ନିରବ ନିଷ୍ପତି
ନିରବ ନିଷ୍ପତି
ଆଜି ସକାଳୁ ସକାଳୁ ହାତ ରେ ଚା ବନେଇବା ପାଇଁ ରୋଷେଇ ଘର କୁ ଗଲାବେଳେ ଦେଖିଲି ଚିନି ତକ ସରିଯାଇଛି,ହେଲେ ତୁମ ସହ ଆରମ୍ଭ ହେଇଥିବା ଅଭ୍ୟାସ ତକ ନୁହେଁ l ସୋମୁ କୁ ପଠେଇଲି ସଉଦା ଚିଠା କରି ନନା ଦୋକାନ କୁ, ବେଗି ଆସିବା ପାଇଁ ଆଗୁଆ କହିଦେଇ l ଲଥ କିନା ବସିଗଲି ବାଲକୋନୀ ର ବେତ ଦୋଳି ରେ l ଚାଁହୁ ଚାଁହୁ ଚାରିବର୍ଷ ବିତିଗଲା, ସେ ଦିନ ଥିଲା ଜୁଲାଇ ନଅ ତାରିଖ ଦୁଇହଜାର ଅଠର ମସିହା l ସେଦିନ ବି ଆଜି ପରି ଏକ ଅଳସୁଆ ଆଉ ଶୁଖିଲା ପାଗର ହାଲକା ସମ୍ମୋହନ ଥିଲା l ମୁଁ ଶୀଘ୍ର ଶୀଘ୍ର କାମ ସାରି ତୁମ ପାଖକୁ ବାହାରିଯାଇଥିଲି ତୁମେ ରହୁଥିବା ବାଣୀବିହାର ଛାତ୍ରୀ ନିବାସ କୁ ଅନେକ ଉପହାର ନେଇ l ତୁମକୁ ବହୁତ ସମୟ ଅପେକ୍ଷା କଲା ପରେ ଦେଖା ଦେଲ ଠିକ ପାଣିଟାଙ୍କି ର ପଛ ରାସ୍ତାରେ l ସବୁ ଦିନ ପରି ତୁମର ଗହମିୟା ବର୍ଣ୍ଣ ମୋତେ କଅଁଳିଆ ଘାସ ଗାଲିଚା ପରି ଆମନ୍ତ୍ରଣ କରୁଥିଲା ଚାରା ଭୂଇଁ ରେ ହଜିଯିବା ପାଇଁ l ବାରମ୍ବାର ଆନମନା ହଉଥିଲି ତୁମର ଓଠ ଚିପା କଥା ରେ, ପାଦ ଆଙ୍ଗୁଠି ରେ ତଳକୁ ଗାର ଟାଣିବାରେ l ହୃଦୟ ମୋର ଅଲଗା ଶିହରଣ ରେ ପ୍ରକମ୍ପିତ ହେଉଥିଲା, ତଥାପି ମୁଁ ପାହାଡ ପରି ତୁମ ଆଗରେ ଠିଆ ହୋଇଥିଲି l ହଁ, କେବଳ ଠିଆ ହୋଇନଥିଲି..... ଭାବୁଥିଲି,ତୁମ ମମି ଆଉ ଆମ ପ୍ରେମର ପ୍ରାଣ ପ୍ରତିଷ୍ଠାତ୍ରୀ ତଥା ଏକମାତ୍ର ସାକ୍ଷୀ ଆଉ ମଧ୍ୟସ୍ଥି.... ମୋତେ ତାଗିଦା କରିଥିବା କଥାମାଳା ଗୁଡିକୁ l ତୁମେ ଆହୁରି ସୁନ୍ଦର ଦେଖାଯାଉଥିଲ ମୋ ହୃଦୟ ଆକାଶରେ ଏକ ରାଜହଂସୀ ପରି ଶ୍ୱେତବର୍ଣ୍ଣା ହୋଇ l ତୁମର ଚୁଡିଦାର ଗୁଡିକ ମୋତେ ଆହୁରି ମର୍ଯ୍ୟାଦା-ସମ୍ପନ ଲାଗୁଥିଲା,ଯେମିତି ତୁମେ ମୋତେ ମୁଁହକୁ ଚାହିଁ ପାରୁନଥିଲ l ତୁମକୁ କହିଛି କୀ ନାହିଁ ମୁଁ ଜାଣିନି.... ମୋର ପିଲାବେଳୁ ଗୋଟିଏ ହିଁ ମାପକାଠି ଥୀଲା... ମୋ ଭାବି