Himalini Hota

Fantasy

3  

Himalini Hota

Fantasy

ମୁଁ ମୋ ଭୂତକୁ ଦେଖିଲି

ମୁଁ ମୋ ଭୂତକୁ ଦେଖିଲି

4 mins
125


ହୁଏତ ଏହି କଥା କାହାକୁ ବିଶ୍ୱାସ ଲାଗିପାରେ ଅବା ନ ଲାଗିପାରେ, କିନ୍ତୁ ଏହା କପୋଳକଳ୍ପିତ ନୁହେଁ । ଜୁନ ମାସର ଏକ ଉତ୍ତପ୍ତ ମଧ୍ୟାହ୍ନ । ଧରା ପୃଷ୍ଠରେ ରାଜୁତି କରୁଥାଏ ଗ୍ରୀଷ୍ମ ଋତୁ । ସମର କୋର୍ସ ଚାଲିଥାଏ ସ୍କୁଲରେ । ସବୁ ଦିନ ପରି ସେ ଦିନ ମଧ୍ୟ ୧୧ ଟାରୁ ୧ କ୍ଲାସ ଥାଏ । ୧ରେ କ୍ଲାସ ସାରି ଝିଅ ଆସି କହିଲା --ମମି ମତେ ଆଜି ଟିକେ ଭଲ ଲାଗୁନି ମୁଁ ଟିକେ ଶୋଇ କି ଉଠି ସାରିବା ପରେ ଖାଇବି । ଏତିକି କହି ସେ ତା ରୁମକୁ ଗଲା ଶୋଇବା ପାଇଁ ଏବଂ ମୁଁ ମୋ ରୋଷେଇରେ ବ୍ୟସ୍ତ ରହିଲି । 

୨ଟା କିମ୍ବା ସାଢ଼େ ଦୁଇଟା ପାଖା ପାଖି ହେବ ମୁଁ ଝିଅକୁ ଉଠେଇବାକୁ ଯାଇ ଦେଖିଲି ଝିଅ ନିଦରେ କଣ କଣ କହି ବିଳି ବିଳଉଛି । ମୁଁ ଜୋରରେ ତାକୁ ହଲାଇ ଉଠାଇ କହିଲି -ଉଠେ ଖାଇବା ପରା ସମସ୍ତେ ତତେ ଅପେକ୍ଷା କରିଛନ୍ତି । ହଁ ହଁ କହି ସେ ଉଠିଲା, ସର୍ବାଙ୍ଗ ତାର ଝାଳରେ ବୁଡି ଯାଇଥାଏ । କିଛି ସମୟ ଚୁପ ରହିବା ପରେ ସେ କହିଲା--ମମି ମୁଁ ଆଜି" ମୋ ଭୂତକୁ ଦେଖିଲି" । ସମସ୍ତେ ହସିଲୁ ତା କଥାରେ । 

ଅରେ ଏମିତି କଣ କହୁଛୁ ଭାଙ୍ଗ ଖାଇଲା ପରି କଥା,ନିଶା ହେଇଯାଇଛି କି ଆଜି ତତେ,ମୁଁ କହିଲି । ସେ କହିଲା ସତ ମମି ମୁଁ ଆଜି ମୋ ଭୂତକୁ ଦେଖିଲି । ଘରେ ସମସ୍ତେ ଆଗ୍ରହର ସହିତ ପଚାରିଲେ କଣ ଦେଖିଲୁ ତା ହେଲେ କହ । 

ସେ ଆରମ୍ଭ କଲା –ସ୍ୱପ୍ନରେ---- ସେ ସ୍କୁଲରୁ ଚାଲି ଚାଲି ଆସୁଛି । ଗୋଟେ ଯୁବକ ତା ପଛେ ପଛେ ଘର ପର୍ଯ୍ୟନ୍ତ ଆସିଲା । କିଏ କାହିଁକି ଆସୁଛନ୍ତି ପଚାରିବାରୁ ଯୁବକଟି କହିଲା -ମୁଁ ହେଉଛି ତୁମର ପୂର୍ବ ଜନ୍ମ ଅର୍ଥାତ ପୂର୍ବ ଜନ୍ମରେ ତୁମେ ପୁଅ ଥିଲ,ମୋ ରୂପରେ । 

ଆମେ ସମସ୍ତେ ଆଗ୍ରହ ସହ ଝିଅକୁ ପଚାରିଲୁ ଯୁବକଟି ଦେଖିବାକୁ କିପରି?

ଝିଅ କହିଲା ଠିକ ମୋ ପରି ଚେହେରା ରଙ୍ଗ ଗୋରା ଉଚ୍ଚତା ୬ ଫୁଟ, ବୟସ ୨୪, ଦେଖିବାକୁ ସୁନ୍ଦର,ଦେହରେ ଧଳା ରଙ୍ଗର ସୈନିକ ପୋଷାକ । ଚିରି ଯାଇଛି ପୋଷାକଟି ସ୍ଥାନେ ସ୍ଥାନେ ଛାତିରେ ଗୁଳି ବାଜିବାର ଚିହ୍ନ,ରକ୍ତ ବାହାରି ଶୁଖି ଯାଇଛି । 

ଯୁବକଟିକୁ ଝିଅ କହିଲା ଏ ସବୁ ଫାଲତୁ କଥା ମୁଁ ବିଲକୁଲ ଶୁଣିବାର ନାହିଁ ତୁମେ ମୋ ଘରୁ ବାହାର । ଏତିକି କହି କବାଟ ବନ୍ଦ କରିବାକୁ ଯାଉଛି ବହୁତ ଅନୁନୟ ବିନୟ ହୋଇ ଯୁବକଟି ଝିଅକୁ କହିଲା ଆଜିକୁ ବହୁତ ବର୍ଷ ହେଲା ମୁଁ ତୁମକୁ ଖୋଜୁଛି ଖୋଜି ଖୋଜି ଏତେ ବର୍ଷ ପରେ ତୁମକୁ ପାଇଲି ମୋ କଥା ଟିକେ ବିଶ୍ୱାସ କରି ଶୁଣ । ବହୁତ ଆକୁଳତା ଥିଲା ତା କଣ୍ଠରେ । ସେ ପୁଣି କହିଲା ଯଦି ତୁମକୁ ବିଶ୍ୱାସ ହେଉନି ମୁଁ ତୁମକୁ ପୂର୍ବ ଜନ୍ମ ଏବଂ ଏବେ ପାଇଥିବା ଏ ଜନ୍ମ ସମ୍ବନ୍ଧରେ ବହୁତ କିଛି କଥା କହିବି ଯାହା ଦ୍ୱାରା କି ତୁମେ ମତେ ଓ ମୋ କଥାକୁ ବିଶ୍ୱାସ କରିବ । 

ପ୍ରୋଜେକ୍ଟରରେ ଦେଖିଲା ପରି ଲାଗୁଥାଏ ଝିଅକୁ ସମୁଦ୍ର ଉପକୂଳରେ ଏକ ସୁନ୍ଦର ଘର । ଘର ଭିତରେ ବାପା, ମା ଓ ପୁଅଟିଏ । ପୁଅଟି ସୈନ୍ୟ ବିଭାଗରେ କାର୍ଯ୍ୟ ରତ । ହସ ଖୁସିରେ ଭରପୁର ଏକ ପରିବାର । ସେନା ବିଭାଗରେ କାର୍ଯ୍ୟ କରୁଥିବା ସମୟରେ ଶତ୍ରୁ ସୈନ୍ୟ ପକ୍ଷର ଗୁଳିର ଶିକାର ହୁଏ ପିଲାଟି,ଏବଂ ତଳେ ପଡି ଛଟପଟ ହେଉଥିବା ଶରୀରଟିକୁ ଜୀବନ ଯିବା ପୂର୍ବରୁ,ଶତ୍ରୁ ପକ୍ଷର ସୈନ୍ୟ ମାନେ ସମୁଦ୍ରରେ ନିକ୍ଷେପ କରନ୍ତି,ସାମୁଦ୍ରିକ ଜୀବଜନ୍ତୁର ଆହାର ହେବା ପାଇଁ । ସାମୁଦ୍ରିକ ଜୀବ ଜନ୍ତୁର ଆକ୍ରମଣରେ ସେ ନିଜକୁ ରକ୍ଷା କରନ୍ତ ଅବା କିପରି ସେ ଅବସ୍ଥାରେ ପ୍ରାଣ ଚାଲିଯାଏ ତାର । ବାପା ମା ପିଲାଟିର ଏ ଦୁର୍ଦ୍ଦଶା ବିଷୟରେ ବିନ୍ଦୁ ବିସର୍ଗ ବି ଜାଣି ପରିନଥାନ୍ତି । କହୁ କହୁ କାନ୍ଦି ପକାଉଥାଏ ଯୁବକଟି । 

ଝିଅ ପୁଣି କହିଲା ହେଇପାରେ ତୁମ କଥା ସତ ମୁଁ କାହିଁକି ତୁମ କଥା ବିଶ୍ୱାସ କରିବି । ଯୁବକଟି କହିଲା ତୁମେ ବିଶ୍ୱାସ କର ଅବା ନ କର ଏଇଟା କିନ୍ତୁ ସତ । ତୁମ ବେକତଳେ ଛାତି ଉପରେ ଏ ଯେଉଁ ଚିହ୍ନଟି ଅଛି ଏହା ପୂର୍ବ ଜନ୍ମର ଗୁଳି ବାଜିବାର ଚିହ୍ନ । ବର୍ତ୍ତମାନ ଝିଅକୁ ଟିକେ ବିଶ୍ୱାସ ଲାଗିଲା କାରଣ ତାର ସମାନ ଚିହ୍ନଟି ଥିଲା । 

