Kalyani Nanda

Classics

2  

Kalyani Nanda

Classics

ନବ ଦିଗନ୍ତ

ନବ ଦିଗନ୍ତ

2 mins
495



"ଓଃ, ପୁଣି ସେଇ ହୋଇ ହାଲ୍ଲା ଆରମ୍ଭ ହୋଇଗଲା ।" ସୂର୍ଯ୍ୟକାନ୍ତ ବାବୁଙ୍କ ବିରକ୍ତି ଦେଖି ବସୁଧା ପୁଣି ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥାନ୍ତି । କିନ୍ତୁ ଆଜି ସୂର୍ଯ୍ୟକାନ୍ତ ବାବୁ ଖୁବ୍ ରାଗି ଯାଇ ଥିଲେ । ବସୁଧା ତାଙ୍କୁ ଅଟକାଉ ଅଟକାଇ ସେ ଯାଇ ପାଖ ଘର ଦରଜା ପାଖରେ ଥିବା କଲିଂ ବେଲ ବଜାଇବାରେ ଲାଗିଥାନ୍ତି । ଜଣେ ହୃଷ୍ଟ ପୁଷ୍ଟ ଯୁବକ ବାହାରକୁ ଆସିବାରୁ ତାକୁ ବିରକ୍ତ ହୋଇ ପାଟିତୁଣ୍ଡ ବନ୍ଦ କରିବାକୁ କହି ଫେରି ଆସିଲେ । ନବବର୍ଷ ର ଉଲ୍ଲାସ ରେ ସେ ଯୁବକ ମାନଙ୍କର ଖୁସିର ବାତାବରଣ ଯେମିତି ଶାନ୍ତ ହୋଇ ଯାଉ ଥାଏ ।

ସୂର୍ଯ୍ୟକାନ୍ତ ବାବୁଙ୍କ ଚେତା ଫେରି ଆସୁଥାଏ । ସେ ଦେଖିଲେ ସ୍ତ୍ରୀ ବସୁଧା ଆଖି ଛଳଛଳ କରି ତାଙ୍କ ପାଖରେ ବସିଛନ୍ତି । ସୂର୍ଯ୍ୟକାନ୍ତ ବାବୁ କିଛି ପଚାରିବା ଆଗରୁ ବସୁଧା ତାଙ୍କ ମନ କଥା ଜାଣି କହିଲେ , " ତୁମେ ଏବେ ନର୍ସିଂ ହୋମ ରେ ଅଛ ।" ସୂର୍ଯ୍ୟକାନ୍ତ ବାବୁ ଆଶ୍ଚର୍ଯ୍ଯ ହୋଇ ପଚାରିଲେ, " ମୁଁ କେମିତି ଆସିଲି ଏଠାକୁ ?" ସୂର୍ଯ୍ୟକାନ୍ତ ବାବୁ ଓ ତାଙ୍କ ସ୍ତ୍ରୀ ଭୂବନେଶ୍ବର ରେ ରହନ୍ତି । ପୁଅ ,ବୋହୁ ବାହାରେ ରହନ୍ତି । ମଝିରେ ମଝିରେ ଛୁଟି ନେଇ ଘରକୁ ଆସନ୍ତି । ସୂର୍ଯ୍ୟକାନ୍ତ ବାବୁ ସପତ୍ନୀକ ଭୂବନେଶ୍ଵର ରେ ଏକା ରୁହନ୍ତି ।ଚାକିରୀ ରୁ ଅବସର ନେବା ପରେ ଫ୍ଲାଟ୍ କିଣି ସେଠାରେ ରହୁଥାନ୍ତି । ସୂର୍ଯ୍ୟକାନ୍ତ ବାବୁଙ୍କ ପ୍ରଶ୍ଚିଳ ଚାହାଣୀ ର ଉତ୍ତର ଦେବାକୁ ଯାଇ ବସୁଧା କହିଲେ, " ଏଇ ଛୁଆ ମାନେ ଆସି ସାହାଯ୍ଯ କରି ନ ଥିଲେ , ମୁଁ ଯେ ଆଜି କଣ କରିଥାନ୍ତି କେଜାଣି । ଭଗବାନ ସାହା ହେଲେ । ଏଇ ଛୁଆ ମାନେ ତାଙ୍କ ମଉଜ , ମଜଲିସ ଛାଡି କାଲି ରାତିରୁ ମୋ ପାଖେ ପାଖେ ରହି ବହୁତ ସାହାଯ୍ଯ କରିଛନ୍ତି ।"ସୂର୍ଯ୍ୟକାନ୍ତ ବାବୁ ଆଶ୍ଚର୍ଯ୍ଯ ହୋଇ ସେମାନଙ୍କୁ ଦେଖୁଥାନ୍ତି । ଇଏ ତ ସେଇଆ ଛୁଆ ମାନେ ଯାହାଙ୍କ ପାଟି ତୁଣ୍ଡ ରେ ବିରକ୍ତ ହୋଇ ସେ କେତେ କଥା କହି ନ ଥିଲେ । ଅଥଚ ସେଇମାନେ ..... । ଆଉ କିଛି ଭାବି ପାରୁ ନ ଥିଲେ ସେ । କ୍ଷୋଭ, ଗ୍ଲାନି ରେ ମନ ତାଙ୍କର ଲଜ୍ଜିତ ହୋଇ ଉଠୁଥାଏ । ପଶ୍ଚାତାପ ରେ ଆଖି ତାଙ୍କର ଛଳ ଛଳ ହୋଇ ଉଠୁଥାଏ । ହାତ ଦୁଇଟା ଆପେ ଆପେ ସେଇ ଯୁବକ ମାନଙ୍କ ପ୍ରତି ଜୋଡି ହୋଇ ଯାଉଥିଲା । କ୍ଷମା ମାଗିବାକୁ ତାଙ୍କ ମୁହଁରେ ଯେମିତି ଭାଷା ନ ଥିଲା । ସେ ଯୁବକ ମାନେ ସଂଗେ ସଂଗେ ସୂର୍ଯ୍ୟକାନ୍ତ ବାବୁଙ୍କ ହାତ ଧରି ପକାଇବ କହିଲେ ," ଏ କଣ ଅଙ୍କଲ, ଆମେ କଣ ଏତିକି କରି ପାରି ନ ଥାନ୍ତୁ ? ଆମେ ବି ତ ଆପଣଙ୍କ ପୁଅ ପରି ।" ସୂର୍ଯ୍ୟକାନ୍ତ ବାବୁଙ୍କ ପାଟିରେ ଭାଷା ନ ଥିଲା ସେମାନଙ୍କୁ କୃତଜ୍ଞତା ଜଣାଇବାକୁ । ସେ ଭାବୁଥାନ୍ତି , କିଏ କୁହେ ,ଦୁନିଆରେ ମାନବିକତା ମରିଯାଇଛି । କିଏ କହେ ସହାୟତାର ହାତ ବଢାଇବାକୁ କେହି ନାହିଁ ? ସବୁ ଅଛି । ସଂପର୍କ, ସୌହାର୍ଦ୍ଦତା, ସ୍ନେହ, ମମତା । ଖାଲି ତାକୁ ଚିହ୍ନି ପାରିବା ଦରକାର । ନୂତନ ବର୍ଷର ସୂର୍ଯ୍ୟ ଆକାଶରେ ଥାଇ ଯେମିତି ଏକ ନୂତନ ଆତ୍ମୀୟତାର ଆଲୁଅ ବୁଲୁଥାଏ । ନୂତନ ସଂପର୍କର ପରିଭାଷା ସୂର୍ଯ୍ୟକାନ୍ତ ବାବୁଙ୍କ ମନ କାଗଜ ରେ ଲିପିବଦ୍ଧ ହୋଇ ଯାଉ ଥାଏ । ଆକାଶ ରେ ଏକ ନୂତନ ସୂର୍ଯ୍ୟର ଆଲୁଅ ଏକ ନୂତନ ରଂଗର ଛଟାରେ ରଂଜିତ କରୁଥାଏ ।




Rate this content
Log in

Similar oriya story from Classics