STORYMIRROR

Anup kumar

Drama Romance Classics

4  

Anup kumar

Drama Romance Classics

ମଣିର ଅନ୍ତିମ ନିଶ୍ୱାସ

ମଣିର ଅନ୍ତିମ ନିଶ୍ୱାସ

3 mins
13

#ମଣି ବୈଶାଖ ମାସର ଟାଣ ଖରାରେ କେହି ଜଣେ ବୁଢ଼ୀ ଲୋକ ବାଡି ଟିଏ ଧରି ତତଲା ରାସ୍ତାରେ ନଇଁ ନଇଁ ଆଗକୁ ବଢ଼ି ଚାଲି ଯାଉଛି , ମୁଣ୍ଡରେ ଓଢଣା ଅଛି , ଆଉ ଗୋଟେ ବ୍ୟାଗ୍ । ବୟସ ତାରି ୭୦ ରୁ ୭୫ ହୋଇ ଥିବ । ବୟସ ଆଉ ଶରୀର ଦୁହେଁ ସାଥ ଦେଉ ନାହାନ୍ତି , ଯାହା ବାଡି ଟିଏ ତାର ସାହାରା । ବହୁତ ଦିନ ପରେ ଆଜି ସିଏ ନିଜ ବାପ ଘର ଗାଁକୁ ଆସୁଛି । ବାହା ଘରର ଦୁଇ ବର୍ଷ ପରେ କୌଣସି କାରଣରୁ ଝଗଡା ହୋଇ ମଣିକୁ ତାର ସ୍ବାମୀ ତାର ବାପ ଘରକୁ ନଯିବା ପାଇଁ ନିୟମ ପକାଇ ଦେଲେ , ସେହି ଦିନୁ ମଣି ବାପ ଗାଁର ମାଟି ଚକୁଡ଼ି ନଥିଲା , ସ୍ବାମୀ ମରିବା ପରେ ଆଜି ମଣି ନିଜ ବାପ ଗାଁକୁ ଆସିଛି । ଗାଁ ରାସ୍ତାର ଗଛ ଲତା , ମାଟି ପାଣି ପବନ ତାକୁ ସତେ ଯେମିତି କହୁଛନ୍ତି, ବହୁତ ସମୟ ଲଗେଇ ଦେଲୁ ମଣି ଏ ଗାଁ କୁ ଆସିବା ପାଇଁ , ବାପ ଘର ଅଛି , ହେଲେ ସେ ଘରେ ବାପାମାଆ ଆଉ କେହି ନାହାନ୍ତି ଲୋ , ତୁ ଆସିଲୁନି ବୋଲି ତୋ ବାପା ମାଆ ତତେ ଝୁରି ଝୁରି ଆର ପାରିକୁ ଚାଲିଗଲେ , ତୋ ଭାଇ ଭାଉଜ ତତେ ସବୁ ଦିନ ପାଇଁ ଭୁଲି ଗଲେ , କଣ ସେମାନେ କରି ଥାଆନ୍ତେ କହିଲୁ ତୋ ସ୍ବାମୀ ପରା ଝଗଡ଼ା ଲାଗି ତତେ ଆଉ ତାଙ୍କୁ ତୋ ପାଖକୁ କି ତୁ ସେମାନଙ୍କ ପାଖକୁ ତତେ ଯିବା ପାଇଁ ନିୟମ କରି ଦେଲା। ସତରେ ଲୋ ମଣି ତୋ ସହିତ କେତେ କଣ ଘଟି ଗଲା , ବାପା ମାଆ ମଲା ବେଳେ ତାଙ୍କ ମୁହଁ ଦେଖି ପାରିଲୁନି । ଜାଣିଛୁ ମଣି ତତେ ଆମେ କେତେ ଖୋଜିଚୁ , ତୁ ଆସିବୁ ବୋଲି ଆମେ ଆଶା ଛାଡି ଦେଇ ଥିଲୁ । ଗାଁ ର ରାସ୍ତାରେ ଚାଲି ଚାଲି ମଣିର ଆଖିରୁ ଲୁହ ଧାର ଧାର ବୋହି ଯାଉ ଥାଏ , ମଣି କୁ ଲାଗିଲା ତାକୁ ତା ପିଲା ଦିନର ସାଙ୍ଗ ନା ଧରି ଡାକୁଛି , ଏ ମଣି ରହ ଯିବା ସାଙ୍ଗ ହୋଇ ଆମ୍ବ ତୋଟାରୁ ଆମ୍ବ ଆଣିବା କିନ୍ତୁ ପଛକୁ ଅନେଇଲା ବେଳକୁ କେହି ନାହାଁନ୍ତି । ମରି ଯାଇ ଥିବା ସନିଆ ଭାଇ ଡାକୁଛି ଆଲୋ ମଣି ଆସେ ମାଛ ଧରିବା , କିନ୍ତୁ ପଛକୁ ଅନେଇଲେ କେହି ନ ଥିଲେ , ଯେମିତି ମଣି ଏ ସବୁ ଭାବନା କରୁ ଥିଲା । ଗାଁ ମୁଣ୍ଡରେ ଥିବା ଝଙ୍କାଳିଆ ବରଗଛ , ହାଲିଆ ହୋଇ ମଣି ସେଠି ବସି ପଡ଼ିଲା , ତାକୁ ଶୁଭିଲା ମାଆ ମଣି ହାଲିଆ ହେଇ ଗଲୁ , ମଣିକୁ ତା ବାପା ନଜର ଆସିଲେ , ମଣି କହିଲା ହଁ ବାପା ବହୁତ୍ ଥକି ଯାଇଛି , ଦେହରେ ଆଉ ବଳ ନାହିଁ । ବାପା କହିଲେ ଝିଅ ମଣି , ବୟସ ହୋଇ ଗଲା ତୋର ତଥାପି ତୋ ମନରେ ବାପ ଗାଁକୁ ଆସିବା ଇଚ୍ଛା ଟା କେବେ ଗଲା ନାହିଁ , ମଣି କହିଲା' ବାପା ଝିଅ କଣ କେବେ ବାପାମାଆଘର ଗାଁ କୁ ଭୁଲି ଯାଏ , ସେ କଣ କେବେ ଆସିବାକୁ ଚାହେଁନି , ଯେଉଁ ଗାଁରେ ଜନ୍ମ ଯେଉଁ ଗାଁରେ ଖେଳିଛି ବୁଲିଛି , ସେହି ଗାଁକୁ କେମିତି ଆସିବାକୁ ଇଚ୍ଛା ହେବନି କହିଲ । ଏତେ ଦିନ ଶାଶୁଘରେ ଗୋଟେ ସ୍ତ୍ରୀ ଗୋଟେ ବହୁ ଗୋଟେ ମାଆର କର୍ତ୍ତବ୍ୟ ପାଳନ କଲି , କିନ୍ତୁ ଗୋଟେ ଝିଅର କର୍ତ୍ତବ୍ୟରୁ ବଂଚିତ ହେଲି , ସେ ତ ଚାଲି ଗଲେ , ଯେ ନିୟମ ଦେଇ ଥିଲେ ମୁଁ ମଲେ ହିଁ ତୁ ତୋ ବାପ ଘର ଗାଁ ରେ ପାଦ ଦେବୁ ବୋଲି କହି ଥିଲେ। ସେଥି ପାଇଁ ଆଜି ମୋ ବାପା ଗାଁକୁ ଆସିଛି , ଏମିତି କହି ମଣି କାନ୍ଦିବାକୁ ଲାଗିଲା , ବାପା କହିଲେ ହଉ ଚାଲେ ମାଆ । ଆଉ ମଣି ଆଖି ଆଗରୁ କୁଆଡ଼େ ଅଦୃଶ୍ୟ ହୋଇ ଗଲେ , କିଛି ସମୟ ପରେ ମାଆ ତାକୁ ଦେଖା ଦେଲା , ମଣି କେତେ ଦିନରେ ମୋ ମାଆ ଟା ମୋ ଝିଅ ଆସିଛି , ମାଆ ତତେ ମୁଁ କେତେ ମନେ ପକେଇଛି , ତୋ ପାଖକୁ କେତେ ଯିବାକୁ ଚାହିଁଚୁ , ହେଲେ ତୋ ଭାଇ ମାନେ ସେ ମନା କରିଛନ୍ତି , ସେଥି ପାଇଁ ଲୋ ମାଆ ତତେ ଝୁରି ଝୁରି ଜୀବନ ଚାଲି ଗଲା , ସେମିତି କହି ସେ ମଧ୍ୟ ଅଦୃଶ୍ୟ ହୋଇ ଗଲେ ..... ମଣି ଚାଲି ଚାଲି ନିଜ ବାପା ଘରର ଅଗଣାରେ ପହଞ୍ଚିଲା , ସେଠି ସେଇ ଅଗଣାରେ ଢଳି ପଡିଲା , ବାପ ଘର ଅଗଣାରେ ମଣି ସବୁ ଦିନ ପାଇଁ ଆଖି ବୁଜି ଶୋଇ ପଡ଼ିଲା । ନିଜ ଶେଷ ସମୟ ଜାଣି ପାରି ବୋଧେ ମଣି ବାପ ଘର ଗାଁ କୁ ଆସି ଥିଲା , ଆଉ ତା ଅନ୍ତିମ ଇଚ୍ଛା ମଧ୍ୟ ପୂରଣ ହେଲା , ବାହାଘର ୪୦ ବର୍ଷ ପରେ ଆଜି ସେ ବାପଘରକୁ ଆସି , ନିଜର ଅନ୍ତିମ ନିଶ୍ୱାସ ତ୍ୟାଗ କଲା...... ଝିଅ ମାନେ ବୁଢୀ ହୋଇ ଗଲେ ବି ବାପଘର ଅଗଣା ଗାଁ କୁ କେବେ ଭୁଲନ୍ତି ନାହିଁ , ତାଙ୍କରି ସବୁ ବେଳେ ଇଚ୍ଛା ହୁଏ ମୁଁ ଥରେ ମୋ ବାପ ଘରୁ ବୁଲି ଆସେ । କିନ୍ତୁ କିଛି ଝିଅ ମାନଙ୍କ ଭାଗ୍ୟରେ ମଣି ପରି ବାପ ଘରକୁ ନ ଯିବା ପାଇଁ ରାଣ ନିୟମ ଦିଆ ଯାଇ ଥାଏ..... Pratima Pal ✍️ #everyoneactive #challenge #motivationalstoryinodia #post #motivational #postviralシ #odiaquotes #viralchallenge


Rate this content
Log in

Similar oriya story from Drama