ମନମୋର
ମନମୋର


ତୋ ହସିବା ଦେଖିଛି
କାନ୍ଦିବା ଦେଖିଛି
ପାଇବାରେ ବିଭୋର
ହଜେଇବାରେ ଆତୁର
ତୋ ଅନୁଭବ ସବୁ ଭୋଗିଛି ।
ଦୁ଼ଃଖ ବି ପାଇଛି ଅନେକ
ସୁଖରେ ହଜିଛି ବିବାକ
କହି ନପାରି ବହୁତ ସହିଛି
ରହି ନପାରି ଆଗୁଆ ବଢିଛି
ତୋ ଭିତରର କଥା ସବୁ ବୁଝିଛି ।
ତୋ ମୁଣ୍ଡ କଟି ତଳେ ପଡିବା
ତଳୁ ଉଠି ପୁଣି ମୁଣ୍ଡ ଟେକିବା
ତୋ ମାଟି ଦେହରେ ତରଙ୍ଗର ଢେଉ
ଅଭୟ ହାତରେ ପ୍ରତିଶ୍ରୁତିର ଛବି
ଦେଖି ଦେଖି ମୁଁ ମୁଗ୍ଧ ହୋଇଛି ।
ମୁଁ କିନ୍ତୁ ମୁକ୍ତ ତୋଠାରୁ
ତୋ ଭିତରେ ଥାଇ ବି ନଥିଲା ପରି
ଦୂର ରାଇଜର ଅତିଥିଟିଏ ଭଳି
ମୁଁ କେବଳ ତୋ ପାଖେପାଖେ ଅଛି ।
ମୋତେ ଖୋଜେ ଯେବେ କେବେ
ତୋ ହାତଧରି ପ୍ରବୋଧିଛି କେତେ
ନିରାଶାର ଅନ୍ଧାର ଭିତରେ
ଉଜ୍ଜଳ ତାରାଟିଏ ଭଳି
ତୋ ଭିତରେ ଆଶାର ଦୀପଟିଏ ଜାଳିଛି ।
ମୁଁ ଚିରକାଳ ତୋ ସାଥୀରେ ଅଛି
ଆଜି କିନ୍ତୁ ମୁଁ
ମୁକ୍ତ ଆଉ ସ୍ଥିର ତୋର ଏକା ସହଯାତ୍ରୀ ।