STORYMIRROR

Titi Sarangi

Inspirational

3  

Titi Sarangi

Inspirational

ବାପା

ବାପା

2 mins
451

ଆଜି ବାପା ଫୋନ୍ କରିଥିଲେ ।ଖରା ଛୁଟି ହେଲେ ପିଲାଙ୍କୁ ଧରି ଗାଁକୁ ଯିବାକୁ କହୁଥିଲେ ।ଏଇ ଛୁଟିରେ ସବୁ ଭାଇ ଭଉଣୀ ଏକାଠି ହବାକୁ ସୁଯୋଗ ମିଳେ ।ହେଲେ ଛୁଟିର ବହୁତ ସମୟ ମୋତେ ଶାଶୁଘରେ ଋହିବାକୁ ହୁଏ ।ମୁଁ ଚାକିରିଆ ବୋହୂ ଆଉ ବର୍ଷର ଅଧିକାଂଶ ସମୟ ବାହାରେ ଋହୁଛି ।ତେଣୁ ଏଇ ଛୁଟି ହିଁ ଏକମାତ୍ର ସମୟ ମୁଁ ସେମାନଙ୍କ ପାଖେ ରହିବି ଆଉ ଏଇ ଅବସରରେ ମୋର ଅନ୍ଯ ଯାଆମାନେ କିଏ ବାପଘର ଅବା କିଏ ଭାରତ ଭ୍ରମଣରେ ଯିବେ ।ମୁଁ ଏଇ ମାସସାରା ଶାଶୁ ଶ୍ବଶୁରଙ୍କ ପାଖେ ରୁହେ ।ହେଲେ ପିଲେ ଅଜା ଆଈଙ୍କ ପାଖେ ରହିବେ ଆଉ ସେମାନଙ୍କକ ମାଆର ଜନ୍ମଭୂମିଟିରେ ମୁକ୍ତ ହୋଇ ବୁଲିବାର ମଜା ପାଇବା ପାଇଁ ଭାରି ଅଳି କରନ୍ତି ।ସହରୀ ଜୀବନଠୂ ଟିକେ ନିଆରା ଆଉ ଭଲ ଲାଗେ ସେମାନଙ୍କୁ କିଛି ଦିନର ଗାଁ ଜୀବନ ।ସେଥିପାଇଁ ଯିଏ ଯେତେ ଖରାପ ଭାବନ୍ତୁ ପଛେ ମୁଁ କିଛି ଦିନ ଗାଁକୁ ଯାଏ ।ଗାଁର ମୁଖ୍ଯ ଆକର୍ଷଣ ଆମ ଆମ୍ବ ତୋଟା ।ସେଇ ତୋଟାଟି ମୋ ଆଖି ଆଗରେ ଗଢି ଉଠିଛି ।


ଖଣ୍ଡେ ପଡିଆ ଭଳି ଜମି ଆମର ଗାଁ ମୁଣ୍ଡେ ଥିଲା ।ସେଇ ପଡିଆ ଜମିରେ ଅଜା ଲଗେଇ ଥିଲେ କିଛି ଆମ୍ବ ଆଉ ପଣସ ଗଛ ।ମାଠିଆରେ ପାଣି ବୋହି ପାଖ ପୋଖରୀରୁ ଆଣି ଦେଉଥିଲେ ।କୋଉ ଗଛ ମୂଳେ ଉଈ ହେଇଥିଲେ ଔଷଧ ଦେଉଥିଲେ ।ସେତେବେଳେ ସେଇ ଛୋଟ ଗଛଗୁଡିକ ଦେଖି ବିଶ୍ବାସ ହଉ ନ ଥିଲା ଯେ ସେମାନେ ବଡ ହେବେ ଆଉ ଆଜିର ଏଇ ତୋଟା ତିଆରି ହବ ।ବେଳେ ବେଳେ ତ ମୁଁ ଅଜାଙ୍କୁ କହିଛି ଅଯଥାରେ ସିଏ ଏତେ ପରିଶ୍ରମ କରୁଛନ୍ତି ।ଏଇ ଗଛଗୁଡାକ ଏ ଟାଙ୍ଗର ମାଟିରେ କଣ ବଢିବ ?ହସି ହସି ଅଜା କହନ୍ତି ଚେଷ୍ଟା ନକରି ଆମେ କେମିତି କହିବା କିଛି ହବନି ବୋଲି ।କଷ୍ଟ ହବ ବୋଲି କଣ ଆମେ କିଛି ନ କରି ରହିଯିବା ।ଅବଶ୍ଯ ଅଜା ଠିକ୍ କହିଥିଲେ ।ସେଇ ଟାଙ୍ଗର ଯାଗା ଆଜି ଗୋଟେ ତୋଟା ।କୋଉ ପଣସ କଞ୍ଚା ଖାଇଲେ ଭଲ ପୁଣି କୋଉ ପଣସ ପାଚିଲେ ଭଲ ଲାଗିବ ସେମିତି ଠିକ ଗଛ ଲଗେଇ ଥିଲେ ।ଆମ୍ବ ବି ଜାତି ଜାତିକା ଆଉ ସବୁଯାକ ମିଠା ।ସେଥିପାଇଁଁ ଖରା ଛୁଟିରେ ମନ ଇଛା ପାଚିଲା ଆମ୍ବ ଖାଇବା ଆଉ ଗୋଟେ ଆକର୍ଷଣ ଆମ ପିଲାଙ୍କ ପାଇଁଁ ।ମୁଁ କିନ୍ତୁ ବହୁତ ମନେ ପକାଏ ଅଜାଙ୍କ କଥା ।କିଛି ଦିନ ସିଏ ଆସନ୍ତି ଆମ ଘରକୁ ।ହସି ହସି କହନ୍ତି କଣ ଝିଅ ଘର ଭାତ ଖାଇ ମଜା ମାରିବି ।ବରଂ କିଛି କାମ କରିବି ଯେମିତି କି ମୁଁ ମରିଗଲେ ବି ତୁମେ ମୋତେ ମନେ ପକେଇବ ।ସତ କଥା ସେ ଭଳି ଦୃଢ ବିଶ୍ବାସୀ ଆଉ ପରିଶ୍ରମୀ ଲୋକ ଆଜିକାଲି ବିରଳ ।ମଣିଷ ଭିତରେ ଆଉ ଯାହା ଥାଉ କି ନ ଥାଉ ମଣିଷପଣିଆ ନିଶ୍ଚୟ ଥିଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational