ମୋ ଜୀବନ ମୋ ହାତରେ
ମୋ ଜୀବନ ମୋ ହାତରେ
ମନୁଷ୍ୟ ସଂସାରର ଶ୍ରେଷ୍ଠ ଜୀବ ଯିଏ କି ଅପୂର୍ବ ଜ୍ଞାନ ଗାରିମାର ଅଧିକାର ହୋଇଥାଏ।ମନୁଷ୍ୟର ଜନ୍ମ ଦୁର୍ଲଭ ଅଟେ ଯାହା ବାରମ୍ବାର ମିଳିନଥାଏ।ମନୁଷ୍ୟର ଜନ୍ମ କ୍ଷଣସ୍ଥାୟୀ ହୋଇଥାଏ ଅର୍ଥାତ ମନୁଷ୍ୟ ଧରାପୃଷ୍ଟରେ କିଛି ଦିନିଆ ଅତିଥି ହୋଇ ଆସିଥାଏ।ଏହି କ୍ଷଣସ୍ଥାୟୀ ଜୀବନକୁ ପ୍ରତ୍ୟେକ ମନୁଷ୍ୟ ଦୁଇ ପ୍ରକାର ଭାବରେ ବଞ୍ଚିପାରିବା।ତଳେ ଲିଖିତ ଦୁଇଟି ଉଦାହରଣ ମଧ୍ୟରୁ ଆପଣ କେଉଁଟିକୁ ଆପଣାଇବେ ତାହା ଆପଣଙ୍କ ଉପରେ ନିର୍ଭର କରେ।
ସମୁଦ୍ରି କଙ୍କଡା: ଥରେ ଜଣେ ମଣିଷ ଦଶରୁ ବାରଟି ସମୁଦ୍ରି କଙ୍କଡାକୁ ସମୁଦ୍ରରୁ ଧରି ଆଣିଲା ।ଗୋଟିଏ ଖୋଲା ମୁହଁ ଥିବା ବାଲଟି ସେଗୁଡିକୁ ରଖିଦେଇ ସେ ବଜାରକୁ ସଉଦା ଆଣିବା ପାଇଁ ଚାଲିଗଲା ।ବାଲଟିର ଉଚ୍ଚତା ବି ସେତେ ଅଧିକ ନଥିଲା। ସେମାନେ ସେଠାରୁ ଖସି ଚାଲିଯିବାକୁ ଚେଷ୍ଟା କଲେ।ଯେତେବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ କଙ୍କଡା ଉପରକୁ ଉଠିବା ଆରମ୍ଭ କଲା ଅନ୍ୟ ଏକ କଙ୍କଡା ଇର୍ଷାନିତ ହୋଇ ଭାବିଲା ମୁଁ ମରିଯିବି ଆଉ ତୁ ବଞ୍ଚିବୁ। ନା । ସେ ପ୍ରଥମ କଙ୍କଡା ର ଗୋଡ଼କୁ ଝିକି ତାକୁ ତଳେ କାଚାଡିଦେଲା ଓ ନିଜେ ଉପରକୁ ଉଠିବାକୁ ଲାଗିଲା।ଏହି ଭାବନା ଅନ୍ୟ କଙ୍କଡା ମାନଙ୍କ ମଧ୍ୟରେ ମଧ୍ୟ ଜାଗ୍ରତ ହେଲା ।ଏବଂ ଏହିଭଳି ଟଣା ଓଟରା ସେମାନଙ୍କ ମଧ୍ୟାରେ ଲାଗି ରହିଲା।ଦୁଇ ଘଣ୍ଟା ବିତିଗଲା ପରେ ମଧ୍ୟ ଗୋଟିଏ ବି କଙ୍କଡା ସେଥିରୁ ବାହାରି ପାରିଲେ ନାହିଁ।ପରିଶେଷରେ ନିଜର ଈର୍ଷାର ପରିଣାମ ସ୍ୱରୁପ ମଣିଷର ଆହାର ହୋଇଗଲେ।ହୁଏତ ଯଦି ସେମାନେ ଅନ୍ୟକୁ ଟାଣିବା ପରିବର୍ତ୍ତେ ନିଜେ ନିଜେ ବଢିବା ଉପରେ ଅଧିକ ଧ୍ୟାନ ଦେଇଥାନ୍ତେ ତାହାଲେ ସେମାନେ ବଞ୍ଚିଯାଇଥାଆନ୍ତେ।
&nbs
p; ପିମ୍ପୁଡି:ସଂସାରର କେତଟି ଛୋଟ ଜିବ ର ନାମ ମଧ୍ୟରେ ପିମ୍ପୁଡି ର ନାମ ନିଶ୍ଚିତ ରହିବ।କିନ୍ତୁ ଜୀବନର ପ୍ରତିଟି ମୁହୂର୍ତ୍ତରେ ଏକତା, ପରିଶ୍ରମ, ସମାୟାନୁବର୍ତ୍ତିତା, ସଂଯମତା, ଆତ୍ମସଂମ୍ମାନ, ସ୍ୱାଭିମାନର ମୂଲ୍ୟବୋଧ ବୁଝାଉଥିବା ଏହି କ୍ଷୁଦ୍ର ଜିବର ଜୀବନ ଶୈଳୀ ସମ୍ପୂର୍ଣ ଆଲଗା। ବର୍ଷାଦିନ ଆସିବା ପୂର୍ବରୁ ନିଜ ସମସ୍ତେ ମିଶି ସର୍ବସହଯୋଗରେ ଖାଦ୍ୟ ସଂଗ୍ରହ କରିବା,ଛୋଟ ମାନଙ୍କୁ ସଂମ୍ମାନ ଦେଇ ସେମାନଙ୍କୁ ଆଗକୁ ବଢିବାର ସୁଯୋଗ ଦେବା, ନିଜର ଦାୟିତ୍ୱ କୁ ସୁଚାର ରୂପେ ପରିଚାଳନା କରିବା, ନିଜ କଥା ପୂର୍ବରୁ ନିଜର ଜାତି କଥା ଭାବିବା ଭଳି ଅନେକ ଶିକ୍ଷଣୀୟ କାର୍ଯ୍ୟକଳାପ ପ୍ରତିଦିନ କରିଥାଏ।
ଏବେ ଆପଣଙ୍କ ଉପରେ ନିର୍ଭର ଯେ ଆପଣ ନିଜ ଜୀବନରେ ଈର୍ଷାନିତ ଭାବ ରଖି ଅନ୍ୟର ବାଟ ପ୍ରତିରୋଧ କରିବେ ନା ସହଯୋଗର ଭାବ ରଖି ନିଜେ ବଢ଼ିବେ ଓ ଅନ୍ୟକୁ ବଢିବା ର ସୁଯୋଗ ଦେବେ।ଏହା ଆପଣଙ୍କ ଉପରେ ନିର୍ଭର ଯେ ଆପଣ କଙ୍କଡା ପରି ମରିବେ ନା ପିମ୍ପୁଡି ପରି ଜିଇଁବେ।ଏହା ଆପଣଙ୍କ ଉପରେ ନିର୍ଭର ଯେ ଇର୍ଷା ରୂପକ ବନ୍ୟାରେ ବୁଡିବେ ନା ସହଯୋଗ ରୂପକ ଡଙ୍ଗାରେ ଭାସିବେ। ଏହା ଆପଣଙ୍କ ଉପରେ ନିର୍ଭର ଯେ ଆପଣ ଆପଣ ନିଜର କ୍ଷଣସ୍ଥାୟୀ ଶକ୍ତି ର ଅଭିମାନ ଦେଖାଇ ପରେ କାନ୍ଦିବେ ନା ଚିରସ୍ଥାୟୀ ଭଲପାଇବା ଦେଇ ହସିବେ।ଆପଣଙ୍କ ଜୀବନ ଆପଣଙ୍କ ହାତରେ।
" କ୍ଷଣସ୍ଥାୟୀ ଜୀବନର ଏ କ୍ଷଣସ୍ଥାୟୀ ଶରୀର
ବଞ୍ଚିବୁ କେମିତି ତୁହି ଦେ ଥରେ ଉତ୍ତର
କଙ୍କଡା ସାଜିବୁ ନା ତୁ ନେବୁ ପିମ୍ପୁଡିର ଆକାର
ଈର୍ଷାକୁ ଆପଣେଇବୁ ନା ସହଯୋଗକୁ କରଥରେ ବିଚାର।"