STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ପବିତ୍ର ମହେନ୍ଦ୍ରପର୍ବତ(୩ୟ.ଭାଗ)

ପବିତ୍ର ମହେନ୍ଦ୍ରପର୍ବତ(୩ୟ.ଭାଗ)

1 min
258


    


 ତ୍ରେତୟା ଯୁଗରେ ସୁଗ୍ରୀବଙ୍କ ଆଦେଶରେ ସୀତାମାତାଙ୍କ ଅନୁସନ୍ଧାନରେ ଜାମ୍ବବାନ୍, ହନୁମାନ, ନଳ,ନୀଳ,ଅଙ୍ଗଦ, ସୁଷେଣ, ଗବାୟ, ଗବାକ୍ଷ, ଗଜ,ଗନ୍ଧମାଦନ, ଦ୍ବିବିନ୍ଦ ଆଦି ବଛା ବଛା ବାନର ଦଳ ଦକ୍ଷିଣ ଦିଗକୁ ଆସି ଥିଲେ ଓ ସେମାନେ ଜୟ ଶ୍ରୀରାମ ନାଦରେ ଏହି ସୀତା ପର୍ବତ ଉପରେ ଓହ୍ଲାଇ ଥିଲେ। ଏହି ପାହାଡର ଏକ ଗୁମ୍ଫାରେ ରହୁଥିବା ଗରୁଡ ଭ୍ରାତ ସମ୍ପାତି ଶ୍ରୀରାମ ନାମ ଶୁଣି ସେମାନଙ୍କ ନିକଟରେ ଆସି ପହଞ୍ଚିଲେ। ରାବଣ ଆକାଶ ମାର୍ଗରେ ଏହି ରାସ୍ତା ଦେଇ ସୀତା ମାତାଙ୍କୁ ନେଇଥିବା ବିଷୟ ଜଣାଇଲେ ଓ ସମସ୍ତ କପି ମାନଙ୍କୁ ମହେନ୍ଦ୍ର ଶିଖର କୁ ନେଇଗଲେ। ବର୍ତ୍ତମାନର ହନୁମାନ କୁଦ ନାମକ ସ୍ଥାନରୁ ହନୁମାନ ଲମ୍ଫମାରି ଲଙ୍କାରେ ପହଞ୍ଚି ସୀତାଠାବକରି ପୁଣି ସେହି ସ୍ଥାନକୁ ଫେରି ଆସି ଥିବା ବିଷୟ ପୁରାଣ ଓ କିମ୍ବଦନ୍ତୀ ରହିଛି।

 ଦ୍ୱାପର ଯୁଗରେ ମଧ୍ୟ ପଞ୍ଚୁପାଣ୍ଡବ ଓ ମାତା କୁନ୍ତୀ ବନବାସ କାଳରେ ଆସି ମହେନ୍ଦ୍ରରେ ଅବସ୍ଥାନ କରିଥିବା ବିଷୟ ଓଡ଼ିଆ ସାରଳା ମହାଭାରତରେ ବର୍ଣ୍ଣିତ। ଭଗବାନ ଶ୍ରୀକୃଷ୍ଣ ଏଠାରେ ପଞ୍ଚୁପାଣ୍ତବ ଓ ଦ୍ରୌପଦୀଙ୍କ ଦ୍ଵାରା ସତ୍ୟଆମ୍ବ ସୃଷ୍ଟି କରି ଥିବା ବିଷୟ ମଧ୍ୟ ବର୍ଣ୍ଣିତ ହୋଇଛି।ତା'ସହିତ ମହେନ୍ଦ୍ର ରେ ଧନୁର୍ବିଦ୍ୟା ଶିକ୍ଷା କେନ୍ଦ୍ର ପର୍ଶୁରାମଙ୍କ ଦ୍ଵାରା ସ୍ଥାପିତ ହୋଇଥିଲା ଓ ସେଠାରେ ଭୀଷ୍ମ, ଦ୍ରୋଣ, କାର୍ଣ୍ଣ ଆଦି ରାଜା ଓ ଋଷି ମାନେ ମଧ୍ୟ ଧନୁର୍ବିଦ୍ୟା ଶିକ୍ଷା ଲାଭ କରିଥିଲେ।

 ମହେନ୍ଦ୍ରରେ ପ୍ରାଚୀନ ଯୁଗରୁ ଆଜି ପର୍ଯ୍ୟନ୍ତ ବହୁ ମୁନି ଋଷି ମାନେ ଗୁମ୍ଫା ମାନଙ୍କରେ ତପସ୍ୟା ରତ। ଏଠାର ଜଳବାୟୁ ଶୁଦ୍ଧ ଓ ଦିବ୍ୟ ଔଷଧୀୟ ସୁଗନ୍ଧରେ ଭରା। ତେଣୁ ଏଠାରେ ତପସ୍ୟାରତ ମୁନି ଋଷିଗଣ ସ୍ୱଳ୍ପାହାର, ନିରାହାର ରେ ରହି ମଧ୍ୟ ସାଧନାରେ ମଗ୍ନ ଥାଆନ୍ତି। ଆଜିମଧ୍ୟ ଏଠାରେ ଏକା ଦିନରେ ସାତଟି ଋତୁ ଅନୁଭୂତ ହୁଏ। ମୋର ନିଜର କାବ୍ୟ ବହି "ମହେନ୍ଦ୍ର ମାହାତ୍ମ୍ୟ ଓ ସତ୍ୟ ଆମ୍ବ ଚରିତ"ରେ ବର୍ଣ୍ଣିତ"କେତେବେଳେ ଖରା,ବରଷା,ଘନ,କାକର, ଶୀତ 

               ମନ୍ଦମନ୍ଦ ବହେ ମରୁତ ଘେନି ଋତୁ ବସନ୍ତ"।

ମହେନ୍ଦ୍ର ଗିରି କେବଳ ଯେ ଗଜପତି ଓ ଓଡ଼ିଶାର ଗର୍ବ ତାହାନୁହେଁ ଏହା ଭାରତର ମଧ୍ୟ ଗର୍ବ ଓ ଗୋୖରବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational