STORYMIRROR

Gurudas Goutam Swain

Tragedy

3  

Gurudas Goutam Swain

Tragedy

ବୁନୁକୁ ମୋର ଚିଠିଟିଏ

ବୁନୁକୁ ମୋର ଚିଠିଟିଏ

1 min
390

ସ୍ନେହର ବୁନୁ,

ବାସ୍ତବତାର ଗଳିରେ ତୁମେ,

ମୋ ପାଇଁ ଏକ ଜୀବନ୍ତ ପ୍ରେରଣା.... ସ୍ମୃତିର ଅପଲକ ନୟନରେ ତୁମେ,

ଏକ ଆନନ୍ଦର ଚିରସ୍ରୋତା ଝରଣା....

ଛୋଟୁକୁ ସ୍ନେହ, ମମିକୁ କିଛି କହିବିନି । ବାପା ବୁଝି ପାରିଲେନି । ବଡ଼ବାବୁ ପୁରା ମନୁଆ ଟା, ବୁଝିବାକୁ ଚେଷ୍ଟା କରେନି । ଆଉ ଶେଷକୁ ତୁମେ, କିଛି ବି ଆଶା କରିନଥିଲି ତୁମଠୁ । ହେଲେ ଅନେକ କିଛି ପାଇଛି, ସ୍ନେହ, ଶ୍ରଦ୍ଧା, ଭଲପାଇବା, ପାହାଳର ମିଠା ସ୍ବପ୍ନ... କେବଳ ତୁମେ ହିଁ ତ ଥିଲ ଏକମାତ୍ର ଯିଏ ଅର୍ଥତତ୍ତ୍ୱର ବଜାରରେ ମୋ ପାଖରେ କିଣା ବିକା କରିପାରୁଥିଲ । ତୁମେ ମୋ ଜୀବନରେ ଏକ ସୁନ୍ଦର ପରିରୂପେ ବିଚରଣ କରୁଥିଲ । ସତ କହୁଛି,ରେଭେନ୍ଶାର ନାଲି ଛକ ଦେଇ ଗଲାବେଳେ କିତାବମହଲ ଠୁ କେନାଲରୋଡ ଯାଏଁ କେବଳ ତୁମେ ହିଁ ଦେଖା ଯାଅ । ଆଜି ବି ଦେଖାଯାଉଛି ତୁମ ସହ ବିତାଇଥିବା ପ୍ରତିଟି କ୍ଷଣ, ମୁହୂର୍ତ୍ତ ଓ ତୁମର ମୋ ଦେହ ଛୁଇଁଥିବା ଗୋଟି ଗୋଟି ନିଶ୍ୱାସ-ପ୍ରଶ୍ୱାସ । ତୁମ ଦେହର ବାସ୍ନା ଆଉ ଓଠ ତଳର ଅକୁହା ତୃଷ୍ଣା, ଏବେବି ମୋତେ ମୋ ପାଖେ ଆନ୍ଦୋଳିତ କରୁଛି ସାଇତା ହୋଇରହିଲା ପରେ । ତୁମେ ଥିଲ ମୋ ପାଇଁ କରୋନୀଲ ଔଷଧ । ସତରେ ତୁମ ବିନା ମୁଁ ଅଧାରେରହିଗଲି । ଆଜି ବି କୂଳ କିନାରା ପାଉନି । ସତରେ.. ମରିବା ପୂର୍ଵରୁ ସବୁ ମଣିଷ କଣ ଏମିତି କଷ୍ଟ ପାଆନ୍ତି କି? ସତରେ କଣ ଏତେ ବିଭୀଷିକା ଲେଖା ମୋ ଭାଗ୍ୟରେ? ସତରେ କଣ ଆମ ପ୍ରେମ ନଥିଲା? ଚିଠି ପାଇ ଚିଠି ଦବ ।ରହିଲି,

(ଇତି )

ତୁମର ଅଭିଶପ୍ତ ଗନ୍ଧର୍ବ ।


Rate this content
Log in

Similar oriya story from Tragedy