STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

3  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ଓଡ଼ିଶାର ଅସ୍ମିତା ପବିତ୍ର ମହେନ୍ଦ୍ରପର୍ବତ ଭାଗ.୬

ଓଡ଼ିଶାର ଅସ୍ମିତା ପବିତ୍ର ମହେନ୍ଦ୍ରପର୍ବତ ଭାଗ.୬

1 min
191

ଓଡ଼ିଶାର ଅସ୍ମିତା ପବିତ୍ର ମହେନ୍ଦ୍ରପର୍ବତ ଭାଗ.୬ ଗୋକର୍ଣ୍ଣେଶ୍ୱର ମନ୍ଦିର(କୁନ୍ତୀ ମନ୍ଦିର) ମହେନ୍ଦ୍ରଗିରିରେ ଗୋକର୍ଣ୍ଣେଶ୍ୱରଙ୍କ ମନ୍ଦିର ବିଦ୍ୟମାନ। ସତ୍ୟ ଯୁଗରେ ଭଗବାନ ଶଙ୍କର କୈଳାସର ଗଙ୍ଗାକୂଳରେ ପ୍ରତ୍ୟହ ନିଜର ସ୍ନାନ ତର୍ପଣାଦି କର୍ମ ସମ୍ପାଦନ କରୁଥିଲେ ।ଦିନେ ଶଙ୍କର ଭଗବାନ ନିଜର ସମସ୍ତ ସାଧନ ସାମଗ୍ରୀ ପାତ୍ରୀ,କୁଶ,ଅକ୍ଷତ ଆଦି ଗଙ୍ଗା କୂଳରେ ରଖି ଗଙ୍ଗାରେ ସ୍ନାନସାରି ଆସି ଦେଖନ୍ତି ଯେ କପିଳା ଗାଈ ତାଙ୍କର କୁଶ ଅକ୍ଷତ ଆଦି ଖାଇଦେଇଛି।କପିଳାଗାଈକୁ ଘଉଡାଇବା ଉଦ୍ଦେଶ୍ୟରେ ମହାଦେବ ନିଜର ତ୍ରିଶୂଳଟିକୁ କ୍ଷେପଣ କରିଥଲେ।ତ୍ରିଶୂଳ ଆଘାତରେ କପିଳାଗାଈ ଖଣ୍ଡ ବିଖଣ୍ଡିତ ହୋଇ ତାର ଶରୀରର ଅଂଶମାନ ବିଭିନ୍ନ ସ୍ଥାନମାନଙ୍କରେ ଯାଇ ପଡ଼ିଲା। ଶଙ୍କର ଭଗବାନ ଜାଣି ପାରିଲେ ଯେ ସଂପୂର୍ଣ୍ଣ ଶରୀରଟି ସାଗରରେ ପଡିଛି ଏବଂ ଗୋଟିଏ କାନ କେବଳ ମହେନ୍ଦ୍ରଗିରି ଶିଖରରେ ପଡ଼ିଛି। ଗୋହତ୍ୟା ଜନିତ ପ୍ରାୟଶ୍ଚିତ ନିମିତ୍ତ ମହେନ୍ଦ୍ରଗିରିକୁ ଆସି ଚିରକାଳ ତପସ୍ୟା କରି ଗୋହତ୍ୟା ଦୋଷରୁ ମୁକ୍ତି ଲାଭ କରିଥିଲେ। ସେହିଦିନଠାରୁ କପିଳା ଗାଈର କର୍ଣ୍ଣଟି ଗୋକର୍ଣ୍ଣେଶ୍ୱର ରୂପେ ପୂଜା ପାଆନ୍ତି।ଏହା ସତ୍ୟଯୁଗର ଘଟଣା ବୋଲି କିମ୍ବଦନ୍ତୀ ରହିଛି। ପର୍ଶୁରାମ କୁଣ୍ଡ ମହେନ୍ଦ୍ର ପାଦଦେଶରେ ଗଞ୍ଜାମ ଜିଲ୍ଲା ତୁମ୍ବା ନିକଟସ୍ଥ ପୁରିଆସାହିଠାରେ ପୁଣ୍ୟତୋୟା ମହେନ୍ଦ୍ରତନୟା ନଦୀରେ ଯେଉଁ ଗଣ୍ଡ ମାନ ରହିଛି ତାହା ହିଁ ପବିତ୍ର ପର୍ଶୁରାମ କୁଣ୍ଡ ନାମରେ ଖ୍ୟାତ। ପ୍ରକୃତି ନିଜ କୋଳରେ ଯେଉଁ ନୈସର୍ଗିକ ଶୋଭା ପସରା ମେଲାଇ ଦେଇଛି ଯାହା ଜନ ମାନସକୁ ହରଣ କରିନିଏ ତାର ପଟାନ୍ତର ନାହିଁ।ଏଭଳି ଏକ ସ୍ଥାନ ନିରୂପଣ କରି ଭଗବାନ ପର୍ଶୁରାମ ଆଶ୍ରମଟିଏ ନିର୍ମାଣ କରି ତପସ୍ୟାରେ ରତ ଥିବା ବିଷୟ ଆମେ ପୁରଣରୁ ଅବଗତ ହୋଇଥାଉ। ପର୍ଶୁରାମ ନିଜ ପିତୃହନ୍ତା କାର୍ତ୍ତବୀର୍ଯ୍ୟକୁ ନିଧନ କରିବାପରେ ଏକୋଇଶ ବାର ସମଗ୍ର ପୃଥିବୀ ବୁଲି ବୁଲି ଦୁଷ୍ଟ କ୍ଷତ୍ରିୟକୁଳ ବିନାଶ ପୂର୍ବକ ଯେଉଁ ପବିତ୍ର ପୁଣ୍ୟତୋୟା ମହେନ୍ଦ୍ରତନୟାର ଗଣ୍ଡଜଳରେ ନିଜ ପରଶୁ ଧୌତକରି ଗଣ୍ଡର ଜଳ ରକ୍ତରଞ୍ଜିତକରି ନାଲିରଙ୍ଗରେ ପରିଣତ କରିଥିବା ବିଷୟ ପୁରାଣରେ ବର୍ଣ୍ଣିତ ହୋଇଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational