କଲେ ତିନି ଭାଇଭଉଣୀ. ଖୁବ ଉପାର୍ଜ୍ଜନ ହେଲା. ଭଲ ଦୁଇ ପଇସା ହେବାରୁ, ବାପାଙ୍କ ଶୁଦ୍ଧଘର ସହିତ ଦୁଇ ଭଉଣୀଙ୍କୁ ବାହା ଚୋରା କରେଇଲା. ସେଦିନ ଗୋଟେ ଭଲ କମଳ କିଣି ବୋଉ ପାଇଁ ଫେରିଲା ରବି ଘରକୁ. ବାପା ଚାକିରୀ କରିଥିଲା ବେଳେ, ତିନି ତିନିଟା ପିଲାଙ୍କୁ ପାଠ ପଢେଇବା ସହ ଘର ଖଣ୍ଡେ କରିବାରେ ସମସ୍ତ ଅର୍ଥ ଯାଉଥିଲା ତ ଭଲ ଜିନିଷଟେ ଘରକୁ ଆସିପାରେନି. ତଥାପି ବାପାଙ୍କ ପେନସନ ଟଙ୍କାରେ, କେତେ ଦିନର ଇଛାକୁ ପୁରଣ କରି ବାପା ରବି ପାଇଁ ବାଇକଟିଏ ଓ ଘରକୁ ଟିଭି ଟିଏ ଆଣିଥିଲେ ସତ ହେଲେ ବୋଉର ସେହି ଛୋଟ ଆଶାଟି ପୁରଣ କରିପାରିନଥିଲେ. ଆଜି ରବି ନିଜ ଉଦ୍ୟମରେ ବହୁତ ପଇସା ରୋଜଗାର କରୁଛି. ବାପାଙ୍କୁ ତ ଫେରେଇ ଆଣି ହେବନି ହେଲେ ବୋଉକୁ କମଳଟିଏ ଦେଇ ବୋଉର ଅଭିମାନ ଭାଙ୍ଗିବାରେ ନିଶ୍ଚୟ ସମର୍ଥ ହେବ. ରବି ଯାହା ଭାବିଥିଲା ଓଲଟା ଫଳିଲା. ବୋଉ କମଳ ଆଡକୁ ଚାହିଁଲା ନାହିଁ. ଖୁସି ହେବା ପରିବର୍ତ୍ତେ ଖାଲି କାନ୍ଦୁଥିଲା. ରବି ବୁଝିପାରିଲାନି କଣ କଲେ ବୋଉ ତାକୁ ନିର୍ଦୋଷ ଭାବିବ. ସେଦିନ ରାତିରେ ନିଦ ନଥିଲା ରବିକୁ. ବୋଉ ମଧ୍ୟ କାନ୍ଦି କାନ୍ଦି ଶୋଇଯାଇଥିଲା. ଶୀତ ସକାଳର ପହିଲି ସ୍ପର୍ଶରେ ବୋଉ ଉଠିଲା ହେଲେ ଦାଣ୍ଡ କବାଟ ଖୋଲା ଦେଖି ଚମକି ପଡିଲା. ଦଉଡିଗଲା ରବି ଶୋଇବା ଘରକୁ ହେଲେ ରବି ନଥିଲା. ମତେ ଆଉ ଖୋଜିବୁନି ବୋଉ ଲେଖାଥିବା କାଗଜଟି ଉପହାସ କରୁଥିଲା ସୁଜାତାଙ୍କୁ. ସେ କାନ୍ଦୁଥିଲେ ବାହୁନି ବାହୁନି. ତତେ ବୁଝିବାରେ ଭୁଲ କରିଦେଲି ପୁଅ କହି ଦଉଡିଗଲେ କମଳ ପାଖକୁ. କମଳଟି ମଧ୍ୟ ଉପହାସ କରୁଥିଲା ସୁଜାତାଙ୍କୁ. ଭୋ ଭୋ ରଡି ଛାଡ଼ି କମଳଟିକୁ ଛାତିରେ ଜଡ଼ାଇ ମୋ ପୁଅ ତୁ ଫେରିଆ ଫେରିଆ କହୁଥିଲେ ବି କେହି ଶୁଣିବାକୁ ନଥିଲେ ।


Rate this content
Log in

Similar oriya story from Abstract