Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Lalita Mohan Mishra

Abstract


2  

Lalita Mohan Mishra

Abstract


ନିଆରା ସଂସ୍କୃତି ନିଆରା ପରମ୍ପରା

ନିଆରା ସଂସ୍କୃତି ନିଆରା ପରମ୍ପରା

5 mins 479 5 mins 479

ଆମେ ସାଙ୍ଗ ସାଥୀଙ୍କ ସହିତ ଏଥର ନୂଆ ବର୍ଷରେ ବଣ ଭୋଜି କରିବାକୁ ଯାଇଥିଲୁ ଓଡିଶାର ଭୂସ୍ୱର୍ଗ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି । ଆମର କାଶ୍ମୀର ଦାରିଙ୍ଗବାଡ଼ି । ପ୍ରକୃତିର ଶାନ୍ତଶୀତଳ ସବୁଜିମା ଭରା ସୌନ୍ଦର୍ଯ୍ୟର ପରିବେଶରେ ରହିଛି ଦାରିଙ୍ଗବାଡ଼ି । ଯେଉଁ ସ୍ଥାନ ସମୁଦ୍ରପତ୍ତନ ଠାରୁ ୩ ହଜାର ଫୁଟ ଉଚ୍ଚରେ ଅବସ୍ଥିତ।

ବିଶେଷକରି ଶୀତଦିନରେ ମଜା ନେବାକୁ ଏଠାରେ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଭିଡ଼ ଜମାନ୍ତି । ଏହି ସମୟରେ ତୁଷାରପାତ ପର୍ଯ୍ୟଟକଙ୍କ ପାଇଁ ଏକ ଅଭୁଲା ସ୍ମୃତି ଆଣି ଦେଉଥିବାରୁ ଏହା ଓଡ଼ିଶାର କାଶ୍ମୀର ଭାବେ ଜଣାଶୁଣା।

ଦାରିଙ୍ଗବାଡ଼ିର ଆଖପାଖରେ ରହିଛି ହିଲ୍ ଭ୍ୟୁ ପାର୍କ, ନେଚର ପାର୍କ ଓ କଫି ଗାର୍ଡେନ। ସେହିପରି ପାଇନ ବଣ, ଏମୁ ପକ୍ଷୀ, ସାଇଲେଣ୍ଟ ଭ୍ୟାଲି ଓ ମନୋରମ ଲଭର୍ସ ପଏଣ୍ଟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ।

ଦାରିଙ୍ଗବାଡିଠାରୁ ପ୍ରାୟ ୧ କିଲୋମିଟର ଦୂରରେ ରହିଛି ହିଲ୍ ଭ୍ୟୁ ପାର୍କ।

ସେହିପରି ଏଠାକାର ୱାଚ୍ ଟାଓ୍ବାରରୁ ପ୍ରକୃତିର ଅପୂର୍ବ ଦୃଶ୍ୟ ଉପଭୋଗ କରିହୁଏ।

ସେପଟେ ହିଲ୍ ଭ୍ୟୁ ପାର୍କ ନିକଟରେ ନେଚର୍ ପାର୍କର ସୌନ୍ଦର୍ଯ୍ୟ, ଔଷଧୀୟ ବୃକ୍ଷ, ବଟର ଫ୍ଲାଏ ଗାର୍ଡେନ୍, କୃତ୍ରିମ ଝରଣା, କଫି ଗାର୍ଡେନ୍, ଗୋଲମରିଚ, ପାଇଁନ ବଣ, ଏମୁ ପକ୍ଷୀ ଦେଖିବାକୁ ବି ପର୍ଯ୍ୟଟକ ଭିଡ଼ ଲଗାନ୍ତି।

ପ୍ରେମୀଯୁଗଳଙ୍କ ପାଇଁ ଏଠାକାର ଆକର୍ଷଣ ହେଉଛି ସାଇଲେଣ୍ଟ ଭ୍ୟାଲି। ଅନ୍ୟପକ୍ଷରେ ଦାରିଙ୍ଗବାଡି ବ୍ଲକ୍ ଦାସିଙ୍ଗବାଡ଼ି ନିକଟରେ ରହିଛି ମିଡ଼ିୟୁବାନ୍ଦା ଜଳପ୍ରପାତ ଯାହା ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରେ ।

ଭୁବନେଶ୍ୱରରୁ ଦାରିଙ୍ଗବାଡିର ଦୂରତା ପ୍ରାୟ ୨୫୧ କିଲୋମିଟର । ବ୍ରହ୍ମପୁରରୁ ୧୨୦ କି. ମି ଓ ଫୁଲବାଣୀରୁ ଏହାର ଦୂରତା ୧୧୦ କିଲୋମିଟର। ଦାରିଙ୍ଗବାଡିକୁ ସିଧାସଳଖ ଯିବା ଆସିବା ଲାଗି ବସ୍ ସୁବିଧା ଥିବାବେଳେ ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥରେ ଏହା ଅବସ୍ଥିତ।

ଏଠାରେ ରହିବା ପାଇଁ ହୋଟେଲ୍,ଇକୋ ହୋମ୍ ଓ ଡାକବଙ୍ଗଳା ରହିଛି।

ପ୍ରକୃତି ଭିତରେ ହଜିବା ସାଙ୍ଗକୁ କନ୍ଧମାଳର ହଳଦୀ, ମହୁ ଓ ଝୁଣା କିଣିନେବାକୁ ପର୍ଯ୍ୟଟକ ଭୁଲନ୍ତି ନାହିଁ । ଯାହା ଆମେ ବୁଲି କରି ଦେଖିଲୁ ।

କନ୍ଧମାଳ ହଳଦୀର ଏକ ସ୍ୱତନ୍ତ୍ର ଗୁଣ ରହିଛି। ଉଭୟ ହର୍ବାଲ ଓ ଔଷଧୀୟ ଗୁଣ ଭରି ରହିଛି କନ୍ଧମାଳ ହଳଦୀରେ। ତେଣୁ କନ୍ଧମାଳ ହଳଦୀକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏ ନେଇ ସିଟିଟିସି ପକ୍ଷରୁ ପ୍ରାରମ୍ଭିକ ତଥ୍ୟ ସଂଗ୍ରହ କାର୍ଯ୍ୟ କରାଯାଇଛି। କନ୍ଧମାଳ ଜିଲ୍ଲାରେ ପ୍ରାୟ ୧୨ଶହ ହଳଦୀ ଚାଷୀ ରହିଛନ୍ତି। ସେମାନେ ‘କସମ’ ନାମକ ଏକ ଚାଷୀ ସଂଗଠନ ରହିଛନ୍ତି। ଦାରିଙ୍ଗବାଡ଼ି ଓ ଫୁଲବାଣୀରେ କସମର ଦୁଇଟି ବିକ୍ରୟ କେନ୍ଦ୍ର ରହିଛି।

ଆମେ ସେଠାକାର ଅଧିବାସୀଙ୍କୁ ପଚାରି ବୁଝିଲୁ - ଜିଲ୍ଲାର କଳା ସଂସ୍କୃତି ମଧ୍ୟରେ ରହିଛି କନ୍ଧମାଳର କୁଇ ନୃତ୍ୟ ଯାହାକି ଆଦିବାସୀ ପରମ୍ପରା ସଂସ୍କୃତିର ଏକ ପ୍ରସିଦ୍ଧ ନୃତ୍ୟ । କନ୍ଧମାଳ ସଂସ୍କୃତି ସଭ୍ୟତା ଧିରେ ଧିରେ ଲୋପ ପାଇବାକୁ ବସିଲାଣି କାରଣ ତାଙ୍କର ସଂସ୍କୃତିରେ ପିଲାର ଏକୋଇଶିଆ କରିବା ଜନ୍ମଦିନ ଧୂମ ଧାମରେ ପାଳନ କରିବା ପରମ୍ପରା ନାହିଁ କିନ୍ତୁ ତାହା ଧିରେ ଧିରେ ତାଙ୍କର ସଂସ୍କୃତିରେ ସେଗୁଡିକ ପ୍ରବେଶ କଲାଣି ।

ଅଣଦେଖା ହେଉଛି ଆଜି ଆମର ସଂସ୍କୃତି , ହଜି ଯାଉଛି ଆମର ପରମ୍ପରା, ଲୁଚି ଯାଉଛି ଆମର ଗାଁର ସମସ୍ତ ପ୍ରଥା । ସେ ସବୁକୁ ପ୍ରତ୍ୟେକ ପାଖରେ ପୁନଃ ଜାଗୃତି କରିବା ଆମର ଆବଶ୍ୟକ। ଗାଁର ପ୍ରଥା ଓ ପରମ୍ପରା ଆମର ସଭ୍ୟତା ଓ ସଂସ୍କୃତି ।

ଆମେ ସୁକ୍ଷ୍ମ ଭାବରେ ଦେଖିଲୁ - ବିଦେଶୀ ନେଲାଣି ଆମର ସଂସ୍କୃତି ସଭ୍ୟତା । ଆମେ ନେଲୁ ତାଙ୍କ ସଂସ୍କୃତି, ବଦଳିଗଲାଣି ତାଙ୍କରି ପ୍ରକୃତି ସ୍ବଭାବ । ବଢିଗଲାଣି ଆମର ବିକୃତି। ଭଦ୍ର ଭଳିଆ ହୋଇ ସେମାନେ ଚଳିଲେ । ଆମର ସଭ୍ୟତା ସଂସ୍କୃତିକୁ ନେଇ ସେମାନେ ଗର୍ବ କଲେ । ଅସଭ୍ୟ ଭଳିଆ ଆମେ ଚଳିଲେ ତାଙ୍କର ବେଶ ପୋଷାକକୁ ନେଇ । ଆମେ ଲଙ୍ଗଳା ମୁକୁଳା ହୋଇ ଚଳିଲେ । ବିଦେଶୀ ମାନେ ବଦଳିଗଲେ । ଆମ ସଂସ୍କୃତିକୁ ନେଇ ଆମେ ତାଙ୍କ ସଂସ୍କୃତିରେ ବନ୍ଧା ପଡିଗଲେ । ସ୍ୱଦେଶକୁ ଭୁଲି ଯାଇ ଆମେ ବିଦେଶର ସଂସ୍କୃତି ରୁଚି ବେଶ ପୋଷାକକୁ ଆଦରିଲେ ।

ଆହୁରି ଦେଖିଲୁ ଆମ ଭାଷା ଆମଠାରୁ ଧିରେ ଧିରେ ପଳାଇ ଯାଉଅଛି ଆମେ ବେଦେଶୀ ଭାଷା ପ୍ରତି ଗୁରୁତ୍ବ ଦେଉଅଛେ । ଆମ ସଂସ୍କୃତି, ପରମ୍ପରା ମଧ୍ୟ ଯାଇସାରିଲାଣି ଆମ ଅପାରଗତା ଯୋଗୁଁ । ଖାଲି ବଞ୍ଚି ରହିଛି ଆମର ଭୂମି ଖଣ୍ଡିକ । ଦିନ ଆସିବ ଆମେ ଯଦି ସଯାଗ ନ ହେବା ତାକୁ ମଧ୍ଯ ହରାଇଦେବା କାରଣ ଆମ ସଂକୀର୍ଣ୍ଣ ଚିନ୍ତାଧାରା ସଂକୀର୍ଣ୍ଣ ମାନସିକତା ଯୋଗୁଁ ଆମର ସଂସ୍କୃତି ଲୋପ ପାଇବ ।

ଯେଉଁଠି ଆମ ପୂର୍ବପୁରୁଷଙ୍କ ଶୌର୍ଯ୍ୟଦ୍ୱାରା ସ୍ଥାପିତ ହୋଇଥିଲା ଆଗଙ୍ଗା ଠାରୁ ଗୋଦାବରୀ ଭୂଖଣ୍ଡ ପର୍ଯ୍ୟନ୍ତ। ଏବେ ଆମ ନେତୃବୃନ୍ଦଙ୍କ ଖାମଖିଆଲି ନୀତି ଯୋଗୁଁ ଅଧା ଅଞ୍ଚଳ ଆମେ ଅନ୍ୟ ରାଜ୍ୟକୁ ଦେଇସାରିଲେଣି ତାପରେ ବି ବର୍ତ୍ତମାନର ଖଣିଜସଂପଦପୂର୍ଣ୍ଣ ଅଞ୍ଚଳକୁ ନୀରବ ଭାବରେ ଟେକିଦେବାଦ୍ୱାରା ଆମେ କି ପ୍ରକାରର ଶାନ୍ତି ପାଇପାରିବା ? ଶାନ୍ତି ଯଦି ଆମର କାମ୍ୟ, ସ୍ୱାଭିମାନ ଆମର ଭୂଷଣ ହେବା ଆବଶ୍ୟକ ।

ନଚେତ୍ ଆଳସ୍ୟ ଯଦି ଆମ ଜୀବନ, ବିଳାସ ଯଦି ଏକମାତ୍ର ଲକ୍ଷ୍ୟ, ଭୀରୁତା ଯଦି ଆମର ଅଳଙ୍କାର, ତେବେ ବରଂ ଭଲ ହେବ ସବୁଦିନ ପାଇଁ ଏ ପବିତ୍ର ମାଟିକୁ ଛାଡ଼ି ଚାଲିଯିବା । ଅନ୍ତତଃ ଆମ ଭବିଷ୍ୟତ ପିଢ଼ି ତ ଆମ ଚେଇଁ ଶୋଇବାଗୁଣଠାରୁ ଦୂରେଇ ରହି ସମୃଦ୍ଧ ଓଡ଼ିଶା ଗଠନପାଇଁ ନିଜକୁ ଉତ୍ସର୍ଗ କରିପାରିବେ ।

ଇତିହାସ କହୁଅଛି - ଆମର ପୂର୍ବପୁରୁଷମାନେ ବୋଇତରେ ଧନସମ୍ପତ୍ତି ଭରି ଓଡ଼ିଶାକୁ ବୋହି ଆଣୁଥିଲେ । ବହୁ ଉତ୍ସାହ ଓ ଉଦ୍ଦୀପନା ଭିତରେ ବୋଇତବନ୍ଦାଣ ଉତ୍ସବ ପାଳନ କରାଯାଉଛି ଓଡ଼ିଶାର ପୁରପଲ୍ଲୀରେ ଏହା ଆମର ସଂସ୍କୃତି । କାର୍ତ୍ତିକ ପୂର୍ଣ୍ଣମୀର ପାହାନ୍ତା ବେଳା ନଦୀ, ନାଳ ଆଦି ଯେଉଁଠି ବି ସାମାନ୍ୟ ଜଳ ରହିଛି, ସେଠି ଭାସି ଉଠୁଛି କଦଳୀ ପଟୁଆ, କାଗଜ, ସୋଲ ନିର୍ମିତ ଛୋଟ ଛୋଟ ବୋଇତ । ଆଉ ଏହି ବୋଇତର ସାମଗ୍ରୀ ହେଉଛି ପାନ, ଗୁଆ ସହିତ ଦୀପଟିଏ କିମ୍ବା ସଳିତା କାଠିଟିଏ । ଆ.କା.ମା ବଇ..ର ଶବ୍ଦରେ ନଦୀକୂଳ ପ୍ରକମ୍ପିତ ହୋଇ ଉଠୁଛି ।

ଏଥିସହିତ ଦେଖିବାକୁ ମିଳୁଛି ଚଉରାମୂଳେ ବାଲୁକାସ୍ଥାପନ ଓ ଘର ସାମ୍ନାରେ ମୁରୁଜଦ୍ୱାରା ଓଡ଼ିଆ କଳାନୈପୁଣ୍ୟର ପ୍ରଦର୍ଶନ । ଯଦି ଆମେ ଏ ସଂପର୍କରେ କୌଣସି ଓଡ଼ିଆଙ୍କୁ ପଚାରିବା, ଉତ୍ତରରେ ସରଳ ଗାଉଁଲୀଟିଏ ଧାର୍ମିକ ଭାବନା ଓ ଶିକ୍ଷିତ ଓଡ଼ିଆଟିଏ ଅତୀତର ସ୍ମୃତିକୁ ରୋମନ୍ଥନ ବିଷୟରେ କହିପାରେ । ମାତ୍ର ଏହା ପଛରେ ଥିବା ତିକ୍ତ ମଧୁର ଇତିହାସ, ବର୍ତ୍ତମାନର ଅସହାୟତା ଆଉ ଭବିଷ୍ୟତର କାର୍ଯ୍ୟପନ୍ଥା ବିଷୟରେ ପଦେ କହିପାରିବେ ନାହିଁ ।

କାରଣ ଏହି ପରମ୍ପରା, ଏବେ ଅଶିକ୍ଷିତ ଗାଉଁଲୀ ଓଡ଼ିଆ ନିକଟରେ ଧର୍ମ ଓ ଶିକ୍ଷିତ ଓଡ଼ିଆ ନିକଟରେ ଇତିହାସ ଭାବେ ବଞ୍ଚି ରହିଛି । ତାହାକୁ ଆମ ଗାଉଁଲୀ ଲୋକ ନିଜ ଅଜ୍ଞତା ଭାବି ପ୍ରକାଶ କରୁ ନ ଥିବା ବେଳେ, ଶିକ୍ଷିତ ବ୍ୟକ୍ତିଟି ଇତିହାସର ଦର୍ପିତ କାହାଣୀ ଜାଣିସୁଦ୍ଧା ପ୍ରକାଶ କରିବାକୁ କୁଣ୍ଠିତ । କାରଣ ଯାହା ଥାଉନା କାହିଁକି, ଏହାକୁ ପ୍ରକାଶ କରିବାରେ ଯେ ନିଜ ଭିତରେ ପ୍ରଚୁର ହୀନମନ୍ୟତା ଭରି ରହିଛି, ତାହା କେହି ଅସ୍ୱୀକାର କରିବେ ନାହିଁ ।

ଓଡିଶାର ସଂସ୍କୃତି ଓ ପରମ୍ପରା ମହାନ୍ । ଏହା ଅନ୍ୟ ଭାଷା ସଂସ୍କୃତି ଠାରୁ ନିଆରା ଅଟେ । ଆମର ବେଶ ପୋଷାକ ସଂସ୍କୃତି ସଭ୍ୟତା ରୂଚି ଭିନ୍ନ କିନ୍ତୁ ଏବେ ପ୍ରାୟ ଲକ୍ଷ୍ୟ କରାଯାଉଅଛି ସମସ୍ତେ ବିଦେଶୀ ସଂସ୍କୃତି ରୁଚି ବେଶ ପୋଷାକ ଆଡକୁ ଆଗଭର ହେଉଛନ୍ତି ଏହା ଫଳରେ ଆମର ସଂସ୍କୃତି ସଭ୍ୟତା ଲୋପ ପାଇଯିବ ତେଣୁ ଆମ୍ଭେମାନେ ଜାଗ୍ରତ ହେବା ଦରକାର ।

ଆମେ ଦାରିଙ୍ଗବାଡ଼ିରେ ବଣଭୋଜି କରିବା ସହିତ ଆମର ସଂସ୍କୃତି ସଭ୍ୟତା ରୂଚି ବେଶ ପୋଷାକ କପରି ଲୋପ ପାଇଯାଉଅଛି ତାହା ଉପରେ ବିସ୍ତୃତ ଆଲୋଚନା ପର୍ଯ୍ୟାଲୋଚନା କରିଥିଲୁ ।

