STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

3  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ପବିତ୍ର ମହେନ୍ଦ୍ର ପର୍ବତ.୨ଭାଗ

ପବିତ୍ର ମହେନ୍ଦ୍ର ପର୍ବତ.୨ଭାଗ

1 min
10


   ମହେନ୍ଦ୍ର ପର୍ବତ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ଜନ ମାନସ ଉପରେ ଗଭୀର ରେଖାପାତ କରିଥାଏ।

ଯେହେତୁ ମହେନ୍ଦ୍ର ହିନ୍ଦୁ, ବୌଦ୍ଧ, ଜୈନ ଆଦି ଧର୍ମରଉପାସନା ସ୍ଥଳୀ ଭାବରେ କେଉଁ ଆବହମାନ କାଳରୁ ମାନ୍ୟତା ପାଇଛି ସେଥିରେ ପୁଣି ହିନ୍ଦୁମାନଙ୍କର ବୈଷ୍ଣବ, ଶୈବ୍ୟ,ଶାକ୍ତ,ଗାଣପତ୍ୟ ଆଦି ଅନେକ ଉପାସକଙ୍କ ଉପାସନା ପୀଠ ମାନ ରହିଛି, ତା ସାଙ୍ଗକୁ ମହିମା ଧର୍ମର ମଧ୍ୟ ଦୁଇଟି ଉପାସନା ମନ୍ଦିର ଦେଖାଯାଏ ଗୋଟିଏ କୌପିନୀ ବାବାଙ୍କ ପାଇଁ ଓ ଅନ୍ୟଟି ବକ୍ବଳ ଧାରୀ ବାବାମାନଙ୍କ ପାଇଁ ଉଦ୍ଦିଷ୍ଟ। ମହେନ୍ଦ୍ରରେ ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପ୍ରସିଦ୍ଧ ମହାଶିବରାତ୍ରି ମେଳା ଅନୁଷ୍ଠିତ ହେଇଥାଏ। ଏଥିରେ ହଜାର ହଜାର ଭକ୍ତଙ୍କ ସମାଗମ ମଧ୍ୟ ହୋଇଥାଏ। 

ମହେନ୍ଦ୍ରରେ ବିରାଜିତ ଅନେକ ସୁନ୍ଦର କାରୁକାର୍ଯ୍ୟରେ ମଣ୍ଡିତ ପ୍ରାଚୀନ ମନ୍ଦିର,କୀର୍ତ୍ତିରାଜି ସବୁ କେଉଁ ଆବହମାନ କାଳରୁ ପ୍ରତିଷ୍ଠିତ ହୋଇ ଆଜି ପର୍ଯ୍ୟନ୍ତ ତା'ର ଶୋଭା ବର୍ଦ୍ଧନ କରି ଆସୁଅଛି। ପ୍ରସିଦ୍ଧ ଗୋକର୍ଣେଶ୍ଵର ବା କୁନ୍ତୀ, ଯୁଧିଷ୍ଠିର,ଭୀମ ମନ୍ଦିର, ଅର୍ଜ୍ଜୁନ ଗୁମ୍ଫା, ପଞ୍ଚ ପାଣ୍ଡବ ଗୁମ୍ଫା, ଭୀମାସୁର ଗୁମ୍ଫା ଆଦି ଅନେକ ଘୁମ୍ଫାମାନ ସହ ଦାରୁବ୍ରହ୍ମ, ହନୁମାନକୁଦ, ପାଣ୍ଡବ ମାନଙ୍କ ସଭାମଣ୍ଡପ, ଦେବ ଯଜ୍ଞଶାଳା,ଭୀମ ଶିଳା, ମହେନ୍ଦ୍ରେଶ୍ୱର ପୀ  ପର୍ଶୁରାମ ପୀଠ, ମହେନ୍ଦ୍ରାଶ୍ରମ, ଆଦି ଉଲେଖନୀୟ।

 ମହେନ୍ଦ୍ର ଗିରିର ପାଦ ଦେଶରେ ବିରାଜିତ ତୁମ୍ବା ନିକଟ ପବିତ୍ର ପର୍ଶୁରାମ କୁଣ୍ତ, ଗାରାବନ୍ଧ ନିକଟ ପବିତ୍ର ସୀତାପର୍ବତ,ମା ସାତଭଉଣୀ ମନ୍ଦିର, ଜୀରାଙ୍ଗ ବଳଦେବଙ୍କ ମନ୍ଦିର,ପୁଖତ୍ତିଙ୍ଗିସ୍ଥ ପୁଟ୍ଟେଶ୍ୱର ମନ୍ଦିରଭଳି ପବିତ୍ର ଦର୍ଶନୀୟ ସ୍ଥାନ ମାନ ସହ ଗଣ୍ଡାହାତୀ ଜଳପ୍ରପାତ, ମାଙ୍କଡଦିଆଁ, ଖସଡ଼ା, ଗୁଦୁଗୁଦା ଆଦି ଅନେକ ସୁନ୍ଦର ଜଳ ପ୍ରପାତ ମାନ ମଧ୍ୟ ରହିଛି। ପବିତ୍ର ରାମନଦୀ ତଟ ଏକ ପାହାଡ଼ ଉପରେ ସୁନ୍ଦର ଚିରସବୁଜ ଶାନ୍ତ କାନ୍ତ ପରିବେଶରେ ସୁରମ୍ୟ ମନ୍ଦିର ଟିଏ ମଧ୍ୟ ଶୋଭା ପାଉଅଛି। ରାମ ଗିରି ଅଞ୍ଚଳରେ ଥିବା ପ୍ରଚୂର ପରିମାଣରେ ରାମ ଫଳ, ସୀତାଫଳ ସହିତ ରାମ ଓ ସୀତାଙ୍କ ନାମରେ ପାହାଡ଼ପର୍ବତ,ଜଳଭଣ୍ଡାର ଓ ଅନେକ ଜନବସତି ବହୁଳ ଭାବରେ ପରିଲକ୍ଷିତ ହୁଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational