STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ପବିତ୍ର ମହେନ୍ଦ୍ର ପର୍ବତ

ପବିତ୍ର ମହେନ୍ଦ୍ର ପର୍ବତ

1 min
347


  ପର୍ଶୁରାମକ୍ଷେତ୍ର ରୂପେ ଖ୍ୟାତି ଲାଭ କରିଥିଲା ମହେନ୍ଦ୍ରଗିରି।ବାମନ ପୁରାଣରୁ ଜଣାଯାଏ ବିରଜା କ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର ଓ ମହେନ୍ଦ୍ରଗିରି ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ଥିଲା।ବାଲିଦ୍ଵୀପର ସଂସ୍କୃତ ସ୍ତବ ସ୍ତୁତି ଆଦିରେ ତା'ର ମହତ୍ବ ପ୍ରତିଫଳିତ ହୋଇଛି।କଳିଙ୍ଗର ପ୍ରାଚୀନ ଇତିହାସ ସହ ସମସ୍ତ ଭାରତୀୟ ଭାଷାର ପୁରାଣ ମାନଙ୍କରେ ମଧ୍ୟ ତାର ଗାରିମା ବର୍ଣ୍ଣିତ।

   ମହେନ୍ଦ୍ରଗିରିର ଶିଖର ଦେଶରେ ଗୋକର୍ଣ୍ଣେଶ୍ଵର{କୁନ୍ତୀ) ଯୁଧିଷ୍ଟିର 

ଭୀମ ଅର୍ଜୁନ ନକୁଳ ଓ ସହଦେବଙ୍କ ନାମରେ ନିର୍ମିତ ପ୍ରାଚୀନ ଓ ଆଦିମ ମନ୍ଦିରମାନ ତା'ର ନିଦର୍ଶନ।କଳିଙ୍ଗ ସ୍ଥାପତ୍ୟ କଳାର ନିଦର୍ଶନ ଗୋକର୍ଣ୍ଣେଶ୍ୱର ମନ୍ଦିର (କୁନ୍ତୀ ମନ୍ଦିର)ଅବସ୍ଥିତ। ସେଥିରେ କେବଳ ଶକ୍ତି ହିଁ ବିରାଜତା,ଲିଙ୍ଗ ବାହାରକୁ ଦେଖା ଯାଏନାହିଁ। ସେହି ଶକ୍ତିଙ୍କ ଗର୍ତ୍ତରେ ଏକ ହାତ ଗଭୀରରେ ଗୋକର୍ଣ୍ଣ ଆକାରର ଶିବଲିଙ୍ଗ ଥିବା ପୂଜକମାନେ କହନ୍ତି ଏବଂ ଭକ୍ତ ମାନଙ୍କୁ ସେହି ଲିଙ୍ଗକୁ ସ୍ପର୍ଶ କରାଇଥା'ନ୍ତି।ଗୋକର୍ଣ୍ଣେଶ୍ୱର ମନ୍ଦିରର ଗଠନ ପ୍ରଣାଳୀ ଓ କାରୁକାର୍ଯ୍ୟ ଏକାମ୍ରତୀର୍ଥ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ସଦୃଶ।

  ଯୁଧିଷ୍ଠିର ମନ୍ଦିରର ଗଠନ ପ୍ରଣାଳୀ ମୁଖଲିଙ୍ଗର ସୋମେଶ୍ୱର ଓ ମଧୁକେଶ୍ୱର,ଭୁବନେଶ୍ବରର ପର୍ଶୁରାମେଶ୍ୱରଙ୍କ ମନ୍ଦିର ଭଳି ଏବଂ 

ଭୀମ ଦେଉଳ ଗୁପ୍ତଯୁଗୀୟ କଳାର ନିଦର୍ଶନ ବା ଏକ ଆଦିମ ମନ୍ଦିରର ଉନ୍ନତ ରୂପ।ଅର୍ଜ୍ଜୁନ ଗୁମ୍ଫା.ଏହି ଗୁମ୍ଫାରେ ଅର୍ଜ୍ଜୁନ ତପସ୍ୟା କରି ଗୋହତ୍ୟା ଜନିତ ପାପରୁ ମୁକ୍ତି ପାଇଥିଲେ। ଓ ସେଠାରେ ମହାଦେବଙ୍କ ଆଦେଶରେ ମହାଯଜ୍ଞର ଆୟୋଜନ ମଧ୍ୟ କରାଇ ଥିଲେ। ସେହିଭଳି ନକୁଳ ଓ ସହଦେବଙ୍କ ସାଧନା ପୀଠ ପାଇଁ ମଧ୍ୟ ସ୍ଵତନ୍ତ୍ର ଆଦିମ ଗୁହାମାନ ଦେଖିବାକୁ ମିଳେ।

   ଏହା ବ୍ୟତିତ ପାଣ୍ଡବମାନଙ୍କ ସଭାମନ୍ଦପ,ପଞ୍ଚପାଣ୍ଡବଗୁମ୍ଫା,

ହନୁମାନକୁଦ,ମହେନ୍ଦ୍ରେଶ୍ୱର,

                                    ମହେନ୍ଦ୍ରେଶ୍ୱରୀ,ପରମହଂସ ଖୋଲ,ଭୀମ ଖୋଲ,ରାମଖୋଲ ଦେବ ଯଜ୍ଞଶାଳା,ପଞ୍ଚୁପାଣ୍ଡବ ଖୋଲ,ପୁରିଆସାହିସ୍ଥ ପର୍ଶୁରାମକୁଣ୍ଡ,ଜିରାଙ୍ଗ ବଳଦେବ ମନ୍ଦିର,ବୁରୁଖତ,ଭୀମଶିଳା,ପର୍ଶୁରାମଙ୍କବିଗ୍ରହ, ଅଲେଖ ଆଶ୍ରମମାନ ରହିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational