Bishwaranjan Tripathy

Drama Romance Inspirational

3  

Bishwaranjan Tripathy

Drama Romance Inspirational

ନିଲ ଆଖିରେ ନିଶା

ନିଲ ଆଖିରେ ନିଶା

7 mins
15


ପ୍ରାୟ ୫ ବର୍ଷ ହେବ ନିଶିଗନ୍ଧା ସାହୁ (ନିଶା) ଆସି ଭଡାରେ ରହୁଥାଏ ପ୍ରକାଶ ବାବୁଙ୍କର ନିଜ ଗାଁ ସ୍ଥିତ ବାସଭବନରେ। ନିଶା ସେହି ଗାଁ ସରକାରୀ ମେଡିକାଲରେ ଷ୍ଟାଫ ନର୍ସ ଭାବେ ଚାକିରୀ କରୁଥିଲା। ନିଶା ବି ଥିଲା ଦେଖିବାକୁ ବହୁତ ସୁନ୍ଦରୀ, ତନୁ ପାତଳୀ ଶରୀର, ରଙ୍ଗ ଗୋରା, ଉଚ୍ଚତା ବି ଠିକ ଠାକ ତା ସହ ସେ ମେଡିକାଲ କାମରେ ଯେମିତି ଘର କାମରେ ବି ସେମିତି ଧୁରନ୍ଧର । ତେଣୁ ତାକୁ ସମସ୍ତେ ମେଡ଼ିକାଲ ରେ ଓ ରହୁଥିବା ଘରେ ବହୁତ ଭଲ ପାଆନ୍ତି, ଆଦର ବି କରନ୍ତି। ପ୍ରକାଶ ବାବୁଙ୍କ ପରିବାର କହିଲେ ମାତ୍ର ୩ଜଣ ସଦସ୍ୟ, ଓ ତାଙ୍କ ଏକମାତ୍ର ଚାକରାଣୀ ମିନା। ମୋଟ ୪ଜଣ ଲୋକ ଘରେ ରୁହନ୍ତି। ପ୍ରକାଶ ସ୍ୱାଇଁ (ବୟସ ୫୫) ସରକାରୀ ଚାକିରୀଆ । ପ୍ରୀତିଲତା ସ୍ୱାଇଁ (ବୟସ ୫୦) ପ୍ରୀତି, ଗୃହିଣୀ ନିଲେଶ ସ୍ୱାଇଁ। (ବୟସ ୨୮) ନିଲ,ପାଠୁଆ-ବେକାରୀ ପ୍ରକାଶ ବାବୁ ସବୁବେଳେ ଚିଡ଼ ଚିଡ଼ ହୁଅନ୍ତି ନିଲ ଉପରେ କାହିଁକି ନା ଆଜକୁ ୭ବର୍ଷ ହେଲା ଇଂଜିନିଅରିଂ ଶେଷ କଲାଣି ତଥାପି ବେକାରୀ ହୋଇ ଘରେ ବସିରହିଛି। ଖାଲି ଯାହା ଘରେ ବସିରହି ଅର୍ଣ୍ଣ ଧ୍ବଂସ କରିବା ସହ ବାହାରେ ଯାଇ ସାଙ୍ଗସାଥିଙ୍କ ବୁଲା ବୁଲି ,ଖଟି, ନାଚ ତାମସା କରୁଥାଏ। ଘରର କାମ ଦାମରେ ବି ମୁଣ୍ଡ ପୁରାଏନି ସକାଳୁ ଉଠି ଖାଇଦେଇ କୁଆଡେ ଯାଏ ଯେ ପୁଣି ରାତିକୁ ଆସି ଘରେ ଦେଖା ହୁଏ ସେହି ଖାଇବା ଟେବୁଲ ପାଖରେ। ତେଣୁ ନିଲକୁ ନେଇ ସେ ବହୁତ ଚିନ୍ତିତ ଥାନ୍ତି। ଯେତେ ଯୋଉଠି ବି ଚାକିରି କଲାଣି ଅଧିକ ହେଲେ ୧୫ ଦିନ ନହେଲେ ସେହି ୨୦ ଦିନ କୌଣସି ନା କୌଣସି ବାହାନା କରି ଆସି ଘରେ ପହଞ୍ଚି ଯାଏ। କଣ ନା ସେଠି ଏଟା ଅସୁବିଧା ସେଟା ନାହିଁ ସେଠି ଏମିତି ଅନେକ ପ୍ରକାର ବାହାନା କରେ। ହେଲେ କୋଉଠି ବି ଗୋଟେଏ ସ୍ଥାନରେ ସ୍ଥିର ହୋଇ ରହିପରେନା।

