କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ବିଶ୍ୱ କଲ୍ୟାଣରେ ନାରୀ

ବିଶ୍ୱ କଲ୍ୟାଣରେ ନାରୀ

1 min
9



ବିଶ୍ୱ କଲ୍ୟାଣରେ ନାରୀର ଭୂମିକା ଗୁରୁତ୍ବପୂର୍ଣ୍ଣ। ଯୁଗ ଯୁଗ ଧରି ମାନବ ସମାଜ ପୁରୁଷ ଓ ନାରୀକୁ ନେଇ ଗଠିତ। ସମାଜକୁ ସରସ ସୁନ୍ଦର ଓ ରୁଚି ସମ୍ପନ୍ନ କରିବା ପାଇଁ ପୁରୁଷ ସହିତ ନାରୀ ସମ ତାଳରେ କାର୍ଯ୍ୟ କରିଥାଏ। ନାରୀର କଲ୍ୟାଣରେ ଦେଶ ଓ ଜାତିର କଲ୍ୟାଣ ସାଙ୍ଗକୁ ବିଶ୍ୱର ମଧ୍ୟ ସମୃଦ୍ଧି ଓ ପ୍ରଗତି ହୋଇଥାଏ। ନାରୀ ଓ ପୁରୁଷ ଭଗବାନଙ୍କର ଅମୃତ ସୃଷ୍ଟିର ଅମୃତ ସନ୍ତାନ। ଉଭୟେ ସମାଜର ଦୁଇଟି ବିଶିଷ୍ଟ ଅଙ୍ଗ ହେଲେ ମଧ୍ୟ ପୁରୁଷ ଶିକ୍ଷା ଲାଭକରି ସମୃଦ୍ଧି ଓ ବିକାଶ କ୍ଷେତ୍ରରେ ଅଗ୍ରଗତି କରୁଥିବା ବେଳେ ନାରୀ ମଧ୍ୟ ସେ ଦିଗରେ ଆଗକୁ ଆଗକୁ ମାଡ଼ିଚାଲିଛି।

     ପରିବାରରେ ନାରୀ ଜନନୀର ଦାୟୀତ୍ବ ନିର୍ବାହ କରି ଭବିଷ୍ୟତ ନାଗରିକ ମାନଙ୍କୁ ଜନ୍ମଦିଏ ଏବଂ ସେମାନଙ୍କୁ ଉପଯୁକ୍ତ ଭାବରେ ଲାଳନ ପାଳନ କରିଥାଏ। ଜାୟା ଭାବରେ ପରିବାରକୁ ସମୃଦ୍ଧି ପଥରେ ଆଗେଇ ନେବାପାଇଁ ନାରୀ ଅସୀମ ଧଉର୍ଯ୍ୟ ଆଉ ସହନଶୀଳତା ପ୍ରକାଶ କରିଥାଏ, ଅଜସ୍ର ଦୁଃଖ ଯନ୍ତ୍ରଣା, ମାନ ଅଭିମାନକୁ ବୁକୁତଳେ ଚାପିରଖି ସେ ଓଠତଳେ ହସ ଫୁଟାଏ ଏବଂ ପରିବାରକୁ ସ୍ନେହ ମମତାର ରଜ୍ଜୁରେ ବାନ୍ଧି ରଖିଥାଏ।କବି କହିଛନ୍ତି-"କାହାର ଅଇରୀ କାହାର ବଇରୀ ନୁହଁଇ ସଂସାରେ ନାରୀ 

    ସ୍ନେହ,ଦୟା,କ୍ଷମା ହୃଦରୁ ଯାହାର ସବୁବେଳେ ପଡେ ଝରି"।

ବିଶ୍ୱ ମାନବ ସମାଜର ଇତିହାସ ଅନୁଧ୍ୟାନ କଲେ ବିଭିନ୍ନ କ୍ଷେତ୍ରର ନାରୀ ମାନଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକାର ପରିଚୟ ଆମେ ପାଇଥାଉ। ସମାଜରେ ମୌଳିକ ଚିନ୍ତାଧାରା, ଅତୁଳନୀୟ କର୍ତ୍ତବ୍ୟ ନିଷ୍ଠା, ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାପାଇଁ ତାଙ୍କରି ଧୈର୍ଯ୍ୟ ମନରେ ବିସ୍ମୟ ସୃଷ୍ଟିକରେ।

ପୁରାଣ ଯୁଗର ସୀତା,ସାବିତ୍ରୀ,ଅହଲ୍ୟା,ଦ୍ରୌପଦୀ ଆଦି ନାରୀ ଆମ ସମାଜ ପାଇଁ ଆଦର୍ଶ ଓ ପ୍ରେରଣାର ଉଛ ରୂପେ ପରିଗଣିତ।

ପୁରାତନ ଯୁଗର ଗାର୍ଗୀ,ମୈତ୍ରେୟୀଙ୍କ ଠାରୁ ଆରମ୍ଭକରି ବର୍ତ୍ତମାନ ଯୁଗର ମଦରଟେରେସା,ମାଡାମକ୍ୟୁରୀ, ଇନ୍ଦିରା ଗାନ୍ଧୀ ଆଦି ନାରୀ ମାନେ ଇତିହାସ ସୃଷ୍ଟି କରିଛନ୍ତି,ସେମାନଙ୍କର ବିସ୍ମୟକର ସଫଳତା।


Rate this content
Log in

Similar oriya story from Inspirational