STORYMIRROR

Maheswar sahoo

Inspirational Others

3  

Maheswar sahoo

Inspirational Others

ନାଲି ସାଗୁଣା

ନାଲି ସାଗୁଣା

3 mins
600

ବିଶାଳ ବଟ ବୃକ୍ଷରେ ଶାଗୁଣା ମାନେ ବସାବାନ୍ଧି କେଉଁ କାଳରୁ ରହୁଥିଲେ। ସେମାନେ ବହୁତ ହସ ଖୁସିରେ ନିଜର ଦିନ କାଟୁଥିଲେ । ସେମାନଙ୍କର ଜଣେ ମୁଖିଆ ଥିଲା । ସେ ସମସ୍ତଙ୍କର ହାନି ଲାଭରେ ମୁଣ୍ଡ ପୁରେଇ ସମାଧାନ କରେ। ତାର ନାଁ ଥିଲା ସକୁ । ତାକୁ ସମସ୍ତେ ଭୟବି କରୁଥିଲେ । କାରଣ ସେ ବହୁତ ବଳ ଶାଳୀ ଥିଲା । କାରଣ ଯିଏ ତା କଥାକୁ ଅବମାନନା କରେ ସେ ତାକୁ ଖୁମ୍ପି ରାମ୍ପୁଡି ବହୁତ ଦଣ୍ଡ ଦେଉଥିଲା ।

ଏମିତି ସେହି ଗଛରେ ସମସ୍ତ ଶାଗୁଣା ସେମାନଙ୍କର ସମସ୍ତ ପରିବାର ସହ ଆଗ୍ରହରେ ଆଉ ଆନନ୍ଦରେ ଦିନ କାଟୁଥିଲେ । ଶାଗୁଣା ଜାତି ବହୁତ ସାହସୀ ତେଣୁ ସେମାନଙ୍କର ଜଣେ ସାମ୍ବାଦିକ ରହୁଥିଲା । ଯେକି କୌଣସି ସ୍ଥାନରେ କେହି ଜୀବଙ୍କର ମୃତ ଶରୀର ଦେଖୁଥିଲେ ସେ ସଙ୍ଗେ ସଙ୍ଗେ ଆସି ମୁଖିଆଙ୍କୁ ଜଣାଉଥିଲା । ମୁଖିଆ ବଛା ବଛା ଦଳର ଲୋକ ମାନଙ୍କୁ ନେଇ ଯାଉଥିଲା ଓ ମନଇଚ୍ଛା ମାଂସ ଖାଉଥିଲେ ଆଉ କିଛି ସେମାନଙ୍କର ପିଲା ମାନଙ୍କ ପାଇଁ ନେଇ ଆସୁଥିଲେ । 

ସକୁର ଓସ୍ତାତି କରି କରି ଦିନକୁ ଦିନ ସେ ଉଗ୍ର ହେବାକୁ ଲାଗିଲା । ସକୁ ଶାଗୁଣା ଦଳରେ ଥିବା ଯୁବ ଗୋଷ୍ଠୀ ଙ୍କୁ ନିଜ ଆୟତରେ ରଖି ବହୁତ ଦାଦାଗିରି ମଧ୍ୟ କରୁଥିଲା । ତେଣୁ ତାକୁ କେହିବି ଭଲ ପାଉ ନଥିଲେ । ଘୃଣା କରୁଥିଲେ ମଧ୍ୟ । 