ଯେବେ ବି ପ୍ରକାଶ ବାବୁ ତାକୁ ତାର ଭବିଷ୍ୟତ ଯୋଜନା ବିଷୟରେ ପଚାରନ୍ତି ସେ ସବୁବେଳେ କୁହେ ମୋର ଚାକିରୀ କଣ ହେବ? ଆମର ଧନ ସମ୍ପତି ରେ ଅଭାବ ଅଛି କି। ଜେଜେ ଯେତିକି ରଖିଛନ୍ତି ତାପରେ ତୁମର ବି ରୋଜଗାର ଅଛି ମୁଁ କଣ ପାଇଁ ଅନ୍ୟ ପାଖରେ ଯାଇ ଚାକିରୀ କରିବି। ପ୍ରକାଶ ବାବୁ କୁହନ୍ତି, ତେବେ ତୁ କିଛି ବ୍ୟବସାୟ ଆରମ୍ଭ କରେ ଚାକିରୀ ନକଲେ ନାହିଁ। ତଥାପି ସେ ସବୁକଥାକୁ ଏଡେଇଯାଏ।ଗୋଟେ ଅର୍ଥରେ କହିବାକୁ ଗଲେ ସେପୁରା କର୍ମ କୋଢ଼ିଆ ହୋଇସାରିଥିଲା। ଖାଇପିଇ ବାଇକ ଧରି ବୁଲିବା ଛଡା ତାକୁ ଆଉ କିଛି ଜଣା ନଥିଲା।

ଯେହେତୁ ପ୍ରୀତି ଦେବୀ ପାରାଲିସିସ ରୋଗରେ ପୀଡିତ ଥିଲେ, ଘରର ସବୁ କାମ ଚାକରାଣୀ ମିନା କରୁଥାଏ। କହିବାକୁ ଗଲେ ଘରର ସବୁ ଦାଇତ୍ୱ ସେ ବୁଝଥାଏ। ତା ସହିତ ନିଶା ନର୍ସ ଥିବାରୁ ସେ ବି ତାଙ୍କ ଦେହର ଭଲ ମନ୍ଦ ବୁଝୁଥାଏ। ସେଦିନ ରବିବାର ଥାଏ ନିଲର ବାହାଘର ଠିକ କରିବା ପାଇଁ ତାଙ୍କ ଘରକୁ ଝିଅ ଘର ଲୋକ ଆସିଥାନ୍ତି। ବହୁତ କଷ୍ଟରେ ପ୍ରକାଶ ବାବୁ ସେ ପ୍ରସ୍ତାବଟିକୁ ଯୋଗାଡ଼ କରିଥାନ୍ତି। ହେଲେ ନିଲ ଘରେ ନରହି ସବୁଦିନ ଭଳି ଖାଇପିଇ ଘରୁ ଚାଲିଯାଇଥାଏ । ଝିଅ ଘର ଲୋକ ଆସି ପହଞ୍ଚନ୍ତି ସବୁ ସରିଲା ପରେ ଶେଷକୁ ନିଲକୁ ବି ଖୋଜନ୍ତି ଟିକେ ଦେଖିବା ପାଇଁ। ସେହି ସମୟରେ ନିଲ ମଦ ପିଇଦେଇ ଘରେ ପ୍ରବେଶ କରେ। ଏସବୁ ଦେଖି ଝିଅ ଘର ଲୋକେ ପ୍ରକାଶ ବାବୁଙ୍କୁ ବହୁତ କଥା ଶୁଣେଇ ସେଠୁ ଚାଲିଯାନ୍ତି।

ସେଦିନ ପ୍ରକାଶ ବାବୁ ବହୁତ ରାଗନ୍ତି ନିଲ ଉପରେ ଏମିତି ବି ତାକୁ ଠେଙ୍ଗାରେ ମାରନ୍ତି ବି। ହେଲେ ନିଶାରେ ଚୁର ନିଲ କେବଳ ଗୋଟିଏ କଥା କହୁଥାଏ, ମୋର କଣ ବୟସ ପଲେଇଲାଣି ଦେଖିବ ମୁଁ ଦିନେ ବହୁତ ବଡ଼ ଲୋକ ହେବି ଆଉ ତୁମେ ମୋ ଉପରେ ଗର୍ବ କରିବ। ସେଦିନ ଘରେ ଆଉ ଖାଇବା ପିଇବା ହୁଏନି। ସନ୍ଧ୍ୟାରେ ଆସି ନିଶା ଘରେ ପହଁଞ୍ଚିଯାଏ ତାର ଜନ୍ମ ଦିନ ଥିବାରୁ ସେ ସେଦିନ ବହୁତ ସାରା ଖାଇବା ଘରକୁ ନେଇ ଆସିଥାଏ । କିନ୍ତୁ ଘରେ ଏମିତି ହାଲତ ଦେଖି ସେ ବି ମନ ଦୁଃଖ କରେ। ତଥାପି ସମସ୍ତଙ୍କୁ ଡାକି ଆଣିଥିବା ଜିନିଷ ସବୁ ଖାଇବାକୁ ଦିଏ।

ସମସ୍ତେ ନିଶା ପାଇଁ ଖୁସିରେ ଖାନ୍ତି। ଆଉ କୁହନ୍ତି ଧନ୍ୟ ତୋ ବାପା ମା ତୋ ଭଳିଆ ଝିଅକୁ ଜନ୍ମ ଦେଇଛନ୍ତି। ହେଲେ ଆମର ଗୋଟେ ଦେଖ ଖାଲି ଖାଇପିଇ ବୁଲିବା ଛଡା ବାବୁଙ୍କୁ କିଛି ଜଣା ନାହିଁ। ତାପରେ ନିଶା ପଚାରେ,

ନିଶା: ଆଛା ମଉସା ନିଲ ଘରକୁ ଫେରିଲେଣି?

ପ୍ରକାଶ ବାବୁ: ତତେ କଣ ଲୁଚେଇବି ସକାଳେ ଯାହା ଘଟିଯାଇଥିଲା ସବୁ କଥା କୁହନ୍ତି।

ନିଶା: ବହୁତ ମନ ଦୁଃଖ ସହକାରେ କୁହେ ହଉ ଛାଡ଼ନ୍ତୁ ମଉସା ସେକଥା ଏବେ ନିଲ କୋଉଠି?

ପ୍ରକାଶ ବାବୁ: ସୋଇଥିବ ସେହି ଘର ଭିତରେ। ନିଲ ସେମିତି ତା ରୁମରେ ସୋଇଥାଏ।

ନିଶା: ସେ ଖାଇଛନ୍ତି କି ନାହିଁ?

ପ୍ରକାଶ ବାବୁ: ନାଇଁ ସେ ଆଉ ଖାଇଲା କେତେବେଳେ ଆସିକି ସେତେବେଳୁ ସେମିତି ଘରଭିତରେ ଶୋଇଛି। ତାପରେ ନିଶା ଯାଏ ତା ପାଖକୁ ଖାଇବା ଦବା ପାଇଁ ତାର ଜନ୍ମ ଦିନ ଥିବାରୁ ସେ ବି ଚାହୁଁ ନଥିଲା ଘରେ କେହି ଉପବାସ ରୁହନ୍ତୁ। ତେଣୁ ସେ ଯେବେ ଯାଇ ନିଲକୁ ଡାକେ ହେଲେ ସେ ଏ କଣ ଶୁଣୁଛି ନିଜକୁ ବିଶ୍ୱାସ କରିପାରେନି। ନିଲ ନିଶାରେ ଶୋଇ କହୁଥାଏ ସେମିତି ବାହାରକୁ ସ୍ପଷ୍ଟ ନଶୁଭିଲେ ବି ନିଶା ଠିଆ ହୋଇଥିବା ସ୍ଥାନକୁ ସ୍ପଷ୍ଟ ଶୁଭୁଥାଏ "ନିଶା ତୁମେ ବହୁତ ସୁନ୍ଦରୀ , ମୁଁ ତୁମକୁ ଭଲପାଏ, ମୁଁ ଅନ୍ୟ କୋଉଠି ବି ବିବାହ କରିପାରିବିନି। ତୁମକୁ ଦେଖିବା ଦିନଠୁ ମୁଁ ତୁମକୁ ଭଲପାଇ ବସିଛି। ତୁମେ କୁହ ନିଶା କେହି କଣ ଜଣକୁ ଭଲପାଇ ଅନ୍ୟ ଜଣଙ୍କୁ ବିବାହ କରିପାରେ?

ନିଶା ସେସବୁ ଶୁଣି ରାଗିଯାଏ ତାପରେ ଭାବେ ସେ ତ ଏବେ ନିଶାରେ ଅଛନ୍ତି ତେଣୁ ୟାଡୁ ସ୍ୟାଡୁ ଗପୁଛନ୍ତି। ତଥାପି ରାଗକୁ ନିୟନ୍ତ୍ରଣ କରି ତାର ପାଖକୁ ଯାଏ ଓ ତାକୁ ଆଣିଥିବା ଖାଇବା ସବୁ ଦିଏ ହେଲେ ସେ କିଛି କୁହେନି କି ଶୁଣେନି। ନିଶା ଯେବେ ତା ଦେହରେ ହାତ ମାରି ଡାକେ ଦେଖେ ଯେ ତା ଦେହ ଜରରେ ଖଇ ଫୁଟୁଛି। ତାକୁ ବାଧ୍ୟ କରି ଖାଇବାକୁ ଦିଏ। ସଂଗେ ସଂଗେ ପାଖରେ ଥିବା କିଛି ଔଷଧ ସହ ଇଂଜେକସନ ବି ଦିଏ। ସେସବୁ ଘଟଣା ପ୍ରକାଶ ବାବୁ ବାହାରେ ଥାଇ ଦେଖୁଥାନ୍ତି ଓ ମନେ ମନେ ଭାବୁଥାନ୍ତି, ନିଶା ଯଦି ମୋ ଘରର ବୋହୁ ହୁଅନ୍ତା ସବୁକିଛି ସମ୍ଭାଳି ନିଅନ୍ତା। ହେଲେ ତାକୁ କେମିତି କହିବେ ଏମିତି ଭାବି ଭାବି ସେଠୁ ଚାଲିଯାନ୍ତି ଶୋଇବା ପାଇଁ।

ଔଷଧ ଦେଇସାରିବା ପରେ ନିଶା ସେଠୁ ଆସିବା ପାଇଁ ଉଠିଲା ବେଳକୁ ନିଲ ତାର ହାତକୁ ଧରି ରଖେ ଆଉ କୁହେ ନିଶା ତୁମେ ଯାଅନା ମୋ ପାଖରେ ରୁହ ଟିକେ ଏଇଠି ବସ। ସେତେବେଳକୁ ନିଶାକୁ ଆଉ କିଛି ବୁଝିବାକୁ ବାକିନଥିଲା। ସେ କିଛି ଆଉ ନକହି ସେଠୁ ଚାଲିଆସେ। ଆଉ ରାତିସାରା ଶୋଇକି ସେହି କଥା ସବୁ ଭାବୁଥାଏ। ଏମିତି ଭାବୁ ଭାବୁ ତାକୁ ନିଦ ହୋଇଯାଇଥାଏ।

ସକାଳୁ ଉଠି ତାର ନିତ୍ୟକର୍ମ ଶେଷକରି ତାର କିଛି ରିପୋର୍ଟସ ସବୁ ରେଡି କରୁଥାଏ ମିନା ଆସି ତାକୁ ଖାଇବା ପାଇଁ ଡାକେ,

ନିଶା: ତୁ ଯା ମୁଁ ଏବେ ଖାଇବିନି ମୋର ବହୁତ କାମ ଅଛି।

ମିନା: ଆପଣ ନଆସିଲେ ବାବୁ ରାଗିବେ ମୋ ଉପରେ। ତେଣୁ ଆସନ୍ତୁ ଆଗେ ପରେ କାମ କରିବେ।

ନିଶା: ରାଗରେ ତତେ କହିଲି ପରା ମୁଁ ଏବେ ଯାଇପାରିବିନି ମୋର ବହୁତ କାମ ଅଛି । ତୁ କଣ ବୁଝିପାରୁନୁ କି?

