ଓଡ଼ିଆ ସାହତ୍ୟ ଓ ଗୋପବନ୍ଧୁ
ଓଡ଼ିଆ ସାହତ୍ୟ ଓ ଗୋପବନ୍ଧୁ
" ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ
ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼,
ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼।"
ଗୋପବନ୍ଧୁ ଏଭଳି କବିତା ଖାଲି ଲେଖିନଥିଲେ
କାର୍ଯ୍ୟରେ ମଧ୍ୟ ଲଗାଇ ପାରିଥିଲେ। ସେ ଥିଲେ
ଦୀନ ଦରିଦ୍ର ଙ୍କ ବନ୍ଧୁ ଉତ୍କଳମଣି ଗୋପବନ୍ଧୁ ଦାଶ।
ସେ ଥିଲେ କର୍ମଯୋଗୀ ଓ,ଧର୍ମପ୍ରାଣ। ପରୋପକାର
ଥିଲା ତାଙ୍କର ତ୍ୟାଗପୂତ ଜୀବନର ମହାବ୍ରତ।
ତାଙ୍କର ବାଲ୍ୟଶିକ୍ଷା ନିଜଘରେ ଜଣେ ପଣ୍ଡିତଙ୍କ
ନିକଟରେ ସମାପ୍ତକରି ପରେ ରୂପଦେଇ ପୁର ଓ ପୁରୀ ଜିଲ୍ଲା ସ୍କଲରେ ଅଧ୍ୟୟନ କରିଥିଲେ। ପୁରୀରେ ଅଧ୍ୟୟନ କଲାବେଳେ ରଥଯାତ୍ରା ସମୟରେ ସେଠାରେ ହଇଜା ର
ପ୍ରାଦୁର୍ଭାବ ଭୟଙ୍କର ଭାବରେ ବ୍ୟାପି ଯାଇଥିଲା। ଏଭଳି ବୀଭଛ ଦୃଶ୍ୟରେ ବ୍ୟଥିତ ହୋଇ "ପୁରୀ ସେବା ସମିତି"
ନାମକ ସ୍ବେଚ୍ଛାସେବୀ ଦଳ ଗଠନକରି ସେବାଶୁଶ୍ରୁଷା
କରିଥିଲେ। ପରେ ନିଜର ରୋଗିଣା ପୁତ୍ରକୁ ଛାଡ଼ି ବନ୍ୟା ପିଡିତଙ୍କ ସେବାରେ ନିମଗ୍ନ ଦେଇ ଥିଲେ।
ଗୋପବନ୍ଧୁ କଟକ ରେଭେନ୍ସା କଲେଜରେ ଅଧ୍ୟୟନ କଲା ସମୟରେ "ଅବକାଶ ଚିନ୍ତା"ନାମକ ଏକ କବିତା ପୁସ୍ତକ ରଚନା କରିଥିଲେ।୧୯୦୯ ମସିହାରେ
ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନା କରାଇଥିଲେ। ପଣ୍ଡିତ ନୀଳକଣ୍ଠଦାସ, ଆଚାର୍ଯ୍ୟ ହରିହର ଦାସ,ପଣ୍ଡିତ
ଗୋଦାବରୀଶ ମିଶ୍ର ଓକୃପାସିନ୍ଧୁ ମିଶ୍ର ଶିକ୍ଷକ ରୂପେ ଯୋଗଦେଇଥିଲେ। ଏହା ମଣିଷ ତିଆରି କାରଖାନା ଥିଲା।ଛାତ୍ରମାନେ ଜାତୀୟ ଚେତନାରେ ଅନୁପ୍ରାଣୀତ
ହେଉଥିଲେ।
ଗୋପବନ୍ଧୁ ସତ୍ୟବାଦୀ ନାମକ ଏକ ମାସିକ ସାହିତ୍ୟ ପତ୍ରିକା, ସମାଜ ନାମକ ଏକ ସାପ୍ତାହିକ
ପତ୍ରିକା ପ୍ରକାଶ କରି ଦେଶସେବା,ସମାଜସେବା,
ସାହିତ୍ୟସେବା କରୁଥିଲେ। ତାଙ୍କର ପ୍ରତିଷ୍ଠିତ"ସମାଜ"
ଆଜି ଓଡ଼ିଶାର ଘରେଘରେ ଆଦୃତ। ଓଡିଆ ଭାଷା ସାହିତ୍ୟ କୁ ତାଙ୍କର ଅବଦାନ ଚିରସ୍ମରଣୀୟ। ବନ୍ଦୀର ଆତ୍ମକଥା, ଧର୍ମପଦ,କାରାକବିତା, ଅବକାଶ ଚିନ୍ତା ,ଗୋ ମାହାତ୍ମ୍ୟ ଏବଂ ନଚିକେତା ଉପାଖ୍ୟାନ ତାଙ୍କର ଅମ୍ଳାନ କୃତି। ଭାଷା ଓ ଭାବ ଅତ୍ୟନ୍ତ ସରଳ ଓ ସୁବୋଧ୍ୟ ଥିଲା।