ପୁଣି ଏ ଜନ୍ମରେ ଝିଅର ଦେହ ଖରାପ କଥା । ପୂର୍ବ ଜନ୍ମରେ ବି ଏହି ରୋଗରେ ଯୁବକଟି ପୀଡିତ ଥିଲା ଯେହେତୁ ସେ ଜନ୍ମରେ ସେ ତାର ଲାଇଫକୁ ସମ୍ପୂର୍ଣ୍ଣ ରୂପେ ଭୋଗ କରିନାହିଁ ତେଣୁ ଏ ଜନ୍ମରେ ଝିଅ ସହ ଏପରି ହେଉଛି । ଦେହ ଖରାପ କଥା ଶୁଣିବାରୁ ଝିଅ ମନରେ ଉତ୍କଣ୍ଠା ବଢ଼ିଲା ପୂର୍ବ ଜନ୍ମର ବୃତ୍ତାନ୍ତ ଶୁଣିବା ପାଇଁ । 

ଯୁବକଟି ପୁଣି କହିଲା ମୁଁ ତୁମକୁ ଆହୁରି ବହୁତ କଥା କହିବି ଯାହାକୁ ଭବିଷ୍ୟତରେ ତୁମେ ଭୋଗ କରିବାକୁ ଅଛି । ଏହା ଶୁଣି ଝିଅ ତାକୁ ପଚାରିଲା କଣ ତୁମେ କହିପାରିବ ମୋ ଦେହ ଆଗକୁ ଯାଇ ଭଲ ହେବ?ଯୁବକଟି କହିଲା -ମୁଁ ପୂର୍ବ ଜନ୍ମରେ ୧୦ ବର୍ଷ ଏହି ରୋଗଟିକୁ ଭୋଗ କରି ସାରିଛି ଏ ଜନ୍ମରେ ତୁମେ ବି ୭ ବର୍ଷ ଭୋଗି ସାରିଲାଣି ତେଣୁ ଆଉ ମାତ୍ର ୫ ବର୍ଷ ପରେ ତୁମେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ । 

ଆଉ କିଛି ପଚାରିବାକୁ ଚାହୁଁଥିଲା ଝିଅ, ଯୁବକଟି ତାର ଏ ଜନ୍ମରେ ହେଇଥିବା ବାପା ମାଆଙ୍କୁ ଦେଖିବାକୁ ଚାହିଁଲା । ଝିଅ ବାବା, ବାବା, ମମି, ମମି ଡାକିବା ସମୟରେ ମୁଁ ଝିଅ କାହିଁକି ନିଦରେ ବିଳି ବିଳାଉଛି କହି ଜୋରରେ ହଲାଇ ତାକୁ ଉଠାଇ ଦେଇଥିଲି । 

ମତେ ସାମ୍ନାରେ ଦେଖି ଝିଅ ମୋ ଉପରେ ପ୍ରବଳ ରାଗିଥିଲା । ତାର ଏତେ ସୁନ୍ଦର ସ୍ୱପ୍ନଟିକୁ ଭାଙ୍ଗି ଦେଇଥିବାରୁ, ମନ ଦୁଃଖରେ କାନ୍ଦି ବି ପକେଇଥିଲା । କାରଣ ଏମିତି ସ୍ୱପ୍ନ ସେ ଆଗରୁ କେବେ ଦେଖିନଥିଲା,ପୁଣି ତାରଭବିଷ୍ୟତରେ ହେବାକୁ ଥିବା ସବୁ କଥାକୁ ନ ଜାଣିପାରିଥିବାରୁ ବହୁତ ମନ ଦୁଃଖ ହେଇଥିଲା ତାର । 

ମୁଁ କିନ୍ତୁ ଝିଅକୁ ବୁଝେଇଦେଇଥିଲି ଯଦି ଏହି ସ୍ୱପ୍ନଟିର କୌଣସି ସତ୍ୟତା ଥାଏ ଆଗକୁ ଯାଇ ପୁଣି ଥରେ ତତେ ଏ ସମ୍ବନ୍ଧରେ ସ୍ୱପ୍ନ ହେବ । ତେଣୁ ଦୁଃଖ କରିବାର କୌଣସି ଆବଶ୍ୟକତା ନାହିଁ । 



Rate this content
Log in

Similar oriya story from Fantasy