କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ବିଶ୍ୱ କଲ୍ୟାଣରେ ନାରୀ (୨ଭାଗ)

ବିଶ୍ୱ କଲ୍ୟାଣରେ ନାରୀ (୨ଭାଗ)

1 min
9


ବିଶ୍ୱ କଲ୍ୟାଣରେ ନାରୀ ୨ଭାଗ 

 ଭଗବାନଙ୍କ ସୃଷ୍ଟିରେ ଶ୍ରେଷ୍ଠ ଜୀବ ମଣିଷ ।ସମାଜର ପୁରୁଷ ଓ ନାରୀ ଗୋଟାଏ ମୁଦ୍ରାର ଦୁଇଟି ପାର୍ଶ୍ବ,ଜଣକ ବିନା ଏ ସୃଷ୍ଟିର ସମ୍ଭବ ନୁହେଁ। ଆମେ ଗୋଟିଏ ସୁସ୍ଥ ସମାଜ ସେଇଠି ପାଇଥାଉ ଯେଉଁଠାରେ ସାମାଜିକ ରିତୀନୀତି,ଶିକ୍ଷା ସଂସ୍କୃତି ପରମ୍ପରା ସାହିତ୍ୟ ଶାଳୀନତାରେ ପରିପୂର୍ଣ୍ଣ। ଉତ୍ତମ ମଣିଷର ପରିଚୟ ସେଇଠି ପାଇଥାଉ ଯେଉଁଠି ଆତ୍ମବିଶ୍ବାସ ସ୍ୱାଭିମାନ ଧୈର୍ଯ୍ୟ ଆଦର୍ଶ ଏବଂ ନୈତିକତା ପରିଲକ୍ଷିତ ହୋଇଥାଏ।

  ନାରୀ ହେଉଛି ଦୟାମୟୀ,କରୁଣାମୟୀ,କ୍ଷମାମୟୀ ସେ ଧାଉର୍ଯ୍ୟ ଓ ସହନଶୀଳର ପ୍ରତୀକ,ଉଭୟ ସାମାଜିକ ଓ ପାରିବାରିକ ସୂତ୍ରଧର ହେଉଛି ସେହି ନାରୀ। ଜୀବନ ପଥରେ ଯେତେ ଝଡ଼ଝଂଜା ଆସିଲେ ମଧ୍ଯ ନିଜ ପରିବାରକୁ ସୁରକ୍ଷିତ ରଖିବାରେ କେବେ ପଛଘୁଞ୍ଚା ଦିଏନି,

ସର୍ବଦା ସିପାହୀ ପରି ଜାଗ୍ରତ ଥାଏ ।

 ଆଜିର ନାରୀ ଉଚ୍ଚଶିକ୍ଷା ଲାଭକରି,ଶିକ୍ଷା,ସ୍ଵାସ୍ଥ୍ୟ,କୃଷି, ବାଣିଜ୍ୟ, କାରିଗରୀ, ପ୍ରଯୁକ୍ତିବିଦ୍ୟା,ପ୍ରତିରକ୍ଷା(ଜଳ,ସ୍ଥଳ ଓ ଆକାଶ ବାହିନୀ),ପରିବହନ,କ୍ରୀଡ଼ା, ବିଜ୍ଞାନ, ମହାକାଶ ବିଜ୍ଞାନ, ଶାସନ,ପ୍ରଶାସନ,ପର୍ବତାରୋହଣ ଆଦି ସକଳ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରି ଦେଶ ଓ ବିଶ୍ୱର ପ୍ରଗତିରେ ସହଭାଗୀ ହୋଇ ସାରିଲେଣି।

କିନ୍ତୁ ଦୁଃଖର ବିଷୟ ଏହିକି ଆଜି ମଧ୍ଯ ନାରୀ ଅସହାୟ ମନେକରୁଛି। ସମାଜ ଆଜି ମଧ୍ଯ ନାରୀର ଅବହେଳିତ,ଅତ୍ୟାଚାରୀତ,ନିଷ୍ପେସିତ, ଧର୍ଷିତା ଆଦି କଳଙ୍କିତ ଅଧାୟର ପରିସମାପ୍ତି ଘଟାଇବାରେ ସକ୍ଷମ ହୋଇପାରିନି। 

 ଅନ୍ୟକୁ ସୁରକ୍ଷା ଦେଉଥିବା ନାରୀ ନିଜେ ସମାଜରେ ସୁରକ୍ଷିତ ମନେ କରୁନାହିଁ। ବିଭିନ୍ନ ଘରୋଇ ହିଂସାର ଶିକାର ହୋଇ ନିଜ ଜୀବନକୁ ଜଳାଞ୍ଜଳି ଦେଉଛି।

  ନାରୀ ନିଜର ସ୍ୱାଭିମାନ ଓ ଆଦର୍ଶକୁ ନେଇ ପରିଚାଳିତ ହେବା ଦରକାର। ନାରୀ ଓ ପୁରୁଷ ଭଗବାନଙ୍କର ଅମୃତ ସୃଷ୍ଟିର ଅମୃତ ସନ୍ତାନ।

ନାରୀ ଏକାଧାରରେ ଜନନୀ, ଜାୟା, ଭଗିନୀ ନାରୀ ବିନା ସମାଜର ସାମଗ୍ରୀକ ଉନ୍ନତି ପଳ୍ପନା କରିହେବନି। ନାରୀର କଲ୍ୟାଣରେ ଦେଶ ଜାତିର କଲ୍ୟାଣ ବେବା ସଙ୍ଗେ ସଙ୍ଗେ ବିଶ୍ଵର କଲ୍ୟାଣ ନିଶ୍ଚିତ। 

  ଯଥାର୍ଥରେ ମହର୍ଷି ମନୁ କହିଛନ୍ତି...

ଯତ୍ର ନାର୍ଯସ୍ତୁ ପୂଜ୍ୟନ୍ତେ, ରମ୍ୟନ୍ତେ ତତ୍ର ଦେବତା।

       


Rate this content
Log in

Similar oriya story from Inspirational