Kamal Kumar Dash

Romance

2  

Kamal Kumar Dash

Romance

ନୀଲ ନିଲମ

ନୀଲ ନିଲମ

2 mins
274


ପାଞ୍ଚ ବର୍ଷ ପରେ ନିଜ ସହରକୁ ଫେରିଲା ନୀଲ ଠିକ ନିଜ ଜନ୍ମ ଦିନରେ | ନୀଲ ବାହାର ଦେଶକୁ ମେଡିକାଲ ପଢିବାକୁ ଯାଇଥିଲା ପାଞ୍ଚ ବର୍ଷ ତଳେ ତାର ବାପା ମା ଅନ୍ୟ ସହରରେ ରହୁଥିଲେ ତେଣୁ ଛୁଟିରେ ସେ ତାଙ୍କ ପାଖ କୁ ଆସୁଥିଲା | ଏ ଭିତରେ ତା ବାପା ରିଟାୟାର୍ଡ଼ ହୋଇ ନିଜ ସହରକୁ ଫେରିଆସିଥିଲେ | ନିଜ ସହର କୁ ଛାଡ଼ିଗଲା ବେଳେ ତା ଆଖିରେ ଲୁହ ଆସିଯାଇଥିଲା , କାରଣ ପଛରେ ରହିଯାଇଥିଲେ ତାର ସାଙ୍ଗମାନେ ଓ ନିଲମ | ତା ସହିତ ପାଖ ପାର୍କରେ ନୀଲ ଶେଷଥର ଦେଖା ହୋଇଥିଲା | ସେ ନୀଲ କୁ ଗୋଟେ ନୀଳ ରୁମIଲ ଦେଇଥିଲା ସେଥିରେ NN  ଅକ୍ଷର ସୁନ୍ଦର ଭାବରେ ଲେଖାଯାଇଥିଲା | ଶେଷ ଦେଖାରେ ସେ ବହୁତ କାନ୍ଦୁଥିଲା ପାର୍କ ର ଗୋଟିଏ କଣ ରେ ଠିଆହୋଇ | 

         ନୀଲ ଆଜି ସେ ପାର୍କ କୁ ଆସି ମିଶିବାକୁ ନିଲମ କୁ ଚିଠିରେ ଲେଖୁଥିଲା | ସେ ଭାବୁଥିଲା ନିଲମ କେତେ ବଡ଼ ହୋଇଯିବଣି ? କେମିତି ଦେଖାଯାଉଥିବ ? ସତରେ କଣ ସେ ପାର୍କକୁ ଆସିବ ? ଏମିତି ଭାବୁ ଭାବୁ ସେ ପାର୍କର ଗେଟ ପାଖରେ ପହଂଚି ଯାଇଥିଲା | ଗାଡି ରଖିପାର୍କ ଭିରକୁ ଗଲା | ଗଲା ପାଞ୍ଚ ବର୍ଷରେ ପାର୍କ ଅନେକ ବଦଳି ଯାଇଥିଲI ହେଲେ ସେମାନେ ସନ୍ଧ୍ୟାରେ ବସୁଥିବI ସିମେଣ୍ଟ ବେଞ୍ଚଟି ସେହିଭଳି ଥିଲା | ନୀଲ ଯାଇ ସେ ବେଞ୍ଚରେ ବସିଲା ଚାରିଆଡ଼କୁ ଚାହିଁଲା | ହେଲେ ନୀଲମ ର ଚିହ୍ନବର୍ଣ ନଥିଲା | କିଛିସମୟ ବସିଲା ପରେ ଦେଖିଲା ତା ପାଦ ପାଖରେ ଗୋଟେ ରୁମIଲ ପଡିଛି | ସେ ସେଇଟାକୁ ଉଠାଇ ଦେଖିଲା ସେଥିରେ NN ଲେଖାଥିଲା ,ଠିକ ପାଞ୍ଚବର୍ଷ ତଳେ ନିଲମ ଦେଇଥିବା ରୁମଲ ପରି | ସେ କଣ ଭାବୁଥିଲା ହେଲେ ପଛରୁ କିଏଜଣେ ତା ଆଖିକୁ ମୁଜି ଦେଲା | ତା ପାଟି ରୁ ଖୁସିରେ ବାହାରି ପଡିଲା ,ନିଲମ ମୋ ଆଖି ଛାଡେ | ଜୋରରେ ହସି ନିଲମ କହିଲା , ମୋ ପାଇଁ କଣ ଆଣିଛୁ କହ ତା ପରେ ଛାଡ଼ିବି | ନୀଲ କହିଲା ଆଗ ଛାଡେ ତା ପରେ ଦେଖେଇବି | ତାର ଆଖି ଖୋଲିଦେଲା ଓ ତାଆଗରେ ଠିଆ ହୋଇ ପଡିଲା ନିଲମ | ନୀଲ ନିଲମକୁ ହାତଦେଖIଇବାକୁ କହିଲା ଓ ତା ହାତରେ ଗୋଟେ ସୁନ୍ଦର ମୁଦି ପିନ୍ଧIଇଦେଲା ଓ I Love you ନିଲମ  କହିଲା | ନିଲାମ ବି I love you too କହି ତାକୁ କୁଣ୍ଢାଇ ପକାଇଲା |


Rate this content
Log in

Similar oriya story from Romance