STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ଅତିବଡ଼ି ଜଗନ୍ନାଥ ଦାସ ଓ ଓଡ଼ିଆ ଭାଗବତଘନଶ୍ୟାମ ଜେନା

ଅତିବଡ଼ି ଜଗନ୍ନାଥ ଦାସ ଓ ଓଡ଼ିଆ ଭାଗବତଘନଶ୍ୟାମ ଜେନା

1 min
27


   ଅତିବଡ଼ି ଜଗନ୍ନାଥ ଦାସ ପୁରୀ ଜିଲ୍ଲା କପିଳେଶ୍ୱର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ପିତାଙ୍କ ନାମ ଥିଲା ଭଗବାନ ଦାସ ଏବଂ ମାତା ପଦ୍ମାବତୀ। ଶ୍ରୀ ଚୈତନ୍ୟ ଦେବଙ୍କ ସଂସର୍ଷ୍ପରେ ଆସି ବୈଷ୍ଣବ ଧର୍ମ ରେ ଦୀକ୍ଷିତ ହୋଇଥିଲେ।ସେ ପ୍ରତ୍ୟେକ ଓଡିଆଙ୍କ ଘରେ ପଢ଼ା ଯାଉଥିବା "ଭାଗବତ"ରଚନା କରିଥିଲେ। ଏହା ଛଡ଼ା ସେ ଅନେକ ଭଜନ ଜଣାଣ ମଧ୍ୟ ରଚନା କରିଥିଲେ।

   ତାଙ୍କର ଭକ୍ତି ଭାବରେ ମୁଗ୍ଧହୋଇ ଶ୍ରୀ ଚୈତନ୍ୟ ତାଙ୍କୁ "ଅତିବଡ଼ି"ଉପାଧିରେ ଭୂଷିତ କରିଥିଲେ। ଶ୍ରୀ ଚୈତନ୍ୟ ଦେବଙ୍କ ପଞ୍ଚସଖା ମଧ୍ୟରେ ଜଗନ୍ନାଥ ଦାସ ଅନ୍ୟତମ। ବଳରାମ ଦାସ,ଅଚ୍ୟୁତାନନ୍ଦ ଦାସ, ଶିଶୁ ଅନନ୍ତ ଦାସ ଓ ଯଶୋବନ୍ତ ଦାସ ମଧ୍ୟ ଭକ୍ତକବି ଥିଲେ। ସେମାନେ ମଧ୍ୟ ଓଡ଼ିଆ ସାହିତ୍ୟ ଜଗତର ଜଣେ ଜଣେ ଉଜ୍ବଳ ନକ୍ଷତ୍ର ସଦୃଶ ଦୀପ୍ତମାନ ଥିଲେ।

   ପୁରୀ ସମୁଦ୍ରକୂଳରେ ଥିବା ସାତ ଲହଡ଼ିମଠଠାରେ ଜଗନ୍ନାଥ ଦାସଙ୍କର ଆଶ୍ରମ ଥିଲା। ସେଠାରେ ସେ ଅନେକ ଗ୍ରନ୍ଥମାନ ରଚନା କରିଛନ୍ତି। ସେଥି ମଧ୍ୟରୁ ଓଡ଼ିଆ ଭାଗବତ ଅନ୍ୟତମ, ଯାହାକି ଓଡ଼ିଶାର ପ୍ରତ୍ୟେକ ଓଡିଆଙ୍କ ଘରେ ଘରେ ପରିଚିତ। ଓଡ଼ିଶାର ପ୍ରତ୍ୟେକ ପୁରପଲ୍ଲୀରେ ଭାଗବତ ତୁଙ୍ଗିମାନଙ୍କରେ ଭାଗବତ ପାଠ କରାଯାଉଥିଲା।

   କବିଙ୍କ ଅନ୍ୟାନ୍ୟ କେତେକ ରଚନା. କୋଇଲି, ଫୁଲତୋଳା ଚଉତିଶା, ଶ୍ରୀ ସତସଙ୍ଗ, ଗଜ ନିସ୍ତରଣ, ନିତ୍ଯ ଗୁପ୍ତମାଳା, ଉପାସନା ଶତକ ଆଦି ରଚନା ମାନ ରହିଛି।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational