କବି କୁସୁମଗୌରବ ଘନଶ୍ୟାମ ଜେନା

Others

2  

କବି କୁସୁମଗୌରବ ଘନଶ୍ୟାମ ଜେନା

Others

ଭାଷାଭିତ୍ତିକ ସ୍ବତନ୍ତ୍ର ଉତ୍କଳ

ଭାଷାଭିତ୍ତିକ ସ୍ବତନ୍ତ୍ର ଉତ୍କଳ

1 min
18


L

     ଦୀର୍ଘ ବର୍ଷଧରି ବିଛିନ୍ନହୋଇ ଘୋର ଦୁଃଖ ଦୁର୍ଦ୍ଦଶା ମଧ୍ୟରେ ଥିବା ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରିତ କରି ସେମାନଙ୍କ ପାଇଁ ସ୍ଵତନ୍ତ୍ର ପ୍ରଦେଶ ଟିଏ ଗଢ଼ିବା ଲକ୍ଷ୍ୟରେ ସମସ୍ତ ଓଡିଆଙ୍କୁ ସଚେତନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କେତେକ ନେତା ଙ୍କ ଅବଦାନ ଉଲ୍ଲେଖନୀୟ। ସେମାନଙ୍କ ମଧ୍ୟରୁ କୁଳବୃଦ୍ଧ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଫକୀର ମୋହନ ସେନାପତି, ପଣ୍ଡିତ ନୀଳକଣ୍ଠ ଦାସ,ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି, ଖଲିକୋଟ ରାଜା ହରିହର ମର୍ଦ୍ଦରାଜ, ଜୟପୁର ରାଜା ବିକ୍ରମଦେବ ବର୍ମା,ପଣ୍ଡିତ ଗୋଦାବରୀଶ ମିଶ୍ର,ଶଶୀଭୂଷଣ ରଥ, ସମ୍ବଲପୁରର ରାମନାରାୟଣ ମିଶ୍ର,ବ୍ରଜସୁନ୍ଦର ଦାସ ପ୍ରଭୃତି ଏ ଜାତିର କର୍ଣ୍ଣଧାର ଗଣ।

       ୧୯୦୧ରେ ହରିହର ମର୍ଦ୍ଦରାଜଙ୍କ ଦ୍ଵାରାଆହୂତ ବନ୍ଧୁ ମିଳନ ଥିଲା ସୁସଂଗଠିତ ଓଡ଼ିଶା ଆନ୍ଦୋଳନ ର ବୀଜବପନ।୧୯୦୨ରେ ବ୍ରହ୍ମପୁର ଠାରେ ଯେଉଁ ଗଞ୍ଜାମ ସମ୍ମିଳନୀ ହେଲା ତାହା ଥିଲା ଅଦ୍ଭୂତପୂର୍ବ, ପରେ ତାହା କଟକ ଠାରେ ଉତ୍କଳ ସମ୍ମିଳନୀ ନାମ ବହିଲା।

      ୧୯୧୪ରେ ଡିସେମ୍ବର ୨୬, ୨୭ତାରିଖରେ ପାରଳାଖେମୁଣ୍ଡି ଠାରେ ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ହେଲା ସେଥିରେ ସମଗ୍ର ପାକୃତିକ ଓଡ଼ିଶାର ଦୁଇଶତରୁ ଉର୍ଦ୍ଧ ଜନନାୟକ ଯୋଗଦେଇ ଥିଲେ। ଜୟପୁର ରାଜା ବିକ୍ରମଦେବ ବର୍ମା ସଭାପତି ଆସନ ଅଳଙ୍କୃତ କରିଥିଲେ।

 ସଭା ଆରମ୍ଭରେ ଯୁବକ ରାଜା କୃଷ୍ଣଚନ୍ଦ୍ର ପ୍ରସ୍ତାବ ଦେଲେ ଯେ ସମସ୍ତ ଓଡିଆ ଭାଷାଭାଷୀଙ୍କୁ ଏକ ଶାସନାଧୀନ କରିବା ପାଇଁ କେବଳ ଦାବୀ ନକରି, ବିଛିନ୍ନ ସମସ୍ତ ଓଡିଆ ଅଞ୍ଚଳକୁ ଏକତ୍ରିତ କରି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବି କରିବା ଯୁକ୍ତି ଯୁକ୍ତ ହେବ। ଏ କଥା ସମସ୍ତଙ୍କ ମନକୁ ଛୁଇଁଲା।

 ମଧୁସୂଦନ ଦାସ ଓଡିଶାର ନେତୃତ୍ବ ଗଜପତିଙ୍କ ହସ୍ତରେ ନ୍ୟସ୍ତ କରିଦେବା କଥା ସମସ୍ତେ ଅନୁଭଵ କଲେ। ପରେ କୃଷ୍ଣଚନ୍ଦ୍ର ଗଜପତି ସବୁ ଓଡ଼ିଆ ଭାଷୀଙ୍କ ଆପଣାର ହୋଇଗଲେ। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ତାଙ୍କଦ୍ୱାରା ସମ୍ଭବ ହୋଇ ପାରିବ ବୋଲି ସମସ୍ତ ନେତା ଅନୁଭବ କଲେ।

 ତାର ଫଳ ୧୯୩୬ଅପ୍ରେଲ ପହିଲା ବା "ଉତ୍କଳ ଦିବସ"


Rate this content
Log in