STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

3  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ପବିତ୍ର ମହେନ୍ଦ୍ର ପର୍ବତ ୭ଘନଶ୍ୟାମ ଜେନା

ପବିତ୍ର ମହେନ୍ଦ୍ର ପର୍ବତ ୭ଘନଶ୍ୟାମ ଜେନା

1 min
139

ଓଡ଼ିଶାର ଅସ୍ମିତା ପବିତ୍ର ମହେନ୍ଦ୍ର ପର୍ବତ ୭ ପ୍ରାୟଶ୍ଚିତ ନିମିତ୍ତ ପରବର୍ତ୍ତୀ ସମୟରେ ସେ ଏକ ଯଜ୍ଞର ଆୟୋଜନ କରି ଯଜ୍ଞ ଶେଷରେ ନିଜେ ଜୟ କରିଥିବା ସମଗ୍ର ପୃଥିବୀକୁ କଶ୍ୟପ ଋଷିଙ୍କୁ ଦାନ କରି ତପସ୍ୟା ନିମନ୍ତେ ମହେନ୍ଦ୍ରର କେଉଁ ଏକ ଗୁପ୍ତ ଗୁହା ମଧ୍ୟକୁ ଯାଇ ତପସ୍ୟା କରି କ୍ଷତ୍ରିୟ ମାନଙ୍କ ହତ୍ୟାର ପ୍ରାୟଶ୍ଚିତ କରିଥିବା ଉଲ୍ଲେଖ ରହିଅଛି। ଏହିଭଳି ଏକ ପୁରାଣ ପ୍ରସିଦ୍ଧ,ଦେଶର ଦ୍ୱିତୀୟ ହିମାଳୟ ରୂପେ ଭାରତର ସଂସ୍କୃତି,ପରମ୍ପରା,ଇତିହାସ,କୀର୍ତ୍ତିରାଜି,ପ୍ରାଚୀନ ମନ୍ଦିର ମାନଙ୍କ ସହ ବିରଳ ପ୍ରାକୃତିକ ବିଭବରେ ବିମଣ୍ଡିତ ମହେନ୍ଦ୍ରଗିରି ପର୍ଯ୍ୟଟକଙ୍କ ଲାଗି ଇକୋ ଟୁରିଜମ କେନ୍ଦ୍ରର ଆରମ୍ଭ ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ। ତାର ପବିତ୍ରତା ପାଇଁ ଅଧିକ ସଚେତନତା ସୃଷ୍ଟି କରିବା ସହ ସେଠାରେ ଥିବା ପୁରାତନ କୀର୍ତ୍ତିରାଜିର ସୁରକ୍ଷା କରିବା ଆବଶ୍ୟକ ଓ ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତବ୍ୟ ମଧ୍ୟ। ସାଂପ୍ରତିକ ଭାରତର ପର୍ଯ୍ୟଟନ ନକ୍ସାରେ ସ୍ଥାନ ପାଇନଥିବା ଦୁଃଖ ଓ ପରିତାପର ବିଷୟ ତେଣୁ ଗଜପତି ବାସୀଙ୍କ ତଥା ଓଡିଶା ବାସୀଙ୍କ ବିନୀତ ଅନୁରୋଧ ଭାରତର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନଦେଇ ତାର ଗରିମା ବୃଦ୍ଧି କରାଯାଉ। ଆଜି ଅର୍ଥାତ ତା ୨୫.୦୧.୨୦୨୫ରିଖ ରବିବାର ସକାଳ ଖବର କାଗଜରେ ଶୀର୍ଷକ "ନୂଆ ରୂପ ନେବ ମହେନ୍ଦ୍ରଗିରି"ଦେଖି ଖୁସି ଲାଗିଲା ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଜପତି ଆସି ମହେନ୍ଦ୍ରଗିରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ଜିଲ୍ଲାପାଳ ବିଜୟକୁମାର ଦାଶ, ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ବନଖଣ୍ଡ ଅଧିକାରୀ ଏସ.ଆନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।ମହେନ୍ଦ୍ରଗିରିର ବିକାଶ କିପରି ଅଧିକରୁ ଅଧିକ ହୋଇ ପାରିବ ସମସ୍ତ ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ସମୀକ୍ଷା କରାଯାଇଥିଲା। ଯେହେତୁ ମହେନ୍ଦ୍ରଗିରି ଦେଶ ବିଦେଶର ବହୁ ପର୍ଯ୍ୟଟକ ମାନଙ୍କ ଆକର୍ଷଣ ସ୍ଥଳୀ ଏଣୁ ଏହାର ବିକାଶ ସମସ୍ତଙ୍କ କର୍ତ୍ତବ୍ୟ।ଏଠାରେ ବହୁ ଦୁର୍ଲଭ ଔଷଧୀୟ ବୃକ୍ଷ ଅଛି ତାର ଗବେଷଣା ଓ ସୁରକ୍ଷା ଜରୁରୀ ଅଟେ ବୋଲି ମନ୍ତ୍ରୀ ମତ ପୋଷଣ କରିଥିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational