STORYMIRROR

Dipti lekha Mishra

Classics Others

3  

Dipti lekha Mishra

Classics Others

ନିଆଁ ସହ ଭାବ ଦିଆନିଆ

ନିଆଁ ସହ ଭାବ ଦିଆନିଆ

1 min
371

ବାପା ଚାଲିଗଲାପରେ ମାଆ ମୋର ଭାରୀ' ଏକୁଟିଆ ।ମୋର ଅବସ୍ଥା ବି କିଛି ଠିକ୍ ନାହିଁ କାରଣ ମୁଁ ଜନ୍ମରୁ ଦିବ୍ୟାଙ୍ଗଟି । ମୋ ନିଜ କାମ ମୁଁ ନିଜେ କରିପାରେ ତଥାପି ମୋ ମାଆର ଦୁଃଖ ଯେ କାଳେ ମୋ ପାଇଁ ତାକୁ କିଏ କାମ ଖଣ୍ତେ ଦେବ କି ନାହିଁ ।

ଦିନେ ମୁଁ ମାଆକୁ କହିଲି ମାଆଲୋ ତୁ ଯାଉନୁ ଘରକାମ କରିବାକୁ ? ମାଆ କହିଲା ହଁ ଯାନ୍ତି ଯେ ତୁ ତୋ ନିଜ କଥା ବୁଝିପାରିବୁ ତ ? ମୁଁ କହିଲି ହଁ ମାଆ ଭୟ କରନି । ତୁମେ ଯାଅ ଆଜିଠାରୁ ।

ମାଆ ଯିବା ପରେ ପରେ ମୁଁ ବି ବାହାରିଲି ଜଣଙ୍କ ଘରେ କାମ କରିବାକୁ । କାମଟି ଥିଲା ଖାଲି କାଉ ,ମାଙ୍କଡ,ପାରା,କୁକୁର,ଗାଇକୁ ଜଗିବାକୁ କିଳେ କିଏ ତାଙ୍କ ଶୁଖାଯାଇଥୀବା ଜିନିଷ ଖାଇଦେବ । ମାଣ୍ଡିଆ ,ଗହମ,ଖୁଦ,ବିଭିନ୍ନ ବଡି ଶିଖାଯାଇଥାଏ ଓ ମୁଁ ଜଗି ରହେ ଅପରାହ୍ନ ଯାଏଁ ।

ମାଆ କାମରୁ ଆସିଲା ଆଉ ମୁଁ ତାକୁ ସବୁ କଥା କହିଲି । ମୋ ମୁଣ୍ଡଟା ଆଉଁସି ଅନେକ ଗେହ୍ଲା କଲା ଆଉ ମୁଁ ଶୀତରେ ଥରିବାରୁ ସାଙ୍ଗେ ସାଙ୍ଗେ ନିଆଁ ପୁଇଁବାକୁ କାଠ କେଇଟା ଜାଳିଲା ।ଦୁହେଁ ନିଆଁ ପାଖରେ ବସି ଭାବ ଦିଆନିଆ କଲୁ । ନିଆଁ ବି ସତେ ଯେମିତି ସବୁ ଶୁଣି ଖୁସି ହୋଇ ଅଧିକ ସମୟ ଜଳିବାକୁ ଲାଗିଲା । ମାଆର ଖୁସି କହିଲେ ନ ସରେ ।କହିଲା ଦିନେ ତୋ ଅବସ୍ଥା ପାଇଁ ମୋତେ କାମ କିଏ ଦେବନି ଭାବୁଥିଲି କିନ୍ତୁ ତୁ ମୋର ଆଜି ସବୁ ଦୁଃଖ ନେଇଗଲୁ । ତୋ ଭଳି ପୁଅ ପାଇ ମୁଁ ଆଜି ଗର୍ବିତ ।


Rate this content
Log in

Similar oriya story from Classics