STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

3  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ଓଡ଼ିଶାର ଅସ୍ମିତା ପବିତ୍ର ମହେନ୍ଦ୍ର ପର୍ବତ ଭାଗ.୯

ଓଡ଼ିଶାର ଅସ୍ମିତା ପବିତ୍ର ମହେନ୍ଦ୍ର ପର୍ବତ ଭାଗ.୯

1 min
134

ଓଡ଼ିଶାର ଅସ୍ମିତା ପବିତ୍ର ମହେନ୍ଦ୍ର ପର୍ବତ ଭାଗ.୯ "ଗୁଦଗୁଦା ଜଳପ୍ରପାତ" ବଳଦେବ ଜୀଉ ଠାକୁରଙ୍କ ପବିତ୍ର ପୀଠ ଜିରାଙ୍ଗ ଗ୍ରାମ ଠାରୁ ଅନତି ଦୂରରେ ରଘୁନାଥପୁର ଠାରୁ ଚଲାପଥରେ କିଛି ଦୂର ଯିବା ପରେ ପ୍ରକୃତି କୋଳରେ ବିମଣ୍ଡିତ ପୁଣ୍ୟତୋୟା ପବିତ୍ର ମହେନ୍ଦ୍ରତନୟା ନଦୀଶଯ୍ୟା ଉପରେ ପାହାଡ଼ର ବୁକୁଚିରି ଯେଉଁ ନିଘଞ୍ଚ ନିକାଞ୍ଚନ କାନନ ମଧ୍ୟରେ ଲମ୍ଫ ପ୍ରଦାନ ପୂର୍ବକ ଘୋରଘର୍ଘର ନାଦରେ ମାଡ଼ି ଆସୁଛି,ତାର ନାମ ଗୁଦ୍ ଗୁଦା ଜଳ ପ୍ରପାତ ଅଟେ।ଏହା ଗଜପତି ଜିଲ୍ଲା ରାୟଗଡ଼ା ମଣ୍ଡଳରେ ଅବସ୍ଥିତ ଏକ ସୁରମ୍ୟ ଜଳପ୍ରପାତ ଓ ପର୍ଯ୍ୟଟନ ସ୍ଥଳୀ ଅଟେ। ଏହା ଏକ ଶ୍ୱାପଦ ସ୍ଥଳ ହେଲେ ମଧ୍ୟ ତାର ନୈସର୍ଗିକ ଶୋଭାରାଜିରେ ମୁଗ୍ଧ ହୋଇ ପର୍ଯ୍ୟଟକ ଗଣ ବହୁ ଦୂର ଦୂରାନ୍ତରରୁ ଛୁଟି ଆସନ୍ତି। ପ୍ରପାତଟି କେଉଁ ଆଦିମକାଳରୁ ଆଦିମ ଜନଜାତିଙ୍କର ଉପାସନା ପୀଠସ୍ଥଳୀ ରୂପେ ମାନ୍ୟତା ପାଇ ଆସିଅଛି।ସେହି କୁଣ୍ଡ ମଧ୍ୟରେ ଯେଉଁ ଶିବଲିଙ୍ଗ ଆକାରର ପ୍ରସ୍ତର ସ୍ତମ୍ଭଟି ଦଣ୍ଡାୟମାନ ତାହା ଆଦିବାସୀଙ୍କର ଆରାଧ୍ୟ ଦେବତା ରୂପେ ବିଖ୍ୟାତ। ସେହି ଗୁଦଗୁଦା ଜଳ ପ୍ରପାତ ଅଞ୍ଚଳକୁ ଏକ ଧାର୍ମିକସ୍ଥଳୀର ମାନ୍ୟତା ପ୍ରଦାନ କରିବାକୁ "ପ୍ରକୃତି ଓ ସଂସ୍କୃତି ସୁରକ୍ଷା ମଞ୍ଚ"ତରଫରୁ ଗଜପତି ଜିଲ୍ଲାପାଳଙ୍କ ନିକଟରେ ଦାବୀ ପ୍ରଦାନ କରାଯାଇଛି।କିମ୍ବଦନ୍ତୀ ରହିଛି ଯେ ପଞ୍ଚୁପାଣ୍ଡବ ମାତା କୁନ୍ତୀଙ୍କ ସହ ମହେନ୍ଦ୍ରରେ ଅବସ୍ଥାନ କାଳରେ ମାଘ ଶୁକ୍ଳ ସପ୍ତମୀ ବା ତିଳସପ୍ତମୀ ତିଥିରେ ଏଠାରେ ବୁଡ଼ ପକାଇ ଥିଲେ। ଏହାଛଡା ଏଠାରେ ଗଣେଶ ଗୁମ୍ଫା, ହନୁମାନ ମନ୍ଦିର, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ,ମା ସାତ ଭଉଣୀ ସହ ମହେନ୍ଦ୍ରତନୟାମାତାଙ୍କୁ ମଧ୍ୟ ପୂଜା କରାଯାଇଥାଏ। ପ୍ରତି ବର୍ଷ ଏଠାରେ ଟିଳସପ୍ତମୀ ଦିନ ଶବର ମାନଙ୍କ ସହିତ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପକାଇଥାନ୍ତି।ବର୍ତ୍ତମାନ ବନବିଭାଗ ଓ ପର୍ଯ୍ୟଟନ ବିଭାଗ ତରଫରୁ ଏହାର ବିକାଶ ଓ ସୁରକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବା ଆନନ୍ଦର ବିଷୟ ହେବ। କିନ୍ତୁ ଆଦିମ ଜନଜାତି ଶବରମାନଙ୍କ ସମସ୍ତ ଉପାସନା ପୀଠସ୍ଥଳୀ ଗୁଡ଼ିକର ଓ ସେମାନଙ୍କ ସଂସ୍କୃତିର ରକ୍ଷଣାବେକ୍ଷଣ କରିବା ସହ ତାର ସମ୍ପୂର୍ଣ୍ଣ ସଂରକ୍ଷଣ ଆବଶ୍ୟକ।


Rate this content
Log in

Similar oriya story from Inspirational