STORYMIRROR

Samar Ballav Bhoi

Abstract

3  

Samar Ballav Bhoi

Abstract

ମଣିଷ ପଣିଆର ପ୍ରତିଛବି

ମଣିଷ ପଣିଆର ପ୍ରତିଛବି

3 mins
232


ମଣିଷର ବିଶ୍ବାସ ଓ କର୍ତ୍ତବ୍ୟ ହିଁ ମଣିଷ ପଣିଆର ପ୍ରମୁଖ ଉପାଦାନ। ଯେଉଁ ସମୟରେ ନିଜର ଲୋକଙ୍କ ବ୍ୟବହାର ରେ ଲୁଚି ରହିଥାଏ ଅବିଶ୍ବାସ, ଅହଂକାର ଓ ଘୃଣା କିନ୍ତୁ ସେହି ସମୟରେ ଜଣେ ଅଜଣା, ଅପରିଚିତ ବ୍ୟକ୍ତିଟି ପାଲଟିଥାଏ ମଣିଷ ପଣିଆର ର ବାସ୍ତବିକ ପ୍ରତିଛବି।


ଶରତ ଭାଇ ଜଣେ ବ୍ୟବସାୟୀ, ଘରେ ସ୍ତ୍ରୀ ଓ ବୁଡି ମା ଟିଏ। ଘର ବାଡ଼ି ଦୁଇ ବଖରା, ମା'ର ବୟସ ୭୦ରୁ ଅଧିକ, ଆଖିକୁ କମ୍ ଦେଖାଯାଏ, ଶରତ ସବୁବେଳେ ବ୍ୟବସାୟ ରେ ବ୍ୟସ୍ତ ରୁହେ, ମା କଥା ଏତେ ବୁଝା ବୁଝି କରିବା ପାଇଁ ପାଖରେ ସମୟ ନଥାଏ। ଘରୁ ଦୋକାନ , ଦୋକାନ ରୁ ଘର ଯିବା ଆସିବା ରେ ସମୟ ଚାଲିଯାଏ। ମାସରେ ଦୁଇ ଦିନ ବାହାର କୁ ବ୍ୟବସାୟ ବାବଦରେ ଯାଆନ୍ତି, ଘରକୁ ଫେରିଲେ ଖାଦ୍ୟ ଖାଆନ୍ତି, ଶୀଘ୍ର ଯାଇ ଶୋଇପଡନ୍ତି । ସ୍ତ୍ରୀ (ଶୁଭଦ୍ରା) ମାଙ୍କ ବିଷୟରେ ଶରତ ବାବୁଙ୍କ ପାଖରେ କିଛି କହନ୍ତି ନାହିଁ। ଅସୁସ୍ଥତା ବିଷୟରେ କିଛି ବି ଆଲୋଚନା କରନ୍ତି ନାହିଁ। ସତରେ ସେ ପରିବାର ର ଚାଲିଚଳନ ଓ ବ୍ୟବହାର ଗୋଟିଏ ଭିନ୍ନ ପ୍ରକାରର। ଅନେକ ସମୟରେ ମା ଖାଇଛି କି ନାହିଁ ସେକଥା କେହି ଜଣେ ହେଲେ ବୁଝି ନଥାନ୍ତି। ପୁଅ ଶରତ ଟଙ୍କା ପଛରେ ସବୁବେଳେ ବ୍ୟସ୍ତ, ଟଙ୍କା ପଛରେ ଧାଇଁ ଧାଇଁ ଘରେ ଥିବା ବୁଢ଼ୀ ମା'ର କୋୖଣସି କଥା ବୁଝେନା। ହେଲେ ମା ର ମନ ସବୁବେଳେ ସନ୍ତାନ ପାଖରେ ଥାଏ। ପୁଅ ଶରତ ପାଖରେ ସିନା ମା କଥା ବୁଝିବା ପାଇଁ ସମୟ ନାହିଁ ହେଲେ ମା ସବୁବେଳେ ନିରେଖି ଚାହିଁ ଥାଏ ପୁଅର ଫେରନ୍ତା ବାଟକୁ। ପୁଅ ପଚାରୁ କି ନ ପଚାରୁ ମା ସବୁବେଳେ ସନ୍ତାନ ପାଇଁ ଶାଢ଼ୀ ର ପଣତ କାନି କୁ ଖୋଲା ରଖିଥାଏ।


