Maheswar sahoo

Inspirational

2.0  

Maheswar sahoo

Inspirational

ମୁଁହିତ ଗରିବ ଭୋଟର

ମୁଁହିତ ଗରିବ ଭୋଟର

7 mins
698


ନିର୍ବାଚନର ପ୍ରଚାର ପ୍ରସାର ପୁରା ସର ଗରମ ହୋଇ ଯାଇଛି । ନିଜ ଦଳର ବିଜୟ ପାଇଁ ପ୍ରାଥି ମାନେ ନାନା ରଣନୀତି ପ୍ରୟୋଗ କରିବାରେ ଲାଗିଛନ୍ତି । କିଏ କହୁଛି ମୋ ଦଳକୁ ଭୋଟ ଦିଅ ମୁଁ ତୁମର ଘର, ରାସ୍ତା, ପାଇଖାନା, ପିଲାଙ୍କର ଚାକିରୀ, ବାର୍ଦ୍ଧକ୍ୟ ଭତ୍ତା ଆଦି ନିଶ୍ଚୟ କରିଦେବି । କିଏ କହୁଛି ମୁଁ ନିଶ୍ଚୟ କୃଷି ଋଣ ଛାଡ କରିଦେବି । କିଏ କହୁଛି ତୁମର ଠକେଇ ସଂଥା ରେ ଥିବା ପଇସା ମୋ ଦଳ ଫେରେଇ ଦେବାର ପ୍ରତିସୃତି ମୁଁ ଦେଉଛି । ଏମିତି ନାନା ସର୍ତ୍ତ ନାନା ପ୍ରତିଜ୍ଞା କରୁଛନ୍ତି ଅଲଗା ଅଲଗା ଦଳର ପ୍ରାଥି ମାନେ ।

ଷାଠିଏ ବରଷର ରାମ ସାହୁ । ନିହାତି ଗରିବ ! ଦୀର୍ଘ ବୟାଳିସ ବର୍ଷ ଧରି ରାଜନୀତି ଦେଖି ଆସୁଛି । ଭାରତର ସମ୍ବିଧାନ ବୁଝି ପାରୁଛି ରାମ ସାହୁ । ନିପଟ ମୂର୍ଖ ହୋଇ ମଧ୍ୟ ସେ ବୁଝି ପାରୁଛି ଓ ଅବଗତ ଅଛି ମଧ୍ୟ ନିର୍ବାଚନରେ ମିଥ୍ୟା ପ୍ରତିଶୃତି ବିଷୟରେ । ପୁଅଟା ତାର ଦଶମ ଶ୍ରେଣୀରୁ ଆଉ ପଢି ପାରିଲା ନାହିଁ । ନିଜର ଆର୍ଥିକ ପରିସ୍ଥିତି ଦୁର୍ବଳ ଦେଖି ରାମ ସାହୁ ପୁଅକୁ ବିଦେଶ ପଠେଇ ଦେଇଛି । ମାସିକ ପୁଅ ତାର ଯଉଁ ଦୁଇ ପଇସା ଦେଉଛି ଘର ପରିବାର ସୁଖରେ ଚଳି ଯାଉଛି । ନିଜର ଝାଟି ମାଟିର ନଡ଼ା ଛପରର ଘରେ ବହୁତ ଆନନ୍ଦରେ ରହୁଥାଏ ରାମ ସାହୁ । ଏଇ କିଛି ଦିନ ହେବ ସେ ଟିକେ ଖୁସି ଅଛି କାରଣ ତାକୁ କୁଆଡେ ସରକାର ତରଫରୁ ପକ୍କାରେ ତିଆରି ପାଇଖାନା ମିଳିଛି । ଝିଅ ବୋହୁ ତାର ସେଇ ପାଇଖାନା ବ୍ୟବହାର କରୁଛନ୍ତି । ଘରକୁ ତାର ଏବେ ବିଦ୍ୟୁତ ସଂଯୋଗ ହୋଇ ଯାଇଛି । ଘରକୁ ଆସିଥିବା ନୂଆ ବୋହୁ ପାଇଁ କୁଆଡେ ବିନା ମୂଲ୍ୟରେ ଉଜ୍ଜଳା ଯୋଜନାରୁ ଗ୍ୟାସ ମିଳିଛି । ଟିକେ ଖୁସି ହୁଏ ।

ଏବେ ନିର୍ବାଚନ ପାଇଁ ନେତା ମାନଙ୍କର ଧାଡି ଲାଗିଛି ତା ଘରକୁ । ରାମ ସାହୁକୁ ଖାଦ୍ୟ ସୁରକ୍ଷା ଯୋଜନାରୁ ଆଗରୁ ମିଳୁଥିବା ବି.ପି.ଏଲ. ରୁ ବଞ୍ଚିତ କରା ଯାଇଛି । ଏବେ କୌଣସି ରେସନ କାର୍ଡ ହୋଇ ନାହିଁ ତା ନାଁ ରେ । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରୁ ଗୋଟେ ଘରର ଅନୁଦାନ ମିଳିବାର ଥିଲା । ହେଲେ ସରପଞ୍ଚ ବାବୁ କହୁଛନ୍ତି ମୋତେ କୋଡିଏ ହଜାର ଦିଅ ତୁମର ବାସ ଗୃହ ଅନୁଦାନ ମୁଁ କରେଇ ଦେବୀ । ଆଉ ତମେ ତମ ପୁଅକୁ ବିଦେଶରୁ ଡକାଅ ସେ ଆସି ମୋ ଦଳୀୟ ବାହିନୀରେ ଯୋଗ ଦେଉ, ମୁଁ ତୁମର ବାସଗୃହ ମାଗଣାରେ କରେଇ ଦେବୀ ।

ରାମ ସାହୁ ଚାଳିଶ ବର୍ଷ ହେଲା ଦେଖି ଆସୁଛି ନେତା ମାନଙ୍କର ମିଥ୍ୟା ପ୍ରତିଶୃତି । ବାସ ଗୃହ ନାହିଁ ! ସେ ବହୁତ ବାର ବ୍ଲକ ଉନ୍ନୟନ ଅଧିକାରୀଙ୍କ ସରଣାଗତ ହୋଇଛି । ସରପଞ୍ଚ ଅନ୍ୟ ଦଳରେ ଭୋଟ ଦେଇଛି କହି ନିଜର ରେସନ କାର୍ଡ ରୁ ବଞ୍ଚିତ କରିଛନ୍ତି । ସେଥି ପାଇଁ ମଧ୍ୟ ଅପାଠୁଆ ରାମ ସାହୁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇ ସାରିଛନ୍ତି । କାହିଁକି ଏମିତି ରାଜନୀତି କରୁଛନ୍ତି ଏଇ ନେତା ଗୁଡାକ । ସ୍ୱାଧୀନ ଭାରତର ଆମେ ନିରୀହ ଗରିବ ନାଗରିକ କଣ ଦୋଷ କରିଛୁ ଯେ ! ସରକାରୀ କର୍ମୀମାନଙ୍କର ଆମ ଉପରେ ଦାଉ ସାଯିବାର ଦେଖା ଯାଉଛି । ଯେଉଁମାନେ ଦଳୀୟ କର୍ମୀ ସେମାନେ ତିନି ତିନି ଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଇନ୍ଦିରା ଆବାସ ଯୋଜନା । ବିଜୁ ପକ୍କା ଘର ଯୋଜନା ପାଇ ସାରିଲେଣି । ହେଲେ ମୋ ପରି ନିରୀହ, ଗରିବ, ଅପାଠୁଆ ଲୋକ ମାନେ କଣ ସେମାନଙ୍କର ଅତ୍ୟାରକୁ ମୁଣ୍ଡ ପାତି ସହି ଯାଉଥିବୁ । ଏମିତି ରାଜନୀତି କୁ ଏହି ଭୋକୁଆ ନେତାମାନେ ! ଅତ୍ୟନ୍ତ ମର୍ମନ୍ତୁତ, ଅବହେଳିତ ଓ ଦଣ୍ଡିତ ଏହି ରାମ ସାହୁର ନିରୀହ ପରିବାର ।

ଆଜି ସକାଳ ସମୟ ସରପଞ୍ଚ ବାବୁ ଆସିଛନ୍ତି । ରାମ ସାହୁର ପତ୍ନୀ ଆବେଗ ଭରା କଣ୍ଠରେ କହିଲେ; ''ଆଜି ସୁରୁଜ କେଉଁ ଦିଗରୁ ଉଇଁଲା କେ ଜାଣି? ''