ମିନା: ହଉ ନିଶା ଦିଦି, ମୁଁ ଯାଉଛି। ମନେ ମନେ ଭାବୁଥାଏ, ଏ ନିଶା ଦିଦି ତ ଏମିତି ନୁହଁ, ସବୁଦିନ ଆଗେ ଆସି ଖାଇବା ପିଇବାରେ ସାହାଯ୍ୟ କରେ ଆଜି ଏମିତି କଣ ପାଇଁ ହଉଛି। ନିଶ୍ଚିତ କଣ ଗୋଟେ ହେଇଛି । ହଉ ଲୋ ମା ମୋର କଣ ଯାଏ ସେମାନେ ବଡ଼ ଲୋକ ମୋର ତାଙ୍କ କଥାରେ ମୁଣ୍ଡ ପୁରେଇବା କଣ ଦରକାର।

ମିନା: ବାବୁ ସେ କଣ କାମ କରୁଛନ୍ତି ଏବେ ଆସିବାକୁ ମନା କଲେ। ଆଉ ରାଗିକି ଅଛନ୍ତି ବହୁତ।

ପ୍ରକାଶ ବାବୁ: ରାଗିଛି, ହେଲେ କଣ ପାଇଁ?

ମିନା: ମୁଁ କେମିତି ଜାଣିଲି ଯେ,ତାଙ୍କୁ ପଚାରିଲେ ସେ କହିପାରିବେ ନା।

ପ୍ରକାଶ ବାବୁ: ଆଛା ହଉ ହଉ ତୁ ଯା ଏବେ ତୋ କାମ କରିବୁ। ଅଫସି ଟାଇମ ହେଇଗଲାଣି । ମୁଁ ଆସିଲେ ତା ସହ ସନ୍ଧ୍ୟାରେ କଥା ହେବି। ଏତିକି କହି ଅଫସି ଚାଲିଯାନ୍ତି।

ମିନା ବି ଯାଏ ବଜ଼ାରକୁ ପରିବା ପତ୍ର କଣ ନେଇଆସିବା ପାଇଁ। ଏହି ସମୟରେ ନିଲ ଯାଏ ନିଶା ପାଖକୁ, ଆଉ ପଚାରେ ଖାଇବାକୁ ନଆସିବାର କାରଣ। ନିଶା କିଛି ନକହି ଚୁପ ରୁହେ। ପୁଣି ନିଲ ପଚାରେ ସେହି ପ୍ରଶ୍ନ ତଥାପି ନିଶା ଚୁପ ରୁହେ। ଏଥର ନିଲ ରାଗରେ ପଚାରେ,

ନିଶା: ମୁଁ ନଖାଇଲେ ତୁମର କଣ ଅସୁବିଧା ଅଛି।

ନିଲ: ମୁଁ ତୁମକୁ ଭଲ ପାଏ, ନିଶା।

ନିଶା: ଆଉ ଜୋକ କରନି ତୁମକୁ ହାତ ଯୋଡି କହୁଛି ଦୟାକରି ଏଠୁ ଯାଅ।

ନିଲ: ଦୟାକରି ସେମିତି କୁହନି ମୁଁ ତୁମକୁ ସତରେ ବହୁତ ଭଲପାଏ।

ନିଶା:ମୋ ଆଖିରେ ଆଖି ମିଶେଇ କହିଲ, ସତରେ ତୁମେ ମତେ ଭଲ ପାଅ।

ନିଲ: ହଁ ମୁ ତୁମକୁ ସତରେ ଭଲପାଏ। ଆଉ ତୁମକୁ ବିବାହ କରିବାକୁ ଚାହେଁ।

ନିଶା: ସତରେ ଯଦି ତୁମେ ମତେ ଭଲପାଅ ଆଉ ମତେ ବିବାହ କରିବାକୁ ଚାହଁ, ତେବେ ପ୍ରଥମେ ନିଜକୁ ବଦଳାଇପାରିବ?

ନିଲ: ହଁ ତୁମ ପାଇଁ ମୁଁ ସବୁକିଛି କରିପରିବି।

ନିଶା: ତାହେଲେ ଆଜିଯାଏଁ କଣ ପାଇଁ ମତେ କହିନଥିଲ?

ନିଲ: ମୋର ବିବାହ ପାଇଁ ବାପା କେବେ ବି ଏତେ ତତ୍ପର ଦେଖିଇନଥିଲେ। ଆଉ ଆଜି ଯେବେ ମୋର ବିବାହ ଅନ୍ୟ କୋଉଠି ଠିକ କରିବେ ବୋଲି ବାପା କହିଲେ ତ ମୁଁ ଜାଣିକି ଏମିତି କରିଲି। ହଁ ବାପା ବି କେବେ ରାଜି ହେଇନଥାନ୍ତେ ତୁମ ସହ ମୋର ବିବାହ କରିବା ପାଇଁ। କାହିଁକି ନା ମୁଁ ବେକାରୀ ତା ସହ ବାପାଙ୍କ ଆଖିରେ ମୁଁ ଦୁନିଆର ସବୁଠୁ ଖରାପ ପିଲା।

ନିଶା:ହସିବାକୁ ଲାଗେ ଆଉ କୁହେ, ତେବେ ତୁମେ ନିଜକୁ ପ୍ରଥମେ ବଦଳାଅ ଆଉ କିଛି କରିବାକୁ ଚେଷ୍ଟା କର। ତାପରେ ବିବାହ କଥା ଚିନ୍ତା କରିବ। କାରଣ ମୋ ରୋଜଗାର ଉପରେ ସମ୍ପୂର୍ଣ୍ଣ ନିର୍ଭରଶିଳ ମୋ ବାପା ମା। ମତେ ଛାଡିଦେଲେ ସେମାନଙ୍କର କେହି ବି ନାହାନ୍ତି ଏ ଦୁନିଆରେ।

ନିଲ: ହଉ ଠିକ ଅଛି, ସେଥିରେ ମୋର କିଛି ଅସୁବିଧା ନାହିଁ। ମୋ ନିଜକୁ ବି ବଦଳେଇବି ଆଉ ଦେଖେଇଦେବି ବାପଙ୍କୁ ଯେ ମୁଁ ଏତେ ବି ଖରାପ ନୁହଁ।

ନିଶା: ୟେ ହୁଇ ନା ବାତ । ହଉ ଚାଲ ଖାଇବା, ଭୋକ ବି ଜୋରରେ ହେଲାଣି।

ନିଲ: ହଁ ମତେ ବି ହେଲାଣି ଜୋରରେ ଭୋକ।

ନିଶା: ତୁମେ ଖାଇନ କି ଏତେବେଳ ଯାଏଁ ।

ନିଲ: ନା ଖାଇନି, ସାଙ୍ଗ ହୋଇ ଖାଇବା ପାଇଁ ଅପେକ୍ଷା କରିଥିଲି। କାଲି ତୁମ ଜନ୍ମ ଦିନ ଥିଲା କିଛିବି ଦେଇପାରିଲିନି।

ନିଶା: କୁହେ ହଉ ଚାଲ ଖାଇବା।

ସାଙ୍ଗ ହୋଇଯାନ୍ତି ଖାଇବା ପାଇଁ, ଖାଇସାରିବା ପରେ ନିଲ ଗୋଟେ ପ୍ୟାକେଟ ଆଣି ନିଶା ହାତରେ ଦିଏ। ନିଶା ପଚାରେ

ନିଶା: ଏଇଟା କଣ ଯେ?

ନିଲ: ଖୋଲିକି ଦେଖ ଜାଣିପାରିବ।

ନିଶା ଖୋଲିକି ଦେଖେତ ଟଙ୍କା ବିଡାରେ ଭର୍ତି ସେ ପ୍ୟାକେଟ ଟି ଆଉ ସେଥିରେ ଲେଖା ଥାଏ ନିଶାର ପ୍ରଥମ ମାସର ଘରଭଡା, ଦ୍ଵିତୀୟ ମାସର ଘରଭଡା, ଏମିତି କ୍ରମାନ୍ଵୟରେ ଲେଖା ଥାଏ। ଏସବୁ ଦେଖି ନିଶା ପଚାରେ,

ନିଶା: ତୁମେ ଏସବୁ ଟଙ୍କା ଏମିତି ସାଇତି ରଖିଛ। ମୁ ଭାବେ ତୁମେ ଏସବୁ ଟଙ୍କା ନେଇ ବାହାରେ ସାଙ୍ଗମାନଙ୍କ ସହ ଖାଇପିଇ ଉଡେଉଦେଇଥିବ ବୋଲି।

ନିଲ: ହଁ ସବୁ ରଖିଛି, ତୁମକୁ ପ୍ରଥମ ଦିନରୁ ଦେଖିଲା ପରଠୁ ଭଲପାଇ ଯାଇଛି।

ନିଶା: ହସିକି କୁହେ, ଏଁ ତମପାଖରେ ଏତେ ଭଲଗୁଣ ଅଛି, ହେଲେ ଆଜିଯାଏଁ ମୁଁବି ତୁମକୁ ମଉସାଙ୍କ ଭଳିଆ ଖରାପ ଭାବୁଥିଲି। ହେଲେ ଏବେ ମୁଁ ବାହା ହେବି ତ କେବଳ ତୁମକୁ କାହିଁକିନା ତୁମେ ହିଁ ମୋ ପାଇଁ ପ୍ରକୃତ ଜୀବନ ସାଥି। ସେହି ଟଙ୍କାକୁ ନିଲ ହାତକୁ ଦିଏ ଆଉ କୁହେ ନିଅ ଏ ଟଙ୍କା ଏଥିରେ କିଛି ଆରମ୍ଭ କର।ଏତିକି କହି ସେ ତାର ଡିଉଟିକୁ ବହାରିଯାଏ।

ନିଲ ସେହି ଟଙ୍କା ସହ ଆଉ କିଛି ଟଙ୍କା ବିନିଯୋଗ କରି ଇ ଫାର୍ମିଙ୍ଗ ଜରିଆରେ ଚାଷ ବାସ କର୍ମ ଆରମ୍ଭ କରେ, ଦେଖୁ ଦେଖୁ ସେ ତାଙ୍କ ଏରିଆରେ ଏକନମ୍ବର ଚାଷୀ ଭାବେ ପରିଗଣିତ ହୁଏ। ସରକାର ବି ତାକୁ ସେହିବର୍ଷ ଯୁବ କୃଷି ହିସାବରେ କୃଷି କର୍ମଣ ସନମାନରେ ସମ୍ମାନିତ କରନ୍ତି। ସେ ନିଜେ ସ୍ୱାବଲମ୍ବୀ ହେବା ସହ ପାଖା ପାଖି ୫୦ ଜଣଙ୍କୁ ନିଜ ସଂସ୍ଥାରେ ରୋଜଗାର କରିବାର ପନ୍ଥା ବି ଦେଇଥାଏ।

ପ୍ରକାଶ ବାବୁ ବି ପୁଅର ଏମିତି ଉନ୍ନତି ଦେଖି ବହୁତ ଖୁସି ହୁଅନ୍ତି। କାଲି ଯେଉଁମାନେ ତାଙ୍କ ପୁଅ ପାଇଁ ଝିଅ ଦବାକୁ ନାକ ଟେକୁଥିଲେ ସେମାନେ ଆସି ତାଙ୍କ ଝିଅ ପାଇଁ ସବୁ ପ୍ରସ୍ତାବ ଦେଉଥିଲେ। କିନ୍ତୁ ପ୍ରକାଶ ବାବୁ ସେମାନଙ୍କୁ କହୁଥିଲେ ନିଲ ଯୋଉଠି ଚାହିଁବ ସେଇଠି ତାର ବିବାହ ମୁଁ କରେଇବି। ସେ ବି ଜାଣିସରିଥିଲେ ଯେ ନିଲ, ନିଶାକୁ ଭଲପାଏ। ଗୋଟେ ଦିନ ନିଲ ଆସି ତାର ବାପାଙ୍କୁ ସବୁକଥା କୁହେ ତାପରେ ତାର ବିବାହ ହୋଇଯାଏ ନିଶା ସହ ବହୁ ଧୁମ ଧାମରେ। ଏମିତି ଭାବେ ସେମାନେ ତାଙ୍କ ଜୀବନ ଖୁସିରେ ଅତିବାହିତ କରନ୍ତି। ସେଦିନ ଯଦି ନିଲ, ନିଶା ଆଖିରେ ଆଖି ମିଶେଇ ଭଲପାଏ ବୋଲି କହିନଥାନ୍ତା । ତେବେ କାହାଣିଟି ନିଶ୍ଚିତ ରୂପେ ଭିନ୍ନ ଏକ ମୋଡ଼ ନେଇଥାନ୍ତା।

ଏହି କାହାଣିରୁ ଏୟା ଜଣାପଡେ ଯଦି ଗୋଟେ ଝିଅ ଚାହିଁବ ସେ ଗୋଟେ ପୁଅର ଜୀବନକୁ ସ୍ୱର୍ଗ କରିଦେଇପାରେ ଆଉ ଯଦି ଚାହେଁ ନର୍କ ବି କରିଦେଇପାରେ।

ସମାପ୍ତ।



Rate this content
Log in

Similar oriya story from Drama