ଦିନେ ସକୁ ଭାବିଲା ମୁଁ ଆଉ ଖାଦ୍ୟ ସଂଗ୍ରହ କରିବାକୁ ଜୀବିନାହିଁ। ଯୁବ ଗୋଷ୍ଠୀ  ମାନେ ପ୍ରତ୍ୟକ ଦିନ ମୋ ପାଇଁ ଖାଦ୍ୟ ଆଣିବାକୁ ବାଧ୍ୟହେବେ। ନହେଲେ ସେମାନଙ୍କୁ ଉଚିତ୍ତ ଶାସ୍ତି ଦେବାର ଘୋଷଣା ନାମା ଜାରିକଲେ । ଏହି ଘୋଷଣା ସମସ୍ତେ ମାନିନେଲେ। ଏମିତି ଦିନେ ଖାଦ୍ୟ ଖାଉ ଖାଉ ମାଂସର ରକ୍ତ ତା ଉପରେ ପଡିଗଲା । ଏବଂ ତା ଦେହ ପୁରାପୁରି ନାଲି ହେଇଗଲା । ସେ ନିଜ ଦେଲା ମେଲେଇ ପରଗୁଡିକର ନାଲି ରଙ୍ଗ ଦେଖି ମନେ ମନେ ନିଜକୁ ଗର୍ବ କଲା ଓ କହିଲା ମୋର ରଙ୍ଗ ବଦଳି ଗଲା। ବହୁତ ଖୁସି ହେଲା । ଆଖ ପାଖରେ ଥିବା କୁଆ ବଗ ଚିଲା ଆଦି ପକ୍ଷୀ ମାନେ ତାକୁ ଡରିବାରେ ଲାଗିଲେ। ଶେଷରେ ସେ ଆଖ ପାଖ ଇଲାକାରେ ମଧ୍ୟ ନିଜର ଓସ୍ତାତି କରିବାରେ ଲାଗିଲା । ଅନ୍ୟ ପକ୍ଷୀ ମାନେ ମଧ୍ୟ ନ୍ୟାୟ ଆଉ ନିଷ୍ପତି ସମୟରେ ସକୁକୁ ହିଁ ଡାକୁଥିଲେ। 

ଜଙ୍ଗଲର ରାଜା ବାଛିବା ସମୟ ଆସିଗଲା । କିଏ ରାଜା ହେବ ବୋଲି ସମସ୍ତେ ସକୁକୁ ବାଛିଲେ। ଶେଷରେ ସକୁ ମଧ୍ୟ ଜଙ୍ଗଲର ପକ୍ଷୀମାନଙ୍କ ରାଜା ହେଲା। ସକୁ ସିନା ନାଲି ରଙ୍ଗ ବଦଳେଇ ଦେଇ ଥିଲା ହେଲେ ତାର ସ୍ୱଭାବ ବଦଳି ନଥିଲା । 

ଦିନେ ସାମ୍ବାଦିକ ଆସି କହିଲା ମହାଶୟ ଆଜି କୌଣସି ଜାଗାରେ ଖାଦ୍ୟର ଉପସ୍ଥିତି ମିଳିଲା ନାହିଁ । ସକୁ ଏକାଥରେ ଖପ୍ପା । କଣ କହିଲୁ ମୂର୍ଖ ମୁଁ କଣ ଏମିତି ଭୋକରେ ରହିବି । ତତେ ଉଚିତ ଶାସ୍ତି ମିଳିବା ଦରକାର। ଖାଦ୍ୟ ନମିଳିଲେ ଅମେ ଖାଇବା କ'ଣ ? ସକୁକୁ ଭାରି ଭୋକ ଲାଗିଥାଏ ସେ ତ ବହୁ ଦିନରୁ ନିଜେ ଖାଦ୍ୟ ସଂଗ୍ରହ କରୁନାହିଁ। କଣ କରିବ ଦେହରେ ବି ବଳ ନାହିଁ ଉଡିଯିବାକୁ ଦୂର ଜଙ୍ଗଲକୁ । ଏମିତି ଭାବି ନିଜ ଦଳକୁ ଧରି ଚାଲିଲା ଜନବସ୍ତି ଆଡକୁ। କିଛି ବାଟ ଯାଇ ଦେଖିଲା ଗୋଟେ ଛୋଟିଆ ଛେଳି ବିଷ ଦିଅ ଯାଇଥିବା ଘାସ ଖାଇ ମରି ଯାଇଛି ଆଉ ତା ଘରର ଲୋକେ ଆଣି ତାକୁ ଗୋଟିଏ ପଡିଆ ରେ ଫୋପାଡ଼ି ଦେଇଛନ୍ତି। ସାଗୁଣର ଦୃଷ୍ଟିଶକ୍ତି ପ୍ରଖର ସେମାନେ ବହୁଦୂର ଆକାଶରୁ ଦେଖି ପାରିଲେ ଯେକି ଛେଳି ଛୁଆଟିଏ ପଡ଼ିଆରେ ଦେଖା ଯାଉଛି ଆଉ ସେମାନଙ୍କର ପରିକ୍ଷକ କହିଲା ଯେ କି ୟେ ମଧ୍ୟ ମୃତ । ଏଣୁ ସମସ୍ତ ଦଳବଳ ସହ ସକୁରାଜା ପଦାର୍ପଣ କଲେ ସେହି ପଡିଆ ମଧ୍ୟରେ। ଆଉ ସମସ୍ତଙ୍କୁ ମଧ୍ୟ ଭୋକ ଲାଗିଥାଏ। ଝୁମ୍ପି ପଡିଲେ ଛେଳି ଛୁଆ ଉପରକୁ । କିନ୍ତୁ ସକୁ କହିଲା ଦେଖ କେହି ଏଥିରେ ମୁଁହ ଲଗାଓଁନାହିଁ କାରଣ ଏତକ ମାଂସ ମୋ ପାଇଁ ନିଅଂଟ । ଏମିତି କହି ସମସ୍ତଙ୍କୁ ମାରି ଘଉଡ଼ାଇ ଦେଇ ନିଜେ ମନଭରି ଖାଇଲା ଆଉ ସିଧା ନିଜ ବଟବୃକ୍ଷର ବସାକୁ ଫେରି ଆସିଲା । ଯେହେତୁ ବିଷ ଖାଇଥିବା ଛେଳି ସେ ତାର ବିସର ଅସର ଆରମ୍ଭ ହେବାକୁ ଲାଗିଲା । ଆଉ ତାର ଦେହ ଥରିବାକୁ ଲାଗିଲା।ଦେନା ପିଟି ହେଉ ଥିଲା। ଦେଣା ପିଟି ହେବ ଦ୍ୱାରା ତା ଦେହର ସବୁ ନାଲି ଝଡ଼ି ଯାଇ ନିଜ ଅବସ୍ତାକୁଫେରି ଆସିଥାଏ । ତାକୁ ସମସ୍ତ ପକ୍ଷୀ ଶାଗୁଣା ବୋଲି ଜାଣିପାରିଲେ । କେହି ତା ପାଖକୁ ଆସିଲେ ନାହିଁ। ନିଜର ଦଳୀୟ ଯୁବ କର୍ମୀ ମାନେ ଭୋକ ବିକଳରେ ଏଣେତେଣେ ବୁଲୁଥାନ୍ତି। ବୃକ୍ଷରେ ଥିବା ଶିଶୁସାବକ ମାନେ ମଧ୍ୟ କେହି ତାପଖକୁ ଆସିଲେନାହିଁ । ସେମାନଙ୍କ ପାଖରେ ଥିବା ଚେରମୁଳି ବି ଆଣି କେହି ଦେଲେ ନାଁହି। ଆଧିପତ୍ୟ କରୁଥିଲାବେଳେ କେବେବି ତ ସେ ଅମକଥା ଭାବେନିକି ଆମକୁ ହଇରାଣ କରିବା ଛଡା ଆଉ ସେ କଣ କରିଛି ଆମର ବୋଲି କୁହା କୁହି ହେଲେ। ଶେଷରେ ପାଣି ପାଣି ଚିତ୍କାର ଛାଡିଲା ସକୁ ଏମିତିକି ପାଣି ମୁନ୍ଦାଏ ବି କେହି ଦେଲେନାହିଁ ତାକୁ ଆଉ ମରିଯାଇଥିଲା ସକୁ ବିସର ଗ୍ରାସରେ।

Hints: ନିଜର ଆଖପାଖ ଲୋକ ଭଲ ପାଉନଥିଲେ ଅଧିପତ୍ୟର ମୂଲ୍ୟ କିଛି ନଥାଏ । କାରଣ ପଡ଼ୋଶୀ ବିପଦବେଳେ ସାଥି ଦିଅନ୍ତି।


Rate this content
Log in

Similar oriya story from Inspirational