ଗୋଟେ ଘରର କାହାଣୀ
ଗୋଟେ ଘରର କାହାଣୀ


ବିଧବା ମାଆଙ୍କର ତିନିପୁଅ ଚାରିଝିଅ ।ଚାରିଝିଅ ଆଉ ଦିପୁଅ ବାହାହେଲା ପରଠୁ ସେମାନଙ୍କ ବାପା ଚାଲିଯାଇଛନ୍ତି ।କିଛି ସରକାରୀ ଚାକିରୀ କରିଥିଲେ ।ତେଣୁ ବୁଢୀ କିଛି ପେନସନ୍ ପାଆନ୍ତି ।ପଇସା ପାଇଁ ତାଙ୍କର ଆଦୁର୍ଯ୍ଯା ନଥିଲା ।ପୁଅମାନେ ନିଜ ରୋଜଗାରରେ ନିଜ ପରିବାର ଚଳାନ୍ତି ।ଆମ ଦେଶର କୁଳମାନ ମାପକରେ ସେମାନେ ଉଚ୍ଚ କୁଳର ନୁହନ୍ତି ।ତେଣୁ ବୋହୂମାନେ ଖଟିବାରେ କିଛି ଅସୁବିଧା ନଥିଲା ।ଯାହା ରୋଜଗାର ପଇସାରେ ଯିଏ ସୁରୁଖୁରୁରେ ଚଳୁଥିଲେ ।ପରେ ବୁଢୀ ନିଜେ ଖର୍ଚ୍ଚ କରି ସାନପୁଅକୁ ବାହା କରିଦେଲେ ।
ମଝିଆ ପୁଅ ଟ୍ରାକ୍ଟର ଚଲାଏ ।ଦୈବଦୁର୍ଯୋଗକୁ ଦୁର୍ଘଟଣାରେ ସେ ଚାଲିଗଲା ।ତିନିମାସର ଝିଅ ଆଉ କୋଡିଏ ବର୍ଷର ବିଧବାକୁ ଛାଡି ଦେଇଗଲା ।ତାଙ୍କ ଦାୟିତ୍ୱ କିଏ ନବ ? ଶାଶୁ ତ ପେନସନ୍ ଟଙ୍କାରୁ ପଇସାଟିଏ ଦେବେନି କହିଦେଲେ ।ତାଙ୍କ ଯୁକ୍ତି ଥିଲା ,"ଇଏ କଣ ଗୋଟିଏ ?" ସତ କଥା ।ଜଣକୁ ଦେଲେ ଆଉ ଦିଜଣଙ୍କ ଆଖି ରହିବ ।ଅଯଥା କଳି ହବ ।ସେଠି କିଏ ମଲା କି ସରିଲା ହିସାବ କିଏ କରୁଛି !! କଳି ଯୁଗ ତା ଧର୍ମ ପାଳୁଛି ।କଳି ପାଖରେ ମାନବିକତାର କଣ ମୂଲ୍ୟ ? ଯିଏ ଜୋର କଲା ସିଏ ଜିତିଲା ।ମଝିଆ ବୋହୂ କୁଲି କାମକଲା ଛୋଟ ଝିଅକୁ ଧରି ।ଆଉ ଆଡେ ବାହା ହବାକୁ ମନା କରିଦେଲା ।ହଁ ତାଙ୍କ ଛୋଟ ଜାତିରେ ନାରୀର ସେତିକି ସ୍ବାଧୀନତା ଅଛି ।ବିଧବା ବିବାହ ସେମାନଙ୍କର ଚଳେ ।ଉଚ୍ଚ କୁଳ ଭଳି ପ୍ରଥମ ,ଦ୍ବିତୀୟ, ତୃତୀୟ ପକ୍ଷ ଭଳି ପୁରୁଷ ଏକା ଉପଭୋଗ କରିବା ସେମାନେ ପସନ୍ଦ କରନ୍ତି ନି ବୋଧେ ।
ବଡପୁଅର ଦିପୁଅ ଝିଅ ।ଝିଅ ବିବାହ ଯୋଗ୍ଯା ହେଇଥିଲା ଆଉ ପୁଅ ଦିଜଣ ହାଇସ୍କୁଲକୁ ଯାଉଥିଲା ବେଳେ କିଛି ଗୋଟେ ରୋଗରେ ବଡବୋହୂ ବି ଚାଲିଗଲା ।ଝିଅ ରାନ୍ଧି ବାଢି ଦିଏ ।ହେଲେ କେତେ ଦିନ !! ସେ ତ ଵାହା ହେଇ ଚାଲିଯିବ ନା ।ତାଠୁ ଦି ତିନି ବର୍ଷ ବଡ ଝିଅଟେ କୁ ବାହାହେଲା ତା ବାପା ଛମାସ ଭିତରେ ।ଏବେ ତାର ବର୍ଷକର ପୁଅ ।ଯୋଗ ହେଇପାରେ କି କଣ ସାନପୁଅ ଦାଦନ କାମ କରିଯାଇଥିବା ସମୟରେ ମରିଗଲା ।ଦିଟା ସାନ ପୁଅ ଆଉ ତା ବିଧବା ଘରେ ।ଘର ଚଳେଇବା କୁ ସେ ବି ଯାଏ କୁଲିକାମ କରି ।କିନ୍ତୁ ଦ୍ବିତୀୟ ବିବାହକୁ ମନା କରିଦେଲା ।
ସେମାନଙ୍କୁ ଦେଖିଲେ ଦିଟା କଥା ମନକୁ ଆସେ ।ସବୁ ସ୍ବାଧୀନତା ଥାଇ ବି ନାରୀ ଟିଏ ନିଜ ସୁଖକୁ ସହଜରେ ତ୍ଯାଗକରିପାରେ ପରିବାର ପାଇଁ (ଅଳ୍ପ କିଛି ବ୍ଯତିକ୍ରମଙ୍କୁ ଛାଡି ଦେଲେ ।) ନିଜ ପିଲାଙ୍କୁ ଭଲରେ ରଖିବାପାଇଁ ମାଆ ଭଲ ପାଇବା ବି ଭାଗ କରିପାରେନି ସେଇ ଵ୍ଯତିକ୍ରମ ନ ହେଇଥିଲେ ।ଆଉ ଗୋଟେ କଥା ବଲିଉଡର ପ୍ରିୟଙ୍କା ଚୋପ୍ରା ଆଉ ସୈଫ୍ ଅଲ୍ଲୀ ଖାଁଙ୍କୁ ନେଇ ।ସୈଫ୍ ନିଜ ଝିଅ ଠୁ କିଛି ବଡ ଦ୍ବିତୀୟ ସ୍ତ୍ରୀ ବିବାହ କରିବାଟା ଏତେ ଚର୍ଚ୍ଚା ହେଉନି ।କିନ୍ତୁ ପ୍ରିୟଙ୍କା ନିଜଠୁ ସାନ ସ୍ବାମୀ ବାଛିଛନ୍ତି ବୋଲି କେତେ ହୈ ଚୈ ।ଏଇ ଗପର ବଡପୁଅ ବି ତ ବାହାହେଇଛି ବହୁତ ସାନଝିଅଟେ ।କାହାକୁ କିଛି ବି ଲାଗୁନି ।ଭାରୀ ମଜାଦାର ନୁହେଁ କି !! କେବଳ ନିଜକୁ ସୁହାଇଲା ଭଳି ନୀତି ନିୟମ କାଢି ତ୍ଯାଗକୁ ଭୁଲି ଭୋଗ କରିବା କଥା ତ କେବଳ ।