STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

3  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ପବିତ୍ର ମହେନ୍ଦ୍ର ପର୍ବତ

ପବିତ୍ର ମହେନ୍ଦ୍ର ପର୍ବତ

1 min
95


ପୁରାଣ ବର୍ଣ୍ଣିତ ଭାରତବର୍ଷର ସପ୍ତ କୁଳପର୍ବତ ଯଥା..

ମହେନ୍ଦ୍ର, ମଳୟ, ସହ୍ୟ, ଶୁକ୍ତିମାନ,ରୁକ୍ଷ, ବିନ୍ଧ୍ୟ ଓ ପାରି ଯାତ୍ର(ଆରାବଳି)। ସେଥିରେ ମହେନ୍ଦ୍ର ପର୍ବତ ଶ୍ରେଷ୍ଠ ସ୍ଥାନ

ଅଧିକାର କରିଅଛି।

  ଐତିହାସିକ,ପୌରାଣିକ, ପ୍ରତ୍ନତାତ୍ତ୍ୱିକ ତଥା ପରିବେଶର ଗୁରୁତ୍ବ ବହନ କରୁଥିବା ମହିମା ମଣ୍ଡିତ ମହେନ୍ଦ୍ର ପର୍ବତ ଗଜପତି ଜିଲ୍ଲାର ରାୟଗଡ଼ା ମଣ୍ଡଳ ଅନ୍ତର୍ଗତ ଗଙ୍ଗାବାଡ଼ ପଞ୍ଚାୟତରେ ଅବସ୍ଥିତ। ପାକୃତିକ ବିଭବ ଭରା,ତା'ର ନୈସର୍ଗିକ ଶୋଭାରାଜି ଅନନ୍ୟ ଓ ଅନୁପମ।ଯା'ର ଚାରୁ ଚିତ୍ରପଟ କବି ହୃଦୟକୁ ଆହ୍ଲାଦିତ, ଆମୋଡିତ,ଉଲ୍ଲସିତ କରିବ ନିଶ୍ଚୟ। ମହେନ୍ଦ୍ର ଗିରି ସପ୍ତ କୁଳାଚଳ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଓ ପୁରାଣ ପ୍ରସିଦ୍ଧ ମଧ୍ୟ। ଏପରିକି ନଗରାଜ ହିମାଳୟ ଠାରୁ ମଧ୍ୟ ପୁରାତନ ଓ ମହିମା ମଣ୍ଡିତ ।

 ମହାକବି କାଳିଦାସଙ୍କ ମେଘଦୂତ ମହାକାବ୍ୟ ଠାରୁ ଆରମ୍ଭ କରି ଗୋପବନ୍ଧୁ ଦାସ,ଗୋଦାବରୀଶ ମିଶ୍ର, କବିବର ରାଧାନାଥ ରାୟ, ଗଙ୍ଗାଧର ମେହେର ଆଦି କବିଗଣ ନିଜ ନିଜ କାବ୍ୟ କବିତା ମାନଙ୍କରେ ମଧ୍ୟ ମହେନ୍ଦ୍ରର ମହିମା ଗାନ କରିଛନ୍ତି। ଏପରିକି ଆମ ଗଜପତି ଓ ଗଞ୍ଜାମ ଜିଲ୍ଲାର ଅନେକ କବି ଓ ସାହିତ୍ୟିକ ମଧ୍ୟ ମହେନ୍ଦ୍ରଗିରି ଉପରେ ବହୁ ଉପାଦେୟ ରଚନା ମାନ ସୃଷ୍ଟି କରିଛନ୍ତି। ମହେନ୍ଦ୍ର ଉପରେ ମୋର ମଧ୍ୟ ଗୋଟିଏ ପ୍ରକାଶିତ କାବ୍ୟ ବହି "ମହେନ୍ଦ୍ର ମାହାତ୍ମ୍ୟ ଓ ସତ୍ୟଆମ୍ବ ଚରିତ"ରହିଛି। ଜିଲ୍ଲାବାସୀଙ୍କ ତରଫରୁ ମହେନ୍ଦ୍ରଗିରିକୁ ଜୈବ ବିବିଧତା ଓ ଐତିହ୍ୟସ୍ଥଳୀର ମାନ୍ୟତା ପାଇଁ ମଧ୍ୟ ଅନେକ ବାର ଦାବୀ ହୋଇଆସିଅଛି।

 ମହେନ୍ଦ୍ରଗିରି ରାମାୟଣ ଓ ମହାଭାରତ ଯୁଗ ସହ ଜଡ଼ିତ ପ୍ରକୃତିର ଅନନ୍ୟ ସୃଷ୍ଟି ବୋଲି କହିଛି,ଜଙ୍ଗଲ ଓ ପରିବେଶ ବିଭାଗ। ବିଶ୍ୱରେ ଯେତିକି ପ୍ରଜାତିର ଉଦ୍ଭିଦ ଅଛନ୍ତି ସେଥିରୁ ୪୦ ପ୍ରତିଶତ ପ୍ରଜାତି ଏଠାରେ ରହିଛି ପ୍ରାୟ ୧୩୪୮ ପ୍ରଜାତିର ଉଦ୍ଭିଦ ଓ୩୮୮ ପ୍ରକାରର ପ୍ରାଣୀ ରହିଛନ୍ତି। ଏଠାରେ ଏଭଳି ୫ ପ୍ରକାର ଉଦ୍ଭିଦ ରହିଛି ଯାହାକି ବିଶ୍ଵର ଅନ୍ୟ କୌଣସି ଅଞ୍ଚଳରେ ଦେଖାଯାଏ ନାହିଁ। ଏହାର ପ୍ରାକୃତିକ ପ୍ରାଚୂର୍ଯ୍ୟ, ଆଧ୍ୟାତ୍ମିକ ପବିତ୍ରତା ପାଇଁ ସର୍ବଜନ ସ୍ବୀକୃତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational