STORYMIRROR

Titi Sarangi

Tragedy

3  

Titi Sarangi

Tragedy

ନବବଧୂ

ନବବଧୂ

2 mins
252


ସବୁକିଛି ଏମିତି ବଦଳି ଯାଏ ଏକଥା ସେତେବେଳେ ମନକୁ ଛୁଇଁ ବି ନଥିଲା ଯେତେବେଳେ ତା ଶଶୁର ପ୍ରସ୍ତାବ ନେଇକି ତା ଘରକୁ ଯାଇଥିଲେ।

 ଖରାଛୁଟିରେ ପିଇସୀ ଘରକୁ ଯାଇଥିବା ସମୟରେ ସେ ବଧୂ ନିର୍ବାଚନରେ ଭାଗ ନେଇ ସାରିଛି ଏକଥା ବୁଝି ପାରି ନଥିଲା । ସେଥର ପ୍ରଥମ କରି ତା କିଶୋରୀ ଦେହରେ ଶାଢ଼ୀଟା ଗୁଡେ଼ଇ ସେ ଝାମୁ ଯାତ୍ରା ଦେଖିବାକୁ ଯାଇଥିବା ସମୟରେ ସେମାନେ ତାକୁ ଦେଖି ଥିଲେ ।ସେଇ ଭିତରେ ସେ ଅନ୍ୟ ଘରର ବୋହୂ ହେଇଗଲା ସେମାନଙ୍କ ମନେମନେ ।

ଆଜି ଭାବିଲେ ତାକୁ ସ୍ୱପ୍ନରେ ଆତଯାତ କଲାଭଳି ଲାଗେ । ଦୁନିଆର ସବୁଠୁ ଭଲ ଆଉ ସୁନ୍ଦରୀ ଝିଅ ସେଇ ହିଁ ଥିଲା। ତା ଭଳି ଗୁଣର ଝିଅ ଆଉ କୋଉଠି ଦେଖି ନାହାନ୍ତି ବୋଲି ଶଶୁରଙ୍କ କଥାରେ ତା ବାପା ତରଳି ଯିବା ଥିଲା ଅବାରିତ । ପଚିଶ ବର୍ଷ ତଳର ଜଣେ କନ୍ୟା ଦାୟ ଗ୍ରସ୍ତ ଜଣେ ବାପା ସେ ।ଏତେ ପ୍ରଶଂସାରେ ମୁଗ୍ଧ ହେଇଗଲେ । ତାଙ୍କ ଆଲୁରୀ କୁନି ଝିଅଟା ଆଜି ତେବେ ଏତେବଡ଼ ହେଇ ଗଲାଣି ! ତା ଶଶୁରଙ୍କ କଥାରେ ସାଙ୍ଗେସାଙ୍ଗେ ରାଜି ହୋଇଗଲେ। ଆଉ ଦିନ କେଇଟା ଭିତରେ ସେ ହେଇଗଲା ଏଘରର ବୋହୂ ।

ଏରୁଣ୍ଡି ଡେଇଁ ଆସିଲା ପରେ ଜାଣିଲା ବହୁତ କିଛି । ସେମାନଙ୍କ ପସନ୍ଦ ତ ବହୁତ ଦୂର ସେ ସେ ଘରର ଯୋଗ୍ୟ ବି ନଥିଲା ବୋଲି ଶୁଣେଇ ଦେଲେ ସେମାନେ ।ବଡ଼ କୋଠା ଘର ,ବିଦେଶ ଫେରନ୍ତା ପୁଅ ପାଇଁ ଝିଅର ଅଭାବ ନଥିଲା । ଅଭାବ ଥିଲା ଗୋଟିଏ ଚାକରାଣୀର ।ପୁଅ ବିଦେଶରେ ମେମ୍ ବୋହୂ ରଖିଛି ।ସେ କିନ୍ତୁ ଓଡ଼ିଶାର ପାଣିରେ ଚଳିବନି। ଏଠାକାର ନିୟମ , ଚାଲିଚଳନ ସବୁ ଅଲଗା ।ମେମ ବୋହୂ ସେଗୁଡିକ ଗ୍ରହଣ କରି ବଳି ।ଦି ଚାରି ବର୍ଷରେ ପୁଅ ଆସିବା ସମୟରେ ତାର ସ୍ତ୍ରୀ ଟିଏ ଲୋଡା ।ପୁଣି ବାପା ମାଆ ବନ୍ଧୂ ବାସ କିଏ ସମ୍ଭାଳିବି ? ତେଣୁ ସିନା ଏ ବୋହୂ ।

ଆଜି ସେସବୁ ଭାବିଲେ କିଛି ଲାଭ ନାହିଁ ।ତା ପୁଅ ବଡ ହେଲାଣି ।ସେ କିନ୍ତୁ ସେମିତି ଏକା ଅଛି । ଦୁଇ ଘରର ସମ୍ମାନ ଜଗି ନା ସେ କିଛି କହି ପାରିଛି କାହାକୁ ନା କିଛି କରିଛି ନିଜ ପ୍ରତି ହୋଇ ଥିବା ଅନ୍ୟାୟ ବିରୋଧରେ । କାରଣ ସେ ଓଡ଼ିଆ ଘରର ବୋହୂ । ପୁରୁଣା ହେଲେ ବି ନୂଆ ।ନା ବଡ ପାଟିରେ କଥା କହିବ ନା ମୁଣ୍ଡରୁ ଓଢ଼ଣା ଖସିବ । ବାସ୍ ଜୀବନଟେ ଅଛି ଜୀଇଁବ କେବଳ ମଲା ଯାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy