Lalita Mohan Mishra

Romance

1.4  

Lalita Mohan Mishra

Romance

~ନିଃସ୍ବାର୍ଥ ପ୍ରେମ ~

~ନିଃସ୍ବାର୍ଥ ପ୍ରେମ ~

4 mins
526


ପ୍ରେମ ତ ସମସ୍ତେ କରନ୍ତି ଯେପରିକି କଇଁ ଆକାଶର ଜହ୍ନକୁ, ନଦୀ ସାଗରକୁ, ତୁଷାର୍ତ୍ତ ଜଳକୁ, ଶିଶୁ ଜନନୀକୁ ଆଉ ପ୍ରେମିକ ପ୍ରେମିକାକୁ । କିନ୍ତୁ ଗଭୀର ହୃଦୟ ତଳର ନିଃସ୍ବାର୍ଥ ଆକର୍ଷଣ ହିଁ ପ୍ରେମ । ସ୍ବାର୍ଥର ଚିହ୍ନ ନଥାଏ ପ୍ରେମରେ । ଜଳିବାର ସାମର୍ଥ୍ୟ ଭରିଥାଏ ରକ୍ତରେ । ଦୃଶ୍ୟମାନ ହୁଏ ନାହିଁ କିଛି । ପ୍ରେମ ଇଶ୍ବରଙ୍କ ପ୍ରାପ୍ତି ଏବଂ ଜୀବନର ଆରମ୍ଭ ଓ ଶେଷ। 

ଏ ଘାଟରେ ସେହି ଘାଟରେ ମୁହଁ ମାରିବା କେବେ ହେଲେ ପ୍ରେମ ନୁହେଁ । 

ଚହଲା ଯୌବନ ଏବଂ ମନ ତଳର କମ୍ପନ; ହୃଦୟ ପରଖି ନିଏ । ଗୋଟିଏ ମନରେ ବନ୍ଧନର ଭାବ ଜନ୍ମ ପାଇଁ ବାନ୍ଧି ଯାଏ । 


ପ୍ରେମ ଶାଶ୍ବତ ଓ ଚିରନ୍ତନ । ପ୍ରେମ ବିନା ଏ ଜୀବନ ଅର୍ଥହୀନ । ପ୍ରେମ ଜୀବନର ଜୀବନ ଓ ହୃଦୟର ସ୍ପନ୍ଦନ। ପୁନେଇଁ ଚାନ୍ଦରେ ମେଘର ଆବରଣ । ପ୍ରେମ ଜାଣେନା ମିଛ ଓ ଜାଣେନା ଅହଂକାର। ସତେକି ସେ ଶୀତ ସକାଳର ବିନ୍ଦୁଏ କାକର । ପ୍ରେମ ରାଧାର ଶୃଙ୍ଗାର ଏବଂ ରାସ କୃଷ୍ଣର । ପ୍ରେମ ମଧ୍ୟ ମୀରାର ବୀଣାର ଝଙ୍କାର । ପ୍ରେମ ଶିଶୁ ଓଠ ରେ ଦରୋଟି ଅକ୍ଷର । ଆଉ ସେ ଅକ୍ଷରେ ଗଦ୍ ଗଦ୍ ମାଆର ଅନ୍ତର ପ୍ରେମ ଆଦି ଓ ପ୍ରେମ ଅନ୍ତ । ପ୍ରେମ ହିଁ ସାଜି ଦେଇଛି ଜୀବନର ସାର୍ଥକ ଅର୍ଥ ।

****************************************************

ଚଳଚ୍ଚିତ୍ରର ପ୍ରେମ କାହାଣୀ ପରି ନିଜର କରିନେଲା ଭୂମିକା । ବହିରେ ମଧ୍ୟ ଅନେକ ଗପ ପଢିଥିଲି କିନ୍ତୁ ଏଥିରେ ଲକ୍ଷ୍ୟ କରିଥିଲି ବାସ୍ତବତା । ତେବେ ବାସ୍ତବରେ ଏମିତି ଘଟଣା ଘଟିଛି ଯାହା କୈାଣସି ଚଳଚ୍ଚିତ୍ର କାହାଣୀ ଠାରୁ ବି କମ୍ ନୁହେଁ । ହଁ ମୁଁ କହୁଛି ବୋରିଗୁମ୍ମାର ଏକ ଭିନ୍ନ ପ୍ରେମ କାହାଣୀ । ଭୂମିକା ଜଣେ ସ୍କୁଲ ଶିକ୍ଷୟିତ୍ରୀ ଭାବରେ ଶିକ୍ଷକତା କରୁଅଛି । ସ୍ବାମୀ ବୋରିଗୁମ୍ମା ବଜାରରେ ଗୋଟିଏ ଜେରକ୍ସ ଏବଂ କମ୍ପ୍ୟୁଟର ଦୋକାନ କରିଛି ।


ଭୂମିକାର ସଂସାର କହିଲେ ଗୋଟିଏ ଛୋଟ ପୁଅ ଏବଂ ସ୍ବାମୀ  । ଏବେ ବି ସମାଜରେ ଜାତି ଗୋତ୍ର ଉଚ୍ଚ ନୀଚ୍ଚ ପ୍ରଭେଦ ରହିଅଛି। ଭୂମିକାକୁ କିନ୍ତୁ ସେଗୁଡ଼ିକର ପ୍ରଭାବ ପଡିପାରିନାହିଁ । ଦିନେ ଭୂମିକା ଏବଂ ଅମ୍ଳାନ ଗାଁ ସ୍କୁଲରେ ପାଠ ପଢୁଥିଲେ । ପାଠ ପଢିବା ଠାରୁ ଦୁହିଁଙ୍କ ମଧ୍ୟରେ ଗଢି ଉଠିଥିଲା ସମ୍ପର୍କ । ଦୁହେଁ ଗାଁ ଶିବ ମନ୍ଦିରରେ ଜୀବନ ସାଥି ହୋଇ ରହିବାକୁ ପ୍ରତିଜ୍ଞା କରିଥିଲେ । ସମୟ ବଦଳି ଗଲା ସ୍ଥାନ ଓ ପରିବେଶ ବଦଳିଗଲା କିନ୍ତୁ ହୃଦୟରୁ ବଦଳି ପାରିଲା ନାହିଁ ସେ ସମ୍ପର୍କ । 


ଉଚ୍ଚ ଶିକ୍ଷା ନିମିତ୍ତ ଅମ୍ଳାନ ଚାଲିଗଲା ଭୁବନେଶ୍ବର । ଅମ୍ଳାନ ଇଞ୍ଜିନିୟରିଂ କଲା ଭଲ ପାଠ ପଢି ନାଁ କମାଇଲା । ଏପଟେ ଭୂମିକା +2, +3 ସାରି କୋରାପୁଟ ବି.ଏଡ କଲେଜରେ ବି.ଏଡ୍ କଲା। ଅମ୍ଳାନ ତାହାପରେ ଏମ୍. ବିଏ. କଲା କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅତୁଟ ରହିଲା । ଉଚ୍ଚ ଶିକ୍ଷାରେ ହେଉ ଅଥବା ଦୂରରେ ରହି ଅଲଗା ଅଲଗା ସ୍ଥାନରେ ପାଠ ପଢିବାରେ ହେଉ ବାଧକ ସାଜିଲା ନାହିଁ ସମ୍ପର୍କ।


ଗ୍ରାମକୁ ଆସିଲେ କିମ୍ବା ବେଳେ ବେଳେ ଫୋନ୍ ମାଧ୍ୟମରେ ଦୁଇ ଜଣ କଥାବାର୍ତ୍ତା ହୁଅନ୍ତି ସମ୍ପର୍କକୁ ଅତୁଟ ରଖିଥାନ୍ତି । ଦେଖା ସାକ୍ଷାତ ଏବଂ ସୁଖଦୁଃଖ ବାଣ୍ଟିଥାଆନ୍ତି । ସେଦିନ ଦିପାବଳି ପାଳନ କରିବା ପାଇଁ ଅମ୍ଳାନ ଗ୍ରାମକୁ ଆସୁଥାଏ । ଘାଟିରେ ଡ୍ରାଇଭରର ଅସାବଧାନତା ଯୋଗୁଁ ବସ୍ ଟି ଦୂର୍ଘଟଣା ଗ୍ରସ୍ତ ହେଲା । ସେଠାରେ ପାଞ୍ଚ ଜଣ ଯାତ୍ରୀ ମୃତ୍ୟୁ ଘଟିଲା । ଅନେକ ଯାତ୍ରୀ ଆହାତ ହେଲେ । ସେହି ବସ୍ ଦୂର୍ଘଟଣାରେ ସଦାବେଳ ପାଇଁ ଚାଲିଗଲା ଦୁଇଟି ଗୋଡ ଅମ୍ଳାନର । ଭାଙ୍ଗି ପଡିଲା ଅମ୍ଳାନ କିନ୍ତୁ ଅନ୍ୟ ଯାତ୍ରୀଙ୍କ ତୁଳନାରେ ନିଜକୁ ବଞ୍ଚାଇ ପାରିଥିବାରୁ ଭଗବାନଙ୍କୁ ଅନେକ କୃତଜ୍ଞତା ଜ୍ଞାପନ କରିଥିଲା ।


ନିଜକୁ ଅସହାୟତା ବୋଧ କଲା । ସମସ୍ତେ ସୁଖର ସାଥି । ଦୂଃଖରେ କିଏ ସାଥି ଦେବ ବୋଲି ଭାବି ଭାଙ୍ଗି ପଡିଲା । ନିଜେ ନିଜକୁ ଅନ୍ୟମାନଙ୍କ ତୁଳନାରେ ଛୋଟ ଅନୁଭବ କଲା । ଭୂମିକା ମେଡିକାଲକୁ ଅମ୍ଳାନ ଦେଖିବାକୁ କେତେଥର ଆସିଥିଲା । ସାହାସ ଯୋଗାଇଥିଲା ପ୍ରେରଣା ଦେଇଥିଲା । ହତୋତ୍ସାହିତ ନ ହେବାପାଇଁ ପରାମର୍ଶ ଦେଇଥିଲା । ନିଜର ଗୋଡ ଦୁଇଟି ଚାଲିଯିବା ପରେ ଜୀବନର ମୂଲ୍ୟ କିଛି ନାହିଁ ବୋଲି ଭାବିଛି ଅମ୍ଳାନ ।


କିଛିଦିନ ପରେ ଭୂମିକା ଗ୍ରାମ ସ୍କୁଲରେ ଶିକ୍ଷାକର୍ମୀ ଭାବରେ ନିୟୋଜିତ ହୋଇଥାଏ । ନିଜର କର୍ମ ପ୍ରତି ଅଧିକ ଗୁରୁତ୍ବ ଦେଉଥାଏ ଭୂମିକା । ଅମ୍ଳାନର କଥା ଭାବି ଭାବି ଘର ଲୋକ ବ୍ୟଥିତ ହେଲେ । କିଏ ଏହାର ସହାୟ ହେବ ଚିନ୍ତାକଲେ ? ?  ?


ପ୍ରେମ ଶାଶ୍ୱତ ଚିରନ୍ତନ । ପ୍ରେମ ଦୁଇଟି ହୃଦୟର ଅମୃତ ମିଳନ । ପ୍ରେମକୁ କିଏ ଭାଙ୍ଗି ପାରିବ ନାହିଁ । ପ୍ରେମ ହୃଦୟର ସ୍ପନ୍ଦନ । ମନର ଅକୁହା କଥା ଅକୁହା ଭାଷା । ପ୍ରେମ ଅଜର ଅମର । ସେହି ପ୍ରେମକୁ ସାକାର କରିବା ପାଇଁ ଆଗେଇ ଆସିଲା ଭୂମିକା । ଏବେ ନିଷ୍ପତ୍ତି ନେବାର ଅଧିକାର ଥାଏ ଭୂମିକାର । ଭୂମିକା ଯେଉଁ ନିଷ୍ପତ୍ତି ନେବ ତାକୁ ସମସ୍ତେ ଗ୍ରହଣ କରିବେ । ନିଷ୍ପତ୍ତି ନେବାର ଅଧିକାର ତ କେଉଁକାଳରୁ ହରାଇ ବସିଛି ଅମ୍ଳାନ । 


ଭୂମିକା ;ଜୀବନ ରୂପକ ଡୋରିରେ ଅମ୍ଳାନ ସହିତ ବାନ୍ଧି ହେବାକୁ ଇଚ୍ଛା ପ୍ରକଟ କଲା । ପ୍ରେମକୁ ସାକାର ଏବଂ ଚିରନ୍ତନ କରିବାକୁ ମନ ବଳାଇଲା । ଘର ଲୋକଙ୍କର ବାରଣ ଏବଂ ଜାତି ପ୍ରଥା, ଉଚ୍ଚ ନୀଚ୍ଚ ଭେଦଭାବ ତାକୁ ବାଧକ ସାଜି ପାରିଲା ନାହିଁ । ସେ ବାଧାବିଘ୍ନକୁ ଅତିକ୍ରମ କରି ଏକାକି ଆଗକୁ ବଢିବାର ପ୍ରୟାସ କଲା । ବାପାମାଆ ବହୁତ ବୁଝାଇଲେ । ଭଲ ପିଲା ଦେଖି ବିବାହ କରିଦେବାକୁ ପରାମର୍ଶ ଦେଲେ । ଭୂମିକା କୌଣସି କଥାରେ ରାଜି ହେଲା ନାହିଁ । ନିଜ ଜୀବନ ଯେ ପ୍ରଥମ ସାଥି ; ସେ ଛୋଟା ହେଉ କେମ୍ପା ହେଉ, ଅନ୍ଧ ହେଉ ଅବା ମୁକ ହେଉ ତା ସହିତ ମୋର ଜୀବନ । ଶେଷରେ ଝିଅର ଖୁସିରେ ଆମର ଖୁସି ବୋଲି ଅନୁଭବ କରି ବାପାମାଆ ଆଗେଇଲେ ।


ଦୁଇ ଅତୁଟ ପ୍ରେମ ସମ୍ପର୍କ ଆଗରେ ସବୁକିଛି ହାର ମାନିଥିଲା । ପରବର୍ତ୍ତୀ ସମୟରେ ଏହି ପ୍ରେମରୁ ଜୀବନ ସାଥି ରୂପେ ବଦଳି ଯାଇଥିଲା । ଦୁହେଁ ଜୀବନସାଥୀ ହୋଇ ବାଟ ଚାଲିବାକୁ ନିଷ୍ପତ୍ତି ନେଇଥିଲେ । ନିକଟସ୍ଥ ହିଙ୍ଗୁଳା ମନ୍ଦିରରେ ଉଭୟଙ୍କ ବିବାହ ସଂପନ୍ନ ହୋଇଥିଲା । ଜୀବନ ରୂପକ ଡୋରିରେ ସଦାବେଳ ପାଇଁ ବାନ୍ଧି ହୋଇଯାଇଥିଲେ ଅମ୍ଳାନ ଓ ଭୂମିକା । ବିଭିନ୍ନ ସମସ୍ୟା ବାଧାବିଘ୍ନ ଆସିଥିଲେ ମଧ୍ୟ ତାକୁ ଆଡେଇ ଆଗକୁ ଯିବାର ପ୍ରୟାସ ଦୁହେଁ ଜାରିରଖିଥିଲେ ।


ହୃଦୟର ମଣିଷକୁ ପାଖରେ ପାଇ ଭୂମିକା ସବୁ ଦୁଃଖ ଭୁଲି ଯାଇଥିଲା । ଏବେ ତାଙ୍କ କୋଳରେ ତିନିବର୍ଷର ପୁଅ । ଦୁର୍ଘଟଣା ପରେ ଅମ୍ଳାନ ବୋରିଗୁମ୍ମାରେ  ଦୋକାନଟିଏ କରିଛି । ଏହି ଦୋକାନରୁ ଯାହା ଆୟ କରୁଛି ସେଥିରେ ତାଙ୍କ ଗୁଜୁରାଣ ମେଣ୍ଟାଉଛନ୍ତି । ଭୂମିକାର ଦରମା ଉଚ୍ଚ ଖର୍ଚ୍ଚରେ ସହଯୋଗୀ ହେଉଛି । 


ଭୂମିକା ସକାଳୁ ଉଠି ଅମ୍ଳାନ ପାଇଁ ରୋଷେଇ ବାସ କରି ପୁଅର ଯତ୍ନ ନେଇ ସ୍କୁଲକୁ ପଳାଇ ଯାଉଛି । ଅମ୍ଳାନ ଦୋକାନ ପାଇଁ ପିଲାଟିଏ ରଖିଛି ସେ ଗ୍ରାହକଙ୍କ କଥା ବୁଝୁଛି । ଅପ୍ରାକୃତିକ ଗୋଡ ସାହାର୍ଯ୍ୟରେ ଯିବା ଆସିବା କରୁଛି ଅମ୍ଳାନ । ଏଭଳି ପରିସ୍ଥିତିରେ ବେଳେ ବେଳେ ଭୂମିକାର ସାହାର୍ଯ୍ୟ ସହଯୋଗ ଦରକାର ପଡୁଛି । ଭୂମିକା ମଧ୍ୟ ଯୋଗାଇଦେଉଛି। ପରିବାରର ପୂର୍ଣ୍ଣ ସମର୍ଥନ ମଧ୍ୟରେ ତାଙ୍କ ସଂସାର ଆଗେଇଚାଲିଛି ।


ଅମ୍ଳାନ ଓ ଭୂମିକାଙ୍କ ଏଭଳି ଏକ ପ୍ରେମ କାହାଣୀ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।


Rate this content
Log in

Similar oriya story from Romance