ପବିତ୍ର ମହେନ୍ଦ୍ରପର୍ବତ (ଭାଗ ୪ର୍ଥ)
ପବିତ୍ର ମହେନ୍ଦ୍ରପର୍ବତ (ଭାଗ ୪ର୍ଥ)
ମହେନ୍ଦ୍ର ପାଦଦେଶରେ ଗାରାବନ୍ଧ ଗ୍ରାମ ନିକଟରେ ଥିବା ପବିତ୍ର"ସୀତାପଥର"କେବଳ ଦୁଇଟି ଦିବ୍ୟ ଶିଳାରେ ନିର୍ମିତ ତାହା ପ୍ରକୃତିର ବରଦାନସଦୃଶ।ପ୍ରଥମ ଶିଳାଟି ଶିବଲିଙ୍ଗାକୃତି ଓ ଦ୍ଵିତୀୟ ଶିଳାଟି ଶକ୍ତି ସ୍ୱରୂପା। ତାହା ସ୍ଵୟଂଭୂଲିଙ୍ଗ ରୂପେ ଭାରତ ବିଖ୍ୟାତ ଅଟେ। ଭଗବାନ ଶିବ ମା ପାର୍ବତୀଙ୍କ ସହିତ କୈଳାସପର୍ବତ ତ୍ୟାଗକରି ଭ୍ରମଣରେ ବାହାରି ଥିବା ବେଳେ ମହେନ୍ଦ୍ର ପର୍ବତର ଶୋଭାରାଜିରେ ବିମୁଗ୍ଧ ହୋଇ ଏଠାରେ କିଛିକାଳ ଅବସ୍ଥାନ କରିଥିବା କିମ୍ବଦନ୍ତୀ ରହିଛି। ସମଗ୍ର ଭାରତ ବର୍ଷରେ ଏହିଭଳି ଏକ ପାକୃତିକ ବିଶାଳକାୟ ଶିବଲିଙ୍ଗ ଅନ୍ୟ କୌଣସିଠାରେ ଥିବା ନଜିର ନାହିଁ।
ଏଠାରେ ସୀତାମାତାଙ୍କର ଗୋଟିଏ ଭବ୍ୟ ମନ୍ଦିର ରହିଛି।
ତା'ସହିତ ଭକ୍ତବୀର ହନୁମାନଙ୍କ ଭବ୍ୟ ମନ୍ଦିର, ସିଦ୍ଧ ବିନାୟକ ମନ୍ଦିର, ପର୍ଶୁରାମଙ୍କ ତପସ୍ଥଳୀ ସହ ଅନେକ ଦେବାଦେବୀଙ୍କ ମନ୍ଦିର ବିରାଜମାନ ସହ ପବିତ୍ର ଗଙ୍ଗାକୁଣ୍ଡ ମଧ୍ଯ ରହିଛି। ଏଠାରେ ପ୍ରତେକବର୍ଷ ମକର ସଂକ୍ରାନ୍ତି ପରଦିନଠାରୁ ପାଞ୍ଚଦିନବ୍ୟାପୀ "ସୀତା ପଥର ମେଳା"ବହୁ ଆଡମ୍ବର ଓ ଜାକଜମକରେ ପାଳିତ ହୋଇଥାଏ। ପ୍ରତିଦିନ ହୋମ ଯଜ୍ଞ ପୂଜାର୍ଚ୍ଚନା, ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥାଏ।ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରୁ ବହୁ ଦୂରଦୂ ରାନ୍ତରରୁ ସାଧୁସନ୍ଥଙ୍କ ସହ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଆଗମନ ଫଳରେ ପାଞ୍ଚଦିନ ବ୍ୟାପି ଏହି ଅଞ୍ଚଳ ଲୋକାରଣ୍ୟରେ ପରିଣତ ହୋଇଥାଏ।
କେବଳ ଗଜପତି,ନୁହଁ ସମଗ୍ର ଓଡିଆ ଜାତିର ଐତିହ୍ୟ, ସଂସ୍କୃତି ପରମ୍ପରା, ଧର୍ମ, ଇତିହାସ, ପୁରାତତ୍ତ୍ବ, ପ୍ରତ୍ନତତ୍ତ୍ଵ, କିମ୍ବଦନ୍ତୀ ଅସ୍ମିତାର ସ୍ମୃତି ଓ କୀର୍ତ୍ତି ବହନ କରୁଥିବା ପବିତ୍ର ମହେନ୍ଦ୍ରପର୍ଵତ କେବଳ ଗଜପତି ର ଗର୍ବ ନୁହଁ ଓଡିଶା ସହ ସମଗ୍ର ଭାରତବର୍ଷର ମଧ୍ୟ ଗର୍ବ ଓ ଗୌରବ। ଯେହେତୁ ଏହା ହିମାଳୟ ଠାରୁ ପ୍ରାଚୀନ,ଆମର ସକଳ ପୁରାଣ ଶାସ୍ତ୍ର ଏପରିକି ରାମାୟଣ ଓ ମହାଭାରତ ଆଦି ଗ୍ରନ୍ଥରେ ତାର ଗରିମା ବହୁଳ ଭାବରେ ବର୍ଣ୍ଣିତ ହୋଇଛି। ସର୍ବୋପରି ସଂସ୍କୃତ, ଓଡ଼ିଆ, ତେଲୁଗୁ, ବଙ୍ଗଳା, ହିନ୍ଦୀ, ଇଂରାଜୀ ଆଦି ବିଭିନ୍ନ ଭାରତୀୟ ଭାଷା ସହ ଅନ୍ୟାନ୍ୟ ବିଦେଶୀ ଭାଷାରେ ମଧ୍ୟ ତାର ଗରିମା ରଚିତ।
