STORYMIRROR

Titi Sarangi

Abstract Inspirational

3  

Titi Sarangi

Abstract Inspirational

ଏକାଳ ସେକାଳ

ଏକାଳ ସେକାଳ

2 mins
518

  ଅଖଣ୍ଡ କାଳ ପ୍ରବାହରେ କାଇଁ କୋଉଠି ତ ବାଡ କି ପାଚେରୀ ପଡି ନଥାଏ ।ତେବେ ଏ କାଳ ସେ କାଳ କଥାଟା କେମିତି ସୃଷ୍ଟି ହେଲା ବୁଝି ପାରେନି ନୀତା ।ଶାଶୁ କହନ୍ତି ,"ସେ କାଳେ ଆମର କିଛି ସୁବିଧା ନଥିଲା ।ଗୋବର ଲିପା ଘର,ପାଣି କଢା ,ଗୁହାଳ ପୋଛା ଆଦି ଯାବତୀୟ କାମ କଣ ଏକାଳକୁ ଅଛି?'"


ଅବଶ୍ଯ ସତକଥା ।କିନ୍ତୁ ଏକାଳର ଚାଲି ଚଳଣୀ କଣ ସେକାଳେ ଥିଲା ?ଅଧିକାଂଶ ସମୟ ଗରମ ଭାତ ,ପଖାଳ ଭାତରେ ଚଳୁଥିଲା ।ଏବେ ତ ଅଲଗା ସମୟ ପାଇଁ ଅଲଗା ରୋଷେଇ ଆଉ ସପ୍ତାହ ଭିତରେ କୋଉଟା ରିପିଟ୍ ହବନି ।ଖାଇବାରେ କେତେ ଫ୍ଯାଟ୍,କେତେ କାର୍ବୋହାଇଡ୍ରେଟ୍ ,କେତେ ପ୍ରୋଟିନ୍ ଦେହକୁ ଗଲା ତା ହିସାବ ବି ରଖିବାକୁ ପଡୁଛି ।ନହେଲେ ଆଜିକାଲିକା ବେମାରୀ ସବୁ ମାଡି ବସିବେ ।ତେବେ ଦାୟିତ୍ବଟା ଏକାଳକୁ କମିଲା କୋଉଠି ?


ଜୀବନ ଶୈଳୀରେ ଏମିତି ଅବୁଝା କଥାକୁ ସହିହୁଏ ।କିନ୍ତୁ ସେକାଳର ଦୁଃଖ ଆଉ ଏକାଳର ଦୁଃଖର ସଂଜ୍ଞା ଭିତରେ ବି କଣ ପାର୍ଥକ୍ଯ ଅଛି ? ସେଥର ଭଣଜା ବୋହୂ ଗୃହ ପ୍ରବେଶ ବେଳକୁ ଭାଣିଜୀ ଅଡି ବସିଲେ ମୁଦି ନେବେ ବାଟ ଜଗା ପାଉଣାରେ ।ସେଇଠି ଆଉ ଜଣେ ନଣନ୍ଦ କହିଲେ ,"ଆଲୋ ଏକାଳକୁ ସେଗୁଡା ଆଉ ନାହିଁ।ମୋ ଝିଅ ବାହାଘରକୁ ତା ଶାଶୁ ପରା ଘରେ କୁଣିଆମାନଙ୍କ ପଛେ ପଛେ ବୁଲୁଥିଲେ କାଳେ ଦବାନବାରେ ମୋ ଝିଅକୁ କିଏ କାଳେ ଖୁଣି ଦବ ବୋଲି ।ସେ ଆଉ ତୁ ମୁଦିଟେ ପାଇଁ ଅଡି ବସୁଛୁ କଣ ?'" ନୀତା ଆଶ୍ଚର୍ଯ୍ଯ ହୋଇଯାଏ ।ଏକାଳରେ ଆଉ ସେସବୁ ନାହିଁ ନା ସେ ଝିଅର ଶାଶୁ ବହୁତ ଭଲ !! 


ପଚାରିବାକୁ ଇଛା ଥିଲେ ବି ନୀତା ପଚାରେନି ।କାରଣ ସେକାଳ ଏକାଳ ନୁହଁ ଏଇଟା ମଣିଷପଣିଆ ।ଆଉ ମଣଷପଣିଆର ମହାନତା ଭଲ ମଣିଷଟେ ହିଁ ବୁଝିପାରେ ।ନହେଲେ ଅନ୍ଯର ଭଲଗୁଣକୁ ଏକାଳର ନିୟମ କହି ଅଣଦେଖା କରି ଦଉଥିବା ମଣିଷମାନଙ୍କୁ କଣ ଅବା କହି ପାରିବା ? ସେ ଭଲ କି ଜାଣିଛି ତାଙ୍କ ଝିଅର ଶାଶୁଟି ଭଲ ବୋଲି ଏ ପଦକ ସିଏ କହିଲେ ।ନହେଲେ ସେଇ ହୁଏତ କହିଥାନ୍ତେ ମୋ ଝିଅର ନଣନ୍ଦ ଭଲକି ଗିଫ୍ଟ ମାଗିଲା ,ତୁ ଆମର ଜମା ଛାଡେନି ।କାରଣ କଷ୍ଟଟା ଉପରେ ପଡିଲେ ସମସ୍ତେ ବୁଝନ୍ତି ।ନହେଲେ ଅନ୍ଯକୁ ଉପଦେଶ ଦେଇ ମହାନ ବୋଲାଉଥିବା ଲୋକଙ୍କର କଣ ଅଭାବ ଆଜିକାଲି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract