Jayashree Maharana

Classics

2  

Jayashree Maharana

Classics

ମୁଖପୁସ୍ତିକା

ମୁଖପୁସ୍ତିକା

2 mins
248


ମୋ ଭାଷା ମୋ ସାହିତ୍ୟ କେତେ ମଧୁର । ସାହିତ୍ୟ ଆଉ ସୃଜନୀ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ପିଲାଟି ଦିନରୁ ସାହିତ୍ୟ ପ୍ରତି ଆକର୍ଷଣ ମୋର । ସାହିତ୍ୟ ବହିର ଗୀତଗୁଡିକ ମୋର ଭାରି ପ୍ରିୟ । ସମସ୍ତ ଗୀତ ଶିକ୍ଷକ କହିବା ପୂର୍ବରୁ ଘୋଷିଦେଇଥାଏ ।


ସମୟ ଗଡ଼ିଚାଲିଛି । ସମୟ ସହିତ ତାଳ ଦେଇ ଆମେ ବି ଯାତ୍ରା ଜାରି ରଖିଛନ୍ତି । ସେ ଯାତ୍ରାରୁ ମୁଁ ବା କିପରି ଓହରିଯିବି । ଆଜି ମୁଁ ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟରତ। ଖୋର୍ଦ୍ଧା ଜିଲ୍ଲାରୁ ଯାଇ ଗଞ୍ଜାମ ଜିଲ୍ଲାରେ ରହି ମୋ କର୍ମମୟ ଜୀବନ ସୁରୁଖୁରୁରେ ବିତାଇଥାଏ ।


ସ୍ୱଭାବରେ ବହୁତ ଚୁପଚାପ ଏବଂ ଲାଜକୁଳୀ ଥିବାରୁ ମୋର ନିଃସଙ୍ଗ ଜୀବନରେ ଏକମାତ୍ର ସାଥି ଦୁରଦର୍ଶନ ଥାଏ । ଏପର୍ଯ୍ୟନ୍ତ ମଧ୍ୟ ଦୁରଦର୍ଶନ ଦେଖିବା ମୋତେ ବହୁତ ପସନ୍ଦ ।


ସୃଜନୀଟିଏ ସୃଷ୍ଟି କରିବା ମାଆ ସରସ୍ବତୀଙ୍କ ଦାନ । ଆଗରୁ ଗଳ୍ପଟିଏ କିମ୍ବା କବିତାଟିଏ ଲେଖିନଥିବା ମଣିଷଟି ଦୁଇପଦ ଲେଖିପାରିବ ଏକଥା ଭାବିଲେ ମୋତେ ଆଶ୍ଚର୍ଯ୍ୟ ଲାଗେ। ମାଆ ସରସ୍ବତୀଙ୍କ କରୁଣା ନହେଲେ ଏହା କଣ ସମ୍ଭବ ? ଦୁଇବର୍ଷ ତଳେ ବାବାଙ୍କ ମୃତ୍ୟୁ ପରେ ବହୁତ ଦୁଃଖୀ ହୋଇଯାଇଥିଲି । ସେ ଦୁଃଖର ପ୍ରସମନ ମାଧ୍ୟମ ଥିଲା ମୁଖପୁସ୍ତିକା । ବାସ୍ ମାଆ ସରସ୍ବତୀଙ୍କ ଦୟାରୁ ମୁଁ କିଛି କିଛି କବିତା ଲେଖିବା ଆରମ୍ଭ କରିଥିଲି । ସେଗୁଡିକ ମୋ ଟାଇମିଳାଇନ୍ ରେ ପୋଷ୍ଟ କରି ଖୁସି ଥିଲି ।


କେତେ ଚିହ୍ନା ଅଚିହ୍ନା ବନ୍ଧୁ ପାଇଲି । କେତେ କବି ବନ୍ଧୁ ,ଭାଇ,ଭଉଣୀ ପାଇଲି । ଯେଉଁମାନଙ୍କ ପ୍ରେରଣାକୁ ଆଦରି ମୁଁ କବିତା ଲେଖିବାରେ ମଗ୍ନ ହେଲି । ଭାଷା ଜ୍ଞାନ ପ୍ରବଳ ନୁହେଁ କି ଦୁର୍ବଳ ବି ନୁହେଁ । କିନ୍ତୁ ଜୀବନରେ ସବୁ ଖୁସି,ଦୁଃଖ,ଅନୁଭବ,ଅକୁହା କଥା ସବୁ ଏଇ କବିତା ମାଧ୍ୟମରେ ପ୍ରକାଶ କରି ନିଜକୁ ହାଲୁକା ମନେ କରେ । ଲେଖୁଛି ଆଉ ଲେଖୁଥିବି ଜୀବନର ଶେଷ ସମୟ ପର୍ଯ୍ୟନ୍ତ । ଜାଣେନା ଭଲ କି ଖରାପ ଲେଖେ । କିନ୍ତୁ ମୁଖପୁସ୍ତିକା ମୋତେ ନୂଆ ପରିଚୟ ଦେଇଛି । ଅନେକ ବିଶିଷ୍ଟ ସାହିତ୍ୟିକ,କବି,ଲେଖକଙ୍କ ସୃଜନୀ ପଢ଼ିବାର ସୁଯୋଗ ଦେଇଛି । ତେଣୁ ମୁଖପୁସ୍ତିକାକୁ ମୋ କବୀ ଜୀବନର ସମସ୍ତ ଶ୍ରେୟ ପ୍ରଦାନ କରିବାରେ କୁଣ୍ଠାବୋଧ କାହିଁକି କରିବି ?


Rate this content
Log in

Similar oriya story from Classics