ଆମର ଗୋଟିଏ ଗୋଟିଏ ଜିଲ୍ଲାର ସଂସ୍କୃତି ରୁଚି ଚାଲିଚଳଣି ଭିନ୍ନ । ବିଭିନ୍ନ ଜିଲ୍ଲାର ବିଭିନ୍ନ ଲୋକନୃତ୍ୟ ଲୋକକଳା ସଂସ୍କୃତି ପରମ୍ପରା ସ୍ବତନ୍ତ୍ରତା ସୃଷ୍ଟି କରିପାରିଛି । ଯେପରିକି ସମ୍ବଲପୁରୀ ନୃତ୍ୟ, ଆଦିବାସୀ ନୃତ୍ୟ, ଗୋଟିପୁଅ, ଛଉ, ଘୁଡିକି ଇତ୍ଯାଦି ଏକ ଅଞ୍ଚଳର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସେହିପରି ରୁଚି ଖାଦ୍ୟ ପେୟ ଦୃଷ୍ଟିରୁ ଭିନ୍ନ ଅଟେ । ଏଠାରେ କଟକର ଦହିବରା ଆଳୁଦମ, ନୟାଗଡର ଛେନାପୋଡ, ସାଲେପୁର ରସଗୋଲା, ବାଲେଶ୍ବର ମୁଢି, ଦକ୍ଷିଣ ଓଡିଶା ଇଟଲି ସମ୍ବର ଇତ୍ୟାଦି ଆମ ରୁଚି ଏବଂ ଖାଦ୍ୟକୁ ସ୍ବତନ୍ତ୍ରତା ସୃଷ୍ଟି କରିପାରିଛି ।

ଆମେ ବନ୍ଧୁ ମାନଙ୍କ ସହିତ ବଣଭୋଜି କରି ଫେରୁଥିଲା ବେଳେ ଭାବୁଥିଲି ଏତେବଡ ପୃଥିବୀ ସେ ଭିତରେ ଭାରତ । ଯାହାର ସ୍ବତନ୍ତ୍ରତା ଲାଗି ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ଭାରତ ଶ୍ରେଷ୍ଠ ହୋଇପାରିଛି । ସେହି ଦେଶରେ ଜନ୍ମ ଲାଭ କରି ସେହି ଦେଶର ସଂସ୍କୃତି ସଭ୍ୟତା ରୂଚି ବେଶ ପୋଷାକୁ କ'ଣ ଆମେ ନିଜର ନ କରି ବେଦେଶୀ ସଂସ୍କୃତି ଆଦରିବା ? ଆମର ସଭ୍ୟତା ସଂସ୍କୃତି ରୂଚି ବେଶ ପୋଷାକକୁ ଭୁଲିଯିବା ? ?

ମୋର ଜଣେ ବନ୍ଧୁ କହିଲେ - ଆମର ରୂଚି ବେଶ ପୋଷାକରେ ରହିଛି ଆମର ସଂସ୍କୃତି ଓ ସଭ୍ୟତା। ଶ୍ରଦ୍ଧା ଭକ୍ତି ଭଲପାଇବା ପ୍ରେମ, ପରକୁ ଆପଣାର କରିବା, ଆମ ସଂସ୍କୃତିରେ ରହିଛି ଏକତ୍ବ ଭାବ । ସେଥିପାଇଁ ତ ଶାସ୍ତ୍ରରେ ବର୍ଣ୍ଣନା ଅଛି - ବସୁଧୈବ କୁଟୁମ୍ବକମ୍ ! ସଂସାରଟା ହେଉଛି ଗୋଟିଏ କୁଟୁମ୍ବ ବା ପରିବାର ସଦୃଶ ।

ତେଣୁ ଆମେ ସମସ୍ତେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଭାରତୀୟ । ଏହାକୁ ନେଇ ଆଗେଇ ଗଲେ ଆମ ସମସ୍ତଙ୍କର ମଙ୍ଗଳ ହେବ । ଆମେ ସମସ୍ତେ ଭାବୁଥିଲୁ - ଭାରତର ସଂସ୍କୃତି ସଭ୍ୟତା ବେଶ ପୋଷାକ ଅନ୍ୟ ଦେଶ ତୁଳନାରେ ନିଆରା । ସେ ଦୃଷ୍ଟିରୁ ଏ ସବୁକୁ ଭୁଲି ଯିବା ଉଚିତ୍ ନୁହେଁ ।

ସେଦିନର ବଣ ଭୋଜିଟି ବଡ ଆନନ୍ଦ ଲାଗିଥିଲା।


Rate this content
Log in

More oriya story from Lalita Mohan Mishra

Similar oriya story from Abstract