padmaja pati

Classics

2  

padmaja pati

Classics

ମୁଁ ଆଜି ଅନୁତପ୍ତ

ମୁଁ ଆଜି ଅନୁତପ୍ତ

2 mins
550


ଦୁଇ ଦିନ ହେଲା ପ୍ରଥମାଷ୍ଟମୀ ଗଲାଣି l ହେଲେ ଭୁଲି ପାରୁ ନ ଥିଲା ଅନୀତା l ସବୁ ବର୍ଷ ପରି ବାପା ତା ' ପାଇଁ ନୂଆ ଲୁଗା ଓ ଝିଅ ର ଡ୍ରେସ ନେଇ ଆସିଥିଲେ l ସେ ଆରିସା ପିଠା ଖାଇବାକୁ ଭଲପାଏ ବୋଲି ବୋଉ ପଠାଇଥିଲା l ଆଗ୍ରହରେ ତା' ଝିଅ ନିତୁକୁ ଦୁଇଟା ଆରିସା ଖାଇବାକୁ ଦେଇଥିଲା l ହେଲେ ସେ କହିଥିଲା, "କ'ଣ ମାମା, ଆଈ ପିଜା କି ବରଗର କିଛି ପଠେଇ ନାହାନ୍ତି l ଡ୍ରେସକୁ ଦେଖି ବାପାଙ୍କୁ କହିଲା, " ଅଜା, ଆମ ଘର ପାଖରେ ଲୁଗା ଦୋକାନ l ତୁମେ ପଇସା ମାମା ଆକାଉଣ୍ଟ କୁ ଟ୍ରାନ୍ସଫର କରି ଦେଲନି l ଆଜି କାଲି ଯୁଗରେ ଲୁଗାପଟା ବୋହି କି ଆସିବା କ'ଣ ଦରକାର ?

ବାପା ନିତୁର କଥା ଶୁଣି ହସୁଥିଲେ l କିନ୍ତୁ ସେଇ ହସ ତଳେ ଥିବା ଦୁଃଖକୁ ଦେଖି ପାରୁଥିଲା ଅନୀତା l ସେ ଝିଅ ଉପରେ ବିରକ୍ତ ହେଲା ଓ ବାପାଙ୍କୁ କହିଥିଲା, " ତୁମେ ତା ' କଥାରୁ କ'ଣ ପାଇବ ? ସେ ଆଜିକାଲି ର ପିଲା ? ଲୁଗାପଟା ଭଲ ହୋଇଛି l

ବାପା ସେହିଦିନ ଫେରିଗଲେ l ସେ ନିଜେ ଫେରି ଯାଉଥିଲା ତିରିଶ ବର୍ଷ ତଳକୁ l ତା ' ଅଜା ବୋଉ ପାଇଁ ଓ ତା ' ପାଇଁ ନେଇ ଆସୁଥିଲେ ପ୍ରଥମାଷ୍ଟମୀ ଲୁଗାପଟା l ସାଙ୍ଗରେ ଆଣୁଥିଲେ ବାଦାମ ଲଡ଼ୁ, ମୁଢି ଲଡ଼ୁ l ଏ ସବୁ ବୋଉ ଖାଇବାକୁ ଭଲ ପାଉଥିଲା l ଥରେ ସେ ତା ' ଝିଅ ଭଳି ଅଜାଙ୍କୁ ଶୁଣାଇ ଦେଇଥିଲା ଏ ସବୁ ତା'ର ପସନ୍ଦ ନୁହେଁ ବୋଲି l ତା ' ବାପାଙ୍କ ଭଳି ସେଦିନ ଅଜା ହସୁ ଥିଲେ ଆଉ ବୋଉ ତା ' ଉପରେ ରାଗିଥିଲା l

ଅଜା ତା'ର ଆର ପାରିରେ l ତାଙ୍କ ମୁହଁ ଆଖି ଆଗରେ ନାଚି ଉଠିଲା l ସେ କାନ୍ଦ କାନ୍ଦ ହୋଇ କହି ଉଠିଲା, " ମୋତେ କ୍ଷମା କରିଦେବ ଅଜା l ମୋର ସେଦିନର ବ୍ୟବହାର ପାଇଁ ମୁଁ ଆଜି ଅନୁତପ୍ତ l"


Rate this content
Log in

Similar oriya story from Classics