ମୁକ୍ତି
ମୁକ୍ତି
ଶ୍ରାବଣ ମାସ । ଝୋ ଝୋ ବର୍ଷାକୁ ଉଛୁଳା ନଈ ବଢି । ତଥାପି କାହାକୁ ଖାତିର ନକରି ସକାଳୁଆ ଗାଧୋଇ ଦେଇ ମନ୍ଦିର ଯିବାକୁ ପ୍ରସ୍ତୁତ ହୋଇଯାଇଥାଏ ଭାନୁ । ହେଲେ ଏବର୍ଷ ସେସବୁ ପ୍ରତି ଜମାରୁ ଧ୍ୟାନ ନାହିଁ ତାର । ସକାଳୁ ଉଠିବା ଛାଡି ଦେଇଛି । ମନ୍ଦିର ମଧ୍ୟ ଯାଉନି । ଓଲଟା ମନ୍ଦିର ଯିବାକୁ କହିଲେ ଚିଡ ଚିଡ ହେଉଛି । ସେଥିରେ ପୁଣି ମନ୍ଦିରର ଭୋଗ କିମ୍ବା ପାଦୁକା ମଧ୍ୟ ଗ୍ରହଣ କରୁନି । ଭାରି ଅଜବ ଭାନୁର ବ୍ୟବହାର । ସେ ବହୁତ ବଦଳି ଯାଇଛି ଏଇ କିଛି ଦିନ ଭିତରେ । ବ୍ୟସ୍ତ ନହେବା ଲୋକଙ୍କୁ ମଧ୍ୟ ତା କଥା ବାର୍ତ୍ତା ଚାଲି ଚଳଣି ବିବ୍ରତ କରିଦେଉଛି । ଶିବଭକ୍ତିରେ ଦିନରାତି ମଜ୍ଜି ରହିଥିବା ଭାନୁର ବୈରାଗ୍ୟପଣକୁ ସହଜରେ ଗ୍ରହଣ କରି ହେଉନଥାଏ । ଏଭଳି ସ୍ଥିତିରେ ଭାନୁର ବଡଭାଇ ଉପାୟ ପାଞ୍ଚି ତାର ଖାଇବାରେ ବାବା ବିଶ୍ୱନାଥଙ୍କ ପ୍ରସାଦ ଦେଇଦିଏ ।
ପ୍ରସାଦ ଗ୍ରହଣ ପରେ ଭାନୁ ପାଗେଳୀ ପରି ହେବାକୁ ଲାଗେ । ଘରର ବାସନ ସବୁ ଏଣେ ତେଣେ ଫିଙ୍ଗିଦିନ । ସଜଡା ଲୁଗାକୁ ବିଛେଇ ଦିଏ । ହସୁଥାଏ ଯେ ହସୁଥାଏ ପ୍ରବଳ । ପୁଣି ମନକୁ ଆସିଲେ ପ୍ରବଳ କାନ୍ଦିବାକୁ ଶାଗେ । ଭାନୁର ଏସବୁ ରୂପ ଦେଖି ବାପା ବୁଝିଯାଇଥିଲେ ଯେ ତାଙ୍କ ଆଗେ ଥିବା ଝିଅ ଭାନୁ ନୁହେଁ । ବରଂ ଭାନୁର ଦେହରେ ଆଉ କେହି ଅଛି ଯିଏକି ଭାନୁକୁ ନିଜ ଆୟତ୍ତାଧୀନ କରିଦେଇଛି । ଭାନୁର ବାପା ଜଣେ ଭଲ ପଣ୍ଡିତଙ୍କୁ ଜାଣିଥିଲେ। ସେ ରାତାରାତି ଯାଇ ତାଙ୍କୁ ଧରି ଆସିଲେ । ସେ ଭାନୁ ଆଗେ ମନ୍ତ୍ର ପଢି କିଛି ଚାଉଳ ଫିଙ୍ଗି ଦେଲା ପରେ ଚୁପ୍ ରହି ବସିଗଲା ତଳେ । ତା ପାଖେ ଯାଇ ବସିଲେ ପଣ୍ଡିତ । ତାକୁ କିଏ ବୋଲି ପଚାରିଲାରୁ କହେ ସେ ହେଉଛି ସଂପର୍କୀୟ ଜଣେ । ଯିଏ ହଠାତ୍ ଦୁର୍ଘଟଣାରେ ଶୀକାର ହୋଇ ଚାଲିଯାଇଥିଲା ଆରପାରିକୁ । କାହିଁକି ଆସିଛୁ ବୋଲି ଯେବେ ପୁଣି ପ୍ରଶ୍ନ ସୁଏ ସେ କହେ ମୁକ୍ତି ପାଇଁ । କାରଣ ସମସ୍ତେ ତ ମୃତ୍ୟୁ ପରଠୁ ଭୁଲିଗଲେ । ହେଲେ ଆତ୍ମା ଘଟରୁ ଚାଲିଗଲା କିନ୍ତୁ ରହିଗଲା ଅଧା ମୁକ୍ତ ହୋଇ । ସେଇଥିପାଇଁ ସେ ଆସିଛି । ସେ ମୁକ୍ତି ହୋଇ ବିଷ୍ଣୁ ଲୋକକୁ ଯିବାକୁ ଚାହେଁ। ତେଣୁ ସେ ଚେତେଇ ଦେବାକୁ ଆସିଛି।ସବୁ ରହସ୍ୟ ଜାଣିବା ପରେ ପଣ୍ଡିତ ତାଙ୍କ ଉପାସନା କରି ଭାନୁର ଶରୀରରୁ ଆତ୍ମାକୁ ବାହାର କରିଦେଲେ । ଏବଂ ଭାନୁକୁ ସୁସ୍ଥ କରିଦେଲେ । ତା ସହ ଯଥାଶୀଘ୍ର ଗୟା ଯାଇ ସମସ୍ତଙ୍କ ଆତ୍ମାକୁ ମୁକ୍ତି ଦେବାପାଇଁ କହିଲେ । ପଣ୍ଡିତଙ୍କ କଥାନୁସାରେ ସେମାନେ ଗୟା ଯାଇ ସମସ୍ତ ପିତୃପୁରୁଷଗଣଙ୍କ ମୁକ୍ତି ପାଇଁ ପୂଛା କରି ଫେରିଲି ।
ତା ପରଠୁ ଭାନୁ ସଂପୂର୍ଣ୍ଣ ସୁସ୍ଥ । ପୁଣି ଆଗପରି ସେ । ବାବା ଶମ୍ଭୁନାଥଙ୍କ ଦର୍ଶନ ବିନା ତା ଦିନ ବିତୁନି । ଦିନ ରାତି ସେ ଆଗପରି ପ୍ରଭୁଙ୍କ ନାମ ଗାଇ ଗାଇ ରହୁଛି । ଭାନୁ ପୁଣି ପୁରୁଣା ଭାନୁ ହୋଇଯାଇଛି ।

