କବି କୁସୁମଗୌରବ ଘନଶ୍ୟାମ ଜେନା

Abstract

3  

କବି କୁସୁମଗୌରବ ଘନଶ୍ୟାମ ଜେନା

Abstract

ନିମ୍ବବୃକ୍ଷ ଦାରୁ ହୁଏ କାହିଁକି ?

ନିମ୍ବବୃକ୍ଷ ଦାରୁ ହୁଏ କାହିଁକି ?

1 min
8



ମା ମଙ୍ଗଳାଙ୍କ ଠାରୁ ସ୍ୱପ୍ନାଦେଶ ପାଇବା ପରେ ଦଇତା ଓ ପତି ସେବକ ମାନେ ଦାରୁ ସନ୍ଧାନ ପାଇଁ ଯାତ୍ରା କରନ୍ତି। ଚାରୋଟି ଦଳରେ ବିଭକ୍ତ ହୋଇ ବିଭିନ୍ନ ଦିଗକୁ ଯାତ୍ରା କରି ଥାଆନ୍ତି। ସେମାନେ ପ୍ରାଥମିକ ଭାବରେ ଦିବ୍ୟ ଲକ୍ଷଣ ଓ ପାରିପାର୍ଶିକ ସଂକେତ ଥିବା ନିମ୍ବ ବୃକ୍ଷକୁ ହିଁ ମନୋନୟନ କରନ୍ତି । ସବୁ ସମ୍ଭାବ୍ୟ ସୂଚନା ମିଳିବା ପରେ ପ୍ରଥମେ ଶ୍ରୀସୁଦର୍ଶନ ଓ ପରେ ଅନ୍ୟ ବିଗ୍ରହମାନଙ୍କ ଦାରୁ ଚୂଡ଼ାନ୍ତ ଚୟନ ହୁଏ।

 ବୃହତ ସଂହିତାରେ ବରାହମିହିର ବିଗ୍ରହ ନିର୍ମାଣ ଉପଯୋଗୀ ବିଭିନ୍ନ ଦ୍ରବ୍ୟର ବର୍ଣ୍ଣନା କରିଛନ୍ତି। ତଦନୁସାରେ କାଷ୍ଠ ଓ ମୃତ୍ତିକାରେ ନିର୍ମିତ ପ୍ରତିମାକୁ ଉପାସନା କଲେ ଆୟୁ,ଐଶ୍ୱର୍ଯ୍ୟ,ବିଜୟ ଓ ବଳ ମିଳେ। ମଣି ପ୍ରତିମାଙ୍କ ଉପାସନାରେ ଜନ ସମାଜର ହିତ ହୁଏ। ସୁବର୍ଣ୍ଣ ପ୍ରତିମାଙ୍କ ଉପାସନାରେ ପୃଷ୍ଟି ଓ ରୌପ୍ୟ ପ୍ରତିମାରେ କୀର୍ତ୍ତି ପ୍ରଦାନ କରେ। ସେହିଭଳି ତାମ୍ରରେ ସନ୍ତାନ ଓ ଶିଳା ପ୍ରତିମା ଉପାସନାରେ ଭୂମି ପ୍ରାପ୍ତ ହୋଇଥାଏ। ସେଥିରେ ଦାରୁବୃକ୍ଷ ଚୟନ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଅଛି।

   କଶ୍ୟପଙ୍କ ଶିଳ୍ପଶାସ୍ତ୍ର ଓ ଭବିଷ୍ୟ ପୁରାଣରେ ମଧ୍ୟ ଦାରୁ ପ୍ରତିମା କୁ ଗୁରୁତ୍ବ ଦିଆଯାଇଛି।ସେଥିରେ ଥିବା ବର୍ଣ୍ଣନା ଅନୁସାରେ ଅଶ୍ୱତ୍ଥ, ମହୁଲ, ଚନ୍ଦନ,ଅଞ୍ଜନ,ପଣସ, ଅର୍ଜ୍ଜୁନ, ରକ୍ତ ଚନ୍ଦନ ଆଦି ବୃକ୍ଷ ପ୍ରତିମା ନିର୍ମାଣ ପାଇଁ ଉତ୍ତମ। କିନ୍ତୁ ଶ୍ରୀକ୍ଷେତ୍ରରେ ପୂଜିତ ଶ୍ରୀ ଜଗନ୍ନାଥଙ୍କ ଆକାର ଦୃଷ୍ଟିରୁ ନିମ୍ବ ବ୍ୟତୀତ ଏଥି ମଧ୍ୟରୁ ଅନେକ ଅନୁପକୁକ୍ତ। ଭବିଷ୍ୟ ପୁରାଣ ପ୍ରକାରେ ସବୁ ବର୍ଗର ଉପାସକଙ୍କ ପାଇଁ ନିମ୍ବ କାଠର ପ୍ରତିମା ଗ୍ରହଣୀୟ।

  ପୁରୀ ଶ୍ରୀ ମନ୍ଦିରରେ ପୂଜିତ ଚତୁର୍ଦ୍ଧାମୂର୍ତ୍ତି ଓ ମାଧବଙ୍କର ପ୍ରତିମା ଦାରୁରେ ନିର୍ମିତ ହେବାର ଅନ୍ୟଏକ କାରଣ ରହିଛି, ନିମ୍ୱ ବୃକ୍ଷ ଓଡିଶାର ସବୁ ଠାରେ ମିଳେ। ଅନ୍ୟ ଏକ କାରଣ ହେଲା ତାର ରସ ତିକ୍ତ (ପିତା) ଯୋଗୁଁ କୀଟମାନେ ଦଂଶନ କରିପାରନ୍ତି ନାହିଁ। ଏଣୁ ନିମ୍ବବୃକ୍ଷରେ ହିଁ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ କରାଯାଏ।

   


Rate this content
Log in

Similar oriya story from Abstract