ସରପଞ୍ଚ ବାବୁ; ''ମାଉସୀ ଆଉ ମାତ୍ର ପନ୍ଦର ଦିନ ରହିଲା ନିର୍ବାଚନ । ପୁଅକୁ ବିଦେଶରୁ ଡକାଅ । ସେ ଆସିଲେ ଆମ ସହିତ ନିର୍ବାଚନୀ ପ୍ରଚାର କରିବ । ସତ କହୁଛି ମାଉସୀ ତୁମର ଘର ଆଉ ମଉସାଙ୍କର ବାର୍ଦ୍ଧକ୍ୟ ଭତ୍ତା କରିଦେବି । ''

ମାଉସୀ ରାଗରେ ଗର ଗର ହୋଇ କହିଲେ ହୋଇହୋ ସରପଞ୍ଚ ବାବୁ ତୁମ ନିର୍ବାଚନ ସମୟରେ ତୁମେ ଏଇ କଥା କହିଲ । ହେଲେ ତା ପରେ କୁଆଡେ ଗଲ ଯେ । ପୁଣି ଥରେ ଦେଖିବାକୁ ମିଳିଲାନି । ରେସନ କାର୍ଡ ହୋଇନାହିଁ କହିବାରୁ ମୋତେ କଣ କହିଲ ନା ମୁଁ ତୁମକୁ ଭୋଟ ଦେଇନି । ଏମିତି ରାଜନୀତି ତୁମର ! ଆଜି କହୁଚ ଯେ ତୁମର ଘର ହେବ, ଭତ୍ତା ହେବ ଆଉ ରେସନ କାର୍ଡ ହେବ ।

ଆମେ ତୁମକୁ ଭୋଟ ଦେଉଛୁ କାହିଁକି ? ଆମର ଦୁଃଖରେ ତୁମେ ଆମର ସାଥି ହେବା ପାଇଁ । ହେଲେ ତମେ କଣ କରୁଛ କହିଲ ! ତୁମ ସ୍ୱାର୍ଥ ପାଇଁ ଘର ପାଇଁ ଲାଞ୍ଚ କୋଡିଏ ହଜାର ତ ରେସନ କାର୍ଡ ପାଇଁ ଗଲେ '' ମୋତେ ଭୋଟ ଦେଇନ" କେମିତିକା ଲୋକ ହୋ ଆପଣେ ! ନିଜ ସ୍ୱାର୍ଥର ଲଢେଇ କରୁଛ, ନିଜ ବ୍ୟାଙ୍କରେ ଅର୍ଥ ବଢ଼େଇ ଚାଲିଚ । ଏମିତି ଭୋକୁଆ ହେଉଛ ଯେ ଆମ ରକ୍ତ ପିଇବାକୁ ପଛାଉନ । ଗଲା ମାସ ଯାଇଥିଲି ତୁମ ପାଖରୁ ଲେଖାଟିଏ ପାଇଁ । ମୋ ବୋହୂର ବ୍ୟାଙ୍କ ବହି ଖୋଲିବା ପାଇଁ । ହେଲେ ଲେଖାଟିଏ ବି ଦେଲନି । ଠକେଇ ସଂଥା ରେ ପଇସା ରଖ, ବୀମା ଗୋଟେ କର ଏମିତି ବ୍ୟବହାର ତୁମର ପଂଚାୟତରେ । ତୁମେ ସଂଥା ମାନଙ୍କରେ ଏଜେଣ୍ଟ ହୋଇ ସରପଞ୍ଚ ହେଉଥିଲ କାହିଁକି ଯେ...ଛି ଛି ତୁମର ରାଜନୀତିକୁ ! ଆଜି କେଉଁ ବେଳରେ ରାତି ପହିଲା କେ ଜାଣି ତୁମ ମୁଖ ଦର୍ଶନ ହେଇଗଲା । ଆଜି ଦିନଟା ବିଗଫି ଦେଲ ହୋ ତମେ ଆପଣେ ସରପଞ୍ଚ ।

ସରପଞ୍ଚ ବାବୁତ ବହୁତ ରାଗି, ହେଲେ ଆଗକୁ ନିର୍ବାଚନ ଟିକେ କଥା ବାର୍ତ୍ତାର ଏପଟ ସେପଟ ହେଲେ ଗୁରୁ ନେତା ମାନେ ଲାତ ମାରିବେ । ଗଲା ନିର୍ବାଚନରେ ଦଙ୍ଗା ହେଙ୍ଗାମ କରି ଭୋଟ ପାଇଛି । ଯାହା କହୁଛି କହୁ ବୁଢ଼ୀ । ମୋରତ ଗାଳି ଶୁଣି ଶୁଣି ଅଭ୍ୟାସ ହୋଇ ସାରିଛି । ରାଜନୀତିରେ ରହିଲେ ସୋସିଆଲ ମିଡିଆ ଠାରୁ ଗାଁ ଗହଳି ପର୍ଯ୍ୟନ୍ତ ଗାଳି ଶୁଣିବାକୁ ପଡେ । ଏଇଟା ନୂଆ କଥା କଣ ଯେ ।