ଦିନକର ଘଟଣା, ମା କ'ଣ ଗୋଟାଏ କାମରେ ପାଖ ଗାଁ ବିଶ୍ବାଳ ବାବୁ ଙ୍କ ଘର କୁ ଯିବା ପାଇଁ ମନସ୍ଥ କଲା। ଚାଲି ପାରିବାର ଶକ୍ତି ନଥାଏ, ବୟସର ଅପରାହ୍ନ ଟା ସତେ ଯେମିତି ଶତ୍ରୁତା କରି ବସିଛି। ତଥାପି ସେ ବାଙ୍କୁଲି ବାଡି ହାତରେ ଧରି ବିଶ୍ବାଳ ବାବୁଙ୍କ ଘରକୁ ବାହାରିଲା, ଆତ୍ମବିଶ୍ବାସ ଥିଲେ ସବୁ କିଛି ସମ୍ଭବ, ହେଲେ ବୟସଟା ଏ ବୟସରେ ଭାରି ନିମର୍ମ, ବୟସ କିଛି ବୁଝେନା, କିଏ ବୁଢ଼ୀ କିଏ ବୁଢ଼ା, ଯାହା ହେଉ କଷ୍ଟେମଷ୍ଟେ ଘରୁ ବାହାରି ସଡ଼କ ଧରିଲା, ବାଟରେ ଯାଉ ଯାଉ ହଠାତ୍ ମୁଣ୍ଡ ବୁଲାଇବା ରୁ ତଳେ ପଡ଼ିଗଲା, ଆଉ ଅଳ୍ପ ବାଟ ଥାଏ ବିଶ୍ବାଳ ବାବୁ ଙ୍କ ଘରେ ପହଞ୍ଚିବା ପାଇଁ, ପଡ଼ିଗଲା ପରେ ବୁଢ଼ୀ ମା'ର ଚେତା ନଥାଏ, ଅନେକ ଗାଡ଼ି ସାଇକେଲ ବାଟରେ ଚାଲିଥାଏ, କିନ୍ତୁ କାହାରି ସେଥି ପ୍ରତି ଭୃକ୍ଷେପ ନଥାଏ, ସମସ୍ତେ ଦେଖୁଥାନ୍ତି ହେଲେ କେହି ଜଣେ ବୁଢୀ ମା ପାଖକୁ ଯାଉ ନଥାନ୍ତି, ବୁଢ଼ୀ ମା ଜଣକ ଧିର ଶବ୍ଦ ରେ ଡାକୁଥାଏ, ମୋତେ ଟିକେ ପାଣି ଦିଅ ଶରତ, ଆରେ ଶରତ କୁଆଡେ଼ ଗଲୁ, ଏହି ସମୟରେ ଜଣେ ଅଜଣା ଅଶୁଣା ବ୍ୟକ୍ତି ଟିଏ ( ଓରଫ୍ ଦେବରାଜ) ମଟର ଗାଡି ରେ ପାସ କରୁଥିଲେ ଦେଖିଲେ ଜଣେ ବୁଢୀ ମା ରାସ୍ତା ର ବାମ କଢକୁ ପଡ଼ିଯାଇଛି, ହଠାତ୍ ଗାଡ଼ି ଅଟକାଇ ବୁଢ଼ୀ ମାକୁ ଉଠାଇ ଧରିଲେ, ସେତେବେଳେ ସାମାନ୍ୟ ଚେତାଫେରି ଆସିଥାଏ, ଏହି ସମୟରେ ରାସ୍ତାରେ ଯାଉଥିବା ଯାନ ବାହାନ ସବୁ ଅଟକି ଯାଇ ଥିଲା।


ଦେବରାଜ ବୁଢ଼ୀ ମା'କୁ ଧରି ପାଖରେ ଥିବା ବ୍ୟାଗ ରୁ ପାଣି ବୋତଲ କାଢି ପାଣି ମୁହଁ ରେ ଛିଞ୍ଚି ଦେଲେ। ତାପରେ ଦେବରାଜ ବୁଢ଼ୀ ମା'କୁ ଏକ ଅଟୋ ଗାଡ଼ିରେ ବସାଇ ଡାକ୍ତରଖାନା କୁ ନେଇଗଲେ। ଡ଼ାକ୍ତରଖାନାରେ ଡାକ୍ତରଙ୍କ ଚିକିତ୍ସା ଆରମ୍ଭ ହେଲା, ବୁଢ଼ୀ ମା'ର ମୁଣ୍ଡରେ ଅଳ୍ପ ଆଘାତ ହୋଇଥିଲା ଯାହା ପାଇଁ ସେ ବଞ୍ଚିଗଲେ। ଶରତ ବାବୁଙ୍କ ପାଖରେ ଖବର ଘଟଣା ଘଟିବାର ୪/୫ ଘଣ୍ଟା ପରେ ପହଞ୍ଚିଲା। ସେତେବେଳକୁ ବୁଢ଼ୀ ମା'ର ଚେତା ଫେରି ଆସିଥାଏ । ଶରତ ବାବୁ ଶୀଘ୍ର ଶୀଘ୍ର ଯାଇ ଡାକ୍ତରଖାନାରେ ପହଞ୍ଚିଲେ। ଦେବରାଜ ଙ୍କ ସହ ଶରତଙ୍କ ଭେଟ ହେଲା, ଶରତ ପଚାରିଲେ ଆପଣଙ୍କୁ ମୁଁ ଆଗରୁ କେବେହେଲେ ଦେଖାସାକ୍ଷାତ ହୋଇନାହିଁ, ଦେବରାଜ କହିଲେ! ଦେଖନ୍ତୁ ବୁଢ଼ୀ ମା ଏବେ ସୁସ୍ଥ ଅଛନ୍ତି, ଆପଣ ଚିନ୍ତା କରନ୍ତୁ ନି, ଡାକ୍ତର ଙ୍କ ପରାମର୍ଶ ସରିଯାଇଛି, ବୋଧେ ଆସନ୍ତା କାଲି ଡାକ୍ତର ବୁଢ଼ୀ ମା'କୁ ଛାଡ଼ିଦେବେ, ଶରତ ବାବୁଙ୍କ ପାଟିରୁ ଗୋଟିଏ ଶବ୍ଦ ବାହାରୁନଥାଏ, ଚୁପଚାପ ସବୁ ଶୁଣୁଥାନ୍ତି, ଦେବରାଜ କହିଲେ ଆପଣ ତାଙ୍କ ବଡ ପୁଅ ବୋଧେ! ଅନ୍ୟମନସ୍କ ହୋଇ ହଁ କହିଲେ। ଆଜ୍ଞା ମୁଁ ତାଙ୍କର ବଡ଼ ପୁଅ, ଶରତ ବାବୁ ସାଙ୍ଗେ ସାଙ୍ଗେ କହିଲେ ଯାହା ହେଉ ଆପଣଙ୍କ ପାଇଁ ମୋ ମା'କୁ ମୁଁ ଫେରିପାଇଛି। ଆପଣଙ୍କ ବାସ୍ତବ ମଣିଷ ପଣିଆ ସତରେ ମୋ ଜୀବନରେ ରେ ପରିବର୍ତ୍ତନ ଆଣି ଦେଲା , ଅନେକ ଦିନ ହେବ ମୋ ପାଖରେ ମା'ର କଥା ବୁଝିବା ପାଇଁ ସମୟ ନଥିଲା, ହେଲେ ଆପଣ ଜଣେ ଅଜଣା ଅଶୁଣା ମଣିଷ ହୋଇ ମଧ୍ୟ ମୋ ମା'ର ଉପଯୁକ୍ତ ସେବା କରିପାରିଲେ।


ଧନ୍ୟବାଦ ଦେବରାଜ ବାବୁ, ଆପଣଙ୍କ ଘର ଆଉ ଠିକଣା ମୋତେ ଦେଇ ଯାଆନ୍ତୁ, ସମୟ ବାହାର କରି ମୁଁ ଆପଣଙ୍କ ଘରେ ପହଞ୍ଚିବି। ଏ ସମୟରେ ମା'ର ସେବା ମୁଁ କରିବା କଥା ହେଲେ ମୁଁ ଖାଲି ଟଙ୍କା ପଛରେ ଧାଇଁ ଧାଇଁ ସବୁ କିଛି ଭୁଲି ଯାଇଛି। ଆପଣ ଦେବଦୂତ ସାଜି ମୋ ମା'ର ଜୀବନ ବଞ୍ଚାଇ ଥିବାରୁ ମୁଁ ଆପଣଙ୍କ ପାଖରେ କୃତଜ୍ଞ। ବିପଦ ସମୟରେ ନିଜର କର୍ତ୍ତବ୍ୟ ଓ ବିଶ୍ବାସ କୁ କେବେବି ଦୁରେଇ ଦବା ଉଚିତ ନୁହେଁ। ସେ ସମୟରେ ଧୈର୍ଯ୍ୟ ର ସହିତ ପରିସ୍ଥିତି କୁ ବୁଝିବା ଦରକାର। ଆମ ଭିତରେ ମଣିଷ ପଣିଆର ପ୍ରତିଛବି ବଞ୍ଚିରହିବା ଦରକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract