Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Kalyani Nanda

Crime

3.1  

Kalyani Nanda

Crime

ମଣିଷ ପ୍ରକୃତି

ମଣିଷ ପ୍ରକୃତି

2 mins
11.7K


ତା . 01/04/2020, ବୁଧବାର,

ଲକ୍ ଡାଉନ..ଅଷ୍ଟମ ଦିବସ

ଡିଅର ଡାଏରୀ ,


ଆଜି ବାଲକୋନି ରେ ବସି ସକାଳ ସୂର୍ଯ୍ୟ ର ଆଭା କୁ ଦେଖି ପ୍ରକୃତିର ଅନୁପମ ସୌନ୍ଦର୍ଯ୍ଯ କୁ ଉପଭୋଗ କରୁଥାଏ । ଲକ୍ ଡାଉନ ହେବା ପରଠୁ ଘରେ ରହି ଟିଭି ନିଉଜ ରୁ ବାହ୍ୟ ଜଗତ କଥା ଟିକିଏ ଜାଣି ହେଉଛି । କାଲି ମୋ ପୁତୁରା ଫୋନ କରିଥିଲା । ଆମ ସମସ୍ତଙ୍କ ଭଲ ମନ୍ଦ କଥା ପଚାରୁଥାଏ । ମୁଁ ବି ତା ସହ କିଛି ସମୟ କଥାବାର୍ତ୍ତା ହେଲି ।

ଏଇ ଗୃହ ବନ୍ଦୀ ସମୟ ରେ ଫୋନ ଟା ସତରେ ନିଜ ବନ୍ଧୁ ବାନ୍ଧବ ଙ୍କ ସହ ଯୋଗାଯୋଗ ରଖିବାରେ ଭଲ ସାହାଯ୍ଯ କରୁଛି । ପୁତୁରା ବହୁତ ସମୟ ଯାଏ କଥା ହେଉଥାଏ । ତା ଘର ପାଖରେ ଥିବା ଦୋକାନ ରେ ପୋଲିସ ର ଚଢାଉ ହୋଇଥିଲା । ଦୋକାନୀ ଘରେ ନ ଥିଲା । ତା ଭଉଣୀ ଘରକୁ ଯାଇ ଲକ୍ ଡାଉନ ପାଇଁ ଫେରି ପାରି ନ ଥିଲା ଘରକୁ । ଦୋକାନୀ ର ସ୍ତ୍ରୀ ଦୋକାନ ସମ୍ଭାଳିଥିଲା। ଦୋକାନ ତ ପୁରା ଖୋଲୁ ନ ଥାଏ, ଦୋକାନ ପାଖରେ ଅଳ୍ପ ଅଣ୍ଡା, ଓ କ୍ଷୀର ବିକ୍ରୀ କରୁଥାଏ କିନ୍ତୁ ପ୍ରକୃତରେ ସେ ଲୁଚାଇ ଲୁଚାଇ ମଦ ପାଉଚ ଓ ଗଞ୍ଜାଇ ବିକ୍ରୀ କରୁଥାଏ । ପୋଲିସ କୋଉଠୁ ଖବର ପାଇ ତା ଦୋକାନ ଚଢାଉ କରି ମଦ, ଗଂଜାଇ ଜବତ କଲା । ଦୋକାନୀ ସ୍ତ୍ରୀ ବହୁତ ନେହୁରା ହୋଇ , କାନ୍ଦି କାନ୍ଦି ଆଉ କେବେ କରିବନି କହିବାରୁ ପୋଲିସ ତାକୁ ପ୍ରଥମ ଥର ବୋଲି ଚେତାବନୀ ଦେଇ ଛାଡିଦେଲେ କିନ୍ତୁ ଜିନିଷ ଜବତ କରି ନେଇଗଲେ । ଦୁଇ ଦିନ ପରେ ପୁଣି ସେଇ କାମ। ଦୋକାନୀ ସ୍ତ୍ରୀ ଏଥରକ ଦୋକାନ କି ଘରେ ମଦ, ଗଂଜେଇ ନ ରଖି ସ୍କୁଟର ଡିକି ଭିତରେ ରଖି ବିକ୍ରୀ କରୁଥାଏ କିନ୍ତୁ ଅଳ୍ପ ସଂଖ୍ଯାରେ । ପୁତୁରା ପାଖରୁ ଏମିତି କଥା ଶୁଣି ମୁଁ ସତରେ ଆଶ୍ଚର୍ଯ୍ଯ ହେଲି । ଭାବୁଥାଏ ଦେଶର ଅବସ୍ଥା କୁଆଡୁ କୁଆଡ କୁ ଗଲାଣି, ସେ ଆଡକୁ ନିଘା ନାହିଁ । ବାଇମୁଣ୍ଡି ର କୁଆଡେ ଚିନ୍ତା ନାହିଁ , ତାର ଖାଲି କଟକ ଚିନ୍ତା । ଦୋକାନୀ ସ୍ତ୍ରୀ ର ସାହସ ଓ ନିର୍ଲଜ ଗୁଣ କଥା ଭାବି ଆଶ୍ଚର୍ଯ୍ଯ ଲାଗୁଥାଏ ।ପୋଲିସ କୁ ବି ଭୟ ନାହିଁ । କୁକୁର ଲାଙ୍ଗୁଳ ଯେତେ ଯାହା କଲେ ବି ସିଧା ହେବନି । ସୁଜାତା ମୋତେ ଜଳଖିଆ ଖାଇବା ପାଇଁ ଡାକିବାରୁ ମୁଁ ପ୍ରକୃତି ସୌନ୍ଦର୍ଯ୍ଯ ଅବଲୋକନ ରୁ ମଣିଷ ପ୍ରକୃତି ଚିନ୍ତାରୁ ଓହରି ବାସ୍ତବ ଜଗତ କୁ ଫେରି ଆସିଲି ।


....କଲ୍ଯାଣୀ ନନ୍ଦ, ସମ୍ବଲପୁର, ଓଡିଶା....


Rate this content
Log in

More oriya story from Kalyani Nanda

Similar oriya story from Crime