ରାମ ସାହୁ ନିଜର ବାସି କାମ ସାରି ଆସି ପହଁଚିଲେ । ସରପଞ୍ଚବାବୁଙ୍କୁ ଦେଖି ନମସ୍କାରଟିଏ ହେଲେ । ଆଜି ସରପଞ୍ଚ ବାବୁ ସକାଳେ ସକାଳେ ନିଜ ଗରିବ କୁଡ଼ିଆରେ ବୋଲି ପଚାରିଲେ । ଏଥର ସରପଞ୍ଚ ବାବୁ ପାଞ୍ଚ ଶହ ଟଙ୍କିଆ ନୋଟ ଗୋଟେ କାଢି ରାମ ସାହୁଙ୍କ ହାତକୁ ବଢ଼ାଇ ଦେଇ କହିଲେ ପୁଅର ଆସିବା ଯିବାର ଖର୍ଚ୍ଚ । ନିଶ୍ଚୟ ଆସିବାକୁ କହିବ । ମାଉସୀ ମୋର ଭଲ ଚର୍ଚା କରି ସାରିଛନ୍ତି । ମୁଁ ଆସୁଛି ଆଉ ଗୁଡ଼ାଏ କାମ ଅଛି ମୋର । କହି ଚାଲିଲେ ସରପଞ୍ଚ ବାବୁ ।

ଏଥର ରାମ ବାବୁଙ୍କୁ କିଛି କହିବାର ନ ଥିଲା । ରାମ ବାବୁଙ୍କୁ ପାଞ୍ଚ ଶହ ଟଙ୍କା ମିଳିଛି ପୁଅକୁ ଡକେଇବା ପାଇଁ ବୋଲି ବିରୋଧୀ ଦଳର ନେତା ମାନେ ଶୁଣି ପାରିଲେ । ସେମାନେ ଆସି ରାମ ସାହୁ ନିକଟରେ ହାଜର । ବିରୋଧୀ ଦଳର ନେତା କହିଲେ ରାମ ବାବୁ ଆମ ଦଳକୁ ସମର୍ଥନ କର ଆଉ ପୁଅକୁ ବିଦେଶରୁ ଡକାଅ । ମୁଁ ତୁମକୁ ପାଞ୍ଚ ହଜାର ଦେଉଛି । ଏମିତି କହି ନିଜ ପକେଟରୁ ପାଞ୍ଚ ହଜାର କାଢି ରାମ ସାହୁଙ୍କ ହାତରେ ଧରେଇ ଦେଲେ ରାମ ସାହୁ । ପୁଣି କିଛି ସମୟ ପରେ ଅନ୍ୟ ଏକ ନେତା ଆସି ଦଶ ହଜାର ଧରେଇ ଦେଇ ଚାଲି ଗଲେ ।

ଏଥର ସରପଞ୍ଚ ବାବୁଙ୍କ କାନରେ ବାଜିଲା ରାମ ସାହୁଙ୍କ ନିକଟକୁ ଆସୁଥିବା ବିରୋଧୀ ମାନଙ୍କର ପଇସା ବିଷୟରେ । ରାମ ସାହୁ ମନରେ ଟିକେ ଦୁଃଖୀ ହେଉଥାନ୍ତି ହେଲେ ଯେଉଁ ମାନେ ପାଞ୍ଚ ବର୍ଷ ଯାଏ ଦେଖା ଦିଅନ୍ତି ନାହିଁ , ସେଇମାନେ ଆଜି ଟଙ୍କା ବର୍ଷା କରିବାରେ ବ୍ୟସ୍ତ । ବୁଝି ଯାଇଥିଲା ରାମ ସାହୁ ରାଜନୀତିର ବେପାର । ଏଥର ସରପଞ୍ଚ ବାବୁ ପଚାଶ ହଜାର ଧରି ରାମ ସାହୁ ପାଖରେ ହଜାର । ନିଜେ ଯାଚି ଯାଚି ରାମ ସାହୁ ପକେଟରେ ପୁରେଇ ଦେଇଗଲେ ମୁଠା ମୁଠା ଟଙ୍କାର ବିଡା । ରାମ ସାହୁ ଖୁସି କହିଲେ ନ ସରେ ମୋ ଭୋଟ ମୁଁ ବିକିବି ନାହିଁ । ହେଲେ ଏଇ ଭୋକୁଆ ନେତା ମୋ ଭୋଟର ଦାମ କେତେ ଦେଇ ପାରିବେ ଦେଖିବି । ଏମିତି କହି ନିଜକୁ ନିଜେ ଟଙ୍କା ରୋଣ୍ଡେଇବାରେ ବ୍ୟସ୍ତ ରହିଥାଏ ରାମ ସାହୁ ।