ସ୍ତ୍ରୀ କେବଳ ଉଚ୍ଚଶିକ୍ଷିତ ହୋଇଥିବ, ରୂପ ଜଦି ବି ମଧ୍ୟମ ହୋଇଥିବ ତଥାପି ଚଳିବ l ଯାହା ବି ହେଉ, ମା ସରସ୍ବତୀ ଙ୍କ ଦୟା ରୁ ତୁମ କୁ ମୁଁ ଆବିଷ୍କାର କରିଥିଲି କଟକ ରେ ଥିବା ଆମର ପ୍ରିୟ ସାର ଙ୍କ ର ଶିକ୍ଷାନିକେତନ ରୁ l ଆମେ ଦୁଇ ବର୍ଷ ବାନ୍ଧି ହୋଇସାରିଥିଲେ ଏକ ଅଜଣା ସୂତା ଖିଅ ରେ l ବୁନୁ ତୁମ କୁ ମୁଁ କହିନଥିଲି.... ମୁଁ ସମସ୍ତଙ୍କୁ ମନେଇ ଦେଇଥିଲି ତୁମ ଘରକୁ ପ୍ରସ୍ତାବ ନେଇକିଯିବା ପାଇଁ, ପ୍ରେମକୁ ସବୁଦିନ ପାଇଁ ଜଡେଇ ଧରିବା ପାଇଁ l ସବୁକଥା ସରିଲା ପରେ ମୁଁ କାର ଚାବି କୁ ଷ୍ଟାର୍ଟ କରିବା ପାଇଁ ଆଗେଇଲା ବେଳେ ତୁମେ ସିଟ ରେ ନ ବସି ଜିଦି କଲ ଗାଡିଚଲେଇବା ପାଇଁ l ମୁଁ ଆଉ କେତେ ବୁଦ୍ଧି ଖର୍ଚ୍ଚ କରିପାରିଥାନ୍ତି... କୁହ ତ ? ତୁମର ଏକବାର ଜିଦି ଆଗରେ ମୁଁ ହାର ମାନିଲି l କାର ଟି ଚାଲିଲା ଆଗକୁ ଆଗକୁ....... ତାଳପଦେଶ୍ୱରୀ ମନ୍ଦିର ରାସ୍ତାରୁ ଦୁଇ ନମ୍ବର ପୁଅ ମାନଙ୍କ ହଷ୍ଟେଲ ଯାଏଁ ମୋର ବିଶ୍ୱାସ ଆସିଯାଇଥିଲା ବହୁତ ଭଲସେ ତୁମ ଉପରେ l ତାପରେ ଆମେ ଖଣ୍ଡଗିରି ବୁଲି ଗଲେ.... କେତେ ସ୍ବପ୍ନ ଦେଖେଇଲ.... କେତେ ମିଠା ପ୍ରତିଶୃତି.... କେତେ ନିବିଡ଼ତା.... ଆଜି ବି ମୋତେ ପାଗଳ କରି ଦିଏ l ସବୁ ବୁଲାବୁଲି, ଖିଆପିଆ ପରେ ଆମେ ଫେରୁଥାଏ ତୁମର ବାଣୀବିହାର ହଷ୍ଟେଲ କୁ l ତୁମେ ଆଜି ପୁରା ବେଖିଆଲ ଥିଲ l କାର ଟିକୁ ତୁମେ ଏତେ ଜୋରରେ ଚଲାଅନି ବୋଲି ନେହୁରା ହେଉଛି... ହେଲେ ଶୁଣିଲ ନି l ମୁଁ ବି ଚୁପ ହେଇଗଲି କିଛି ସମୟ ପରେ l ଖଣ୍ଡଗିରି, ତାପରେ ବରମୁଣ୍ଡା, ତାପରେ ସିଆରପି ଛକ.... ଆଉ ତାପରେ ଜୟଦେବ ବିହାର ଓଭର ବ୍ରିଜ.... ଆଉ ତାପରେ ଆଚାର୍ଯ୍ୟ ବିହାର ଦେଇ ବାଣୀବିହାର ଯିବାକୁ ଡ଼ିଭାଇଡର l ମୁଁ ଟିକେ ମୋବାଇଲ ରେ ହଜିଯାଇଥିଲି, ଆଗକୁ ଚାହିଁଲା ବେଳକୁ ଠିକ ଆମସାମନ୍ନା ରେ ଡ଼ିଭାଇଡର ର ପ୍ରସ୍ତର କାନ୍ଥ ଆଉ ତୁମର ଗାଡି ର ବେଗ ବଢେଇବା ପାଇଁ ଏକ୍ସଲି୍ରିଟର ଉପରେ ପାଦ l କିଛି ଜାଣିନି ଆଉ ତା ପରେ.... ଆଖି ଖୋଲିଲା ବେଳକୁ ଆପୋଲୋ ହସ୍ପିଟାଲ ରେ l ମୋ ସାଙ୍ଗ *ନିକି* କହୁଛି ତୁ ବଞ୍ଚିଗଲୁ ହେଲେ ବୁନୁ ଆଉ ନାହିଁରେ.... ତୋର ପାଗେଳାମି ପାଇଁ ଗୋଟେ ନିରିହ ଜୀବନ ଚାଲିଗଲା ରେ l ଆଖିରୁ ମୋ ଗରମ ଲୁହ ବହିଯାଉଥିଲା ଆପୋଲୋ ହସ୍ପିଟାଲ ବେଡ଼ ଉପରେ l ସମସ୍ତ ଙ୍କ ନଜରରେ ମୁଁ ଏକ ଛାତରଖିଆ ର ରୂପ ନେଇ ସାରିଥିଲି l ପେପର ଵାଲା ତ ଆଉ ଟି କେ ଆଗେଇଯାଇ ଛାପିଦେଲେ.... ନିଶାସକ୍ତ ଅବସ୍ଥା ରେ ଶାସକ ଦଳ ର ଯୁବନେତା ଙ୍କ ର ଆଚାର୍ଯ୍ୟ ବିହାର ନିକଟରେ କାର ଦୁର୍ଘଟଣାଗ୍ରସ୍ତ, ସାଥିରେ ଥିବା ବାନ୍ଧବୀ ଙ୍କ ମୃତ୍ୟୁ l ମୋର ସବୁ ଚାଲିଗଲା ଗୋଟାଏ କ୍ଷଣ ରେ l ମୋତେ ହସ୍ପିଟାଲ ନେଇଥିବା ଲୋକେ ତ ଦେଖିଥିବେ ଗାଡିର ଚାଳକ କିଏ? ଛାଡ଼.. ସେ ସବୁ ବେକାର କଥା... ମୋର ନାୟକ ହବାକୁ ଇଚ୍ଛା ଥିଲା..... ତୁମ ମେଘମଲ୍ହାର ରେ ଇନ୍ଦ୍ରଧନୁ ହବାର ସ୍ବପ୍ନ ଥିଲା.... କିନ୍ତୁ ତୁମେ ଯେ ସେ ଦିନ ଆତ୍ମହତ୍ୟା କରିଥିଲ, ମୁଁ ଭାବିଲା ବେଳକୁ କଷ୍ଟ ଲାଗେ... ନିଜ ଉପରେ ଘୃଣା ଲାଗେ l ମୁଁ ସବୁ ବେଳେ ନିରବ ରହିବା ର ନିଷ୍ପତି ନେଇଛି ସେବେଠୁ l ଆଉ କଣ କହିବି.... ସବୁ କିଛି କୁ ଚୁପଚାପ ସହୁଛି.... ଜଦି ଠକି ବାର ଏତେ ଇଛା ଥିଲା.... ତେବେ ଏତେ ପ୍ରେମ କରୁଥିଲ କଣ ପାଇଁ? କିଛି ବି ମୋତେ ପ୍ରତିଉତ୍ତର ମିଳେନି.... ମୋ ଆଖି ଲୁହ ଓଠ ପିଏ ବାରମ୍ବାର.... ସ୍ମୃତି ର ଅପଲକ ନୟନରେ l ମୁଁ ଆଜି ବି ଭାବେ... ପ୍ରେମ ଆଉ କଣ କୀ ? ଜଣଙ୍କ କେଳେଙ୍କାରୀ କୁ କୋଳରେ ଜଡେଇ ଧରି ନିଜକୁ ଅବାଂଛିତ ଗର୍ଭବତୀ ବୋଲଇବା ହେଉଛି ଏ ଆର୍ଯ୍ୟବ୍ରତ ର କୁଳ ଧର୍ମ l
ତୁମ କୁ ମୁଁ ଏ ଜନ୍ମରେ କେବେ ବି କ୍ଷମା କରି ପାରିବିନି... ତୁମେ.... ଏ ଜନ୍ମ ର... ପ୍ରତି ଜୁଲାଇ ର ଫେରନ୍ତା " ଇନ୍ଦ୍ରଧନୁ " l