ପୁଅ ଫୋନ କରିବାରୁ ରାମ ସାହୁ ବାରଣ କଲେ ! ବାପରେ ଏଇ ରାଜନୀତି ଫାଜନିତି ରୁ ତତେ କଣ ମିଳିବ କହିଲୁ । ସବୁ ପ୍ରାଥି ମାନେ ଯାଚି ଯାଚି ପଇସା ଦେଇ ଯାଇଛନ୍ତି । ହେଲେ ତୁ ଆସି କାହାକୁ ସମର୍ଥନ ଦେବୁ କହିଲୁ । ଶେଷରେ ୟେ ଦଳ ସେ ଦଳ ପାଲରେ ପଡି ବାଡ଼ିଆ ବାଡ଼ି ହେବୁ । ତୁ ନିର୍ବାଚନ ପରେ ଘରକୁ ଆସିବୁ । ମୁଁ ସେମାନଙ୍କୁ ତୋ ଦେହ ଭଲ ନାହିଁ କହିଦେବି ।

ପୁଅ ଅତ୍ୟନ୍ତ ବାଧ୍ୟ କରିବାରୁ ବାପା କହିଲେ ଦେଖ ବାବୁ ମୋ ଏକୋଈର ବାଳା ବିସିକେସନ । ତୁ ଗୋଟିଏ ପୁଅ ମୋର । ନା ଆଗକୁ ନା ପଛକୁ । ସେମାନେ ପରା ନିର୍ବାଚନରେ ମଦ୍ୟପ ମାନଙ୍କୁ ପିଇବାକୁ ଦେଇ ଚମଚା ବନେଇଥାନ୍ତି । ଲୋକଙ୍କୁ ଦଳ ଦଳ କହି ହଣା କଟା କରନ୍ତି । ଦରକାର ପଡ଼ିଲେ ଜୀବନରୁ ମାରି ଦିଅନ୍ତି । ସାଧାରଣ କଥା ହେଲା ଆମେ ନିହାତି ଗରିବ ହୋଇ ମଧ୍ୟ ରେସନ କାର୍ଡ ପାଇ ପାରିଲେ ନାହିଁ । ମୁଁ ଜିଲ୍ଲା ପାଳ ଦ୍ୱାରସ୍ତ ହେଲା ପରେବି ମିଳିଲା ନାହିଁ । ଏଇମିତି ଦଳ ଦଳ ହେଇ ଗାଁ ଗାଁ ବୁଲିବେ । ଭୋଟ ବ୍ୟାଙ୍କର ରାଜନୀତି । ପଇସା ବାଣ୍ଟିବେ ଭୋଟ ପାଇଁ । ଆମ ଦେଶ ସିନା ଗଣତନ୍ତ୍ର ହେଲେ ଆମେ ଏହି ଭୋକୁଆ କୁଜି ନେତାମାନଙ୍କ କବଳରେ ପଡି ତଳି ତାଳନ୍ତ ହୋଇ ଯାଉଛନ୍ତି । ହେଲେ ଏଇ ନେତା ମାନେ ଆମରି ରକ୍ତରେ ହୋଲି ଖେଳିବାରେ ବ୍ୟସ୍ତ । ଏଇତ ଦୁନିଆ । ଏଇତ ଶାସନ ! କେବେ ବି ଆମ ଦେଶ ସୁଧୁରିବା ନାହିଁରେ ବାବୁ । ତୋତେ ନେହୁରା ହେଉଛି ତୁ ରାଜନୀତିକୁ ଆସିବୁ ନାହିଁ କି ନିଜ ଭବିଷ୍ୟତ ଖରାପ କରିବୁ ନାହିଁ । ମୁଁ ଆଉ ତୋ ମାଆ, ଭଉଣୀ ସ୍ତ୍ରୀ କୌଣସି ଗୋଟେ ଭଲ ପ୍ରାଥି ଦେଖି ଭୋଟ ଦେଇ ଦେବୁ । ହେଲେ କାହାକୁ ବିଶ୍ୱାସ । ଯିଏ ଜିତିଲେ କି ହାରିଲେ ଆମର କି ଯାଏ ନା ଆସେ । ନାଗରିକ ହେତୁ ଭୋଟ ଖଣ୍ଡେ ଦେବା ଆମର ଅଧିକାର ଆଉ ମୁଁ ଓ ଆମ ପରିବାର ଦେଇ ଦେବୁ ।

ପୁଅ ଅଜୟ ବାପାଙ୍କର ନିବେଦନ ଓ ଅଭିପ୍ରାୟ ଭଲ କରି ବୁଝିପାରିଥିଲା । କହିଲା ହଁ ବାପା ମୁଁ ଯିବି ନାହିଁ ନିର୍ବାଚନରେ ! ହେଲେ ତମେ ମଧ୍ୟ କେଉଁ ଦଳରେ ବୁଲା ବୁଲି କରିବନି । ନିଜ କାମରେ ନିଜେ ବ୍ୟସ୍ତ ରୁହ । ପରିବାର ଭଲ ମନ୍ଦ ବୁଝ । କାହାରି କଥାରେ କଥା ବି ହେବନି ବାପା । ନିଜ ବାଟରେ ଯିବ ଆଉ ନିଜ ବାଟରେ ଆସିବ । ଆମେ ଗରିବ ପରା ତେଣୁ ଥାନା ଠାରୁ ନ୍ୟାୟାଳୟ ପରା ସେଇ ନେତାମାନଙ୍କ ଅଧୀନରେ । ଗୋଟେ ଅନୁରୋଧ ବାପା ଯେଉଁମାନେ ଭୋଟ ପାଇଁ ପଇସା ଦିଅନ୍ତି ସେଇ ମାନେ ଜିତି ଗଲେ ଦେଶକୁ ଲୋଟନ୍ତି । ଆଉ ଯେଉଁ ମାନେ ନିର୍ଵାଚନରେ ନିଜ ପଇସା ଖର୍ଚ୍ଚ ନ କରନ୍ତି ସେମାନେ କେବେ ଲୋକଙ୍କ ଅଧିକାର ଓ ଲୋକଙ୍କ ପ୍ରାପ୍ୟକୁ ହଡପ କରନ୍ତି ନାହିଁ । ଏଣୁ ସେଇ ମାନଙ୍କୁ ଭୋଟ ଦେଵ ଯିଏ ପଇସା ନ ବାଣ୍ଟି ଭୋଟ ମାଗିବେ । କାରଣ ସେମାନଙ୍କର ଜିତିବାର ଓ ଆସନ ପାଇବାର ଲୋଭ କମ ଥାଏ । ସେମାନେ ଲାଞ୍ଚ ଦେବେନି କି ଲାଞ୍ଚ ନେବେନାହିଁ ।

ବାପା ରାମ ସାହୁ ପୁଅ କଥାରେ ଏକ ମତ ହେଇ ଗଲେ ଓ ନିଜର ନିର୍ବାଚନୀ ମତକୁ ସ୍ଥିର କରି ନିର୍ବାଚନୀ ଦିନକୁ ଅପେକ୍ଷା କଲେ ।

ଏଣୁ ଓଡିଶା ବାସୀଙ୍କୁ ମୋର ବିନମ୍ର ନିବେଦନ । ଜଣେ କବି ଓ ଲେଖକ ପରିଚୟରେ ଏତିକି କହିବି ଯେ କି କାହାର ଅର୍ଥ ଦାନରେ ପ୍ରଲୋଭିତ ନ ହୋଇ ନିଜର ଭୋଟ ଖଣ୍ଡିକୁ ଠିକ ଲୋକଙ୍କୁ ଦେଇ ଜୟ ଯୁକ୍ତ କରାଇବେ ।

************************

ଲେଖକ (ମହେଶ୍ୱର ସାହୁ)

ଗୋପୀବିନ୍ଧା, ବ୍ରାହ୍ମଣଗାଁ,

ବାଲେଶ୍ୱର(ଭଦ୍ରକ)

💐


Rate this content
Log in

Similar oriya story from Inspirational